February 2, 2025

Odia Express

Leading Odia News Portal of Odisha

ପୌରାଣିକ କଥା:- ଜାଣନ୍ତୁ କିପରି ହେଲା ନଡ଼ିଆର ଜନ୍ମ – ଏହି କାହାଣୀ ନିଶ୍ଚୟ ଆପଣଂକୁ ପସନ୍ଦ ଆସିବ..

ହିନ୍ଦୁ ଧର୍ମରେ ନଡ଼ିଆର ମହତ୍ତ୍ୱ ଅନ୍ୟତମ। ନଡ଼ିଆ ବିନା କୌଣସି ଧର୍ମାନୁଷ୍ଠାନ କାମ ସମ୍ପୂର୍ଣ୍ଣ ହୁଏ ନାହିଁ।ନଡ଼ିଆ ବିଷୟରେ ଏକ ପୌରାଣିକ କଥା ରହିଛି।ୠଷି ବିଶ୍ଵାମିତ୍ରଙ୍କ ଦ୍ଵାରା ଏହା ପୃଥିବୀ ରେ ଉତ୍ପତ୍ତି ହୋଇଥିଲା।ଆଜି ଆମେ ନଡ଼ିଆର ଜନ୍ମ ବିଷୟରେ ଏକ କାହାଣୀ କହିବାକୁ ଯାଉଛୁ। ଏହି କାହାଣୀ ପ୍ରାଚୀନ କାଳର ଏକ ରାଜା ସତ୍ୟବ୍ରତ ସହ ଜଡିତ।ତାଙ୍କର ଈଶ୍ୱରଙ୍କ ଉପରେ ବହୁତ ବିଶ୍ୱାସ ଥିଲା।ତାଙ୍କ ପାଖରେ ସବୁଥିଲା ତଥାପି ତାଙ୍କ ମନରେ ଗୋଟିଏ ଇଚ୍ଛା ଥିଲା ଯାହାକୁ ସେ କେଉଁ ପ୍ରକାରରେ ବି ପୂରା କରିବାକୁ ଚାହୁଁଥିଲେ।ସେ ଚାହୁଁଥିଲେ କୌଣସି ପ୍ରକାରରେ ବି ପୃଥିବୀ ଲୋକରୁ ସ୍ଵର୍ଗ ଲୋକ ଯିବାପାଇଁ।ସ୍ଵର୍ଗ ଲୋକର ସୁନ୍ଦରତା ତାଙ୍କୁ ଆକର୍ଷିତ କରୁଥିଲା।ହେଲେ ସେଠାକୁ କେମିତି ଯିବାକୁ ହୁଏ ତାହା ସତ୍ୟବ୍ରତ ଜାଣିନଥିଲେ।

ଗୋଟିଏ ଥର ୠଷି ବିଶ୍ଵମିତ୍ର ତପସ୍ୟା କରିବା ପାଇଁ ନିଜ ଘରଠୁ ବହୁତ ଦୂରକୁ ଚାଲିଯାଇଥିଲେ।ଆଉ ବହୁତ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ।ତାଙ୍କ ଅନୁପସ୍ଥିତିରେ କ୍ଷେତ ଶୁଖି ଯାଇଥିଲା ଓ ତାଙ୍କ ପରିବାର ଭୋକ ଶୋଷ ରେ ବୁଲୁଥିଲେ।ସେହି ସମୟରେ ରାଜା ସତ୍ୟବ୍ରତ ତାଙ୍କ ପରିବାରର ସାହାଯ୍ୟ କରିଥିଲେ।ଯେବେ ବିଶ୍ଵାମିତ୍ର ଘରକୁ ଫେରିଲେ ତାଙ୍କ ପରିବାର ଲୋକେ ଋଷିଙ୍କୁ ରାଜା ସତ୍ୟବ୍ରତଙ୍କ ମହତ କାମ କଥା କହିଥିଲେ।

ଋଷି ବିଶ୍ଵମିତ୍ର ରାଜାଙ୍କୁ ଭେଟିବା ପାଇଁ ତାଙ୍କ ଦରବାରରେ ଉପସ୍ଥିତ ହେଲେ।ଆଉ ତାଙ୍କୁ ଧନ୍ୟବାଦ ଅର୍ପଣ କଲେ।ଆଉ ତାଙ୍କୁ ଏକ ବର ମାଗିବାକୁ ନିବେଦନ କଲେ।ସେ ୠଷି ବିଶ୍ଵମିତ୍ର ଙ୍କୁ କହିଲେ କି ସେ ସ୍ୱର୍ଗ ଲୋକକୁ ଯିବାକୁ ଚାହୁଁଛନ୍ତି।କଣ ସେ ତାଙ୍କୁ ତାଙ୍କ ତପୋବଳ ରେ ସେଠାକୁ ପଠାଇ ପାରିବେ?ଏହା ଶୁଣି ଋଷି ବିଶ୍ଵମିତ୍ର ଏମିତି ଏକ ମାର୍ଗ ତିଆରି କଲେ ଯାହା ଦ୍ଵାରା ସ୍ୱର୍ଗ ଲୋକକୁ ଯାଇହେବ।ରାଜା ସତ୍ୟବ୍ରତ ବହୁତ ଖୁସି ହୋଇଗଲେ।

ଯେତେବେଳେ ସେ ସେହି ମାର୍ଗରେ ଯାଇ ସ୍ୱର୍ଗ ଲୋକରେ ପହଁଚିଲେ,ସେଠି ରାଜା ଇନ୍ଦ୍ର ତାଙ୍କୁ ତଳକୁ ଠେଲିଦେଲେ।ପୃଥିବୀ ଲୋକକୁ ଆସି ସେ ୠଷି ବିଶ୍ଵାମିତ୍ରଙ୍କ ଆଗରେ ସବୁ କଥା ବର୍ଣ୍ଣନା କରିଥିଲେ।ୠଷି ବିଶ୍ଵାମିତ୍ର ମଧ୍ୟ ଏହି କଥା ଶୁଣି କ୍ରୋଧିତ ହୋଇଯାଇଥିଲେ।ଆଉ ଦେବତା ମାନଙ୍କ ସହ କଥା ହୋଇ ଗୋଟିଏ ନିଷ୍ପତ୍ତିରେ ପହଁଚିଲେ।ରାଜା ସତ୍ୟବ୍ରତଙ୍କ ପାଇଁ ଅଲଗା ଏକ ସ୍ଵର୍ଗ ଲୋକ ତିଆରି କରିବା ପାଇଁ ନିଷ୍ପତ୍ତି ନିଆଗଲା।ଏହି ସ୍ୱର୍ଗଲୋକ ପୃଥିବୀ ଆଉ ସ୍ୱର୍ଗଲୋକ ମଧ୍ୟରେ ତିଆରି ହେବ,ଯାହାଦ୍ଵାରା କି ନା ରାଜା ସତ୍ୟବ୍ରତ ତଥା ଦେବୀଦେବତା ଙ୍କୁ କୌଣସି ଅସୁବିଧା ହେବ ନାହିଁ।ଏଥିରେ ରାହା ସତ୍ୟବ୍ରତ ବି ଖୁସି ଥିଲେ।

ହେଲେ ଏକ ଚିନ୍ତାରେ ପଡିଲେ ୠଷି ବିଶ୍ଵମିତ୍ର।କାହିଁକି ନା ଯେହେତୁ ଏହା ସ୍ୱର୍ଗଲୋକ ଓ ପୃଥିବୀ ଲୋକ ମଝିରେ ଅବସ୍ତିତ ହୁଏତ ପବନ ଦ୍ଵାରା ଏହା ନଷ୍ଟ ହୋଇପାରେ।ଏହି ସମସ୍ୟାର ସମାଧାନ ପାଇଁ ୠଷି ବିଶ୍ଵମିତ୍ର ନୂଆ ସ୍ୱର୍ଗଲୋକର ଠିକ ମଝିରେ ଏକ ଖୁମ୍ବ ର ନିର୍ମାଣ କଲେ।ଯାହାକି ତାକୁ ସାହାରା ଦେଲା।କୁହାଯାଏ ଯେ ଏହି ଖୁମ୍ବ ସମୟ ପରିବର୍ତ୍ତନ ଅନୁସାରେ ଏକ ଗଛର ଗଣ୍ଡିରେ ପରିବର୍ତ୍ତନ ହୋଇଗଲା।ଆଉ ରାଜା ସତ୍ୟବ୍ରତଙ୍କ ମୃତ୍ୟୁ ପରେ ତାଙ୍କ ମୁଣ୍ଡ ଏକ ଫଳ ହୋଇଗଲା।ଏହି ଗଛକୁ ନଡ଼ିଆ ଗଛ ଓ ରାଜା ଙ୍କ ମୁଣ୍ଡକୁ ନଡ଼ିଆ କୁହାଗଲା। ଏଥିପାଇଁ ଆଜିର ସମୟରେ ନଡ଼ିଆ ଗଛର ଉଚ୍ଚତା ଅଧିକ ହୋଇଥାଏ।ଏଥିପାଇଁ ରାଜା ସତ୍ୟବ୍ରତଙ୍କୁ ଏକ ଉପାଧି ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *