ଓଡିଶା ସମ୍ପର୍କିତ ସାଧାରଣ ଜ୍ଞାନ – ଏସିଆର ସବୁଠାରୁ ବଡ଼ ଗାଁର ନାମ କଣ ଯାହା ଓଡ଼ିଶାରେ ଅଛି ?ଉତ୍କଳ ଦିବସ ପ୍ରଥମେ କେବେ ପାଳନ କରାଯାଇଥିଲା ?ବୁଦ୍ଧିମାନ ଲୋକ ଉତ୍ତର ଦିୟନ୍ତୁ..
ଆସନ୍ତୁ ଜାଣିବା କେତେକ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ଗୁଡିକ ବିଷୟରେ।ଆଉ ଆଜି ଆମେ ଓଡିଶା ସମ୍ପର୍କରେ କିଛି ଜଣା ଅଜଣା ପ୍ରଶ୍ନ ଓ ଉତ୍ତର ନେଇ ଆସିଅଛୁ।ତେବେ ଚାଲନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକ ବିଷୟରେ।ଏବେ ଆସନ୍ତୁ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ତେବେ ଓଡ଼ିଶାର ଏହି ଜ୍ଞାନ ନିଶ୍ଚୟ ଆପଣାକୁ କେଉଁ ପରୀକ୍ଷାରେ ସହାୟକ ହେବ |ଯଦି ଆପଣ ଚତୁର ତେବେ ଦେଖିବା ଆଜି ଓଡ଼ିଶାର କେତେ ପ୍ରଶ୍ନ ର ଉତ୍ତର ଦେଇ ପାରୁଛନ୍ତି
ପ୍ରଶ୍ନ ନମ୍ବର୍ ୦୧:-ପୁରୀରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଉଚ୍ଚତା କେତେ ?ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୧୪ ଫୁଟ ବା ୬୫ ମିଟର।ଏହା ଏକ ହିନ୍ଦୁ ମନ୍ଦିର ଅଟେ ଯାହା ଭିତରେ ଭଗବାନ ବିଷ୍ଣୁଙ୍କ ଅବତାର ଭଗବାନ ଜଗନ୍ନାଥ ପୂଜା ପାଆନ୍ତି,ଆଉ ଭାରତର ୪ ଧାମ ମଧ୍ୟରୁ ଅନ୍ୟତମ।
ଏବେ ଆସନ୍ତୁ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-ପଠାଣି ସାମନ୍ତଙ୍କ ସମ୍ପୂର୍ଣ୍ଣ ନାମ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହାମହୋପଦ୍ଧୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ।ୟାଙ୍କର ଜନ୍ମ ୧୩ ଡିସେମ୍ବର ୧୮୩୫ ମସିହାରେ ଓ ଓଡ଼ିଶାର ଖଣ୍ଡ ପଡ଼ା ଠାରେ ହୋଇଥିଲା।ଇଏ ଜ୍ୟୋତିର୍ବିଜ୍ଞାନୀ ସହିତ ଜଣେ ପଣ୍ଡିତ ଥିଲେ ଆଉ ଖଣ୍ଡେ ବାଉଁଶ ନଳୀ ସହିତ ତାରା ଭିତରେ ଦୂରତା ମାପି ପାରୁଥିଲେ।
ଏବେ ଆସନ୍ତୁ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ଓଡ଼ିଶାର ସବୁଠାରୁ ଉଚ୍ଚତମ ପର୍ବତ ଶୃଙ୍ଗର ନାମ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦେଓମାଳି।ଏହା ପୂର୍ବଘାଟ କୋରାପୁଟ ଜିଲ୍ଲାରେ ଅବସ୍ଥିତ।ଏହାର ଉଚ୍ଚତା ୧୬୬୨ ମିଟର।
ଏବେ ଆସନ୍ତୁ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ଓଡ଼ିଶାର ବୃହତ୍ତମ ଶବ୍ଦ କୋଷଟି କେଉଁଟି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପୁର୍ଣ୍ଣ ଚନ୍ଦ୍ର ଓଡ଼ିଆ ଶବ୍ଦ କୋଷ।ଏହାର ସଂଗ୍ରାହକ ଗୋପାଳ ଚନ୍ଦ୍ର ପ୍ରହରାଜ।ଇଏ କଟକ ଜିଲ୍ଲାର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି।ସେ ଏକା ଧାରାରେ ଜଣେ ଲେଖକ,ସାହିତ୍ୟିକ ଓ ଜଣେ ଓକିଲ ଥିଲେ।
ଏବେ ଆସନ୍ତୁ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-ଓଡ଼ିଶାର ସବୁଠାରୁ ବଡ଼ ଦୁର୍ଭିକ୍ଷର ନାମ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନଅଙ୍କ ଦୁର୍ଭିକ୍ଷ।ଯାହା ୧୮୬୬ ମସିହାରେ ଓଡ଼ିଶାରେ ପଡିଥିଲା।ଏହି ଦୁର୍ଭିକ୍ଷ ରେ ୪ କୋଟି ୭୫ ଲକ୍ଷ୍ୟ ଲୋକ ଶିକାର ହୋଇଥିଲେ।ଏଥିରେ ବିଶେଷ କରି ଓଡିଶା ବେଶି କ୍ଷତିଗ୍ରସ୍ତ ହୋଇଥିଲା।୪-୫ ଲକ୍ଷ୍ୟ ଲୋକ ଓଡ଼ିଶାରେ ଖାଇବାକୁ ନପାଇ କଲେରା ପୀଡିତ ହୋଇ ମୃତ୍ୟୁ ମୁଖରେ ପଡିଥିଲେ।
ଏବେ ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-ଓଡ଼ିଶାର ସବୁଠାରୁ ବଡ଼ ଗାଁର ନାମ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭୁବନ।ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସବଡିଭିଜନ ରେ ଏହି ଗ୍ରାମ ଅବସ୍ଥିତ।
ଏବେ ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-ଓଡ଼ିଶାରେ ଧାନ ଗବେଷଣା କେନ୍ଦ୍ର କେଉଁଠାରେ ରହିଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିଦ୍ୟାଧରପୁର,କଟକ ଠାରେ।ସି ଆର ଆର ଆଇ, ବା ସେଣ୍ଟ୍ରାଲ ରାଇସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ।ଏହି ଧାନ ଗବେଷଣା କେନ୍ଦ୍ର ଟି ଏପ୍ରିଲ ୨୩, ୧୯୪୬ ରେ ସ୍ଥାପନ କରାଯାଇଥିଲା।ଏହାର ଆୟତନ ୬୦ ହେକ୍ଟର।
ଏବେ ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-ବାରବାଟୀ ଦୁର୍ଗ କିଏ ନିର୍ମାଣ କରିଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅନଙ୍ଗଭୀମ ଦେବ ୩,ଏହି ବାରବାଟୀବଦୁର୍ଗ ୧୩୦୦ ଖ୍ରୀଷ୍ଟାବ୍ଦରେ ଗଙ୍ଗ ବଂଶ ଦ୍ୱାରା କଟକ ଠାରେ ତିଆରି ହୋଇଥିଲା।
ଏବେ ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ମାୟାଧର ମାନସିଂଙ୍କୁ କେଉଁ ଉପାଧୀରେ ବିଭୂଷିତ କରାଯାଇ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପ୍ରେମିକ କବି।ୟାଙ୍କର ଜନ୍ମ ୧୩ ନଭେମ୍ବର ୧୯୦୫ ରେ ନନ୍ଧାଳକୃଷ୍ଣ ପ୍ରସାଦ ପୁରି ଠାରେ ହୋଇଥିଲା ଆଉ ତାଙ୍କର ମୃତ୍ୟୁ ୧୧ ଅକ୍ଟୋବର ୧୯୭୩ ରେ ହୋଇଥିଲା।ସେ ୧୯୬୭ ରେ ପଦ୍ମ ଶ୍ରୀ ଉପାଧି ପାଇଥିଲେ।
ଏବେ ଆସନ୍ତୁ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-ଉତ୍କଳ ଦିବସ ପ୍ରଥମେ କେବେ ପାଳନ କରାଯାଇଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧ ଏପ୍ରିଲ ୧୯୩୬ ରେ।ଏହି ଦିନ ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟରେ ପରିଗଣିତ ହୋଇଥିଲା।
ଏହା ଥିଲା କେତେକ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର।