December 22, 2024

Odia Express

Leading Odia News Portal of Odisha

ଯେତେବେଳେ ଦୁଖୀ ଥିବେ ଭଗବାନ ଶ୍ରୀ କୃଷ୍ଣଙ୍କର ଏହି କେତେକ କଥା ଆପଣଙ୍କର ମାର୍ଗ ଦର୍ଶନ କରିବ – ନିଶ୍ଚୟ ପଢନ୍ତୁ ଏହି କଥା..

ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଜୀବନ ଜୀଇବା ପାଇଁ ଦୁଇଟି ରାସ୍ତା ଅଛି,ପ୍ରଥମ ଟି ହେଉଛି ଜ୍ଞାନର ମାର୍ଗ ଓ ଅନ୍ୟଟି ହେଉଛି ସାଂସାରିକ ଲୋଭ ଆଉ ଲାଳସାର।ସବୁ ମଣିଷ ନିଜ ମନର ଅଧିନରେ ରହିଥାଏ ବା ଦାସ ହୋଇଥାଏ।ଆମର ମନ ଯେମିତି ଯେମିତି ମାର୍ଗ ଦେଖେଇଥାଏ ଆମେ ସେମିତି ସେମିତି ସେ ରାସ୍ତାରେ ଚାଲି ପଡ଼ିଥାଉ।ବହୁତ ଲୋକ ଅଛନ୍ତି ଯିଏ ନିଜ ଧନ ଧାନ୍ୟ ଓ ମିତ୍ର ବନ୍ଧୁ ମାନଙ୍କ ଠାରୁ ସନ୍ତୁଷ୍ଟ ହୋଇନଥାନ୍ତି।ଏମିତି ଲୋକଙ୍କୁ ଓରାୟ ସମୟରେ ଦୁଃଖ କଷ୍ଟ ଅସୁବିଧା ଅଘେରି ରହିଥାଏ।ଯାହାଠାରୁ ଆମେ ମୁକ୍ତି ପାଇବାର ଗୋଟେ ମାତ୍ର ମାର୍ଗ ହୋଇଥାଏ ଭଗବାନ ଶ୍ରୀ କୃଷ୍ଣ।

ଆଜି ଆମେ ଏଠାରେ ଆପଣଙ୍କୁ ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା କିଛି ଏମିତି କଥା କହିବୁ ଯାହାକୁ କିବନରେ ମଝିରେ ମଝିରେ ଶୁଣିବା ନିହାତି ଆଵଶ୍ୟକ ଅଟେ।ଆଉ ସେ କଥାକୁ ମଧ୍ୟ ନିଜ ଭିତରେ ପ୍ରୟୋଗ କରିବା ନିହାତୀ ଆଵଶ୍ୟକ ଯାହାଦ୍ୱାରା ଆମେ ଆମ ଜୀବନରେ ଉନ୍ନତିର ସୀଢୀ ବହୁତ ସହଜରେ ଚଢି ପାରିବା।ଆମର ଦୁଃଖ ଆମ ଠାରୁ ଦୂରେଇ ଯାଇଥାଏ ଆଉ ଆମକୁ ଅପାର ଖୁସି ମିଳିଥାଏ।ପ୍ରଥମ କଥାଟି ହେଉଛି ଅନ୍ୟ ବିଷୟରେ ଭାବିବା ପୂର୍ବରୁ ନିଜ କାମ କର।ଦ୍ୱିତୀୟ ମଣିଷ କଣ କରୁଛି ତାହା ଭାବିବା ପୂର୍ବରୁ ଆପଣ ନିଜ କାମ ନିଜେ କରିବା ଉଚିତ ଆଉ ନିଜ କାମ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ।

ଦ୍ଵିତୀୟ ଯାହା କରୁଛି ତାହା ତାର କର୍ମ ଅଟେ ପାପ ନୁହେଁ,ଆଉ ଆପଣ ନିଜ କାମ କରିବା ଉଚିତ।ଦ୍ଵିତୀୟ ନର୍କକୁ ଯିବାର ତିନୋଟି ରାସ୍ତା ଅଛି ସେ ହେଉଛି ଲୋଭ,ରାଗ,ଆଉ ହବସ ଆପଣ ଏହି ତିନୋଟି ଜିନିଷ ଠାରୁ ଯଥା ସମ୍ଭବ ଦୁର ରୁହନ୍ତୁ।ତୃତୀୟ ହେଉଛି ନିଜ କର୍ମ ନିଜେ କରି ଚାଲ ଆଉ ଏହାର ଫଳର ଇଛା କର ନାହିଁ।କାହିଁକି ନା ଭଲ କର୍ମ ସଦା ସର୍ବଦା ଭଲ ଫଳ ଦେଇଥାଏ।ଚତୁର୍ଥ କଣ ହେଇଥିଲା,କଣ ହେଉଛି,ଆଉ କଣ ହବ,ଆପଣ କେବେବି ନିଜର ବିତି ଯାଇଥିବା ଅତୀତକୁ ସଠିକ କରି ପାରିବେ ନାହିଁ,ଆଉ ନାହିଁ ଆପଣ ନିଜର ଆସୁଥିବା ଭବିଷ୍ୟତକୁ ଦେଖି ପାରିବେ,ଆପଣ କେବଳ ଚିନ୍ତା କରି ପାରିବେ।

ବର୍ତ୍ତମାନ ରେ କଣ ହେଉଛି କେବଳ ତାଉପରେ ଧ୍ୟାନ ଦିଅନ୍ତୁ,ଆଉ ନିଜର ବର୍ତ୍ତମାନକୁ ଭରପୁର ଉପଭୋଗ କରିବ।ପଞ୍ଚମ ଯାହା ଆପଣଙ୍କ ଜୀବନରେ ଚାଲୁଛି ତାହା ଆପଣ ପରିବର୍ତ୍ତନ କରି ପାରିବେ ନାହିଁ।ଜୀବନ ଓ ମୃତ୍ୟୁ ଭିତରେ ଥିବା ସମ୍ଭାବନାକୁ ଆପଣ ଅନୁମାନ କରି ପାରିବେ ନାହିଁ।ମୃତ୍ୟୁ ଓ ଜୀବନ ଭିତରେ ମାତ୍ର ଅଳ୍ପ କେତେକ ଫରକ ଅଛି।ତାଭିତରେ କେବଳ ଏକ ଭାବନା ଅଛି।ନିଜ ମନ ବହୁତ ଛୋଟ ହୋଇଥିଲେ ମଧ୍ୟ ନହେଲେ ଯେତେ ବଡ଼ ହୋଇଥିଲେ ମଧ୍ୟ ତାହା ଦ୍ୱାରା ବିଚାର ଉତତ୍ପର୍ଣ୍ଣ ହୋଇଥାଏ।କେବଳ ଆପଣଙ୍କୁ ସବୁ କିଛି କରିବାର ଅଛି ଭାବିବାର ନାହିଁ।ଷଷ୍ଠ ଏ ଶରୀର ଆପଣଙ୍କର ନୁହେଁ ନା ଆପଣ ଏ ଶରୀରର ଅଟନ୍ତି।ଏ ଶରୀରର ପଞ୍ଚ ତତ୍ୱରେ ନିର୍ମିତ ହୋଇଛି ଆଉ ଏହିଥିରେ ତିଆରି ହୋଇଛି।ଏହା ବ୍ୟତୀତ ଏହା ଭିତରେ ଲିନ ହୋଇଯିବ।

ସପ୍ତମ ଡ଼ରନ୍ତୁ ନାହିଁ କି ଭାବନ୍ତୁ ନାହିଁ କି କଣ ହୋଇଥିଲା,କି କଣ ଚାଲିଛି,କି ଆଗକୁ କଣ ହେବ ? କେବଳ ଗୋଟେ କଥା ଉପରେ ଧ୍ୟାନ ଦିଅ କି ସତ୍ୟତା କଣ ଅଟେ।ଆଠରେ ମଣିଷ ନିଜ ବିଶ୍ୱାସରେ ବାନ୍ଧି ହୋଇଥାଏ।ଯଦି ସେ ବିଶ୍ୱାସ କରେ ତାହେଲେ ସେ ସବୁକିଛି କରି ପାରେ।ନଅ ରେ ରାଗ ସବୁ ସମସ୍ୟାର ମୂଳ କାରଣ ଅଟେ।ମନ ସବୁବେଳେ ଇର୍ଷା ଓ ଚିନ୍ତାରେ ଘେରି ରହିଥାଏ।ଯାହା ଆପଣଙ୍କ ବିଚାରରେ ଆସିଥାଏ ଆଉ ଆପଣଙ୍କ ହୃଦୟ ଓ ମସ୍ତିଷ୍କ ଉପରେ ନିଜର ନିୟନ୍ତ୍ରଣ କରି ନେଇଥାଏ।ଆପଣ କେବଳ ସେତେବେଳେ ଶାନ୍ତି ପାଇ ପାରିବେ ଯେତେବେଳେ ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ପାଇ ପାରିବେ।ଦଶମ ନିଜ କର୍ମ ପ୍ରତି ନିଜ ବ୍ୟବହାର ସୁନିଶ୍ଚିତ ରଖନ୍ତୁ।ସେଇଆ ହିଁ କରନ୍ତୁ ଯାହାଦ୍ୱାରା ଆପଣଙ୍କୁ ସନ୍ତୁଷ୍ଟି ମିଳିଥାଏ।

ନିଜ କର୍ମ ପ୍ରତି ସଦା ସର୍ବଦା ସଚ୍ଚୋଟ ରୁହନ୍ତୁ।ଏଗାରରେ ଏ ଦୁନିଆ ଆପଣଙ୍କର ନୁହେଁ ନାକୀ ଆପଣ ଏ ଦୁନିଆର ଅଟନ୍ତି,ତାହେଲେ ନିଜ ଖୁସି ଅନ୍ୟମାନଙ୍କ ପାଖରେ କାହିଁକି ଖୋଜୁଛନ୍ତି।ବାରରେ ସବୁବେଳେ ସତ କୁହନ୍ତୁ।ଏହି ସତ ଦ୍ୱାରା ଆପଣଙ୍କର କୌଣସି ଲାଭ ନହେଲେ ମଧ୍ୟ ଆପଣଙ୍କୁ ସର୍ବଦା ଶାନ୍ତି ମିଳିଥାଏ।ତେରରେ ସଂସାରର ସବୁ ପଦାର୍ଥର ବ୍ୟୟ କରନ୍ତୁ ନାହିଁ।କେଵଳ ଆପଣଙ୍କର ଯେତିକି ଆଵଶ୍ୟକତା ଅଛି ସେତିକିର ପ୍ରୟୋଗ କରି ବଞ୍ଚିଥିବା ଜିନିଷକୁ ଅନ୍ୟମାଙ୍କ ପାଇଁ ଛାଡି ଦିଅନ୍ତୁ ଆଉ ନିଜ ମନକୁ ସନ୍ତୁଷ୍ଟ କରିବା ଶିଖି ନିଅନ୍ତୁ।ଚଉଦରେ ଖୁସିରେ ବଞ୍ଚିବାର ଅଛିତ ନିଜ ଖୁସି ଗୁଡିକର ନାଶ କରି ଦିଅନ୍ତୁ।ପନ୍ଦର କର୍ମ ଆପଣଙ୍କର ଯୋଗ୍ୟତାକୁ ଦର୍ଶାଇ ଥାଏ।ମାନେ ଆପଣ ଯେମିତି ଯେମିତି କର୍ମ କରି ଚାଲିବେ ତାହା ଆପଣଙ୍କ ଯୋଗ୍ୟତାର ପ୍ରଦର୍ଶନ କରି ଚାଲିବ।

ଷୋହଳ ଖୁସି ଆପଣଙ୍କ ଭିତରେ ଅଛି ଏହା ଆମ ମସ୍ତିଷ୍କର ଏକ ଭାବନା ଅଟେ ଆଉ ଏହାକୁ ବାହାର ଦୁନିଆରେ ଆମେ ପାଇ ପାରିବା ନାହିଁ।ସେଥିପାଇଁ ସବୁବେଳେ ନିଜ ମନକୁ ପ୍ରସନ୍ନ ରଖନ୍ତୁ ଆଉ ତାପରେ ଆପଣ ଖୁସିରେ ରହିବେ।ଏହା ଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା କେତେଟି କଥା ଯାହାକୁ ଧ୍ୟାନ ରଖିବା ଦ୍ୱାରା ଆମେ ଆମ ଜୀବନରେ ଖୁସିରେ ରହି ପାରିବା।ଆଉ ଆପଣ ଯେତେବେଳେ ଦୁଖୀ ଥିବେ ଆଉ ଉଦାସ ଥିବେ ଆପଣ ଭଗବାନ ଶ୍ରୀ କୃଷ୍ଣଙ୍କର ସ୍ମରଣ ଅବଶ୍ୟ କରନ୍ତୁ।ଯାହାଦ୍ୱାରା ଆପଣଙ୍କ ଜୀବନରୁ ସମ୍ପୂର୍ଣ୍ଣ ଦୁଃଖ ନିଶ୍ଚିନ୍ତ ଭାବରେ ଦୁର ହୋଇଯିବ।

Leave a Reply

Your email address will not be published. Required fields are marked *