December 23, 2024

Odia Express

Leading Odia News Portal of Odisha

କେଉଁ କାରଣରୁ ଆମେ ଜେବ୍ରାର ପିଠିରେ ବସି ବୁଲୁ ନାହାନ୍ତି ? କଣ ଏହାର ମୁଖ୍ୟ କାରଣ ଜାଣିରଖନ୍ତୁ,..

ନମସ୍କାର,ଆଜି ଆମେ ଜାଣିବା,ଲୋକମାନେ କେଉଁ କାରଣରୁ ଘୋଡା ପିଠିରେ ବସି ବୁଲନ୍ତି ଆଉ କାହିଁକି ଜେବ୍ର ପିଠିରେ ବସି ବୁଲନ୍ତି ନାହିଁ।କହିବାକୁ ଗଲେ ଏମାନେ ସମାନ ପରିବାର,ସମାନ ଶ୍ରେଣୀ ଓ ସମାନ ଜୀନର ହୋଇଥାନ୍ତି।ଏହା ବ୍ୟତୀତ ଏମାନଙ୍କ ଭିତରେ ଆହୁରି ଏମିତି ବହୁତ କିଛି ସମାନତା ରହି ଅଛି।ଯେମିତି ଏମାନଙ୍କ ଶରୀର ଓ ଚାଲି ଚଳନ,ଆଉ ରହିବା ସୈଳି ଏହି ଭଳି କିଛି କିଛି।ଦେଖିବାକୁ ଗଲେ ଏମାନେ ସମ୍ପୂର୍ଣ୍ଣ ଭାବରେ ସମାନ ନୁହେଁ କିନ୍ତୁ ପ୍ରାୟ ମାତ୍ରରେ ସମାନ ହୋଇଥାନ୍ତି।

ଆପଣ ନିଶ୍ଚିନ୍ତ ଭାବରେ ଘୋଡା ଉପରେ ବସି ବୁଲି ଥିବେ ଯାହା ସାଧାରଣ ଅଟେ।କଣ ଆପଣ କେବେ ଜେବ୍ରାର ଉପରେ ବସି ବୁଲିଛନ୍ତିକି ?ଆମେ ଜାଣିଛୁ ଆପଣ ଏହା କେବେ ପ୍ରୟାସ କରି ନଥିବେ କାରଣ ଏହା ସମ୍ଭବ ନୁହେଁ।ଆଜି ଆମେ ଏହି କଥା ଉପରେ ଆଲୋକପାତ କରିବା କେଉଁ କାରଣରୁ ଆମେ ଘୋଡା ଚାଳନା କରିଥାଉ କିନ୍ତୁ ଜେବ୍ରା ଚାଳନ କରିନଥାନ୍ତି।ଦେଖିବାକୁ ଗଲେ ପୁରାତତ୍ତ୍ୱ ବିଭାଗ ମାତରେ ୫୫୦୦ ବର୍ଷରୁ ଆମେ ଘୋଡାକୁ ନିଜର ଗୃହ ପାଳିତ ପଶୁ ଭାବରେ ରଖି ଆସୁଛୁ।

ବହୁ ବହୁ ବର୍ଷ ତଳୁ ଆମେ ମଣିଷ ଓ ଜେବ୍ରା ଏକାଠି ବଢି ଚାଲିଛୁ।ପ୍ରମାଣ ଅନୁସାରେ ବହୁତ ଆଗରୁ ମଣିଷ ମାନଙ୍କ ଦ୍ୱାରା ଜେବ୍ରାର ଶିକାର କରାଯାଉଥିଲା।ଏମାନଙ୍କୁ କେଵଳ ଭୋଜନ ଆକାରରେ ବ୍ୟବହାର କରାଯାଉଥିଲା।ସେଥିପାଇଁ ମଣିଷ ମାନଙ୍କ ପ୍ରତି ଏହି ଜନ୍ତୁ ମାନଙ୍କର ବ୍ୟବହାର ସମ୍ପୂର୍ଣ୍ଣ ଅଲଗା ଥାଏ।ଆଉ ସେଠି ଘୋଡା ମାନଙ୍କ ଦ୍ୱାରା ବ୍ୟବହାର ଓ ଚାଲି ଚଳନ ମଧ୍ୟ ଆହୁରି ଅଲଗା ହୋଇଥାଏ।ସମୟ ସହିତ ଏହି ଜେବ୍ରା ବହୁତ ବିକଶିତ ହେବାର ଲାଗିଲେ ଯାହାଫଳରେ ଏମାନଙ୍କୁ ଏବେ ପୋଷା ବନେଇବା ବହୁତ କଷ୍ଟ ସାଧ୍ୟ ହୋଇ ପଡିଛି।

କହିବାକୁ ଗଲେ ଏ ଜେବ୍ରା ବହୁତ ବଡ଼ ବଡ଼ ହିଂସ୍ର ଜନ୍ତୁ ଯେମିତି ବାଘ ଓ ସିଂହ ମାନଙ୍କ ଦ୍ୱାରା ଘେରି ରହିଥାନ୍ତି,ଆଉ ସେମାନେ ନିଜ ରକ୍ଷା ପାଇଁ ତାଙ୍କ ଭିତରେ ଏମିତି ପ୍ରତିକ୍ରିୟା ସଂଚାର ହେବାର ଲାଗିଛି ଯାହା ଅନ୍ୟ ଜଙ୍ଗଲୀ ଜୀବଙ୍କ ଠାରୁ ଅଧିକ ହୋଇଥାଏ।ଯେମିତିକି ଏମାନେ ବହୁତ ଚଞ୍ଚଳ ଓ ତୀବ୍ର ହୋଇଥାନ୍ତି।ଏମେନଙ୍କ ପ୍ରତିକ୍ରିୟା ମଧ୍ୟ ଭିନ୍ନ ହେବାରେ ଲାଗିଛି।ଆପଣ ପ୍ରାୟ କେତେକ ସ୍ଥାନରେ ଏମାନଙ୍କୁ ପାଳିବା ଓ ପୋଷିବା ର ଆପଣ ମାନେ ଦେଖି ପାରିବେ।ସେ କଣ କରନ୍ତି ନା ସେମାନଙ୍କୁ ଗୋଟେ ନିର୍ଦ୍ଧିଷ୍ଟ ଅଭ୍ୟାସରେ ପକେଇ ନିଜ ନିୟନ୍ତ୍ରଣକୁ ନେଇ ଆସନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମାନେ ଜୋରରେ କାମୁଡିବା ସହିତ ନିଜ ପଛପଟକୁ ବହୁତ ଜୋରରେ ଲାତ ମାରନ୍ତି।ଯାହା ଏତେ ଟାଣ ହୋଇଥାଏ ଯେକୌଣସି ସିଂହର ମାଢି ଭାଙ୍ଗି ଦେଇ ପାରେ।ସେଥିପାଇଁ ପଶୁ ସୁରକ୍ଷା କାରୀ ଏମାନଙ୍କ ଠାରୁ ଦୁରେଇ ରୁହନ୍ତି।ପ୍ରାକୃତିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ଏ ଜେବ୍ରା ପରିବହନ ପାଇଁ ତିଆରି ହିଁ ହୋଇନାହାନ୍ତି।ଦେଖିବାକୁ ଗଲେ ଗୋଟେ ଜେବ୍ରା ଯେକୌଣସି ଘୋଡା ଠାରୁ ଉଚ୍ଚତାରେ ଛୋଟ ହୋଇଥାଏ।ଏମାନଙ୍କ ପିଠି ମଧ୍ୟ ଘୋଡା ଭଳି ଟାଣ ଓ ମଜବୁତ ହୋଇନଥାନ୍ତି।ଯେଉଁ କାରଣରୁ ଏମାନେ ବହୁତ ଓଜନ ଉଠେଇବାର ସାହାଯ୍ୟକାରୀ ହୋଇନଥାନ୍ତି।ଆଉ ଏମାନଙ୍କ ପିଠିରେ ବସି ବୁଲି ହେବ କିନ୍ତୁ ଶାରୀରିକ ଦୃଷ୍ଟି କୋଣରୁ ଏହା ଉପରେ ବସି ବୁଲାଯାଏ ନାହିଁ।

Leave a Reply

Your email address will not be published. Required fields are marked *