ରାମାୟଣର ଏହି ୫ ଟି ପ୍ରମାଣ ଆଜି ବି ଅଛି ମହଜୁଦ୍ , ଏଥିରୁ ଜଣାପଡେ ରାମାୟଣର ଅସଲି ସତ୍ୟତା…
ହିନ୍ଦୁ ଧର୍ମରେ ରାମାୟଣ ଓ ମହାଭାରତର ଖାସ୍ ସ୍ଥାନ ଅଛି , ଏହି ଦୁନିଆଁରେ ଏମିତି କେହି ହିନ୍ଦୁ ଥିବେ ଯିଏ ରାମାୟଣ ବିଷୟରେ ଜାଣିନଥିବେ , ରାମାୟଣ ଭଗବାନ ରାମଙ୍କ ସହ ଯୋଡି ହୋଇଥିବା କଥାବସ୍ତୁ ଅଟେ , କୁହନ୍ତି ଯେବେ ଭଗବାନ ରାମଙ୍କୁ ୧୪ ବର୍ଷ ବନବାସ ହୋଇଥିଲା , ତେବେ ସୀତା ମା ଓ ଛୋଟ ଭାଇ ଲକ୍ଷ୍ମଣଙ୍କ ସହ ଜଙ୍ଗଲରେ ରହିବାକୁ ଲାଗିଥିଲେ , ଏହି ମଧ୍ୟରେ ଭଗବାନ ଶିବଙ୍କ ଭକ୍ତ ରାବଣ କୁଦୃଷ୍ଟି ସୀତାଙ୍କ ଉପରେ ପକାଇଥିଲେ , ରାବଣ ଏପରି ଏକ ଷଡଯନ୍ତ୍ର କଲେ ଯାହାର ଦ୍ୱାରା ସୀତା ମା ଫସିଗଲେ , ଓ ସାଥିରେ ରାବଣ ତାଙ୍କୁ ଲଙ୍କାର ନଗରୀ ନେଇଗଲା , ଯେବେ ରାମଙ୍କୁ ସୀତାଙ୍କ ଅପହରଣ କଥା ଜଣାପଡିଲା ତେବେ ସେ ବ୍ୟାକୁଳ ହୋଇଗଲେ, ଓଖୋଜିବାରେ ଲାଗିପଡିଲେ , ଏହି ମଧ୍ୟରେ ହନୁମାନ ତାଙ୍କର ସହାୟତା କଲେ , ଓ ସୀତାଙ୍କୁ ରାବଣ କବଳରୁ ଛଡାଇବାପାଇଁ ନିଜ ଲାଞ୍ଜରେ ନିଆଁ ବି ଲଗାଇଦେଇଥିଲେ, ଏହି ସଂପୂର୍ଣ୍ଣ ଗାଥା ରାମାୟଣରେ ବର୍ଣ୍ଣୀତ ହୋଇଛି କିନ୍ତୁ କିଛି ଲୋକ ଅଛନ୍ତି ଯାହାଙ୍କୁ ରାମାୟଣ ଏବେ ବି କାଳ୍ପନିକ ଘଟଣା ବିଷୟବସ୍ତୁ ପରି ଲାଗେ , ଆଜି ଏହି ଆର୍ଟିକିଲ୍ ରେ ଆମେ କିଛି ପ୍ରମାଣ ସହିତ ସୁଚେଇଦେବୁ ଯାହାକୁ ଜାଣିଲେ ଆପଣ ବି ବିଶ୍ୱାସ୍ କରିବାକୁ ଲାଗିବେ , ଆସନ୍ତୁ ଜାଣିବା ।
୧) ଅଶୋକ ବାଟିକା : ଯଦି ଇତିହାସର ପୃଷ୍ଠାକୁ ଆଡେଇବେ ତେବେ ଆପଣ ଜାଣିବାକୁ ପାଇବେ କି ଲଙ୍କାଧିପତି ରାବଣର ଅଶୋକ ବାଟିକା ଏକ ଗୁପ୍ତ ସ୍ଥାନ ଥିଲା, କେବଳ ଏତିକି ନୁହେଁ ମାତା ସୀତାଙ୍କ ଅପହରଣ ପରେ ରାବଣ ତାଙ୍କୁ ବନ୍ଧୀ ବନାଇକରି ରଖିଥିଲା, ଏହି ସ୍ଥାନ ଏତେ ରହସ୍ୟମୟୀ ଥିଲା କି ହନୁମାନ ସେହି ସ୍ଥାନକୁ ସହଜରେ ସନ୍ଧାନ ଲଗାଇପାରିନଥିଲେ , କିନ୍ତୁ ବହୁତ ପ୍ରଚେଷ୍ଟା ଦ୍ୱାରା ହନୁମାନ ବିଭିଷଣଙ୍କ ସହାୟତାରେ ସ୍ଥାନର ସୁଚନା ପାଇଲେ , ଆଜି ଏହି ସ୍ଥାନ ଶ୍ରୀଲଙ୍କାରେ ସ୍ଥିତ ଅଛି ଯାହା ଦ୍ୱାରା ସଫା ଜଣାପଡେ କି ରାମାୟଣ ଏକ ବାସ୍ତବିକ ଘଟଣା ଅଟେ ।
୨) ପ୍ରଭୁ ହନୁମାନଙ୍କ ପଦ ଚିହ୍ନ : ଯେବେ ଭଗବାନ ରାମଙ୍କୁ ସୀତା ମାଙ୍କ ଅପହରଣ ବିଷୟରେ ଜଣାଗଲା ତେବେ ହନୁମାନଜୀ ତାଙ୍କ ଖୋଜ୍ ରେ ପଠାଇଦିଆଗଲା , କୁହାଯାଏ କି ହନୁମାନ ଜୀ ବିକରାଳ ରୁପ ଧାରଣ କରି ଏକ ସମୁଦ୍ର ପାର୍ କରି ଲଙ୍କା ଯାଇଥିଲେ , ଆଜି ସେହି ସ୍ଥାନକୁ ଦେଖିଲେ ହନୁମାନଙ୍କ ପଦଚିହ୍ନ ମହଜୁତ୍ ଅଛି ।
୩) ଗରମ ଜଳର କୁଅ : ହିନ୍ଦୁ ଧର୍ମର ଗ୍ରନ୍ଥ ଅନୁସାରେ ରାବଣ ନିଜ ଶକ୍ତିର ସହାୟତାରେ ଗରମ ଜଳର ଅଣୁକୁ ନିର୍ମାଣ କରିଥିଲେ , ଆଜି ରାମାୟଣରେ ଘଟିଥିବା ହଜାର ବର୍ଷ ହୋଇସାରିଛି , କିନ୍ତୁ ଆଜି ବି ଲଙ୍କାରେ ମହଜୁତ୍ ଅଛି ଓ ଏଥିରୁ ଗରମ ଜଳ ବାହାରେ ।
୪) ରାମସେତୁ : ଅଧିକାଂଶ ଲୋକ ରାମସେତୁ ପ୍ରାକୃତିକ କରିସ୍ମା କହନ୍ତି , ଏମିତି ମାନାଯାଏ କି ଏହା ରାମଙ୍କ ଦ୍ୱାରା ବନାହୋଇଥିଲା< କାରଣ ସେଥିପାଈଁ ଏହାର ନାଁ ରାମସେତୁ ହେଲା , ଏହା ଏକ ପୋଲ ଅଟେ , ଭଗବାନ ରାମ ଓ ବାନରସେନା ଏହାକୁ ବନାଇଥିଲେ ।
୫) ଭାସୁଥିବା ପଥରଖଣ୍ତ : ଯଦି ଆପଣ କେଉଁ ନଦୀ କିମ୍ବା ସମୁଦ୍ରରେ ପଥର୍ ପକାଇବେ ତେବେ ତାହା ବୁଡୀଯିବ , କିନ୍ତୁ ଭଗବାନ ରାମଙ୍କ ସେନା ଦ୍ୱାରା ପଥରରେ ତାଙ୍କ ନାଁ ଲେଖିକରି ପଥର ପକାଇଲେ ସେ ପାଣିରେ ଭାସିବାକୁ ଲାଗିବ , କିଛି ପଥର ଆଜି ବି ରାମେଶ୍ୱରମରେ ଅଛି ଯାହାକି ଦକ୍ଷିଣ ଭାରତରେ ଅଛି ।