December 22, 2024

Odia Express

Leading Odia News Portal of Odisha

କେବଳ ପାଞ୍ଚ ମିନିଟରେ ପାଆନ୍ତୁ ଥଣ୍ଡା ଜ୍ଵର ଆଉ କାଶରୁ ଉପଶମ ପାଆନ୍ତୁ – ଘରେ କରନ୍ତୁ ଏହି ସହଜ ଉପାୟ..

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଥଣ୍ଡା ଓ କାଶର କେତେକ ଘରୋଇ ଓ ରାମ ବାଣ ଉପାୟ।ଏହି ଉପାୟଟି ବହୁତ ଅଧିକ କାର୍ଯ୍ୟକାରୀ ଅଟେ।ଆପଣ ଏହାକୁ ବ୍ୟବହାର ମାତ୍ରକେ ଆପଣଙ୍କୁ ଏହାର ଲାଭ ଦେଖିବାକୁ ମିଳିବ। ଆଉ ଏହାକୁ ବ୍ୟବହାର କରିବା ମାତ୍ରକେ ଆପଣଙ୍କ ଥଣ୍ଡା ଜ୍ଵର ସବୁକିଛି ଦୁରେଇ ଯିବ। ଥଣ୍ଡା ଜ୍ବରର ଋତୁ ଆସି ସାରିଛି ଆଉ ଏମିତିରେ ଆପଣଙ୍କୁ ଆଵଶ୍ୟକ ଅଟେକି ଆପଣ ନିଜର ଯତ୍ନ ନେବା ଆବଶ୍ୟକ।ଦେଖିବାକୁ ଗଲେ ଛୁଆଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଆଵଶ୍ୟକକି ସେମାନେ ନିଜର ଯତ୍ନ ନେବା ନିହାତି ଆବଶ୍ୟକ ଅଟେ।ଏହି ଘରୋଇ ଉପାୟ ପାଇଁ ଆପଣଙ୍କୁ କେଉଁ କେଉଁ ଜିନିଷ ସବୁ ଆଵଶ୍ୟକ ଆସନ୍ତୁ ସେ ବିଷୟରେ ଜାଣିବା।

ଆମକୁ ପ୍ରଥମ ଜିନିଷ ଯାହା ଦରକାର ସେ ହେଉଛି ଅଦା।ଆଉ ଧ୍ୟାନ ରଖିବେ ଆପଣଙ୍କୁ ଅଦା ସମ୍ପୂର୍ଣ୍ଣ ଭବାରେ ତାଜା ହିଁ ନବାର ଅଛି।ଏହାର କାରଣ ହେଲା ତାଜା ଅଦାରେ ରସ ବହୁତ ଅଧିକ ମାତ୍ରାରେ ରହିଥାଏ।ତାପରେ ଦ୍ଵିତୀୟ ଜିନିଷ ଆମକୁ ନେବାର ଅଛି ୭-୮ ଟି ତୁଳସୀ ପତ୍ର।ଏଥିରେ ଅଧିକ ମାତ୍ରାରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥାଏ।ଯାହା ଥଣ୍ଡା କାଶ ଆଦିକୁ ବହୁତ ଶୀଘ୍ର ଠିକ କରିଥାଏ।ଆଉ ତାପରେ ଆମକୁ ଦରକାର ଅଧା ଚାମୁଚ ଜିରା।ଆଉ ତାପରେ ଅଧା ଚାମୁଚରୁ କମ ନେବା ହଳଦୀ।ଆଉ ତାପରେ ନେବା ଅଳ୍ପ ଗୁଡ଼।ତାପରେ ଚାଲନ୍ତୁ ଜାଣିବା ଶାକୁ ତିଆରି କରିବାର ଉପାୟ।

ଆମକୁ ପ୍ରଥମେ କଣ କରିବାର ଅଛି ନା ଅଦାକୁ ଆଣି ଭଲ ଭାବରେ ଧୋଇ ନେଇ ତାକୁ ଗୋଟେ ଛୁରୀ ସାହାଯ୍ୟରେ ତାର ଉପର ଚୋପାକୁ ଛଡ଼େଇନେବା।ତାପରେ ଆପଣ କଣ କରିବେନା ଅଦାକୁ ଛୋଟ ଛୋଟ କରି ଛେଲି ନେବେ।ଏହା ବହୁତ ଗରମ ହେବା ସତ୍ୱେ ଏହାର ରସ ଆମ ଶରୀର ପାଇଁ ବହୁତ ଲଭଦାୟୀ ହୋଇଥାଏ।ତାପରେ ଆମକୁ ନେବର ଅଛି ଗୁଡ଼,ଏହି ଗୁଡ଼ ଶୀତ ଦିନରେ ବହୁତ ଲାଭଦାୟୀ ହୋଇଥାଏ।ତାପରେ ଗୁଡ଼ର ଟେଳାକୁ ଭଲ ଭବାରେ ହାତରେ ଭାଙ୍ଗି ଦେବା ଏବେ ହାତ କିମ୍ବା ସଫା କପଡା ସାହାଯ୍ୟ ରେ ସେ କଟା ଯାଇଥିବା ଅଦାର ରସକୁ କାଢି ନେବା।ତାପରେ ଚାମୁଚ ସାହାଯ୍ୟରେ ଅଦା ରସ ଆଉ ଗୁଡ଼କୁ ମିଶେଇ ନେବା।

ତାପରେ ଗୋଟେ ହେମଦସ୍ତା ନେବା ଓ ସେ ୭-୮ ଟି ତୁଳସୀ ପତ୍ର ନେବେ ତାକୁ ଭଲ ଭାବରେ ଧୋଇ ନେବେ ଓ ତାକୁ ଚିଡ଼େଇ ସେ ହେମଦସ୍ତା ଭିତରେ ପକେଇ ନେଵା।ତାପରେ ନେବା ଜିରା,ଏହି ଜିରାକୁ ଛୁଆ ମାନେ ଜମା ଭଲ ପାଆନ୍ତି ନାହିଁ ସେଥିପାଇଁ ଅଳ୍ପ ଜିରା ପକେଇ ସେ ତୁଳସୀ ପତ୍ରକୁ ଭଲ ଭାବରେ ଛେଚି ନେବା।ତାପରେ ନେବା ଏକ ଛୋଟ କଢେଇ ଆଉ ତାଭିତରେ ସେ ଅଦା ରସ ଆଉ ଗୁଡ଼ ପକେଇ ନେବା।ଆଉ ଆପଣ ସେ ଆଞ୍ଚକୁ ଅଳ୍ପ ଫ୍ଲେମରେ ରଖିବେ ବେସି ଫ୍ଲେମରେ ରଖିବେ ନାହିଁ।ତାପରେ କିଛି ସମୟ ଫୁଟିବା ପରେ ଆପଣ ସେ ଜିରା ଆଉ ତୁଳସୀ ଛେଚାକୁ ତାଭିତରେ ପକେଇ ନେବା।ତାପରେ ଆପଣ ଅଳ୍ପ ହଳଦୀ ତାଉପରେ ପେକେଇ ନେବେ।

ଏଠି ହଳଦୀ ପକେଇବାର ମୁଖ୍ୟ କାରଣ ହେଉଛି ଏହା ଆଣ୍ଟି ବ୍ୟାକ୍ଟେରିଆର କାମ କରିଥାଏ ଆଉ ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼େଇ ଥାଏ।ଆଉ ଏ ଆବୁ ଜିନିଷ ଆମ ଶରୀରରୁ ଥଣ୍ଡା ଦୁର କରିଥାଏ ଆଉ ତଣ୍ଟି ସଫା କରିଥାଏ।ଆପଣ ଚାହିଁଲେ ସେଥିରେ କଞ୍ଚା ହଳଦୀ ପକେଇ ପାରିବେ ନେହେଲେ ହଳଦୀ ଗୁଣ୍ଡ ପକେଇ ପାରିବେ।ଆଉ ଏ ସବୁ ଜିନିଷକୁ ଆପଣ ଅଳ୍ପ ଆଞ୍ଚରେ ଗରମ କରିବାକୁ ଲାଗିବେ।ଆପଣ ପାଖାପାଖି ୧-୨ ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଦେବେ ଏହା ଯେମିତି ଗାଢ଼ା ହୋଇଯିବ।ତାପରେ କିଛି ସମୟ ପର୍ଯ୍ୟନ୍ତ ଗ୍ୟାସ ବନ୍ଦ କରିନେବେ।ଆଉ କିଛି ସମୟ ପର୍ଯ୍ୟନ୍ତ ତାକୁ ଥଣ୍ଡା ହେବାକୁ ଛାଡି ଦେବେ।ତାପରେ ଆପଣ ଦେଖିବେ ଯେତେବେଳେ ଏହା ଥଣ୍ଡା ହୋଇଯିବ ତାହା ଆହୁରି ଅଧିକ ଗାଢ଼ା ହୋଇଯିବ,ଆପଣ ଏହାସକୁ ଖାଇବାର ଅଧା ଘଣ୍ଟା ପରେ ଏହାର ଲାଭ ଆମକୁ ଦେଖିବାକୁ ମିଳିଯିବ।

ତାପରେ ଆପଣ ଏହାକୁ ଗୋଟେ ଜାରରେ କିମ୍ବା କାଚରେ ସମ୍ବାଳି ରଖି ନେବେ।ଆପଣ ଏହାକୁ ଅତି ସହଜରେ ୧୦-୧୫ ଦିନ ପର୍ଯ୍ୟନ୍ତ ସମ୍ବାଳି ରଖି ପାରିବା।ଆପଣ ଏହାକୁ ଶୀତ ଦିନେ ତିଆରି କରି ସେବନ କରିବା ଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିଥାଏ।ଆପଣ ଏହାକୁ ଦିନରେ ୧-୨ ଚାମୁଚ ଦିନରେ ୨ ଥର ସେବନ କରି ପାରିବେ।ଆପଣ ଏହାକୁ ଶୋଇବା ପୂର୍ବରୁ ଖାଇ ଶୋଇବା ଦ୍ୱାରା ଏହା ଆମ ପାଇଁ ବହୁତ ଲାଭ ଦାୟକ ହୋଇଥାଏ କାରଣ ଆମେ ଶୋଇବା ପୂର୍ବରୁ ଆଉ କିଛି ଖାଇବାକୁ ନଥାଏ ତେଣୁ ଏହାକୁ ଶୋଇବା ପୂର୍ବରୁ ସେବନ କରିବା ଦ୍ୱାରା ବହୁତ ଭଲ ଭାବରେ କାମ କରିଥାଏ।ଆପଣ ଏହି ଔଷଧିକୁ ବନେଇ ନିଜ ଘରେ ରଖି ଦେବେ ଓ ଆଉ ଥଣ୍ଡା ଜର ହେଲେ ଏହାକୁ ସେବନ କରି ଆପଣ ଶିଘ୍ର ଉପଶମ ପାଆନ୍ତୁ।

Leave a Reply

Your email address will not be published. Required fields are marked *