J ଓ ‘R ନାମର ବ୍ୟକ୍ତି ମାନଙ୍କର ଯୋଡ଼ି କିପରି ହୋଇଥାଏ ? ସେ ବିଷୟରେ ନିଶ୍ଚୟ ଜାଣିରଖନ୍ତୁ..
ଆଜି ଆମେ ଜାଣିବା J ନାମ ବ୍ୟକ୍ତି ଓ ‘R ନାମ ବ୍ୟକ୍ତି ଙ୍କ ଯୋଡି କିପରି ହୋଇଥାଏ ?ଯଦି ବୈବାହିକ ଜୀବନ ରେ ଏହି ଦୁଇ ନାମର ବ୍ୟକ୍ତି ଆସନ୍ତି ତେବେ ସେମାନଙ୍କ ମଧ୍ୟରେ ଠିକ୍ ବୁଝାମଣା ରୁହେ କି ନାହିଁ,କିଛି ସମସ୍ୟା ଆସେ କି ନାହିଁ।ଯଦି ବା କିଛି ସମସ୍ୟା ଆସେ ତେବେ ତାହାର ସମାଧାନ କଣ ହୋଇଥାଏ ଆଜି ଆମେ ତାହା ଜାଣିବା।ଆମେ ଆପଣଙ୍କୁ ଛଅ ଟି ପଏଣ୍ଟ କହିବୁ ଏବଂ ସେହି ପଏଣ୍ଟ ହିସାବ ରେ ଆପଣ ଜାଣି ପାରିବେ ସବୁ କିଛି ଯାହା ଆପଣ ଜାଣିବାକୁ ଚାହୁଁଛନ୍ତି।
ତେବେ ସେହି ପଏଣ୍ଟ ଗୁଡ଼ିକ ହେଉଛି ୧-ବ୍ୟକ୍ତିତ୍ଵ,୨- ସ୍ଵଭାବ,୩-ଆର୍ଥିକ ବା ଅର୍ଥ ସମ୍ବନ୍ଧୀୟ,୪-ବ୍ୟବହାର ବା ଆଚରଣ,୫- ଆଧ୍ୟାତ୍ମିକତା। ଏହି ସବୁ ପଏଣ୍ଟ ଦ୍ବାରା ଆପଣ ଜାଣି ପାରିବେ ଜେ ଓ ଆର୍ ନାମର ବ୍ୟକ୍ତି ମାନଙ୍କ ବିଷୟରେ।ତେବେ ଚାଲନ୍ତୁ ଜାଣିବା ସେହି ବ୍ୟକ୍ତି ମାନଙ୍କ ବିଷୟରେ।
୧.ବ୍ୟକ୍ତିତ୍ୱ:-ପ୍ରଥମ ପଏଣ୍ଟ ଅନୁସାରେ J ନାମର ବ୍ୟକ୍ତି ମାନଙ୍କ ର ବ୍ୟକ୍ତିତ୍ଵ ଅତି ଉତ୍ତମ ହୋଇଥାଏ।ଏହି ନାମର ବ୍ୟକ୍ତି ମାନଙ୍କ ର ଚାଲିଚଳନ,ପୋଷାକ ପରିଧାନ ବହୁତ ଭଲ ହୋଇଥାଏ।ଏହି ବ୍ୟକ୍ତି ମାନେ ଗୋଟିଏ ଥରରେ ଯେକୌଣସି ଜିନିଷ କୁ ପସନ୍ଦ କରି ନିଅନ୍ତି।ଠିକ୍ ସେହି ପରି ଦେଖିବାକୁ ଗଲେ R ନାମର ବ୍ୟକ୍ତି ମାନଙ୍କ ର ସ୍ଵଭାବ ମଧ୍ୟ ଅତି ଉତ୍ତମ ଧରଣର ହୋଇଥାନ୍ତି।ଏହି ନାମର ବ୍ୟକ୍ତି ମାନେ ସର୍ବଦା ନିଜ ପୋଷାକ ପରିଧାନ ଉପରେ ବେଶୀ ଗୁରୁତ୍ବ ଦେଇଥାନ୍ତି ଯେଉଁଥିପାଇଁ ଏମାନେ ବହୁତ୍ ଆକର୍ଷିତ ହୋଇଥାନ୍ତି।ଏମାନେ ଯେ ନାମକ ବ୍ୟକ୍ତିଙ୍କ ଠାରୁ ଅଧିକ ସୁନ୍ଦର ହୋଇଥାନ୍ତି।ତେଣୁ ଏଠାରେ କୌଣସି ପ୍ରକାରର ଅସୁବିଧା ପରିଲିଖିତ ହେବ ନାହିଁ।
୨.ସ୍ଵଭାଵ:-ଦ୍ଵିତୀୟ ପଏଣ୍ଟ ଅନୁସାରେ ଉଭୟ ବ୍ୟକ୍ତି ମାନଙ୍କ ର ସ୍ଵଭାବ ବହୁତ ଭଲ ହୋଇଥାଏ କିନ୍ତୁ J ନାମର ବ୍ୟକ୍ତି ମାନଙ୍କ ସ୍ଵଭାବରେ ବହୁତ ଶାନ୍ତ ହୋଇଥାନ୍ତି,ଯେକୌଣସି ସମସ୍ୟାର ସମାଧାନ କରିବା ପାଇଁ ସେମାନେ ଅନ୍ୟ ମାନଙ୍କ ସହ କଥା ହୋଇ ଅସୁବିଧାକୁ ଦୁର କରନ୍ତି,ହେଲେ ଏହି କ୍ଷେତ୍ର ରେ R ନାମର ବ୍ୟକ୍ତି ମାନେ ବହୁତ ଜିଦ୍ଦୀ ସ୍ଵଭାଵର ହୋଇଥାନ୍ତି,ସେ ସର୍ବଦା ନିଜେ କହୁଥିବା କଥା ଠିକ୍ ବୋଲି ପ୍ରମାଣିତ ନ କରିବା ଯାଏଁ ଚୁପ୍ ରୁହନ୍ତି ନାହିଁ।ସମ୍ନା ଲୋକ ସହିତ ଭଲ ଭବାରେ ମିଳିମିଶି ଯାଆନ୍ତି ଆଉ ଦୁଇଜଣ ଜାଙ୍କ ବହୁତ ଖୁସି ସ୍ୱଭାବର ଲୋକ ହୋଇଥାନ୍ତି।ଲୋକଙ୍କ ସହିତ କିପରି କଥା ହେଲେ ସେମାନଙ୍କୁ ଭଲ ଲାଗେ ଏ ଦୁଇଜଣ ଜାଣିଥାନ୍ତି।ସେଥିପାଇଁ ଏଠି ଦୁଇ ଜଣଙ୍କୁ କୌଣସି ଅସୁବିଧା ହେବନାହିଁ।
୩.ଆର୍ଥିକ କ୍ଷେତ୍ର:-ତୃତୀୟ ପଏଣ୍ଟ ଅନୁସାରେ ଆର୍ଥିକ ସ୍ଥିତି ଉଭୟ ଙ୍କର ଭଲ ହୋଇଥାଏ,ଉଭୟ ଧନୀ ହୋଇଥାନ୍ତି ଓ ଭଗବାନ ଙ୍କ ର ହାତ ସର୍ବଦା ତାଙ୍କ ଉପରେ ରହିଥାଏ।J ନାମର ବ୍ୟକ୍ତିମାନେ ବହୁତ ଉତ୍ସାହି ହୋଇଥିବାରୁ ଯେକୌଣସି ଉପାୟରେ ପଇସା କମେଇବା ଜାଣିଥାନ୍ତି କିନ୍ତୁ ଏହି କ୍ଷେତ୍ର ରେ R ନାମର ବ୍ୟକ୍ତି ବହୁତ ଜିଦ୍ଦିଆ ହୋଇଥାନ୍ତି।ଆଉ ନିଜର କ୍ରିଏଟିଭିଟି ଗୁଣ କାରଣରୁ ବହୁତ ଅଧିକ ଅର୍ଥ ଉପାର୍ଜନ କରିଥାନ୍ତି।ସେଥିପାଇଁ ଆର୍ଥିକ କ୍ଷେତ୍ରରେ ଦୁଇଜଣଙ୍କୁ କୌଣସି ଅସୁବିଧା ହେବ ନାହିଁ।
୪.ବ୍ୟବହାର:-ଚତୁର୍ଥ ପଏଣ୍ଟ ଅନୁସାରେ ଉଭୟ J ନାମର ବ୍ୟକ୍ତି ଓ ଆର୍ ନାମର ବ୍ୟକ୍ତି ମାନଙ୍କର ବ୍ୟବହାର ବା ଆଚରଣ ବହୁତ ଉତ୍ତମ ହୋଇଥାଏ।J ନାମ ର ବ୍ୟକ୍ତି ଓ ଆର୍ ନାମର ବ୍ୟକ୍ତି ଯେଉଁଠି ବି ରୁହନ୍ତି ନିଜର ବ୍ୟବହାର ବା ଆଚରଣ ଦ୍ବାରା ଅନ୍ୟ ମାନଙ୍କ ଦ୍ଵାରା ଚର୍ଚ୍ଚିତ ହୋଇଥାନ୍ତି।ଏମାନେ ଏତେ ବ୍ୟବହାରିକ ହୋଇଥାନ୍ତିକି ପ୍ରାୟ କେତେକ କାମ ଏମାନଙ୍କ ବିନା ଆରମ୍ଭ ହୋଇନଥାଏ।ଏ କ୍ଷେତ୍ରରେ ମଧ୍ୟ ସେମାନଙ୍କୁ କୌଣସି ଅସୁବିଧା ହୋଇନଥାଏ।
୫.ଜୀବନ:-ପଞ୍ଚମ ପଏଣ୍ଟ ଅନୁସାରେ ଏହି J ନାମର ବ୍ୟକ୍ତି ଓ ଆର୍ ନାମର ବ୍ୟକ୍ତି ନିଜର ଜୀବନକୁ ନେଇ ବହୁତ କିଛି ଭାବିଥାନ୍ତି।ଏହି ବ୍ୟକ୍ତି ମାନେ ସର୍ବଦା ନିଜର ଏକ ସ୍ବତନ୍ତ୍ର ଲକ୍ଷ ରେ ପହଞ୍ଚିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି ଆଉ ସେଥିପାଇଁ ନିଜ ସମ୍ପୂର୍ଣ୍ଣ ଜୀବନ ଲଗେଇ ଦେଇଥାନ୍ତି।ଏହି ବ୍ୟକ୍ତି ମାନେ ଭାବନ୍ତି ଯେ ଆମକୁ ଜୀବନ ମିଳିଛି ମାନେ ପୁରା ଜୀବନ ଆମକୁ ଆମ ଲକ୍ଷ୍ୟରେ ପହଞ୍ଚିବା ଦରକାର। ଯଦି ଉଭୟ ବ୍ୟକ୍ତି ଙ୍କ ମଧ୍ୟରେ ଏପରି ଠିକ୍ ବୁଝାମଣା ରୁହେ ତେବେ ସମ୍ପର୍କ ଭଲ ହୋଇଥାଏ।
୬.ଆଧ୍ୟାତ୍ମିକତା:-ଷଷ୍ଠ ପଏଣ୍ଟ ଅନୁସାରେ J ନାମର ବ୍ୟକ୍ତି ମାନେ ବହୁତ ଆଧ୍ୟାତ୍ମିକ ହୋଇ ନଥାନ୍ତି,ଏହି ବ୍ୟକ୍ତି ମାନେ ଯୁକ୍ତିଯୁକ୍ତ ସ୍ୱଭାବର ହୋଇଥିବାରୁ ଭଗବାନ ଙ୍କ ଉପରେ ପ୍ରଶ୍ନ କରିବାକୁ ମଧ୍ୟ ପଛାନ୍ତି ନାହିଁ,ଆଉ କୌଣସି ପ୍ରକାରର ପାରମ୍ପରିକ ମାନ୍ୟତାକୁ ମଧ୍ୟ ମାନିନଥାନ୍ତି।ଏହି କ୍ଷେତ୍ର ରେ ଆର୍ ନାମର ବ୍ୟକ୍ତି ମାନେ ବହୁତ ଆଧ୍ୟାତ୍ମିକ ବା ଧାର୍ମିକ ହୋଇଥାନ୍ତି। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ଏହି ବ୍ୟକ୍ତି ମାନଙ୍କର ଏକ ଭଲ ଗୁଣ ରହିଥାଏ।ଛଅ ଟି ପଏଣ୍ଟ ମଧ୍ୟରୁ ପ୍ରାୟତଃ ସବୁ ପଏଣ୍ଟ ଉଭୟ ନାମର ବ୍ୟକ୍ତି ମାନଙ୍କ ସହିତ ମିଶୁଛି ଓ ଯଦି ଏହି ଦୁଇ ନାମର ବ୍ୟକ୍ତି ବୈବାହିକ ସମ୍ବନ୍ଧ ରେ ଆସନ୍ତି ତେବେ ସେମାନଙ୍କ ଜୀବନ ବହୁତ ସୁଖମୟ ହେବ।