October 22, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା କିପରି ଆମେ ଆମର ମଧୁମେହ ଉପରେ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ରଖିପାରିବା..

ଆଜି ଆମେ ଆପଣଙ୍କୁ ଏମିତି ଔଷଧ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣଙ୍କ ମଧୁମେହ ୩୦୦,୪୦୦ କିମ୍ବା ୫୦୦ ହେଉ ତାହା ଗୋଟେ ସପ୍ତାହରେ ସାଧାରଣ ହୋଇଯିବ।ଆପଣ ଏହି ଔଷଧିକୁ ନିଜ ଘରେ ମଧ୍ୟ ପ୍ରସ୍ତୁତ କରି ପାରିବେ ଯାହା ଆପଣଙ୍କ ୬୦-୮୦ ଦିନ ପର୍ଯ୍ୟନ୍ତ ଚାଲିବ ଓ ଏହା ସରିଗଲା ପରେ ଆପଣ ଆଉଥରେ ଔଷଧି ପ୍ରସ୍ତୁତ କରି ବ୍ୟବହାର କରି ପାରିବେ।ଲୋକମାନେ ରାସାୟନିକ ଔଷଧ ଖାଇ ଖାଇ ତାଙ୍କୁ ବେସି ଲାଭ ହୋଇନଥାଏ। ଆମେ କହୁଥିବା ଉପାୟ ମାତ୍ର ଗୋଟେ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କଲେ ଆପଣଙ୍କ ମଧୁମେହରେ ନିଶ୍ଚିନ୍ତ ଭାବରେ ଲାଭ ହେବ।ଆପଣ ଏହାକୁ ମାତ୍ର ଚାରୋଟି ଜିନିଷ ସାହାଯ୍ୟରେ ଆପଣ ସହଜରେ ଏ ଉପାୟକୁ ଘରେ ବନେଇ ପାରିବେ।ପ୍ରଥମ ଜିନିଷ ହେଉଛି ଡାଲଚିନି,ଦ୍ୱିତୀୟ ହେଉଛି ମେଥିଦାନା,ତୃତୀୟ ହେଉଛି ଭୃସଙ୍ଗ ପତ୍ର,ଚତୁର୍ଥ ହେଉଛି ଶୁଖିଲା ଅଦା।

ଆମେ ଏହାକୁ କିପରି ପ୍ରସ୍ତୁତ କରିବା ଓ ସେବନ କରିବା ପୂର୍ବରୁ ଆମେ ଆପଣଙ୍କୁ କହିବୁକି ଏହା ଆପଣଙ୍କ ଶରିରରେ ଯାଇଁ କିପରି କାମ କରିବ ସେ ବିଷୟରେ ଆମେ ଆଜି ଆପଣଙ୍କୁ କହିବୁ।ଆସନ୍ତୁ ଜାଣିବା ସର୍ବପ୍ରଥମ ଜିନିଷ ଡାଲଚିନି ବିଷୟରେ ଏହା ଆପଣଙ୍କ ଶରୀରରେ ପ୍ରସ୍ତୁତ ହେଉଥିବା ଇନ୍ସୁଲିନ ବହୁତ ସମ୍ବେଦନ ଶୀଳ କରାଇଥାଏ।ଯାହାଦ୍ୱାରା ଅଳ୍ପ ମାତ୍ରରେ ଇନ୍ସୁଲିନ ଗଠନ ହେଲେବି ଅଧିକ ମାତ୍ରରେ କାମ କରିବ।

ସାଧାରଣତଃ ମଧୁମେହର ରୋଗୀ ମାନଙ୍କ ଭିତରେ ଦେଖାଯାଏକି ସେମାନଙ୍କ ଶରୀର ଇନ୍ସୁଲିନ ପ୍ରତି ବେଶି ସମ୍ବେଦନଶୀଳ ହୋଇନଥାଏ।ଯାହାଦ୍ୱାରା ସେମାନଙ୍କୁ ମଧୁମେହ ଭଳି ରୋଗ ହୋଇଥାଏ କିନ୍ତୁ ଡାଲଚିନ ଦ୍ୱାରା ଆଉ ଏହା ସମ୍ଭବ ପର ହୋଇନଥାଏ।ଡାଲଚିନ ଶରୀର ଭିତରକୁ ଯାଇ ଇନ୍ସୁଲିନ ଭଳି କାର୍ଯ୍ୟ କରିଥାଏ ଓ ଶରୀରରୁ ମଧୁମେହର ମାତ୍ର କମେଇଥାଏ।

ଏହା ମଧୁମେହରୁ ହେଉଥିବା ଅନ୍ୟ ସମସ୍ୟା ଯେମିତି ହୃଦରୋଗ ହେବାର ସମ୍ଭାବନାକୁ କମ କରିଥାଏ ଓ ରକ୍ତରେ ଥିବା କୋଲେଷ୍ଟ୍ରୋଲର ମାତ୍ରାକୁ କମେଇ ଥାଏ।ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଜିନିଷ ମେଥି ଦାନା ବିଷୟରେ ଏହା ଆପଣଙ୍କ ଶରୀର ଭିତରକୁ ଯାଇଥାଏ।ଶରୀର ଭିତରେ ଗଠନ ହେଉଥିବା ଇନ୍ସୁଲିନର ମାତ୍ରାକୁ ବଢେ଼ଇବାରେ ସାହାଯ୍ୟକରେ।ଆପଣଙ୍କ ଇନ୍ସୁଲିନ ବଢିବା ଦ୍ୱାରା ଶରୀରରେ ମଧୁମେହର ମାତ୍ରା ମଧ୍ୟ କମିଥାଏ।

ଡାଲଚିନ ଓ ମେଥି ଦାନାକୁ ଏକାସାଙ୍ଗରେ ଖାଇବାଦ୍ବାରା ପ୍ରଥମେ ଶରୀରରେ ଇନ୍ସୁଲିନର ତିଆରି ମାତ୍ର ବୃଦ୍ଧି ପାଇଥାଏ ଓ ଶରୀରକୁ ଇନ୍ସୁଲିନ ପ୍ରତି ସମ୍ବେଦନଶୀଳ କରାଇଥାଏ।ଆସନ୍ତୁ ଜାଣିବା ତୃତୀୟ ଜିନିଷ ଭୃସଙ୍ଗ ପତ୍ର ବିଷୟରେ ଏହା ଶରୀର ଭିତରେ ତିଆରୀ ହେଉଥିବା ଇନ୍ସୁଲିନର କାର୍ଯ୍ୟକାଳକୁ ବଢ଼େଇ ଦେଇଥାଏ ବା ଦ୍ରୁତ ଗତିରେ କରାଇଥାଏ।ଏହାବ୍ୟତୀତ ଭୃସଙ୍ଗ ପତ୍ର ଆହୁରି ଏକ ମହତ୍ୱ ପୁର୍ଣ୍ଣ କାମ କରିଥାଏ।

ଏହା ରକ୍ତରେ ମିଶୁଥିବା ଶର୍କରାର ମାତ୍ରାକୁ ହ୍ରାସକରିଥାଏ।ଏହା ପାଚନ ପ୍ରକ୍ରିୟା ଉପରେ ଭଲ ଭାବରେ କାମ କରିଥାଏ।ଆସନ୍ତୁ ଜାଣିବା ଚତୁର୍ଥ ଜିନିଷ ଯାହା ହେଉଛି ସୁଖିଲା ଅଦା ଏହା ମେଥିଦାନା ଭଳି ଶରୀରରୁ ଇନ୍ସୁଲିନ ନିର୍ଗତରେ ସାହାଯ୍ୟ କରିଥାଏ।ଆମ ଶରୀରରେ ରକ୍ତରୁ ସୁଗାର ସବୁ ମାଂସପେଶୀକୁ ଯାଇଥାଏ ସୁଖିଲା ଅଦା ଇନ୍ସୁଲିନର ମାତ୍ରାକୁ ବଢ଼ାଇ ଦେଇଥାଏ।ଏହି ସୁଖିଲା ଅଦା ସମ୍ପୂର୍ଣ୍ଣ ଭାବରେ ଇନ୍ସୁଲିନର କାର୍ଯ୍ୟ କରିଥାଏ।

ଏହିଥିରୁ ଆପଣ ଜାଣିପାରୁଥିବେ ଏ ଚାରିଟି ଜିନିଷକୁ ଏକାସାଙ୍ଗରେ ଖାଇଲେ ଆପଣଙ୍କ କି ପ୍ରକାରର ଲାଭ ହେବ ଆପଣ ଏହାକୁ ଭଲଭାବରେ ଦେଖିପାରିଥିବେ।ଆସନ୍ତୁ ଜାଣିବା ଏହି ଉପାୟକୁ କିପରି ବନେଇବେ।ଆପଣଙ୍କୁ ନବାର ଅଛି ୩-୫ ଗ୍ରାମ ଡାଲଚିନ।୫ ଗ୍ରାମ ମେଥି ଦାନ ଆଣିବେ ତାକୁ ଭଲ ଭାବରେ ଗ୍ରାଇଣ୍ଡ କରିନେବେ।ତୃତୀୟ ଜିନିଷ ଭୃସଙ୍ଗ ପତ୍ର ସୁଖେଇ ଗୁଣ୍ଡ କରିନେବେ।ଚତୁର୍ଥ ଜିନିଷ ଏହାକୁ ସୁଖିଲା ଅଦା ବା ସୁଣ୍ଠି କୁହାଯାଏ।ତାପରେ ଆପଣ ସେ ଅଦାକୁ ନେଇ ଭଲ ଭାବରେ ଗୁଣ୍ଡକରି ନେବେ।

ତାପରେ ଏ ଚାରୋଟି ଜିନିଷକୁ ଆପଣମାନେ ଭଲ ଭାବରେ ବା ଚାମୁଚ ସାହାଯ୍ୟରେ ଗୋଳେଇ ନେବେ।ଏବେ ଆପଣ କଣ କରିବେନା ୨-୩ ଗ୍ରାମ ନେବେ ରାତିରେ ଶୋଇବା ଆଗରୁ ଏହାକୁ ପାଣିରେ ଗୋଳେଇ ନେବେ ଓ ରାତିସାରା ସେମିତି ଛାଡି ନେବେ।ତାପରେ ସମ୍ପୂର୍ଣ୍ଣ ପାଣିକି ସକାଳୁ ଉଠି ପିଯିବେ।ଯଦି ଆପଣ ଏହାର ବ୍ୟବହାର ୭-୮ ଦିନ କଲେ ଏହାର ଫଳ ଆପଣଙ୍କୁ ଦେଖାଯିବ ନିଶ୍ଚିନ୍ତ।ଆପଣ ଔଷଧ ଖାଇଲା ବେଳେ ଆପଣ ମିଠା ଖାଇବା କମ କରିଦେବା ଉଚିତ।ଆପଣ କେବଳ ସବୁଜ ଓ ତଟକା ପନି ପରିବା ଖାଇବା ଆଵଶ୍ୟକ।

Leave a Reply

Your email address will not be published. Required fields are marked *