ଆଜିର ଚତୁର ଓ ମଜାଦାର ପ୍ରଶ୍ନ – – Email କୁ ଓଡ଼ିଆ ରେ କଣ କୁହାଯାଏ ? ବୁଦ୍ଧିମାନ ଲୋକ ଉତ୍ତର ଦେବେ ..
ବନ୍ଧୁଗଣ, ଆପଣ ସମସ୍ତେ ଜାଣିଛନ୍ତି କି ୟୁପିଏସ୍ ସି ସିଭିଲ୍ ସର୍ଭିସ୍ ପରୀକ୍ଷା ବହୁତ କଠିନ ହୋଇଥାଏ , ଏହିଥର ୪ ଅକ୍ଟୋବରରେ ୟୁପିଏସ୍ ସି ପ୍ରୀଲିମ୍ସ ପରୀକ୍ଷା ହେବାକୁ ଅଛି , ସିଭିଲ୍ ସର୍ଭିସ୍ ପାସ୍ କରି କ୍ୟାଣ୍ତିଡେଟ୍ ଅଫିସର୍ ହୁଅନ୍ତି , କିନ୍ତୁ କେବଳ ଲିଖିତ ପରୀକ୍ଷା ନୁହେଁ କ୍ୟାଣ୍ତିଡେଟ୍ କୁ ଇଣ୍ଟରଭ୍ୟୁ ବି କ୍ଲିୟର୍ କରିବାକୁ ପଡିଥାଏ । ୟୁପିଏସ୍ ସି ପରୀକ୍ଷା ସହ ଏହାର ଇଣ୍ଟରଭ୍ୟୁ ବହୁତ ଚର୍ଚ୍ଚା ହୋଇଥାଏ । ୟୁପିଏସ୍ ସି ଇଣ୍ଟରଭ୍ୟୁରେ କିଛି ଏହିପ୍ରକାରର ପ୍ରଶ୍ନ ପଚାରାଯାଇଥାଏ , ଯାହାର ଜବାବ୍ ଦେଇପାରିବା ବହୁତ କଠିନ ହୋଇଥାଏ ,ଏହି ପ୍ରଶ୍ନ ଶୁଣିବାକୁ ବହୁତ ସହଜ ଲାଗିଥାଏ , କିନ୍ତୁ ଯେତେ ଦେଖିବାକୁ ଯେପରି ଲାଗିଥାଏ ସେମିତି ହୋଇନଥାଏ, ଆଜି ଆମେ ଆଇଏଏସ୍ ପରୀକ୍ଷା ସଂବନ୍ଧିତ କିଛି ପ୍ରଶ୍ନଗୁଡିକ ନେଇକରି ଆସିଛୁ , ଯାହା ଆପଣଙ୍କୁ ଭବିଷ୍ୟତରେ ବହୁତ କାମକୁ ଆସିବ ।
୧) Email କୁ ଓଡ଼ିଆ ରେ କଣ କୁହାଯାଏ ? ଉତ୍ତର- Email କୁ ଓଡ଼ିଆ ରେ ଇଲେକ୍ଟ୍ରୋନିକ୍ ଡାକ କହନ୍ତି, ଏହା ଛଡା ଇଣ୍ଟରନେଟ୍ ଡାକ ଓ ଅନଲାଇନ୍ ଡାକ ମେଶିନ୍, ଇ-ପତ୍ର ଆଦି କୁହାଯାଏ ।
୨) କଣ କ୍ଷୀର ପିଇଲେ ପ୍ରକୃତରେ ଦିମାଗ୍ ତେଜ୍ ହୋଇଥାଏ, ନା ଏହା ଖାଲି ଏକ ମିଥିକ୍ ଅଟେ ?
ଉତ୍ତର-କ୍ଷୀର କୁ ସଂପୁର୍ଣ୍ଣ ଆହାର କୁହାଯାଏ , ଏଥିରେ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ମିଳିଥାଏ, କ୍ଷୀରକୁ ହଳଦୀ ମିଶାଇକରି ପିଇଲେ ମନରେ ଏକାଗ୍ରତା ବଢିଥାଏ, କ୍ଷୀରରେ ମହଜୁତ୍ ମ୍ୟାଗ୍ନେସିୟମ୍ ରୁ ମେମୋରି ପାୱାର୍ ବଢିଥାଏ, ବହୁତ ରିସର୍ଚ୍ଚରୁ ଏହା ଦାବି ହୋଇଥିଲା କି କ୍ଷୀର ପିଇଲେ ସ୍ମରଣ ଶକ୍ତି ବଢିଥାଏ । ସବୁଦିନ ଏହାରସେବନରେ ମେମୋରି ସାର୍ଫ୍ ହୋଇଥାଏ ।
୩) ଏକ ଓକିଲ ଓ ତାଙ୍କର ପୁଅର ଆକ୍ସିଡେଣ୍ଟ ହୋଇଗଲା ଓ ତାଙ୍କୁ ହସ୍ପିଟାଲ୍ ନିଆଗଲା, ଅପରେସନ୍ ଥିଏଟରରେ ଡାକ୍ତର ପୁଅକୁ ଦେଖିକରି କହିଲେ କି ଇଏ ମୋର ପୁଅ ଅଟେ ?
ଉତ୍ତର- ଏହି ପ୍ରଶ୍ନ ଶୁଣିଲେ କ୍ୟାଣ୍ତିଡେଟ୍ ଭାବି ବସିବ କି ଏହା କିପରି ସଂମ୍ଭବ କିନ୍ତୁ ଭାବିବାର କ୍ଷମତା ରଖୁଥିବା ସାର୍ଫ୍ ମାଇଣ୍ତର କ୍ୟାଣ୍ତିଡେଟ୍ ଏହାକୁ ତୁରନ୍ତ ବୁଝିପାରିବ କି ଏହାର ଜବାବ୍ କଣ ହୋଇଥିବ , ପ୍ରକୃତରେ ସେ ଡାକ୍ତର ସେ ପୁଅର ମା ଥିଲେ ।
୪) ଟ୍ରେନ୍ ସାମ୍ନାରେ କିଏ ବି ଆସିଗଲେ ଟ୍ରେନ୍ ଡ୍ରାଇଭର୍ ଗାଡିକୁ କଣ ପାଇଁ ଅଟକାଏ ନାହିଁ ?
ଉତ୍ତର- ସାମାନ୍ୟ ଟ୍ରେନ୍ ୧୦୦ କିମି ପ୍ରତି ଘଣ୍ଟା ବେଗରେ ଚାଲିଥାଏ, ଯଦି କେଉଁ ପଶୁ କିମ୍ବା ମଣିଷ ଟ୍ରେନ୍ ସାମ୍ନାକୁ ଚାଲିଆସେ ତେବେ ଲୋକୋପାଇଲଟ୍ କୁ ବ୍ରେକ୍ ମାରିବାରେ ମଉକା ମିଳେନାହିଁ, ଏମରଜେନ୍ସି ବ୍ରେକ୍ ମାରିଲେ ଗାଡି ୮୦୦ ରୁ ୯୦୦ ମିଟର ଦୁରରେ ଯାଇ ରହିବ , ଏହି ପରି କଲେ ଦୁର୍ଘଟଣା ହେବାର ଆଶଙ୍କା ବଢିଯାଏ , ହୋଇପାରେ ଟ୍ରେନ୍ ଲାଇନ୍ ବିଚ୍ୟୁତ ହୋଇ ଟ୍ରାକ୍ ରୁ ଖସିଯାଇପାରେ , ଏଥିପାଇଁ ଟ୍ରେନ୍ ଡ୍ରାଇଭର୍ କେବେ ହେଲେ ବି ବ୍ରେକ୍ ମାରେ ନାହିଁ ।
୫) ମରିବାପରେ ଶରୀର କେତେ ଓଜନ କମ୍ ହୋଇଯାଏ ? ଉତ୍ତର : ୨୧ ଗ୍ରାମ୍
୬) କିଛି ଲୋକ ନିଦରେ କଣ ପାଇଁ ଚାଲିଥାନ୍ତି ? ଉତ୍ତର ଏକ ଗବେଷଣାରୁ ଜଣାଯାଏ କି ଶରୀରରେ ଥିବା କ୍ରୋମୋଜୋମ୍ ୨୦ ଖରାପ ହେବା କାରଣରୁ ଏହା ହୋଇଥାଏ , ଦ୍ୱିତୀୟ କାରଣ ହେଲା ଜେନେଟିକ୍ ଅଟେ, ଏହା ଛଡା ନିଦ ପୁରା ନହେବା, ଆଲକୋହଲ୍, ଡିପ୍ରେସନ୍ କିମ୍ବା କେଉଁ କଥାକୁ ନେଇ ଅଧିକା ଚିନ୍ତା କରିବା କାରଣରୁ ନିଦରେ ଚାଲିବାର ଦେଖାଯାଏ ।
୬) ପ୍ଲେନ୍ ର ଆବାଜ୍ ସେ ଯିବାପରେ କଣ ପାଇଁ ଶୁଣାଯାଏ ? ଉତ୍ତର- କାରଣ ପ୍ରକାଶର ଗତି ଆବାଜ୍ ଗତିରୁ ଅଧିକା ବେଗ ହୋଇଥାଏ ।
୭) କଣ ଆଇପିଏଲ୍ କ୍ରିକେଟ୍ କୁ ବର୍ବାଦ କରୁଛି କି ? ଆପଣଙ୍କୁ ଟି ଟ୍ୱେଣ୍ଟି ଓ ଟେଷ୍ଟରେ କେଉଁଟା ପସନ୍ଦ ?
ଉତ୍ତର : ଏହି ପ୍ରଶ୍ନ ଏକ ଆଇଏଏସ୍ କ୍ୟାଣ୍ତିଡେଟ୍ କୁ ପଚାରାଯାଇଥିଲା, ସେ ଉତ୍ତରରେ କହିଥିଲା କି ଖେଳର ଦୁଇଟି ଫର୍ମାଟ୍ ପାଇଁ ଅଲଗା ଅଲଗା ସ୍କିଲ୍ ର ଦରକାର ପଡିଥାଏ, ଆଇପିଏଲ୍ ଅଲଗା ଫ୍ୟାନ୍ ଫଲୋଇଙ୍ଗ୍ ଅଛି । ଏଥିପାଇଁ ଟେଷ୍ଟ ଓ ଆଇପିଏଲ୍ ଦୁହେଁ ଖେଳ ପାଇଁ ଖେଳାଳୀ ଅଲଗା ତରିକାରେ ଖେଲିବାକୁ ପଡିଥାଏ, ମୁଁ ବ୍ୟକ୍ତିଗତ ଭାବେ ଟେଷ୍ଟ ଖେଳକୁ ଅଧିକା ପସନ୍ଦ କରେ, କାରଣ ଏଥିରେ ଅନୁଶାସନ, ଫୋକସ୍ ,ଓ ଫିଟନେସ୍ ର ଦରକାର ପଡିଥାଏ ।
୮) କଣ କେଉଁ ବ୍ୟକ୍ତି ପାଇଁ ଏହା ସଂମ୍ଭବ କି ସେ ନିଜ ବିଧବା ସ୍ତ୍ରୀର ଭଉଣୀକୁ ବିବାହ କରିପାରିବ ?
ଉତ୍ତର- ନାହିଁ କାରଣ ସେ ବ୍ୟକ୍ତି ମରିଯାଇଥିବ ତେବେ କିପରି ବିବାହ କରିବ ?
୯) କେଉଁ ଦେଶରେ ସୁନାର ଏଟିଏମ୍ ଉପଲ୍ଲବ୍ଧ ଅଛି ? ଉତ୍ତର : ଦୁବାଇରେ
୧୦) କଣ ହେବ ଯଦି ପୃଥିବୀ ଓଲଟା ବୁଲିବା ଆରମ୍ଭ କରିଦେବ ?
ଉତ୍ତର : ପୃଥିବୀ ଯଦି ଓଲଟା ବୁଲେ ତେବେ ପବନ ନିଜ ଦିଗ ବଦଳାଇଦେବ , ଓ ପୃଥିବୀର ପଶ୍ଚିମ ଭାଗରେ ଥଣ୍ତା ଓ ପୁର୍ବ ଭାଗରେ ଗରମ ହେବ , ସବୁଠାରୁ ବଡ ପରିବର୍ତ୍ତନ୍ ଜଳବାୟୁର ହେବ , ଆଜି ଦୁନିଆଁରେ ସବୁ ମିଶାଇକରି ୪୨୦ ଲକ୍ଷ କିମି ୨ ବାଲା ଭାଗ ମରୁଭୁମି ଅଛି , ଯଦି ପୃଥିବୀ ଓଲଟା ବୁଲିବାକୁ ଲାଗେ ତେବେ ଏହା କମିକରି ୩୨୦ ଲକ୍ଷ କିମି ୨ ହୋଇଯିବ , ସବୁ ଜାଗାରେ ସବୁଜ ବର୍ଣ୍ଣାନୀ ଦେଖାଦେବ । ସାହାରା ମରୁଭୁମି ପୁରା ଲୁପ୍ତ ହୋଇଯିବ , ବ୍ରାଜିଲ୍ ଓ ଆର୍ଜେଣ୍ଟିନା ଏହି ଦୁନିଆଁର ବଡ ମରୁଭୁମି ପାଲଟିଯିବ , ବଦଳୁଥିବା ଜଳବାୟୁ କାରଣରୁ ଅଲଗା ଅଲଗା ଜୀବଜନ୍ତୁ ସମୁଦ୍ରରେ ଅଲଗା ଜାଗା ପାଇପାରିବେ , ପୃଥିବୀ ଓଲଟା ବୁଲିବା ଆରମ୍ଭ କରିଦେଲେ କିଛି ରହିବନାହିଁ, ଯେପରି ଆଜି ଅଛି , ବୋଧେ ଜୀବନର ବିକାଶର ଆଉ ଏକ ରୁପ ନେଇଯିବ, ହୋଇପାରେ କି ମନୁଷ୍ୟ ବି ଆସିବେ ନାହିଁ