October 22, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଭୃସଙ୍ଗ ର ଶୁଖିଲା ପତ୍ର ଥିବା ଗଛ କୁ କିପରି ହୃଷ୍ଟର୍ପୃଷ୍ଟ ଓ ଘନ କରିପାରିବା..

ପ୍ରଥମେ ଗଛ କୁ ଏକ ଏମିତି ଜାଗା ରେ ରଖିବା ଯେଉଁଠି ସମ୍ପୂର୍ଣ୍ଣ ସୂର୍ଯ୍ୟ କିରଣ ଗଛ ପାଇପାରୁଥିବ କାରଣ ଆମେ ସମସ୍ତେ ଜାଣନ୍ତି ଯେ ଗଛ ସୂର୍ଯ୍ୟ କିରଣ କୁ ନେଇ ତାର ଖାଦ୍ୟ ଆଲୋକ ସଂଶ୍ଳେଷଣ ପ୍ରକିୟା ରେ ପତ୍ର ସାହାଯ୍ୟ ରେ କରେ।ଗଛ କୁ ଦିନ କୁ ୧ ଥର ସକାଳେ ପାଣି ଦେବା ଦ୍ବାରା ଗଛ ଘନ ହେବା ସହ ଭଲ ଭାବରେ ବଢେ।କିନ୍ତୁ ଯେଉଁଦିନ ପ୍ରବଳ ଗରମ ହୁଏ ତାର ପତ୍ର ରାତିରେ ଶୁଖି ଯାଇଥାଏ,ତେଣୁ ତାକୁ ସେତେବେଳେ ରାତିରେ ଅଳ୍ପେ ବହୁତ୍ ପାଣି ଦରକାର ହୁଏ।ପତ୍ର ଘନ ହବା ପାଇଁ ତାର ଶୁଖି ଥୁଣ୍ଟା ହୋଇଥିବା ଜାଗା କୁ କାଟି ଦେଲେ ସେ ଭଲ ରେ ବଢ଼ି ପରେ।ସର୍ଦ୍ଦି ପରେ ଗଛ କୁ ସେମିତି ନରଖି ତା ର ଉତ୍ତମ ଗ୍ରୋଥ ପାଇଁ ପ୍ଲାଣ୍ଟ ବ୍ରୀଡ଼ିଁ କରି ଗଛ କୁ ଆବଶ୍ୟକ ପରିମାଣରେ ପୋଷକ ଦେବା ଦରକାର ହୋଇଥାଏ।

ଆରମ୍ଭରୁ ସୁଖା ପତ୍ର ଥିବା ଏକ ଛୋଟ ଗଛ କୁ ୮ଇଞ୍ଚ୍ ବିଶିଷ୍ଟ ଫ୍ଲାୱର୍ ପ ଟ୍ ରେ ରଖି ଲେ ସେ ଭଲ ଭାବେ ବଢେ,କିନ୍ତୁ ତାକୁ ୧୬ ଇଞ୍ଚ୍ ର ପଟ୍ ରେ ରଖିଲେ ସେ ଠିକ୍ ସେ ବଢ଼ି ପାରେ ନାହିଁ।ତେଣୁ ତାକୁ ଛୋଟ ପାତ୍ର ରେ ରଖିଲେ ସେ ଠିକ୍ ଭାବେ ପାଣି ଓ ସୂର୍ଯ୍ୟ କିରଣ ପାଇପାରେ ଏବଂ ଭଲ ରେ ବଢେ ଏବଂ ବଡ଼ ରେ ରଖିଲେ ସେ ଠିକ୍ ଭାବେ ତା ପାଇଁ ଯେତିକି ଖାଦ୍ୟ ଦରକାର ତା ଠୁ ଅଧିକ ହେବା ଦ୍ବାରା ଗଛ ର ବଢିବା ନିମନ୍ତେ କଷ୍ଟ ହୋଇଯାଏ।ତେଣୁ ଗଛ ଛୋଟ ରୁ ବଡ଼ ହେବାପରେ ତାକୁ ବଡ଼ ପାତ୍ର ରେ ରଖିବା ଉଚିତ୍।

ତେଣୁ ଆଜି ଜାଣିବା ଯଦି ଏସବୁ କରିବା ପରେ ଯଦି ଶୁଖା ପତ୍ର ଥିବା ଗଛ ବଢ଼ି ପାରୁନି ତାହାଲେ କଣ କଲେ ଏହା ଠିକ୍ ସେ ବଢ଼ି ପାରିବ।ସୋରିଷ ମଞ୍ଜି ର ତେଲ ବାହାର କରି ତାର ଶୁଖି ଲା ଭାଗ ଯାହା କି ବହୁତ୍ ସୁଲଭ ମୂଲ୍ୟ ରେ ମିଳିଯାଏ ୨୫ ଟଙ୍କା ପ୍ରତି କିଗ୍ରା ଯାହା କି ଫର୍ଟି ଲାଇଜର ଷ୍ଟୋର ରେ ବି ମିଳେ ଏବଂ ପଶୁ ଙ୍କୁ ଖାଇବାପାଇଁ ବି ଦିଆଯାଏ।ଏଥିରେ ପ୍ରଚୁର ପରିମାଣ ରେ ନାୟିଟ୍ରୋଜେନ୍ ଏବଂ ପୋଷକ ଥାଏ।

ଏହି ଶୁଖିଲା ଭାଗ କୁ ସେପରି ଗଛ ଯେଉଁଥିରେ ଫଳ ଓ ଫୁଲ ଦରକାର ହୋଇ ନଥାଏ ସେପରି ଗଛ ପାଇଁ କେବଳ ପତ୍ର ର ଘନତା ଦରକାର ଏହାକୁ ସେ ଗଛ ଲାଗି ବହୁତ୍ ବ୍ୟବହାର କ ରାଯାଏ।ଏହି ଶୁଖିଲା ଭାଗ କୁ କେତେଜଣ ପାଣି ରେ ମିଶେଇ ଗଛ ପାଇଁ ବ୍ୟବହାର କରିଥାନ୍ତି।କିନ୍ତୁ ଏହାକୁ ଚାଉଳ ମଣ୍ଡ ସହ ଅର୍ଥାତ୍ ଚାଉଳ କୁ ଧୋଇଲା ପରେ ସେଇ ପାଣି ରେ ମିଶେଇ ଗଛ କୁ ଦେଲେ ଗଛର ଭଲ ଭାବରେ ବଢେ।ପ୍ରଥମ ତ ଚାଉଳ ର ଏହି ପାଣି ରେ ଆମି ନୋ ଏସିଡ ଥାଏ ଏବଂ ଦ୍ୱିତୀୟ ରେ ଚାଉଳ ରେ ମଣ୍ଡଦ ମଧ୍ୟ ଥାଏ ଯାହା ଗଛ ର ବହୁ ଉତ୍ତମ ପୋଷକ ଭାବେ କାମ କରେ।ଆହୁରି ମଧ୍ୟ ଏହି ସୋରିଷ ର ଶୁଖିଲା ଭାଗ ଚାଉଳ ରେ ଭଲ ଭାବେ ମିଶିଯାଏ କିନ୍ତୁ ପାଣି ରେ ଏହା ନ ମିଶି ପାରି ଫଗି ଙ୍କୁ ମରିପରେନା।

ତେଣୁ ୨୫ ଗ୍ରାମ ସୋରିଷ ର ଅବଶିଷ୍ଟ କୁ ଚାଉଳ ର ମଣ୍ଡ ସହ ମିଶାଇ କପଡା ରେ ଘୋଡାଇ ୩ ଦିନ ଛାଇ ଥିବା ଜାଗା ରେ ରଖିଦିଆ ଯାଏ।ପରେ ଏହା କୁ ସଂଗ୍ରହ କରି ଏଥିରୁ ଅଧ୍ ଲି ଆଉ ପାଣି ରୁ ଅଧ ଲି ମିଶାଇ ଭଲ ଭାବରେ ଫେଣ୍ଟି ଶୁଖା ପତ୍ର ଥିବା ଗଛ କୁ ଦିଆଯାଏ ଯଦି ଛୋଟ୍ ଗଛ ହୋଇଥାଏ ତାହାଲେ ତାକୁ ୭୫ପ୍ରତିଶତ ପାଣି ଆଉ ୨୫ ପ୍ରତିଶତ ସୋରିଷ ର ଏହି ଦ୍ରବଣ ଦିଆ ଯାଇଥାଏ।

ଏହା କରିବା ଦ୍ଵାରା ଶୁଖି ଯାଇଥିବା ପତ୍ର ରେ ଘନ ତା ଏବଂ ଏହାର ପତ୍ର ର ଉତ୍ତମ ବିକାଶ ହୋଇପାରେ ଏବଂ ଗଛ ର ପତ୍ର ଶୁଖେ ନାହିଁ ଏବଂ ଏହାର ପତ୍ର ସର୍ବଦା ଘନ ରହେ।ଏହା କୁ ସମସ୍ତେ ବ୍ୟବହାର କରିବା ଦରକାର ଯାହା ଦ୍ଵାରା ପତ୍ର ସର୍ବଦା ଭଲ ଭାବରେ ବଢେ ଏବଂ ଏହାର ଉତ୍ତମ ବିକାଶ ହୋଇପାରେ।

Leave a Reply

Your email address will not be published. Required fields are marked *