କାଉ ଠାରୁ ଶିଖନ୍ତୁ ଏହି ପାଞ୍ଚଟି କଥା – ଜୀବନରେ ସର୍ବଦା ଆପଣ ସଫଳ ପାଇବେ..
![](https://www.odiaexpress.in/wp-content/uploads/2020/09/nsakjdhksadgfkghufhff-Odia-Express.jpg)
ନମସ୍କାର, ଆମେ ଆପଣଙ୍କୁ ଯଦି ଆପଣଙ୍କ ମନରେ କିଛି ଶିଖିବାର ଇଛା ବା ଆଗ୍ରହ ଅଛି ତେବେ ଆପଣ ଛୋଟ ହେଉ କିମ୍ବା ବଡ଼ ସବୁ କିଛି କଥା ଶିଖିପାରିବେ।ତେବେ ଚାଣକ୍ୟ ନିତି ନିଜ ଭିତରେ ସର୍ବଦା କିଛି ଶିଖିବାର ଜିଜ୍ଞାସା ଜାତ କରନ୍ତୁ ଓ ଯାହା କିଛି ନୂତନ କଥା ଶିଖିବାକୁ ମିଳୁଛି ତାହା ଶିଖନ୍ତୁ।ଆଉ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତିକି ଅଧା ଥିବା ଜ୍ଞାନ ସବୁବେଳେ ଘାତକ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତି ରେ କହିଛନ୍ତି ପ୍ରତ୍ୟେକ ମନୁଷ୍ୟ ମାନଙ୍କୁ କୁଆ ଠାରୁ ପାଞ୍ଚଟି କଥା ଶିଖିବା ଦରକାର।
ପ୍ରଥମ କଥା,ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେପରି କୁଆ ତାର ନିଜର ତାର ନଜର କୁ ଚାରିଆଡ଼େ ରଖିଥାଏ ଠିକ୍ ସେହିପରି ଆପଣଙ୍କୁ ମଧ୍ୟ ଆପଣଙ୍କ ଚାରିପାଖରେ ନଜର ରଖିବା ଆବଶ୍ୟକ ଅଟେ। କୁଆ ନିଜ ଚକ୍ଷୁ ଦ୍ବାରା ଚାରିଆଡ଼େ ନଜର ରଖିଥାଏ କାରଣ ଯେପରି ତାର କେହି କ୍ଷତି କରିପାରିବେ ନାହିଁ।ଏହି ପରି ଭାବେ ସେ ନିଜର ସୁରକ୍ଷା କରିଥାଏ ଓ ଠିକ୍ ସମୟ କୁ ଅପେକ୍ଷା କରିଥାଏ। ଆପଣଙ୍କୁ ମଧ୍ୟ ଆପଣଙ୍କ ପରିସ୍ଥିତି କୁ ଜାଣିବା ଦରକାର ହୋଇଥାଏ।
ଅନେକ ଥର ଏପରି ହୋଇଥାଏ ଆପଣ ନିଜ ଜୀବନରେ କୌଣସି ଏକ ସମସ୍ୟା ରେ ଫସିଯାନ୍ତି ଓ ସେହି ସମସ୍ୟା ରୁ ମୁକ୍ତି ପାଇବା ଆପଣଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇଯାଏ। ସେହି ସମୟରେ ଆପଣଙ୍କୁ ଆପଣଙ୍କ ଚାରିପାଖରେ ଥିବା ଏପରି ଜିନିଷ ଦେଖିବା ଆବଶ୍ୟକ ଯାହା ଦ୍ୱାରା ଆପଣଙ୍କୁ ସମସ୍ୟା ର ସମାଧାନ ମିଳିଯିବ। ସେଥିପାଇଁ ସର୍ବଦା ନିଜ ଦୃଷ୍ଟି କୁ କୁଆ ପରି ଚାରିଆଡ଼େ ରଖନ୍ତୁ।
ଦ୍ଵିତୀୟ କଥା,କୁଆ ଏକ ପକ୍ଷୀ ଅଟେ ଯାହାର ସ୍ଵଭାବ ନିର୍ଭୟୀ ଅଟେ। ସେ ଯୁଆଡ଼େ ଚାହେଁ ଚାରି ଆଡ଼େ ଯାଇପାରେ , ଏପରି କି ନିଜର ଭୋଜନ ର ସନ୍ଧାନ ରେ ସେ ଯେକୌଣସି ସ୍ଥାନ କୁ ଯିବା ପାଇଁ ଭୟ କରେ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ସେ ସର୍ବଦା ସତର୍କ ରହିଥାଏ ଓ ତାକୁ ତା ନିଜ ଉପରେ ଭରସା ମଧ୍ୟ ରହିଥାଏ। ସେଥିପାଇଁ ସେ କୌଣସି କାର୍ଯ୍ୟ ପାଇଁ ଭୟ କରେ ନାହିଁ। ତେଣୁ ଆପଣ କିପରି ନିର୍ଭୟି ହେବେ ତାହା କୁଆ ଠାରୁ ଶିଖିବା ଆବଶ୍ୟକ ଅଟେ।କାଉ ଭଳି ଆମେ ଆମକୁ ନିର୍ଭୀକ ଓ ସ୍ୱତନ୍ତ୍ର କରି ନେବେ ତାହେଲେ ଆମେ ଆମକୁ ସ୍ୱତନ୍ତ୍ର କରି ପାରିବା।କୁଆ ପରି ଆପଣଙ୍କୁ ସତର୍କ ରହିବା ସହ ନିଜକୁ ମଜବୁତ କରିବା ଆବଶ୍ୟକ। ଯଦି ଆପଣ ଭିତରୁ ମଜବୁତ ହୋଇଯାନ୍ତି, ତେବେ କୌଣସି ବି ବାହାର ଶକ୍ତି ଆପଣଙ୍କର କ୍ଷତି କରିପାରିବ ନାହିଁ। ତେଣୁ ଆପଣଙ୍କୁ ସର୍ବଦା ମଜବୁତ ଓ ନିର୍ଭୟୀ ହେବା ଆବଶ୍ୟକ ଅଟେ।
ତୃତୀୟ କଥା, କୁଆ ସର୍ବଦା ନିଜ ପାଇଁ ଉପଯୋଗୀ ବସ୍ତୁ ର ସଞ୍ଚୟ କରିଥାଏ। ତାକୁ ଯେକୌଣସି ମୂଲ୍ୟବାନ ବସ୍ତୁ ମିଳେ ସେ ତାକୁ ଏକାଠି କରି ରଖେ ଓ ନିଜର ଆବଶ୍ୟକ ସମୟରେ ତାର ଉପଯୋଗ କରିଥାଏ। ବେଳେ ବେଳେ ଦେଖିଥିବେ କୁଆ ରୁଟି ଟୁକୁଡ଼ା ଗୁଡ଼ିକୁ ନେଇ କୌଣସି ଶୁନଶାନ୍ ସ୍ଥାନ କୁ ଚାଲିଯାଏ ଓ ସେଠାରେ ତାକୁ ସଞ୍ଚୟ କରି ରଖେ, ଯେତେବେଳେ ତାକୁ ଭୋଜନ ର ସନ୍ଧାନ ମିଳେ ନାହିଁ ସେ ସେହି ସଞ୍ଚୟ କରିଥିବା ରୁଟି ଟୁକୁଡ଼ା କୁ ଖାଇଥାଏ।ମନୁଷ୍ୟକୁ ମଧ୍ୟ ନିଜ ବହୁତ ମୂଲ୍ୟବାନ ବସ୍ତୁକୁ ଏଇଆଥି କରିବାର ଆଵଶ୍ୟକତା ଅଛି।ଆଉ ତାପରେ ଯିଏ ନିଜ ବସ୍ତୁକୁ ସମ୍ବାଳି ରଖିପାରେ ସେ ଖୁସିରେ ରହେ।
ତେଣୁ ସର୍ବଦା ମନୁଷ୍ୟ ମାନଙ୍କୁ ମଧ୍ୟ ନିଜର ମୂଲ୍ୟବାନ ବସ୍ତୁ କୁ ସଞ୍ଚୟ କରି ରଖିବା ଦରକାର ହୋଇଥାଏ। ଯାହା ଫଳରେ ସେ ତାର ଉପଯୋଗ ଠିକ୍ ସମୟରେ କରିପାରିବେ। ଯେଉଁ ବ୍ୟକ୍ତି ମାନେ ମୂଲ୍ୟବାନ ବସ୍ତୁ କୁ ସଞ୍ଚୟ ନକରି ନୂତନ ବସ୍ତୁ କୁ କିଣି ଥାଆନ୍ତି ସେହି ବ୍ୟକ୍ତି କୁଆ ଠାରୁ କିଛି ଶିଖିବା ଆବଶ୍ୟକ।
ଚତୁର୍ଥ କଥା, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେପରି କୁଆ କୁ ଏକୁଟିଆ ରହିବା ପସନ୍ଦ ହୋଇଥାଏ ସେହିପରି ଆପଣଙ୍କୁ ମଧ୍ୟ ନିଜ ପତ୍ନୀ ବା ସାଥୀ ଙ୍କ ସହିତ ଏକୁଟିଆ ରେ ବହୁମୂଲ୍ୟ ସମୟ ବିତାଇବା ଦରକାର। ଯେତେବେଳେ ଆପଣ କାହା ପାଇଁ ନିଜର ସମୟ ବାହାର କରନ୍ତି, ସେତେବେଳେ ତାଙ୍କ ଆଗରେ ଆପଣଙ୍କର ମୂଲ୍ୟ ବଢିଯାଏ। ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି କି ସେ ଯେପରି ଅନ୍ୟ ପାଇଁ ସମୟ ବାହର କରୁଛନ୍ତି, ସେହି ମଧ୍ୟ ତାଙ୍କ ପାଇଁ ସମୟ ବାହାର କରିବା ଦରକାର।
ଏହା ଦ୍ବାରା ଆପଣଙ୍କ ର ସମ୍ପର୍କ ଦୃଢ଼ ହୋଇଥାଏ ଆଉ ସମ୍ପର୍କରେ ମିଠାପଣ ବୃଦ୍ଧି ପାଏ। ଆଜି କାଲି ନିଜର ପରିବାର କୁ ବା ସାଙ୍ଗସାଥୀ ମାନଙ୍କୁ ସମୟ ନଦେବାର ସମସ୍ୟା ବଢିଗଲାଣି।ପ୍ରାୟ ସମୟ ସୃଷ୍ଟି ହୁଏ ଯାହା ନିଜର ପରିବାର ବା ସାଙ୍ଗସାଥୀ ମାନଙ୍କ ପାଇଁ ନିଜର ସମୟ ବାହାର ନକରି ପାରିବାରୁ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଆମକୁ କୁଆ ଠାରୁ ଶିଖିବା ଦରକାର କି ଆପଣଙ୍କୁ ମଧ୍ୟ ସମୟ ବାହାର କରି ନିଜ ପରିବାର ସହ ସମୟ ବିତାଇବା ଦରକାର।
ପଞ୍ଚମ କଥା, ଅନ୍ୟ ଉପରେ ବିଶ୍ୱାସ ନକରିବା ଉଚିତ। ଏହି କଥା ଆପଣ ଆଗରୁ ମଧ୍ୟ ଶୁଣିଥିବେ ହେଲେ ଶୁଣି ମଧ୍ୟ ଭୁଲିଯାନ୍ତି ଯାହାର ପରିଣାମ ଆପଣଙ୍କୁ ହିଁ ମିଳିଥାଏ। କୁଆ କେବେ ମଧ୍ୟ ସିଧା କାହା ଉପରେ ବିଶ୍ୱାସ କରେ ନାହିଁ, ଯଦି କାହା ଉପରେ ବିଶ୍ୱାସ କରେ ତେବେ ସେ ହଉଛି ସେ ହେଉଛି ନିଜେ। ସେ ଜାଣିଥାଏ ଯେ ତାର କ୍ଷମତା କୁ ଯେକେହି ବି ହେଉ ନିଜର ଲାଭ ପାଇଁ ବ୍ୟବହାର କରିପାରେ। ସେଥିପାଇଁ ସେ ଅନ୍ୟ ଉପରେ ବିଶ୍ୱାସ କରେ ନାହିଁ।
ଆପଣଙ୍କୁ ମଧ୍ୟ ଅନ୍ୟ କାହା ଉପରେ ସହଜରେ ବିଶ୍ୱାସ କରିବା ଠିକ୍ ନୁହେଁ। ସେହି ବ୍ୟକ୍ତି ଉପରେ ଭରସା କରନ୍ତୁ ଯେଉଁ ବ୍ୟକ୍ତି ଙ୍କୁ ଆପଣ ଭଲଭାବରେ ଜାଣିଥିବେ ଆଉ ଅଜଣା ବ୍ୟକ୍ତି ଉପରେ ଭରସା କରିବା ପୂର୍ବରୁ ଆପଣ ଭଲ ଭାବରେ ବିଚାର ବିମର୍ଷ କରିବା ନିହାତି ଜରୁରୀ ଅଟେ। କେବେ ମଧ୍ୟ ନିଜ ବନ୍ଧୁ ବା ସମ୍ପର୍କୀୟ କିମ୍ବା ଅନ୍ୟ ବ୍ୟକ୍ତି ମାନଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଆପଣଙ୍କୁ ଯେତେବେଳେ ବି ଆପଣଙ୍କୁ କିଛି ଶିଖିବାକୁ ମିଳୁଛି ତେବେ ଆପଣ ନିଶ୍ଚିତ ଭାବରେ ଶିଖନ୍ତୁ। ଜଣେ ସଫଳ ବ୍ୟକ୍ତି ପ୍ରତ୍ୟେକ ପରିସ୍ଥିତି ରେ କିଛି ନା କିଛି ଶିଖିବାକୁ ଚେଷ୍ଟା କରିଥାଏ। ଶିଖିବାର ଇଛା ବା ଆଗ୍ରହ ଆପଣଙ୍କୁ ଦିନେ ନା ଦିନେ ନିଶ୍ଚିତ ସଫଳ କରିଥାଏ।