December 26, 2024

Odia Express

Leading Odia News Portal of Odisha

କେବେ ଏହି ଝିଅ ପୁଅଙ୍କ ସହ ଖେଳୁଥିଲେ ଗୋଟି କାଚ , ଗୋଟେ କଥାରେ ବଦଳାଇଦେଲା ହୋଇଗଲେ IPS – ପଢନ୍ତୁ କଣ ଥିଲା ପୁରା ଘଟଣା..

ହିମାଚଳ ସରକାର ରବିବାରକୁ ୬ ଟି ଜିଲ୍ଲାର ପ୍ରାୟ ୨୨ ଟି ଆଇପିଏସ୍ ଅଫିସରଙ୍କ ବଦଳି କରିଛି , ଏଥିରେ ଆଇପିଏସ୍ ଶାଳିନୀ ଅଗ୍ନିହୋତ୍ରୀଙ୍କ ନାଁ ବି ସାମିଲ୍ ହୋଇଛି, ଯିଏ ଏବେ ମଣ୍ତି ଜିଲ୍ଲାର ଏସ୍ ପି ହିସାବରେ କାର୍ଯ୍ୟଭାର ସଂମ୍ଭାଳିବେ । ଏହା ତାଙ୍କ ପାଇଁ ପ୍ରଥମ ମଉକା ଅଟେ ଯେବେ ଜିଲ୍ଲାର ଏକ ପ୍ରଥମ ମହିଳା ଅଧିକାରୀ ହିସାବରେ ଏସ୍ ପି ଙ୍କୁ ନିଜ ସେବା ଦିଆଯାଉଛି, ୨୦୧୨ ବ୍ୟାଚର ହିମାଚଳ ପ୍ରଦେଶର କ୍ୟାଡର ର ୟଙ୍ଗ ଆଇପିଏସ୍ ଶାଳିନୀଙ୍କ ଗଣନା ଦକ୍ଷ ଅଫିସରଙ୍କ ସହ ହୋଇଥାଏ , ଯାହାଙ୍କ ନାଁ ରୁ ପୁରା ଅପରାଧ ଥରହର ହୋଇଯାଏ , କହୁଦେବୁ କି ତାଙ୍କ ଜୀବନ ବହୁତ ସଂଘର୍ଷଭରା ହୋଇଥିଲା,  ଯିଏକି ଗୋଟେ ସ୍ୱପ୍ନ ଦେଖିଲେ ଓ ତାହା ପୁରା କରିବାପାଇଁ ଦିନରାତି ଏକ କରିଦେଲେ,  ଆସନ୍ତୁ ଜାଣିବା ତାଙ୍କ ସଫଳତାର କାହାଣି ।

ଶାଳିନୀଙ୍କ ଜନ୍ମ ୧୪ ଜାନୁୟାରୀ ୧୯୮୯କୁ ହୋଇଥିଲା , ଛୁଆବେଳରୁ ସେ ମା ବାପାଙ୍କ ସପୋର୍ଟ ପାଇଲେ , ସେ ମୁଳରୁପରେ ହିମାଚଳର ଉନା ର ଠଠଲ ଗାଁର ବାସିନ୍ଦା ଅଟନ୍ତି , ତାଙ୍କ ବାପା ରମେଶ ଏଚ୍ ଆର୍ ଟିସି ବସରେ କଣ୍ତକ୍ଟର ରହିଥିଲେ , ଓ ତାଙ୍କ ମା ଗୃହିଣୀ ଅଟନ୍ତି । ଶାଳିନୀଙ୍କ ଦୁଇ ଭଉଣୀ ଅଛନ୍ତି ଓ ଏକ ଭାଇ ହଂସ ଓ ହେଂସ ଓ ବଡ ଭଉଣୀ ଡାକ୍ତର ଅଛନ୍ତି , ଯେବେ କି ଛୋଟ ଭାଇ ଇଣ୍ତିଆନ୍ ଆର୍ମୀରେ କାର୍ଯ୍ୟରତ ଅଛନ୍ତି । ଶାଳିନୀ ଧର୍ମଶାଳାର ଡିଏଭି ସ୍କୁଲରେ ନିଜ ପାଠପଢା ସାରିଲେ ତାପରେ ହିମାଚଳ ପ୍ରଦେଶର ଏଗ୍ରୀକଲଚର ୟୁନିଭରସିଟିରୁ ନିଜ ଗ୍ରାଜୁଏସନ୍ ପାଠପଢା ପୁରା କରିଲେ , ଏକ ଇଣ୍ଟରଭ୍ୟୁରେ ତାଙ୍କ ବାପା ମା କହିଲେ କି ଶାଳିନୀ ସବୁବେଳେ ଜଣେ ପରିଶ୍ରମୀ ଛାତ୍ରୀ ଥିଲେ,  ଓ ସ୍କୁଲରେ ତାଙ୍କ ପ୍ରଦର୍ଶନ ଭଲ ରହୁଥିଲା ।

ଶାଳିନୀ ଅଗ୍ନିହୋତ୍ରୀ କେବଳ ୧୮ ମାସର ପ୍ରସ୍ତୁତିରେ ୨୦୧୧ ର ୟୁପିଏସ୍ ସି ପରୀକ୍ଷା ଦେଇଥିଲେ ଓ ପ୍ରଥମ ପ୍ରୟାସରେ ସେ ସଫଳତା ପାଇଗଲେ , ଆଇପିଏସ୍ ଟ୍ରେନିଙ୍ଗ୍ ସମୟରେ ତାଙ୍କୁ ସର୍ବଶ୍ରେଷ୍ଠ ଟ୍ରେନୀ ହିସାବରେ ପୁରସ୍କୃତ କରାଗଲା , ତାଙ୍କର ପୋଷ୍ଟିଙ୍ଗ୍ କୁଲ୍ଲୁରେ ହୋଇଥିଲା । ଖବରରୁ ଜଣାଯାଏ କି ଶାଳିନୀ କଲେଜ ଦିନରେ ନିଜ ମା ସହ ବସରେ ଯାଉଥିଲେ , ଯେଉଁ ସିଟ୍ ରେ ସେ ବସିଥିଲେ ସେହି ପାଖରେ ଏକ ବ୍ୟକ୍ତି ଠିଆ ହୋଇଥିଲା,  ଓ ସେ ବାରମ୍ବାର ସିଟ୍ ର ହ୍ୟାଣ୍ତେଲ୍ ଧରୁଥିଲା , ସେ ସେହି ଯୁବକକୁ ବହୁତ ବୁଝାଇଲେ କିନ୍ତୁ ସେ ମାନିଲା ନାହିଁ , ଓଲଟା ତାନା ମାରିଦେଲା, କି ତୁମେ କେଉଁ ଡିସି ଅଫିସର କି ତୁମର ସବୁ କଥା ଶୁଣିବି ଶାଳିନୀ ଡିସି କଣ ହୋଇଥାଏ ଏହା ସେ ଜାଣିନଥିଲେ କିନ୍ତୁ ଭାବୁଥିଲେ କି କେଉଁ ବଡ ଅଫିସର ହେଇଥିବ ବୋଧେ , ଯାହାକୁ ସମସ୍ତେ ଡରନ୍ତି ।

ତାପରେ ସେ ନିଜ ଶିକ୍ଷକଙ୍କୁ ଏହା ବିଷୟରେ ପଚାରିଲେ ଓ ସେହି ଦିନରୁ ନିଷ୍ପତ୍ତି ନେଲେ କି ସେ ବଡ ଅଫିସର ହେବେ । ଶାଳିନୀ ଏକ ଇଣ୍ଟରଭ୍ୟୁରେ କହିଲେ କି ସେ ଭାବିନେଇଥିଲେ କି ଆଇପିଏସ୍ ଅଫିସର୍ ହେବାର ଅଛି ଏଥିପାଇଁ ସେ ଅଧା ରାତି ଯାଏଁ ପଢୁଥିଲେ , କେବେ କେବେ ଭୋର୍ ୩-୪ଟା ହୋଇଯାଉଥିଲା । କହିଦେବୁ କି ଶାଳିନୀ ନିଜ ସ୍ୱାମୀ ସଂକଳ୍ପ ଶର୍ମା ବି ଆଇପିଏସ୍ ଅଫିସର ଅଛନ୍ତି  ସେ ୟୁପି କ୍ୟାଡରର ଆଇପିଏସ୍ ଅଟନ୍ତି ଓ ସେ ରାଜସ୍ଥାନରେ ରହୁଛନ୍ତି , ଶାଳିନୀ ଓ ସଂକଳ୍ପ ଙ୍କ ସାକ୍ଷାତ ଟ୍ରେନିଙ୍ଗ୍ ସମୟରେ ହୋଇଥିଲା , ତେବେ ଦୁହେଁ ଦୁହିଁଙ୍କୁ ବହୁତ ପସନ୍ଦ କରିବାକୁ ଲାଗିଲେ ।

ସବୁବେଳେ ଆଡଭେନଚର୍ ଗେମ୍ସରେ ରୁଚି ରଖନ୍ତି ଶାଲିନୀ, ସେ ଆଜି ବି ନିଜ ସଉକ ପୁରା କରନ୍ତି, ,ଶାଲିନୀ ସାଇକେଲିଙ୍ଗ୍ ସଉକ ରଖନ୍ତି ସେ କହନ୍ତି କି ଜୀବନରେ ଉର୍ଜା ପାଇଁ ଫିଟନେସ୍ ବହୁତ ଜରୁରୀ ହୋଇଥାଏ । ଶାଲିନୀଙ୍କ କଠିନ ଡ୍ୟୁଟି ପରେ ନିଜ ଜୀବନକୁ ବହୁତ ଖୁସିରେ ମନାନ୍ତି।  ଏବେ ଦେଖନ୍ତୁ ଶାଳିନୀଙ୍କ କିଛି ବଛା ବଛା ଫଟୋ ।ଏବେ ଯେବେ ବି ଆଇପିଏସ୍ ଶାଳିନୀ ଅଗ୍ନିହୋତ୍ର୍ରୀଙ୍କୁ ସମୟ ମିଳିଥାଏ ତେବେ ସେ ନିଜ ପସନ୍ଦର ଖେଳ କ୍ରିକେଟ୍ ଖେଳିବାକୁ ପହଞ୍ଚିଯାଆନ୍ତି ।

Leave a Reply

Your email address will not be published. Required fields are marked *