December 23, 2024

Odia Express

Leading Odia News Portal of Odisha

ଭୁଲ୍ ରେ ବି ଶିବଲିଙ୍ଗ ଉପରେ ଚଢାନ୍ତୁ ନାହିଁ ଏହି ଜିନିଷଗୁଡିକ, ନହେଲେ ଭୋଗିପାରନ୍ତି ଦୁଃଖର ସାମ୍ନା..

ଭଗବାନ ଭୋଳାନାଥଙ୍କ ବହୁତ ହିଁ ସୌମ୍ୟ ରୁପ ଅଟେ,  ଓ ତାଙ୍କର ରୁଦ୍ର ରୁପ ବି ବହୁତ ଅଧିକା ପ୍ରସିଦ୍ଧ ହୋଇଛି , ଭଗବାନ ଭୋଳାନାଥଙ୍କୁ ସଂହାରର ଦେବତା ବୋଲି କୁହାଯାଏ , ଭଗବାନ ଭୋଳାନାଥ ଏଥିପାଇଁ ଭୋଳା କୁହାଯାଏ କାରଣ ସେ ନିଜ ଭକ୍ତଙ୍କ ଭକ୍ତିରେ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି ଓ ଯେଉଁ ଭକ୍ତ ନିଜ ଶ୍ରଦ୍ଧା ଓ ସଚ୍ଚା ମନରେ ତାଙ୍କର ପୁଜା ଅର୍ଚ୍ଚନା କରେ ତାଙ୍କର ସବୁ ମନୋକାମନା ପୁରା ହୋଇଥାଏ , ଆପଣମାନେ ଏହି କଥାତ ନିଶ୍ଚିତ ଜାଣିଥିବେ କି ସୋମବାର ଭଗବାନ ଶିବଙ୍କର ଦିନ ବୋଲି ଜଣାଯାଏ , ଓ ଏହି ଦିନ ବ୍ୟକ୍ତି ଶିବଲିଙ୍ଗରେ ପୁଜା କରିଥାନ୍ତି , ଓ ଭଗବାନ ଶିବଙ୍କର କୃପା ପ୍ରାପ୍ତ କରିଥାନ୍ତି , ଏମିତି ଜଣାଯାଏ କି ଯଦି ଭଗବାନ ଶିବଙ୍କୁ ପ୍ରସନ୍ନ ହେଲେ ତେବେ ବହୁତ ଶୁଭଫଳ ପ୍ରାପ୍ତି ହୋଇଥାଏ ।

ଭଗବାନ ଶିବଙ୍କୁ ଏହି ସୃଷ୍ଟିର ପାଳନକର୍ତ୍ତା ରୁପରେ ଜଣାଯାଏ , କୁହାଯାଏ କି ଏହି ପୁରା ଦୁନିଆଁ ଭଗବାନ ଶିବଙ୍କ ଦ୍ୱାରା ହୋଇଛି, ଭୋଳାନାଥଙ୍କ ମହିମା ବର୍ଣ୍ଣନ କରିବା ମାତ୍ରା ଶିବଜୀ ପ୍ରସନ୍ନ ହୋଇଯାଆନ୍ତି , ଏହି ପୃଥିବୀରେ ଭଗବାନ ଶିବଙ୍କର ଶିବଲିଙ୍ଗ ବୋଲି ଜଣାଯାଏ , ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଭଗବାନ ଶିବଙ୍କର ସ୍ୱରୁପ ଶିବଲିଙ୍ଗରେ କେଉଁ କେଉଁ ଜିନିଷ ଅର୍ପଣ କରିବା ଉଚିତ୍ ନୁହେଁ ତାହା ବିଷୟରେ ସୁଚନା ଦେବୁ । ଆସନ୍ତୁ ଜାଣିବା ।

୧) ଶଂଙ୍ଖରୁ ପାଣି : ଯଦି ଆମେ ହିନ୍ଦୁ ପୌରାଣିକ କଥାଗୁଡିକ ନଜର ପକାଇବା ତେବେ ଶଙ୍ଖକୁ ବହୁତ ଶୁଭ ବୋଲି ଜାଣିଛେ , ଏହାର ବ୍ୟବହାର ପ୍ରାୟ ସବୁ ପୁଜାରେ ହୋଇଥାଏ , କିନ୍ତୁ ଶଙ୍ଖ ଶିବଲିଙ୍ଗରେ ଭୁଲ୍ ରେ ବି ଜଳ ଅର୍ପଣ କରିବା ଉଚିତ୍ ନୁହେଁ କାରଣ ଏହା ଅଶୁଭ ହୋଇଥାଏ ।

୨) ନଡିଆ ପାଣି : ଏହି କଥାର ଖାସ୍ ଧ୍ୟାନ ଦେବାକୁ ହେବ କି ଭଗବାନ ଶିବଙ୍କୁ ପୁଜା ନଡିଆ ଦ୍ୱାରା କରାଯାଇଥାଏ , କେବେ ଧ୍ୟାନ ଦେଇଥିବେ କି ତାଙ୍କୁ ନଡିଆର ପାଣିରେ ପୁଜା କରାଯାଏ ନାହିଁ ଏମିତି କରିବା ଉଚିତ୍ ନୁହେଁ ।

୩) ତୁଳସୀ : ହିନ୍ଦୁ ପୌରାଣିକ କଥାରେ ତୁଳସୀଙ୍କୁ ବହୁତ ପବିତ୍ର ଗଛ ବୋଲି ଜଣାଯାଏ , ପ୍ରାୟ ସବୁ ପୁଜାର ଏହାର ବ୍ୟବହାର କରାଯାଏ , କିନ୍ତୁ ଭୁଲ୍ ରେ ଶିବଲିଙ୍ଗ ଉପରେ ତୁଳସୀର ପତ୍ର ଅର୍ପଣ କରିବା ଉଚିତ୍ ନୁହେଁ ଏମିତି କରିବା ଶୁଭ ନୁହେଁ ବୋଲି କୁହାଯାଇଛି ।

୪) ହଳଦୀ : ଏମିତି ବହୁତ କାର୍ଯ୍ୟ ଅଛି ଯେଉଁଥିରେ ହଳଦୀର ପ୍ରୟୋଗ କରାଯାଇଥାଏ , ବିନା ହଳଦୀରେ ପୁଜା ସଂପୁର୍ଣ୍ଣ ହୁଏ ନାହିଁ କିନ୍ତୁ ଶିବଲିଙ୍ଗରେ ପୁଜା କରୁଥିବା ସମୟରେ ଭୁଲ୍ ରେ ବି ହଳଦୀର ପ୍ରୟୋଗ କିମ୍ବା ଅର୍ପଣ କରିବା ଅଶୁଭ ହୋଇଥାଏ ।

୫) କୁମକୁମ୍ : ହିନ୍ଦୁ ଧର୍ମରେ ସିନ୍ଦୁର କିମ୍ବା କୁମ୍ କୁମ୍ ମହିଳାଙ୍କ ଦ୍ୱାରା ନିଜ ସ୍ୱାମୀଙ୍କ ବୟସ କାମନା ପାଇଁ ଲଗାଯାଇଥାଏ , ଓ ଭଗବାନ ଶିବଙ୍କୁ ବିଧ୍ୱସଂକ ର ଭାଗ ବୋଲି ଜଣାଯାଏ , ଏହି କାରଣରୁ ଶିବଲିଙ୍ଗରେ କେବେ ବି କୁମ୍ କୁମ୍ ଅର୍ପଣ କରିବା ଉଚିତ୍ ନୁହେଁ ।

ଉପରୋକ୍ତ ଯେଉଁ ଜିନିଷଗୁଡିକ ବିଷୟରେ ଆମେ ଆପଣଙ୍କୁ ସୁଚେଇଦେଲୁ ସେହି ଜିନିଷଗୁଡିକ କେବେ ବି ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ନାହିଁ ଅନ୍ୟଥା ଏହାର ବହୁତ ଖରାପ ପରିଣାମ ଭୋଗିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *