December 23, 2024

Odia Express

Leading Odia News Portal of Odisha

ମାତା ଲକ୍ଷ୍ମୀଙ୍କ ପୂଜା କରୁଛନ୍ତି ? ସନ୍ଧ୍ୟା ସମୟରେଏହି ଜିନିଷ କେବେ କାହାକୁ ଦିୟନ୍ତୁ ନାହିଁ ନହେଲେ..

ବାସ୍ତୁ ହିସାବରେ କିଛି ଏପରି ଜିନିଷ ଅଛି ଯେଉଁ ଜିନିଷ କାହାକୁ ଧାର ଦେବା କଥା ନୁହେଁ ନହେଲେ ମାତା ଲକ୍ଷ୍ମୀ ରାଗିଯାଇଥାନ୍ତି। ସେହି ଲୋକଙ୍କର ଖରାପ ଭାଗ୍ୟ ଆପଣଙ୍କୁ ସହିବାକୁ ପଡିଥାଏ ଏବଂ ଆପଣ କୌଣସି କାମରେ ସଫଳତା ପାଇପାରିବେ ନାହିଁ।ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହାକୁ କେବେ ଆପଣ ଧାର୍ ଦେବାକଥା ନୁହେଁ।

୧:- ସୂର୍ଯ୍ୟ ଅସ୍ତ ପରେ ଆପଣ କୌଣସି ବ୍ୟକ୍ତିଙ୍କୁ ପିଆଜ ଓ ରସୁଣ ଦେବା କଥା ନୁହେଁ ଏହାକୁ ଅଶୁଭ ମାନାଯାଇଥାଏ।ଏହା କରିବା ଦ୍ୱାରା ଆପଣଙ୍କ ଘରର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଥାଏ। ଏଥିପାଇଁ ସୂର୍ଯ୍ୟ ଅସ୍ତ ପରେ ଆପଣଙ୍କୁ ଯଦି କେହି ପିଆଜ ଓ ରସୁଣ ମାଗିବ ତେବେ ଆପଣ ତାକୁ ଦେବେ ନାହିଁ।

୨:- ଦହି ବି ସନ୍ଧ୍ୟା ସମୟରେ କାହାକୁ ଦେବା କଥା ନୁହେଁ।ଯଦି କେହି ସଂନ୍ଧ୍ୟା ସମୟରେ ଆପଣଙ୍କୁ ଖଟା କିମ୍ବା ଦହି ମାଗିବ ତେବେ ଆପଣ ତାକୁ ମନା କରିଦେବେ ଭୁଲରେ ବି ଦେବେ ନାହିଁ ନହଲେ ଆପଣଙ୍କୁ ଏହାର କଷ୍ଟ ଭୋଗିବାକୁ ପଡିବ।ଆପଣ ଦେଖିଥିବେ ଲୋକ ଗୋଟେ ରୁମାଲ କୁ ଦୁଇ ଜଣ ବ୍ୟବହାର କରିଥାନ୍ତି ଏହା କରିବାଦ୍ୱାର ସେହି ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇପାରେ ଏବଂ ପଇସା ଅଭାବ ର କଷ୍ଟ କୁ ମଧ୍ୟ ଭୋଗିବାକୁ ପଡିଥାଏ।

୩:- ସୂର୍ଯ୍ୟ ଅସ୍ତ ପରେ ଯଦି ଆପଣଙ୍କୁ କେହି ପଇସା ମାଗେ ତେବେ ଆପଣ ଭୁଲରେ ବି କେବେ ଦେବେ ନାହିଁ ।ଏହାଦ୍ଵାରା ମାତା ଲକ୍ଷ୍ମୀ ରାଗିଯାଇଥାନ୍ତି।ଖାସ କରି ମହିଳା ମାନଙ୍କ ସହ ଏପରି ହୋଇଥାଏ ପଡୋଶୀ କିମ୍ବା ସାଙ୍ଗ ମାନେ କେହି ଗହଣା ମାଗିଥାଇପାରନ୍ତି।ମନେକର ତାଙ୍କୁ କୁଆଡେ ବାହାରକୁ ଯିବାକୁ ଥିବ ଏବଂ ସେ ତାଙ୍କ ଡ୍ରେସ ସହ ମ୍ୟାଚିଙ୍ଗ କରିକି ଗହଣା ପିନ୍ଧିବାକୁ ଚାହୁଁଥିବେ ଏବଂ ସେହି ପ୍ରକାର ଗହଣା ଆପଣଙ୍କ ପାଖରେ ଥିବ ତ ସେ ଆପଣଙ୍କୁ ଠାରୁ ସେହି ଗହଣା ଧାର ମାଗିପାରନ୍ତି ।

ତେବେ ଏହି ସମୟରେ ଆପଣଙ୍କୁ ସାବଧାନ ହବାକୁ ପଡିବ।ବାସ୍ତୁ ହିସାବରେ ଏହା ଅଶୁଭ ଅଟେ।ଯଦି ଆପଣ ବାହାର ଲୋକଙ୍କୁ ନିଜର ଗହଣା କିଛି ସମୟ ପାଇଁ ହେଇଥାଉ ନା କାହିଁକି ଯଦି ଧାର ଦେବେ ତ ଏଥିରେ ଆପଣ ଙ୍କ ସ୍ୟାସ୍ଥ୍ୟ ଖରାପ ହେବା ସହିତ ଆଗକୁ ଆପଣ ଙ୍କ ଘରେ ଚୋରି ହେବାର ସମ୍ଭାବନା ଥାଏ ଏବଂ ଆପଣ ଙ୍କ ଘର ର ମୁଖିଆ ଙ୍କୁ କୌଣସି ପ୍ରକାରର ସଙ୍କଟ କୁ ସମ୍ନା କରିବାକୁ ପଡିଥାଏ।

୪:- ସୂର୍ଯ୍ୟ ଅସ୍ତ ପରେ ଆପଣଙ୍କୁ ଯଦି କେହି ଲୁଣ ମାଗିଥାଏ। ତେବେ ତାଙ୍କୁ ଲୁଣ ଦବା ପାଇଁ ମନା କରିବାଟା ହିଁ ଆପଣଙ୍କ ଭଲ ହେବ।କଲମ ଏକ ଏପରି ଜିନିଷ ଯାହାକୁ ଆମେ ଅନ୍ୟ ଠୁ ଆଣି ବ୍ୟବହାର କରିଥାଉ ହେଲେ ପଛରେ ତାଙ୍କୁ ଦେବା ପାଇଁ ଭୁଲିଯାଇଥାଉ।ବାସ୍ତୁ ହିସାବରେ ଯଦି ଆପଣ କେବେ କାହା ଠାରୁ ପେନ ଆଣିଛନ୍ତି ବ୍ୟବହାର କରିବା ପାଇଁ ତେବେ ତାକୁ ଫେରେଇଦେବା ନିହାତି ଦରକାର ନହଲେ ଘରେ ପଇସା ଅଭାବର ଏହା ପ୍ରମୁଖ କାରଣ ହୋଇଥାଏ।ଏହା ସହିତ ଆପଣ ଙ୍କ ମାନ୍ ସନ୍ନମାନ କୁ ମଧ୍ୟ ଆଞ୍ଚ ଆସିପାରେ ସମାଜରେ ।

୫:- ଯଦି ଘଣ୍ଟା ଆପଣଙ୍କୁ ଠାରୁ କେହି ନେଇ ପିନ୍ଧେ ତେବେ ତାର ଖରାପ ପରିଣାମ ଆପଣଙ୍କ ଉପରେ ପଡିଥାଏ ଏବଂ ଯିଏ ନେଇକି ପିନ୍ଧିଥାଏ ତା ଉପରେ ମଧ୍ୟ ପଡିଥାଏ।ତେଣୁ ଆପଣ କେବେ ଆପଣଙ୍କ ଘଣ୍ଟା କେବେ ବି କାହାକୁ ଦିଅନ୍ତୁ ନାହିଁ ଏବଂ ଆପଣ ଆପଣଙ୍କ ସିନ୍ଦୂର ମଧ୍ୟ କେବେ କାହାକୁ ଦେବା କଥା ନୁହେଁ।

Leave a Reply

Your email address will not be published. Required fields are marked *