December 23, 2024

Odia Express

Leading Odia News Portal of Odisha

ବାହାଘର ପରେ ଅଭିନେତ୍ରୀ ଅରୁଣା ଇରାନୀ କେବେ ମା ନ ହେବାର ନେଇଥିଲେ ଫଇସଲା, କଣ ଥିଲା ପ୍ରକୃତ କାରଣ…

ବଲିଉଡ୍ ଜଗତରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି , ଯିଏକି ଗୋଟେ ସମୟରେ ସମସ୍ତଙ୍କ ହୃଦୟରେ ରାଜ୍ କରିଥିଲେ , କିନ୍ତୁ ଆଜି ସେ ବଡ ପର୍ଦାରେ ପୁରା ଦୁରେଇଯାଇଛନ୍ତି । ସେ ବହୁତ ପୁରୁଣା ସମୟରୁ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ସିଏ ହେଲେ ଅରୁଣା ଇରାନୀ, ଗୋଟେ ସମୟରେ ଅରୁଣା ଇରାନୀ ବହୁତ ଲୋକଙ୍କୁ ନିଜ ସୁନ୍ଦରତା ଓ ଅଭିନୟ ଦ୍ୱାରା ସମସ୍ତଙ୍କୁ ଦିୱାନା କରିଦେଇଥିଲେ , କଥା ଅଭିନୟ ହେଉ କିମ୍ବା ଡାନ୍ସ ହେଉ ସେ ସବୁ ଜିନିଷରେ ଆଗରେ ଥିଲେ , ଏବେ କିଛି ଦିନ୍ ହେବ ତାଙ୍କର ଜନ୍ମ ଦିନ ଥିଲା , ଏବେ ସେ ୭୪ ବର୍ଷୀୟ ହୋଇସାରିଛନ୍ତି । ସେ ଅଧିକାଂଶ ଫିଲ୍ମରେ ନେଗେଟିଭ୍ ରୋଲ୍ ପ୍ଲେ କରିଥିଲେ,  କିନ୍ତୁ ଏହା ସତ୍ତ୍ୱେ ବି ତାଙ୍କର ଫ୍ୟାନ୍ସଙ୍କର କୌଣସି କମି ଆସିନଥିଲା ।କହିଦେବୁ କି ତାଙ୍କର କୌଣସି ଫିଲ୍ମ ଏବେ ପର୍ଯ୍ୟନ୍ତ ଅଧୁରି ନାହିଁ , ଯେବେ ପର୍ଯ୍ୟନ୍ତ ଗୋଟିଏ ହିରୋ କିମ୍ବା ଭିଲେନ୍ ନଥାଉ, କାରଣ ବିନା ଭିଲେନ୍ ର ଫିଲ୍ମ ଷ୍ଟୋରୀ ଦମ୍ ହୋଇନଥାଏ , ଯିଏ ଜଣେ ଖଳନାୟକ ରୋଲ୍ ତାଙ୍କୁ ଜୀବନ ନେଇପାରେ

ଫିଲ୍ମ ଇଣ୍ତଷ୍ଟ୍ରିର ଯେତିକି ନାମ ହିରୋ କମାଇଥାନ୍ତି , ସେଥିରୁ ବେଶୀ ଭିଲେନ୍ କମାଇଥାନ୍ତି , ସେମିତି ଅରୁଣା ଇରାନୀ ସେହି ସମୟରେ ଭଲ ଖଳନାୟିକା ଭାବେ ଜଣାଯାଉଥିଲେ,  ସେ ବହୁତ ଫିଲ୍ମରେ ବ୍ୟାମ୍ପ୍ ଅଭିନୟ କରିସାରିଛନ୍ତି । ଆପଣଙ୍କୁ ଜଣେଇଦେବୁ କି ଅରୁଣା ଇରାନୀଙ୍କ ଜନ୍ମ ୧୯୪୬ କୁ ସ୍ୱପ୍ନର ନଗରୀ ମୁମ୍ବାଇରେ ହୋଇଥିଲା, ତାଙ୍କର ଆଠଜଣ ଭାଇ ଭଉଣୀ ଥିଲେ,  ସେ ସମସ୍ତଙ୍କ ମଧ୍ୟରେ ବଡ ଥିଲେ , ସେହି ସମୟରେ ଝିଅମାନଙ୍କୁ କମ୍ ହିଁ ପଢାଯାଉଥିଲା କିନ୍ତୁ ଏହାସତ୍ତ୍ୱେ ବି ସେ ଷଷ୍ଠ ଶ୍ରେଣୀଯାଏଁ ପଢିଲେ,  ଏହାପରେ ଘର ଲୋକଙ୍କର ପାଖରେ ଏତେ ପଇସା ନଥିଲା ସେ ସବୁ ଛୁଆଙ୍କୁ ପଢାଇପାରିବେ , ଏହି ମଧ୍ୟରେ ସେ ପାଠପଢା ଛାଡିଥିଲେ,  ଯେବେ ଅରୁଣା ୧୫ ବର୍ଷର ଥିଲେ ତେବେ ସେ ଗଙ୍ଗା ଜମୁନା ଫିଲ୍ମରୁ ବଲିଉଡ୍ ରେ ପାଦ ଥାପିଥିଲେ

ଏହାପରେ ସେ ଗୋଟେ ପରେ ଗୋଟେ ଫିଲ୍ମରେ କାମ କଲେ,  ଏବେ ସେ ନିଜ ଫିଲ୍ମ କ୍ୟାରିୟରରେ ୫୦୦ ରୁ ଅଧିକା ଫିଲ୍ମରେ କାମ କରିସାରିଛ୍ନନ୍ତି । ଅରୁଣା ହିନ୍ଦୀ ନୁହେଁ ବରଂ ମରାଠି ଓ ଗୁଜୁରାଟି ଫିଲ୍ମରେ କାମ କରି ନାଁ କମାଇଛନ୍ତି , ଅନପଢ, ଉପକାର୍ , ଆୟା ସାବନ୍ ଝୁମ୍ କେ, ନୟା ଜମାନା, ଫର୍ଜ, ବବି, ସରଗମ୍ , ରକି , ଫକିରା, ଲଭ୍ ଷ୍ଟୋରୀ, ବେଟା, ଆଦି ଫିଲ୍ମରେ ପ୍ରମୁଖ ଫିଲ୍ମ କରିଛନ୍ତି , ସେ ୧୯୮୪ ରେ ଆସିଥିବା ପେଟ ପ୍ୟାର୍ ଔର୍ ପାପ୍ ପାଇଁ ଫିଲ୍ମଫେୟାର୍ ଆୱାର୍ଡ ଦ୍ୱାରା ସମ୍ମାନିତ ହୋଇଛନ୍ତି , ଗୋଟେ ସମୟ ଥିଲା ଯେବେ ଅରୁଣାଙ୍କ ନାଁ ଡାଇରେକ୍ଟର ଓ ଅଭିନେତା ମେହମୁଦଙ୍କ ସହ ଯୋଡାଯାଉଥିଲା,  କିଛି ଲୋକଙ୍କର ଅନୁସାରେ ଦୁହେଁ ବିବାହ କରିନେଇଥିଲେ  କିନ୍ତୁ ଅରୁଣାଙ୍କ ଅନୁସାରେ ଦୁହେଁଙ୍କ ମଧ୍ୟରେ ଭଲ ବନ୍ଧୁତା ଛଡା ଆଉ କିଛି ନଥିଲା,

ଲଗାତାର ଏତେ ଫିଲ୍ମରେ କାମ କରିବାପରେ ଅରୁଣାଙ୍କ ସେଡ୍ୟୁଲ୍ ବହୁତ ବ୍ୟସ୍ତ ରହୁଥିଲା, , ସେ ୪୦ ବର୍ଷର ହୋଇସାରିଥିଲେ,  କିନ୍ତୁ କେବେ ବିବାହ କରିବାର କଥା ଭାବିବି ନଥିଲେ,  କିନ୍ତୁ ପରେ ୧୯୯୦ ରେ ସେ କୁକୁ କୋହଲିଙ୍କୁ ବିବାହ କରିନେଲେ,  କୁକୁ ପୁର୍ବରୁ ବିବାହିତ ଥିଲେ,  ଓ ତାଙ୍କର ଛୁଆ ଥିବା ସତ୍ତ୍ୱେ ବି ଅରୁଣା ତାଙ୍କୁ ବାଛିଥିଲେ,  କୁକୁଙ୍କ ଛୁଆଙ୍କ ମା ହେବାକୁ ଅରୁଣା ନିଷ୍ପତ୍ତି ନେଲେ , ଅରୁଣା ତାପରେ ଫଇସଲା କଲେ କି ସେ କେବେ ମା ହେବେ ନାହିଁ , ଏହା ଛଡା ଯଦି ସେ ଛୁଆ ଜନ୍ମ ଦିଅନ୍ତି ତ ତେବେ କୁକୁଙ୍କ ଛୁଆଙ୍କ ମଧ୍ୟରେ ଜେନେରେସନ୍ ଗ୍ୟାପ୍ ଆସିଯାଇଥାନ୍ତା,  ଏଥିପାଇଁ ସବୁବେଳେ କୁକୁଙ୍କ ଛୁଆଙ୍କ ମା ହୋଇ ସେ ରହିବାର ନିର୍ଣ୍ଣୟ ନେଲେ ।

Leave a Reply

Your email address will not be published. Required fields are marked *