December 23, 2024

Odia Express

Leading Odia News Portal of Odisha

ଓଡ଼ିଶାର ୨୦ଟି ଜଣା ଅଜଣା କଥା – ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ ? ଓଡ଼ିଶାର ତୁଳସୀ କ୍ଷେତ୍ର କାହାକୁ କହିଥାନ୍ତି ? ଓଡ଼ିଶାର କୈଳାଶ କାହାକୁ କହିଥାନ୍ତି ? ବୁଦ୍ଧିମାନ ଲୋକ ଉତ୍ତର ଦିୟନ୍ତୁ..

ନମସ୍କାର, ଆଜି ଆମେ ଆପଣ ମାନଙ୍କର ସ୍ୱାଗତ ଜଣାଉଛୁ।ଚାଲନ୍ତୁ ଆଜି ଜାଣିବା କେତେକ କୌତୁହଳ ପୁର୍ଣ୍ଣ ଓଡ଼ିଆର ସାଧାରଣଜ୍ଞାନ ପ୍ରଶ୍ନ ଓ ଉତ୍ତର।ଏବେ ଆସନ୍ତୁ ଜାଣିବା ପ୍ରଶ୍ନ ଓ ଉତ୍ତର ଗୁଡିକୁ। ତେବେ ଯଦି ଆପଣାକୁ ଏହି ପ୍ରଶ୍ନ ଉତ୍ତର ଭଲ ଲାଗିଛି ତେବେ ନିଶ୍ଚୟ ସାଙ୍ଗ ମାନକ ସହ ସେୟାର କରିବେ ଓ ସବୁଦିନ ନୂଆ ନୂଆ କଥା ଜାଣିବା ପାଇଁ ଲାଇକ କରିବେ | ଏବେ ଆସନ୍ତୁ ଜାଣିବା ଏକ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୧:-ଓଡ଼ିଶାର କାଶୀ କାହାକୁ କହିଥାନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭୁବନେଶ୍ୱର।ଏହି ଭୁବନେଶ୍ୱର ଭାରତର ଏକ ପୁରୁଣା ସହର ଓ ଓଡିଶାର ରାଜଧାନୀ ଅଟେ।ଆଉ ଭୁବନେଶ୍ୱର କୁ ଭାରତର ମନ୍ଦିର ମାଳିନୀ ସହର ମଧ୍ୟ କୁହାଯାଏ।ଏଠାରେ ୧୧୦୦ ଖ୍ରୀଷ୍ଟାବ୍ଦର ଲିଙ୍ଗରାଜ ମନ୍ଦିର,ରାଜାରାଣୀ ମନ୍ଦିର ଓ ତାସହିତ ପୁରାତନ ଖଣ୍ଡଗିରି ଗୁମ୍ଫା ଧଉଳି ଶାନ୍ତି ସ୍ତୁପ,ନନ୍ଦନ କାନନ ପ୍ରାଣୀ ଉଦ୍ୟାନ ଓ ଚନ୍ଦକା ଅରଣ୍ୟ ଆଉ କଳିଙ୍ଗ ଷ୍ଟାଡିୟମ ପାଇଁ ପ୍ରସିଦ୍ଧ।ଭୁବନେଶ୍ୱର ବର୍ତ୍ତମାନ ଭାରତର ଗୋଟେ ପ୍ରଗତିଶୀଳ ସ୍ମାର୍ଟ ସିଟି ଭାବରେ ଆମେ ଜାଣିଛୁ।

ଏବେ ଆସନ୍ତୁ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-ଓଡ଼ିଶାର ଗଦା କ୍ଷେତ୍ର କାହାକୁ କହିଥାନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଯାଜପୁର।ଏକଦା ଓଡ଼ିଶାରେ କେଶରୀ ଵଂଶ ରାଜୁତି କରୁଥିବା ସମୟରେ ଏହି ଯାଜପୁର ଓଡ଼ିଶାର ରାଜଧାନୀ ଥିଲା।ତାପରେ କଟକ ଓ ଏବେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଭାବରେ ଜଣାଗଲା।

ଏବେ ଆସନ୍ତୁ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ଓଡ଼ିଶାର ତୁଳସୀ କ୍ଷେତ୍ର କାହାକୁ କହିଥାନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କେନ୍ଦ୍ରାପଡା।କେନ୍ଦ୍ରାପଡା ଭିତର କନିକା ଜାତୀୟ ଉଦ୍ୟାନ,ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଶ୍ରୀ ବଳଦେବ ଜୀଉଙ୍କ ପାଇଁ ପ୍ରସିଦ୍ଧ।

ଏବେ ଆସନ୍ତୁ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦାରିଙ୍ଗବାଡି।ଏହା ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଅବସ୍ଥିତ।ଏହାର ଉଚ୍ଚତା ୩୦୦୦ ଫୁଟ ଅଟେ।ଏହା ଭାରତର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଅଟେ।

ଏବେ ଆସନ୍ତୁ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-ଓଡ଼ିଶାର ଭାତ ହାଣ୍ଡି କାହାକୁ କୁହନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାଲେଶ୍ଵର।ଏଠାରେ ପ୍ରଚୁର ଧାନ ଚାଷ ହୁଏ,ବାଲେଶ୍ଵରର ଚାନ୍ଦିପୁର ଠାରେ ଭାରତର ପ୍ରମୁଖ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ରହିଛି।

ଏବେ ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-ଓଡ଼ିଶାର ବିହଙ୍ଗ ବିହାର କାହାକୁ କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚିଲିକା।ଏହା ଭାରତର ସର୍ଵ ବୃହତ ଲୁଣିପାଣୀ ର ହ୍ରଦ ଅଟେ।ଏହା ବଙ୍ଗୋପସାଗରର ମୁହାଣରେ ପୁରୀ,ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ସୀମାକୁ ଛୁଇଁଛି।ଏହି ଚିଲିକାରେ କାଳିଜାଇ ପାହାଡ଼ ନଳବଣ ଦ୍ବିପ ଓ ଭାଲେରି ପାହାଡ଼ ରହିଛି ଯେଉଁଠି ବିଦେଶାଗତ ପକ୍ଷୀ ଓ ଡ଼ଲଫିନ ଦେଖିବାକୁ ମିଳନ୍ତି।

ଏବେ ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-ଓଡ଼ିଶାର ବାଣୀ ବିହାର କାହାକୁ କୁହନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ।ଏହା ଭାରତର ୧୭ତମ ପୁରୁଣା ବିଶ୍ଵଦିଦ୍ୟାଳୟ ଅଟେ।ଏହି ବିଶ୍ଵବିଦ୍ୟାଳୟ ୨୭ ନଭେମ୍ବର ୧୯୪୩ ରେ ସ୍ଥାପନା କରାଯାଇଥିଲା।

ଏବେ ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-ଓଡ଼ିଶାର ଭଞ୍ଜ ବିହାର କାହାକୁ କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ।ଏହା ୨ ଜାନୁଆରୀ ୧୯୬୭ ରେ ବ୍ରହ୍ମପୁର ଠାରେ ସ୍ଥାପନ ହୋଇଥିଲା।

ଏବେ ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ଓଡ଼ିଶାର କଳା ପାଗଡା କାହାକୁ କୁହାଯାଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କୋଣାର୍କ।ଏହା ବଙ୍ଗୋପସାଗର କୂଳରେ ଅବସ୍ଥିତ।ଏହା ୭୦୦ ଖ୍ରୀଷ୍ଟାବ୍ଦରେ ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା।

ଏବେ ଆସନ୍ତୁ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-ଓଡ଼ିଶାର ମଣି କ୍ଷେତ୍ର କାହାକୁ କୁହନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆରଡ଼ି।ଏହା ଭଦ୍ରକ ଜିଲ୍ଲାରେ ଥୁବା ଏକ ବିଶାଳ ଶୈବ ପୀଠ ଅଟେ।

ଏବେ ଆସନ୍ତୁ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୧:-ଓଡ଼ିଶାର ସ୍ୱର୍ଣ୍ଣ ତ୍ରିଭୁତ କାହାକୁ କୁହନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପୁରୀ,କୋଣାର୍କ ଓ ଭୁବନେଶ୍ୱର।

ଏବେ ଆସନ୍ତୁ ଜାଣିବା ବାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୨:-ଓଡ଼ିଶାର ଶଙ୍ଖ କ୍ଷେତ୍ର କାହାକୁ କୁହଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପୁରୀ।ଏସ୍ଥାନ ଜଗନ୍ନାଥ ମନ୍ଦିର ପାଇଁ ପ୍ରସିଦ୍ଧ।

ଏବେ ଆସନ୍ତୁ ଜାଣିବା ତେର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୩:-ଓଡ଼ିଶାର ଅର୍କ କ୍ଷେତ୍ର କାହାକୁ କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କୋଣାର୍କ।

ଏବେ ଆସନ୍ତୁ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୪:-ଓଡ଼ିଶାର ଗୁପ୍ତ ଗଙ୍ଗା କାହାକୁ କୁହନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବୈତରଣୀ କୁ କୁହାଯାଏ।

ଏବେ ଆସନ୍ତୁ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୫:-ଓଡ଼ିଶାର କୈଳାଶ କାହାକୁ କହିଥାନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଢେଙ୍କାନାଳ ର କପିଳାସ ।

ଏବେ ଆସନ୍ତୁ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୬:-ଓଡ଼ିଶାର ଇସ୍ପାତ ସହର କାହାକୁ କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରାଉଲକେଲା।

ଏବେ ଆସନ୍ତୁ ଜାଣିବା ସତର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୭:-ଓଡ଼ିଶାର ଜ୍ୟୋତି ବିହାର କାହାକୁ କୁହଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସମ୍ବଲପୁର ବିଶ୍ୱବିଦ୍ୟାଳୟ।

ଏବେ ଆସନ୍ତୁ ଜାଣିବା ଅଠର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୮:-ଓଡ଼ିଶାର ସବର କ୍ଷେତ୍ର କାହାକୁ କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କୋରାପୁଟ।

ଏବେ ଆସନ୍ତୁ ଜାଣିବା ଉଣେଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ଭର ୧୯:-ଓଡ଼ିଶାର ଧଳା ପାଗୋଡା କାହାକୁ କୁହଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜଗନ୍ନାଥ ମନ୍ଦିର।

ଏବେ ଆସନ୍ତୁ ଜାଣିବା କୋଡିଏ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର ୨୦:-ଓଡ଼ିଶାର ହିରକ ତ୍ରିଭୁଜ କାହାକୁ କହିଥାନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ରତ୍ନଗିରି, ଉଦୟଗିରି ଓ ଲଳିତଗିରି।

Leave a Reply

Your email address will not be published. Required fields are marked *