October 19, 2024

Odia Express

Leading Odia News Portal of Odisha

ବାଛନ୍ତୁ ଗୋଟେ ତାଲା ଓ ଜାଣନ୍ତୁ ନିଜ ହୃଦୟ କଥା – ଆପଣଙ୍କ ସ୍ଵଭାଵ ପ୍ରକୁତରେ କଣ ଜାଣିରଖନ୍ତୁ…

ନମସ୍କାର ଆମେ ଆଜି ଗୋଟେ ଅଦ୍ଭୁତ କୌଶଳ ବିଷୟରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ଆଗରେ ୪ ଟି ଭିନ୍ନ ଭିନ୍ନ ରଙ୍ଗର ତାଲା ଦେଖେଇବୁ ଆପଣ ତାଭିତରୁ ବାଛନ୍ତୁ ଓ ଜାଣନ୍ତୁ ନିଜର ହୃଦୟର କଥା।କୌଣସି ବ୍ୟକ୍ତିର ବିଚାର ତାର ସ୍ୱଭାବର ଆଇନା ହୋଇଥାଏ ତାକୁ କଣ ପସନ୍ଦ ନା ପସନ୍ଦ ଆଦି ଆମେ ଜାଣିଥାଉ।ଆଜି ଆମେ ଆପଣଙ୍କୁ ଏହି ୪ ଟି ତାଲା ଦେଖେଇବୁ ଓ ଆପଣଙ୍କୁ ତାଭିତରୁ ଆମକୁ ବାଛିବାର ଅଛି।ଏଠି ଭିନ୍ନ ଭିନ୍ନ ରଙ୍ଗର ତାଲା ଅଛି ଯେମିତିକି ପ୍ରଥମ ତାଲାର ରଙ୍ଗ ନାରଙ୍ଗୀ,ଦ୍ୱିତୀୟ ତାଲାର ରଙ୍ଗ ସବୁଜ,ତୃତୀୟ ତାଲାର ରଙ୍ଗ ଧଳା ଓ ଚତୁର୍ଥ ତାଲାର ରଙ୍ଗ ହଳଦିଆ।

ଏବେ ଆସନ୍ତୁ ଜାଣିବା ଯଦି ଆପଣ ବାଛିଛନ୍ତି ପ୍ରଥମ ତାଲା ବା ନାରଙ୍ଗୀ ରଙ୍ଗର ତାଲା।ତାହେଲେ ଆପଣ ସ୍ୱଭାବରୁ ନିର୍ଭୟ ହୋଇଥାନ୍ତି।ଆପଣଙ୍କୁ ନିଜ ସୀମା ଲଂଘନ କରିବାରେ ଆପଣ ଡ଼ରି ନଥାନ୍ତି।ଆପଣ ନିଜ ପ୍ରେମ ପାଇଁ କିଛିବି କରିପାରନ୍ତି ଓ ନିଜ ପରିବାରକୁ ମହତ୍ୱ ଦେଇଥାନ୍ତି।ତାପରେ ଆପଣ ସବୁଦିନ କିଛିନା କିଛି ଶିଖିବାକୁ ଚେଷ୍ଟା କରିଥାନ୍ତି।ଆପଣ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବିନ୍ଦାସ ହୋଇ ବଞ୍ଚିଥାଆନ୍ତି କିନ୍ତୁ ଭଲ ପାଇବା କ୍ଷେତ୍ରରେ ଆପଣ ଟିକେ ଚିନ୍ତିତ ହୋଇଯାନ୍ତି।କାରଣ ପ୍ରେମ ଜାଲରେ ଏତେ ଶିଘ୍ର ପଡି ନଥାନ୍ତି କିନ୍ତୁ ଥରେ ପଡି ଗଲେ ଆପଣ ତାଙ୍କୁ ନିଜ ଠାରୁ ଦୁରେଇ ଦିଅନ୍ତି ନାହିଁ।

ଆପଣ ଦ୍ଵିତୀୟ ତାଲା ବା ସବୁଜ ରଙ୍ଗର ତାଲା ବାଛିଛନ୍ତିତ ତାର ଅର୍ଥ କଣ ହୋଇଥାଏ।ଏହାର ଅର୍ଥ ହେଉଛି ଆପଣ ସ୍ୱଭାବରୁ ବହୁତ ଖୋଲା ମିଜାଜର ହୋଇଥାନ୍ତି ଓ ଆପଣ ବାହାର ଦୁନିଆରେ କିଏ କଣ କଲା ସେ ବିଷୟରେ ଚିନ୍ତା ନକରି ଆପଣ ନିଜ କଥା ଭାବିଥାନ୍ତି।ଆପଣ ସାଧାରଣତ୍ୱକୁ ବହୁତ ପସନ୍ଦ କରନ୍ତି ଓ ଆପଣ ବହୁତ ବ୍ୟବହାରିକ ହୋଇଥାନ୍ତି।ଆପଣ ନିଜ ପରିଶ୍ରମରେ ଉଚ୍ଚତାକୁ ହାସଲ କରିଥାନ୍ତି।ଆପଣ ଯାହାକୁ ପସନ୍ଦ କରନ୍ତି ତାଙ୍କର ବହୁତ ନିକଟତ୍ତର ହେବାରେ ଲାଗିଥାନ୍ତି।

ତାପରେ ଆପଣ ତୃତୀୟ ନମ୍ବର୍ ତାଲା ବାଛିଛନ୍ତି ବା ଧଳା ରଙ୍ଗର ତାଲା ବାଛିଛନ୍ତି ଆପଣ ବହୁତ ସୁନ୍ଦର ହୃଦୟର ବ୍ୟକ୍ତି ହୋଇଥାନ୍ତି।ଆପଣ ଛୋଟ ଛୋଟ କଥାରେ ନିଜ ଖୁସିକୁ ଖୋଜିବାକୁ ଚେଷ୍ଟା କରନ୍ତି ଓ ଅନ୍ୟକୁ ଆପଣ ଖୁସି ଦେବାରେ ଚେଷ୍ଟା କରନ୍ତି।ଆପଣ ଅନ୍ୟ ମାନଙ୍କ କଥାରେ ଧ୍ୟାନ ନଦେଇ ନିଜ ଦୁନିଆରେ ନିଜେ ଖୁସିରେ ରୁହନ୍ତି।ଆପଣ ନିଜ ସ୍ଵଭାଵ ଦ୍ୱାରା କାହାରବି ହୃଦୟକୁ ସହଜରେ ଜିତିଯାଇଥାନ୍ତି।ଆପଣ କାହାସହିତ ଥରେ ସଂପର୍କରେ ଆସିଲେ ଆପଣ ତାର ହାତ କେବେ ଛାଡି ନଥାନ୍ତି।

ଏବେ ଆସନ୍ତୁ ଜାଣିବା ଯଦି ଆପଣ ଚତୁର୍ଥ ତାଲା ବାଛିଛନ୍ତି ବା ହଳଦିଆ ରଙ୍ଗର ତାଲା ବାଛିଛନ୍ତି ଆପଣ ନିଜ ସ୍ୱଭାବରେ ମଧୁରତା ଭରିରହିଥାଏ।ଆପଣଙ୍କ ମୁହଁରେ ସବୁବେଳେ ହସଥାଏ।ଆପଣ ନିଜ ଚତୁଃପାର୍ଶ୍ଵରେ ହସର ମାହଲ ବନେଇ ରଖିଥାଆନ୍ତି।ଆପଣ ଭଲ ପାଇବାରେ ବହୁତ ଯତ୍ନଶୀଳ ଓ ଭାବବିହ୍ଵଳ ସ୍ୱଭାବର ହୋଇଥାନ୍ତି।ନିଜ ପରିବାରକୁ ଖୁସିରେ ରଖିବା ପାଇଁ କିଛିବି କରି ପାରନ୍ତି।ଆପଣ ଭଲ ପାଇବା ଅପେକ୍ଷା ନିଜ ପରିବାରକୁ ଅଧିକ ମହତ୍ୱ ଦେଇଥାନ୍ତି ଓ ନିଜ ପରିବାର ପାଇଁ ବହୁତ କିଛି କରି ପାରନ୍ତି।ଏହା ଥିଲା ଆପଣମାନଙ୍କ ପାଇଁ କେତେକ ମହତ୍ୱ ପୁର୍ଣ୍ଣ ତଥ୍ୟ।

Leave a Reply

Your email address will not be published. Required fields are marked *