February 5, 2025

Odia Express

Leading Odia News Portal of Odisha

ଦିୟା ଔର୍ ବାତି ହମ୍ ର ସଂନ୍ଧ୍ୟା ଓରଫ୍ ଦିପିକା ଅସଲ ଜୀବନରେ ଅଟନ୍ତି ଜଣେ ସୁଶୀଲ ବୋହୁ, ଏମିତି ବଞ୍ଚନ୍ତି ନିଜ ଲାଇଫ୍

କିଛି ବର୍ଷ ପୂର୍ବରୁ ଷ୍ଟାର୍ ପ୍ଲସରେ ଦିୟା ଔର୍ ବାତି ହମ୍ ଶୋ ସମସ୍ତଙ୍କ ହୃଦୟରେ ଏକ ଅଲଗା ଜାଗା ବନାଇଯାଇଥିଲା , ଏହା ଏକ ମାତ୍ର ଶୋ ଥିଲା ଯାହା ବହୁତଦିନ ଧରି ସୁପରହିଟ୍ ରହିଆସିଥିଲା , ଏହି ଶୋର କାହାଣୀରେ ସଂନ୍ଧ୍ୟା ବିନ୍ଧନୀ ଏପଟ ସେପଟ ବୁଲୁଥିଲେ ଯିଏକି ଆଇପିଏସ୍ ଅଫିସର୍ ହେବାକୁ ଚାହୁଁଥିଲେ , କିନ୍ତୁ ତାଙ୍କ ବାହାଘର ଜଣେ ଅଶିକ୍ଷିତ ଲୋକ ସୁରଜ ରାଠିଙ୍କୁ କରିଦିଆଗଲା , ବିବାହ ନାପସନ୍ଦ ହେବା ସତ୍ତ୍ୱେ  ବି ସଂନ୍ଧ୍ୟା ଏକ ଭଲ ସଂସ୍କାରୀ ବୋହୁର ଭୁମିକା ନିଭାଉଛନ୍ତି , କହିଦେବୁ କି ସଂନ୍ଧ୍ୟାଙ୍କ ଭୁମିକା ନିଭାଉଥିବା ଅଭିନେତ୍ରୀ ଦୀପିକା ସିଂ ରିୟଲ ଲାଇଫ୍ ରେ ଏକ ଭଲ ସ୍ତ୍ରୀ ଓ ବୋହୁ ବି ଅଟନ୍ତି , ତାଙ୍କର ସଂସ୍କାର ବି ବହୁତ ଲୋକପ୍ରିୟ ଅଟେ , ଆସନ୍ତୁ ଜାଣିବା ଦିପିକା ସିଂଙ୍କ ନିଜ ଜୀବନ ସହ ଯୋଡି ହୋଇଥିବା କିଛି ଖାସ୍ କଥା ।

ପର୍ଦାରେ ହେଉ କିମ୍ବା ରିୟଲ୍ ଲାଇଫ୍ ହେଉ ଦୀପିକା ସବୁ ଭୁମିକା ପୁରା ହୃଦୟ ସହକାରେ ନିଭାଇଥାନ୍ତି , ତାଙ୍କର ବିବାହ ଅଚାନକ ହୋଇଥିଲା ଯାହାକି ପୁରା ଶୋର କାଷ୍ଟକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା,  ସିଧା ଶବ୍ଦରେ କହିଲେ ସଂନ୍ଧ୍ୟା ଓରଫ୍ ଦିପିକା ସବୁ ଜିନିଷରେ ପରଫେକ୍ଟ ରହିଛନ୍ତି , ସେମିତି ଟିଭି ଲାଇଫ୍ ହେଉ କିମ୍ବା ନିଜ ଲାଇଫ୍ , ସେ ନିଜ ପ୍ରୋଫେସନାଲ୍ ଓ ପର୍ସନାଲ୍ ଲାଇଫ୍ କେବେ ମିକ୍ସ ହେବାକୁ ଦିଅନ୍ତି ନାହିଁ । ସେ ସବୁବେଳେ ଏକ ଭଲ ବୋହୁରାଣୀ ହୋଇ ବାହାରିଥାନ୍ତି । ଆଜିକାଲି ଆଧୁନିକ ଯୁଗରେ ମହିଳାମାନେ ସକାଳର ଆରମ୍ଭ ସୋସିଆଲ୍ ମିଡିଆରେ ସେଲ୍ଫି ନେଇ ଦିନ ଆରମ୍ଭ କରନ୍ତି , କିନ୍ତୁ ଆମର ଦିପିକା ସିଂ ଏହି ମାମଲାରେ ବିପରୀତ ଅଟନ୍ତି , ସେ ସକାଳୁ ଉଠିଲାପରେ ଗାଧୋଇକରି ପୁଜା ପାଠ କରନ୍ତି

ଏହି ପାଠରେ ବହୁତଥର ତାଙ୍କର ସ୍ୱାମୀ ରୋହିତ୍ ରାଜ ଗୋୟଲ୍ ବି ଦେଇଥାନ୍ତି , ଦିପିକାଙ୍କ କହିବା କଥା କି ଯଦି କେଉଁ ବ୍ୟକ୍ତି ସଚ୍ଚା ମନରେ ସବୁଦିନ ପୁଜା କରିଥାଏ ତେବେ ଭଗବାନ ତାଙ୍କର ସବୁ ମନୋକାମନା ପୁରା କରିଦିଅନ୍ତି , ତାହା ସହ ଘରେ ନକରାତ୍ମକ ଉର୍ଜା ବି ରହିଥାଏ , କହିଦେବୁ କି ସ୍ୱାମୀ ସାଙ୍ଗରେ ମସ୍ତି କରୁଥିବା କିଛି ମୁହୁର୍ତ୍ତ ଦୀପିକା ମିସ୍ କରନ୍ତି ନାହିଁ , କିଛି ଦିନ ପୁର୍ବରୁ ଦିପିକା ପୁର୍ବରୁ ସ୍ୱାମୀଙ୍କ ସହ ଟିକ୍ ଟକ୍ ଭିଡିଓ କରିଥିଲେ , ସେ ପୁଜାପରେ ରୋହିତ୍ ରାଜ ଗୋୟଲଙ୍କ ସହ ମସ୍ତି କରୁଛନ୍ତି , ଯାହାକି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥିଲା ,

ସାଧାରଣତଃ ଦେଖାଯାଇଛି କି ଝିଅମାନେ ନିଜ ମାଙ୍କୁ ଅଧିକା ଗୁରୁତ୍ୱ ଦିଅନ୍ତି , କିନ୍ତୁ ନିଜ ଶାଶୁଙ୍କୁ ସେତେ ଦେଇପାରନ୍ତି ନାହିଁ , ଓ ବହୁତଥର ପୁଅଙ୍କୁ ତାଙ୍କ ମାଙ୍କ ବିପକ୍ଷରେ ଭଡକାଇବାର କାମ କରନ୍ତି , କିନ୍ତୁ ସଂନ୍ଧ୍ୟା ଓରଫ୍ ଦିପିକା ସିଂ ଏମିତି କେବେ କରନ୍ତି ନାହିଁ , ସେ ନିଜ ମାଙ୍କୁ ଯେତେ ଭଲ ପାଆନ୍ତି ତାଠୁ ଅଧିକା ନିଜ ଶାଶୁଙ୍କୁ ପସନ୍ଦ କରନ୍ତି , ବୋଧେ ସେଥିପାଇଁ ସେ ମଦର୍ସ ଡେ ରେ ଏକ ଭଲ ମେସେଜ୍ ସେୟାର୍ କରିଥିଲେ , ଓ କହିଥିଲେ କି ତାଙ୍କ ପାଖରେ ଦୁଇଟି ମା ଅଛନ୍ତି , ଓ ତାଙ୍କୁ ସେ ବହୁତ ଭଲ ପାଆନ୍ତି , ଦିପିକା ଦେଖିବାକୁ ଯେତେ ବି ମଡର୍ଣ୍ଣ ଅଟନ୍ତି , ସେତେ ଅଧିକା ସଂସ୍କାରୀ ବି ଅଟନ୍ତି ।

Leave a Reply

Your email address will not be published. Required fields are marked *