March 10, 2025

Odia Express

Leading Odia News Portal of Odisha

ପିତୃ ପୁରୁଷ ୨୦୨୦ : ମରିବାପରେ ସ୍ୱପ୍ନରେ ଦେଖାଯାଆନ୍ତି ପରିଜନ ତେବେ ମିଳିଥାଏ ଏହିଭଳି ସଙ୍କେତ, ଜାଣନ୍ତୁ ଏମାନେ ଦେଖାଦେଲେ ହୋଇଥାଏ ଶୁଭ କି ଅଶୁଭ ସଙ୍କେତ..

ବର୍ଷରେ ଥରେ ହିନ୍ଦୁ ଧର୍ମ ରେ ପିତୃ ଶ୍ରାଦ୍ଧ ଆତ୍ମାର ଶାନ୍ତି ଓ ତାଙ୍କର ଆଶିର୍ବାଦ ପାଇବା ପାଇଁ ଶ୍ରାଦ୍ଧ ଓ ତର୍ପଣ ଆଦି କାର୍ଯ୍ୟ କରାଯାଏ , ଏହି ହିନ୍ଦୁ ଧର୍ମର ମାନ୍ୟତାରେ ପିତୃପକ୍ଷର ସମୟରେ କେଉଁ ପ୍ରକାରର ଶୁଭ କାର୍ଯ୍ୟ କିମ୍ବା ପୁଜା ଅନୁଷ୍ଠାନ କରାଯାଇନଥାଏ , କାରଣ ମାନ୍ୟତା ଅନୁସାରେ ଏହା ୧୫ ଦିନ ପକ୍ଷ କେବଳ ମୃତ ପୁର୍ବଜଙ୍କ ପାଇଁ ନିଶ୍ଚିତ ହୋଇଥାଏ , ଏହି ସମୟରେ ଯଦି ଆପଣ ଦାନ କରୁଛନ୍ତି କିମ୍ବା ଭୋକିଲା ଲୋକଙ୍କୁ ଖୁଆଉଛନ୍ତି ତେବେ ଏହି ଖାଦ୍ୟ୍ ଆପଣଙ୍କ ପୁର୍ବଜଙ୍କ ଆତ୍ମା ଯାଏଁ ପହଞ୍ଚିଯାଇଥାଏ , ଓ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରେ ।

ବହୁତଥର ଏମିତି ହୋଇଥାଏ କି ଆପଣ କେଉଁ ମୃତ୍ ହୋଇସାରିଥିବା ପରିଜନଙ୍କ ସହ ଜଡିତ ଥିବେ ସେଆପଣଙ୍କ ସ୍ୱପ୍ନରେ ଆସିବାକୁ ଲାଗନ୍ତି , ଗରୁଡ ପୁରାଣ ଅନୁସାରେ ପିତୃପକ୍ଷର ପରିଜନ ସ୍ୱପ୍ନରେ ଦେଖାଦେବା ଏକ ପ୍ରକାରର ବିଶେଷ ସଙ୍କେତ ହୋଇଥାଏ , ଆପଣଙ୍କୁ ଏହା ବି ସଙ୍କେତ ମିଳିଥାଏ କି ଆପଣଙ୍କ ସେ ପୁର୍ବଜ କଣ ଆଶା କରୁଛନ୍ତି , ଆଗକୁ ଜାଣନ୍ତୁ ସ୍ୱପ୍ନ ବିଚାରର ଅର୍ଥ

୧) ସ୍ୱପ୍ନରେ ମୃତକ ପରିଜନଙ୍କ ରୋଗାକ୍ରାନ୍ତ କିମ୍ବା କଷ୍ଟରେ ଥିବା ଦେଖାଯିବା :- ଯଦି ଆପଣଙ୍କ ସଂବନ୍ଧି ସ୍ୱାସ୍ଥ୍ୟ ଅବସ୍ଥାରେ କିମ୍ବା ଆୟୁ ପୁରା କରିବାପରେ ସ୍ୱର୍ଗବାସୀ ହୋଇଛନ୍ତି , ଓ ସ୍ୱପ୍ନରେ ରୋଗାକ୍ରାନ୍ତ କିମ୍ବା କଷ୍ଟ ଭୋଗୁଥିବାର ଦେଖାଦିଅନ୍ତି ତେବେ ଏହାର ମତଲବ ତାଙ୍କ ଆତ୍ମାକୁ ଶାନ୍ତି ମିଳିନାହିଁ,  ସ୍ୱପ୍ନରେ ଆସିକରି ପରିଜନଙ୍କୁ ଏହା ଇସାରା କରନ୍ତି କି ତାଙ୍କ ଆତ୍ମାକୁ ଶାନ୍ତି ଦେବାପଇଁ କିଛି କରିବା ଉଚିତ୍ , ନିଜ ପଣ୍ତିତ କିମ୍ବା ବୟସ୍କ ବ୍ୟକ୍ତିଙ୍କ ଉପଦେଶ ଅନୁସାରେ , ଆପଣ ତର୍ପଣ, ଶ୍ରାଦ୍ଧ କିମ୍ବା ଦାନ ଆଦି କରିବାକୁ ଉପଦେଶ ଦିଆଯାଏ ।

୨) ସ୍ୱପ୍ନରେ ମୃତକ ସଂବନ୍ଧିଙ୍କ ସ୍ୱାସ୍ଥ୍ୟ କିମ୍ବା ଖୁସି ରହିଥିବା ଦେଖାଯିବା :- ଯଦି ଆପଣଙ୍କ ପରିଜନ ସ୍ୱପ୍ନରେ ସୁସ୍ଥ୍ୟ ଓ ଖୁସି ଦେଖାଦେଉଛନ୍ତି ତେବେ ଏହାର ମତଲବ କି ତାଙ୍କ ଆତ୍ମାକୁ ଶାନ୍ତି ମିଳିସାରିଛି , ତାଙ୍କୁ କେଉଁ ପ୍ରକାରର ଅସୁବିଧା ନାହିଁ , ଆପଣଙ୍କୁ ବାରମ୍ବାର ମନେ ପକାଇବାର ଚିନ୍ତିତ ନହେବାର ଉପଦେଶ ଦିଆଯାଏ ।

୩) ଜୀବିତ ବ୍ୟକ୍ତିକୁ ସ୍ୱପ୍ନରେ ମୃତ ଦେଖାଦେବା :-ଯଦି କେଉଁ ଜିବିତ ପରିଜନ ସ୍ୱପ୍ନରେ ଆପଣ ମୃତ ଦେଖନ୍ତି ତେବେ ସ୍ୱପ୍ନ ବିଚାର ଅନୁସାରେ ସେ ସେଇ ବ୍ୟକ୍ତିର ଆୟୁ ବଢାଇବାର ସଙ୍କେତ ଦେଇଥାଏ ।

ଜ୍ୟୋତିଷ୍ୟଚାର୍ଯ୍ୟଙ୍କ ମୁତାବିକ କେଉଁ ମୃତକ ପରିଜନଙ୍କୁ ମନେ ପକାଇବା କିମ୍ବା ଚର୍ଚ୍ଚା କରିବା ଆପଣଙ୍କୁ ଓ ଆପଣଙ୍କ ପରିଜନଙ୍କୁ ଆତ୍ମାକୁ ଦୁହେଁଙ୍କୁ କଷ୍ଠ ପହଞ୍ଚାଇଥାଏ , ଏଥିପାଇଁ ଆପଣଙ୍କୁ ଏହା କରିବା ଉଚିତ୍ କି ଯିଏ ଏହି ଦୁନୀଆଁ ଛାଡିକରି ଯାଇସାରିଛି ତାଙ୍କ ବିଷୟରେ କମ୍ ଭାବନ୍ତୁ ।

ସୁଚନା କାର ମାନେ ଏହା ବି କହନ୍ତି କି କିଛି ଲୋକଙ୍କର ବୟସ ହୋଇଗଲେ ସେ ସଂସାର ଛାଡିଚାଳିଯାଆନ୍ତି , ଓ ତାଙ୍କୁ କିଛି ଲୋକ ପ୍ରେତ ଯୌନିକୁ ଚାଲିଯାଆନ୍ତି , ଭଲ ଓ ସଦଭାବନା ବାଲା ବ୍ୟକ୍ତି ଆତ୍ମା କାହାକୁ ହଇରାଣ କରନ୍ତି ନାହିଁ , କିନ୍ତୁ ଦୁଷ୍ଟ ପ୍ରବୃତିର ଲୋକ ଆତ୍ମା ଚାଲିଯିବାପରେ ବି ହଇରାଣ କରିଥାନ୍ତି ।

Leave a Reply

Your email address will not be published. Required fields are marked *