December 26, 2024

Odia Express

Leading Odia News Portal of Odisha

ଚାହା ବନାଇବାପରେ ବଞ୍ଚିଯାଇଥିବା ଚାହାର ପତ୍ତି ଭୁଲ୍ କରି ବି ପକାନ୍ତୁ ନାହିଁ, ଏହାଦ୍ୱାରା ହୋଇଥାଏ ଅନେକ ଫାଈଦା..

ଭାରତ ପରି ଦେଶରେ ଅଧାରୁ ଅଧିକ ଘର ସକାଳୁ ହେଲେ ଚାହା ବନାଇଥାନ୍ତି , ଅଧିକାଂଶ ଲୋକଙ୍କ ଏହା ଅଭ୍ୟାସ ହୋଇଥାଏ କି ସେ ନିଜ ଦିନର ଆରମ୍ଭ ଚାହା ସହ କରନ୍ତି , କାରଣ କିଛି ଲୋକଙ୍କୁ ଗରମ୍ ଗରମ୍ ଚାହା ମିଳିନଥାଏ,  ତେବେ ତାଙ୍କର ସକାଳ ହୋଇନଥାଏ, ସେମିତି ଚାହା ପିଇଲେ ଖରାପ କିଛି ହୋଇନଥାଏ, ବରଂ ଏହା ପ୍ରଶ୍ନ କି କଣ ଆପଣ ଚାହା ତିଆରି କରିବାପରେ ବଞ୍ଚିଯାଇଥିବା ଚାହା ପତ୍ତି ପକାଇଦିଅନ୍ତି , ଯଦି ଆପଣଙ୍କ ଉତ୍ତର ହଁ ଅଟେ , ତେବେ କହିଦେବୁ କି ଏମିତି କରିଲେ ଆପଣ ନିଜର କ୍ଷତି କରୁଛନ୍ତି , କାରଣ ଚାହା ପତ୍ତି ବେକାର୍ ବୁଝିକରି ପକାଇଦେବା ଭୁଲ୍ ଅଟେ ,ଏହା ଆପଣଙ୍କର ବହୁତ କାମରେ ଆସିପାରେ ।

୧) ବାଳ ପାଇଁ ହୋଇଥାଏ ଚାହାପତ୍ତି ଏକ ରାମବାଣ ଚିକିତ୍ସା- ଯଦି ଆପଣଙ୍କ ବାଳ ରୁକ୍ଷ କିମ୍ବା ନଷ୍ଟ ହୋଇଯାଇଛନ୍ତି ତେବେ ଆପଣ ତାହାର ଚମକ ଫେରାଇ ଆଣିବାକୁ ଚାହୁଁଛନ୍ତି ତେବେ ସେଥିପାଇଁ ଆପଣ ଗ୍ରୀନ୍ ଟି କିମ୍ବା ବ୍ଲାକ୍ ଟି ବ୍ୟାଗ୍ସ ବ୍ୟବହାର କରିପାରିଏବ୍ , ଏଥିପାଇଁ ଆପଣଙ୍କୁ ସବୁଠାରୁ ପ୍ରଥମେ ଏକ ବାସନରେ ପାଣି ସିଝାଇବାକୁ ହେବ , ତାହା ପରେ କିଛି ଟି ବ୍ୟାଗ୍ସ ପକାଇଦିଅନ୍ତୁ , ତାପରେ ୧୫ ମିନିଟ୍ ପର୍ଯ୍ୟନ୍ତ ପାଣିକୁ ଫୁଟିଯିବାପରେ ଥଣ୍ତା ହେବାକୁ ରଖିଦିଅନ୍ତୁ  କିଛି ସମୟ ଛାଡିଦିଅନ୍ତୁ , ଏହାପରେ କେଉଁ ମାଇଲଡ୍ ଶ୍ୟାମ୍ପୁରେ ନିଜ ବାଳକୁ ଧୁଅନ୍ତୁ , ପ୍ରଥମଥରରେ ଆପଣଙ୍କୁ ଫରକ ନଜର ଆସିବ ।

୨) ସନବର୍ଣ୍ଣରୁ ରଖିଥାଏ ଦୁର- ବର୍ଷର ୧୨ ମାସରେ ବାହାରକୁ ବାହାରିବା ପଡିଥାଏ । କିଏ ଘରର କାମ କରିଥାଏ କିଏ ଅଫିସ୍ ରେ କାମ କରିଥାଏ କିନ୍ତୁ କାହାକୁ ଖରାରେ ସାମ୍ଣା କରିବାକୁ ପଡିଥାଏ, ଏଥିରେ ଲୋକଙ୍କୁ ସନବର୍ଣ୍ଣ ସମସ୍ୟା ଆସିବାକୁ ପଡିଥାଏ , ଓ ଏଥିରୁ ବଞ୍ଚିବାପାଇଂ ବହୁତ ମହଙ୍ଗା ସନସ୍କ୍ରିନ୍ ଲୋଶନ୍ କିମ୍ବା କ୍ରିମ୍ ଜେଲ୍ ବ୍ୟବହାର କରିଥାନ୍ତି , କିନ୍ତୁ ଏହା ସବୁ ଫେଲ୍ ହୋଈଯାଏ , ଏହାକୁ ଦୁର କରିବାକୁ ହେଲେ ଆପଣ ଟି ବ୍ୟାଗ୍ସ ବ୍ୟବହାର କରିପାରିବେ , କିଛି ଟି ବ୍ୟାଗ୍ସ କୁ ଥଣ୍ତା ପାଣିରେ ବୁଡାଇଦିଅନ୍ତୁ , ଓ ତାହାପରେ ହାଲକା ହାତରେ ଦବାଇକରି ଚେହେରାରେ ରଖି କିଛି ସମୟ ପାଇଁ ଶୋଇପଡନ୍ତୁ  ଏଥିରୁ ଆପଣଙ୍କ ସନବର୍ଣ୍ଣ ପ୍ରୋବ୍ଲେମ୍ ଦୁର୍ ହୋଇଯୀବ ।

୩) ପୋକ ଜୋକ କାମୁଡିଲେ ଦେଇଥାଏ ଆଶ୍ୱସ୍ତି- ଯଦି ଆପଣଙ୍କୁ କେଉଁ ପୋକଜୋକ କାମୁଡିଦିଏ , ତେବେ ଆପଣ କୁଣ୍ତାଇବାକୁ ବାଧ୍ୟ ହୁଅନ୍ତି , ଓ ଏଥିରେ ଆପଣଙ୍କୁ ଜଳ୍ୱନ ଓ କଷ୍ଟ ହୋଇଥାଏ , ଓ ଜଳ୍ୱନ ଦୁର କରିବାପାଇଁ ଆପଣ ଟୀ ବ୍ୟାଗ୍ ପ୍ରୟୋଗ କରିପାରିବେ , ସେ ମଶା ହେଉ ଏହାର ଇନଫେକ୍ସନ୍ ଯୋଗୁଁ ଆପଣଙ୍କୁ ଟି ବ୍ୟାଗ୍ସ ର ବ୍ୟବହାର କରିପାରିବେ , ଇନଫେକଟେଡ୍ ଜାଗାରେ ଥଣ୍ତା ଟି ବ୍ୟାଗ୍ସ ରଖିଲେ ବହୁତ ଜଲଦି ଫାଈଦା ହୋଇଥାଏ ।

୪) ଡାର୍କ ସର୍କଲ୍ କରିଥାଏ ଦୁର- ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଚେହେରା କଳା ଦାଗର ସମସ୍ୟା ଅଛି ତେବେ ଥଣ୍ତା ଟି ବ୍ୟାଗ୍ସ ବ୍ୟବହାର କରିପାରିଏବ୍ , ଏହା ଦ୍ୱାରା ଆପଣଙ୍କୁ ଫାଈଦା ହେବ , ଓ ଏଥିରେ ମହଜୁଦ୍ କେଫିନ୍ ଆଖିର ତଳ କଳା ଦାଗ ଦୁର କରିବାରେ ସାହାଯ୍ୟ କରିଥାଏ ।

୫) ପାଦର ଦୁର୍ଗନ୍ଧ କରିଥାଏ ଦୁର- ବହୁତଥର ଲୋକଙ୍କର ପାଦରୁ ଦୁର୍ଗନ୍ଧ ଆସିଥାଏ, ଯାହାର କାରଣରୁ ତାଙ୍କୁ ଲଜ୍ଜିତ ହୋଇଥାଏ,  ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଏକ ଉପାୟ ହେଲା ଚାହାରପତ୍ତି, ଚାହାର ପତ୍ତିକୁ ପାଣିରେ ପକାଇ ପ୍ରଥମେ ସିଝାଇଦିଅନ୍ତୁ  ଯେବେ ଥଣ୍ତା ହୋଇଯିବ ତେବେ କେଉଁ ଟବରେ ପକାଇଦିଅନ୍ତୁ , ଏବେ ପାଦକୁ କିଛି ସମୟ ସେଥିରେ ବୁଡାଇରଖନ୍ତୁ , ଏମିତି କରିଲେ ପାଦର ଦୁର୍ଗନ୍ଧ ଦୂର ହୋଇଯୀବ ।

Leave a Reply

Your email address will not be published. Required fields are marked *