October 22, 2024

Odia Express

Leading Odia News Portal of Odisha

ଯଦି ଆପଣ ନିଜ ଘରେ ଥିବା ପାଣି ଟାଙ୍କିକୁ ସହଜରେ ସଫା କରିବାକୁ ଚାହୁଁଛନ୍ତି ତାହେଲେ ଏହି ଉପାୟ ନିଶ୍ଚୟ ଜାଣିରଖନ୍ତୁ ନିଶ୍ଚୟ କାମରେ ଆସିବ…

ଆସନ୍ତୁ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଏଠି ଆପଣଙ୍କୁ କହିବାକୁ ଯାଉଛୁକି ଆମେ ଆମ ଘରେ ଥିବା ପ୍ଲାଷ୍ଟିକ ପାଣି ଟାଙ୍କିକୁ କିପରି ସଫା କରିବା ସେ ବିଷୟରେ ଆମେ ଜାଣିବା।ପାଣି ଟାଙ୍କିର ସଫା ବର୍ଷା ୠତୁରେ ଅତ୍ୟନ୍ତ ଆଵଶ୍ୟକ ହୋଇଥାଏ କାରଣ ବର୍ଷା ଋତୁରେ ପାଣିବି ବହୁତ ଅସନା ଆସିଥାଏ ଓ ଏଥିରେ ମାଟିର ମାତ୍ରା ଅଧିକ ଥାଏ ଓ ସଂକ୍ରମଣର ଡର ବହୁତ ଅଧିକ ଥାଏ। ପାଣି ଆମ ପାଇଁ ବହୁତ ଦରକାରି ହୋଇଥାଏ ଓ ଆମ ପାଖରେବି ଏତେ ସମୟ ନଥାଏ କିଏ ଆମ ଟାଙ୍କି ଭିତରକୁ ଯାଉ ଓ ଏହାର ଭଲ ଭାବରେ ସଫା କରୁ।ଯଦି ଆପଣଙ୍କ ପାଣି ଟାଙ୍କି ପାଣିରେ ଭରି ରହିଥାଏ ଆପଣ କଣ କରିବେ ନା କିଛି ସମୟ ପରେ ଆସିବେ ଏହାକୁ ସଫା କରିବେ ଯାହା ଦ୍ୱାରା ଏଥିରେ ଭରି ରହିଥିବା ମାଟି ଓ ଖରାପ ବାସ୍ନା ଓ ଯେତେ ପ୍ରକାରର କୀଟାଣୁ ଏଥିରୁ ବାହାରି ଯିବ ଓ ଏଥିରେ ଏତେ ପରିଶ୍ରମ ଲାଗିବ ନାହିଁ।

ଆପଣ ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ହେଲେ ୨-୩ ମାସରେ ଥରେ ଆପଣ ନିଜ ପାଣି ଟାଙ୍କିକୁ ସଫା କରି ପାରିବେ।ଆମକୁ ଟାଙ୍କି ସଫା କରିବା ପାଇଁ ଦରକାର ହେଉଥିବା ଜିନିଷ ଗୁଡିକ ହେଲା ବ୍ଲିଚିଂ ପାଉଡର ଓ ଗୋଟେ ବଡ଼ ଚାମୁଚ ସର୍ଫ୍।ବ୍ଲିଚିଂ ପାଉଡର ଆପଙ୍କୁ ଶସ୍ତା ଦାମରେ କୌଣସିବି ହାର୍ଡୱୟାର ଦୋକାନରେ ମିଳିଯିବ।ଆପଣ ଗୋଟେ ବଡ଼ ବାଲ୍ଟିରେ ଗୋଟେ ବା ଅଧା ବାଲ୍ଟି ପାଣି ନେବେ ଓ ସେଥିରେ ଗୋଟେ ଚାମୁଚ ସର୍ଫ୍ ମିଶାଇବେ।

ତାପରେ ଆପଣ ସେଥିରେ ଦୁଇ ଚାମୁଚ ବ୍ଲିଚିଂ ପାଉଡର ମିଶାଇବା।ସର୍ଫ୍ ମିସେଇବାର ମୁଖ୍ୟ କାରଣ ହେଉଛି ଟାଙ୍କିରୁ ଆସୁଥିବା ଦୁର୍ଗନ୍ଧକୁ ସେ ଯେପରି ପରିବର୍ତ୍ତନ କରି ଭଲ ବା ସୁଗନ୍ଧ ଦେବ ସେଥିପାଇଁ ସେଥିରେ ସର୍ଫ୍ ମିଶାଯାଏ।ତାପରେ ଆପଣ ଗୋଟେ ଚାମୁଚ ସାହାଯ୍ୟରେ ଭଲ ଭାବରେ ସେ ଦୁଇଟି ଜିନିଷକୁ ମିଶେଇ ନେବେ।ଧ୍ୟାନ ରଖିବେ ଆପଣ ଭୁଲରେବି ସେ ପାଣିକୁ ହାତରେ ମିଶେଇବେ ନାହିଁ କାରଣ ବ୍ଲିଚିଂ ପାଉଡର ଆପଣଙ୍କ ହାତର ଚର୍ମକୁ ବହୁତ କ୍ଷତି ପହଞ୍ଚେଇ ପାରେ।

ଆପଣଙ୍କ ଟାଙ୍କି ଖାଲି ହେଲା ପରେ ଆପଣ ସେ ପାଣିକୁ ଟାଙ୍କି ଭିତରେ ମିଶେଇ ନେବେ ଯାହାଫଳରେ ସେ ଟାଙ୍କିର କଡ଼ରେ କଡ଼ରେ ଲାଗିଥିବା ମାଟି ଭଲ ଭାବରେ ବାହାରକୁ ଚାଲି ଆସିବ।ତାସହିତ ଟାଙ୍କିରେ ମଝିରେ ମଝିରେ ମୋଟାର ଶିଉଳି ବସିଯାଏ ସେଗୁଡିକବି ସଫା ହୋଇଯିବ ଓ ଦୁର୍ଗନ୍ଧ ମଧ୍ୟ କଟିଯିବ।ଆପଣ ଚାହିଁଲେ ଘରର କୌଣସି ସଦସ୍ୟ ଟାଙ୍କି ଭିତରକୁ ଯାଇ ସଫା କରି ପାରିବେ କିନ୍ତୁ ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ପର ହୋଇନଥାଏ।

ଆପଣ ଏହି ଛୋଟ ଉପାୟ କେବେ କାର୍ଯ୍ୟକାରୀ କରି ଦେଖନ୍ତୁ ଓ ଆପଣ ମଧ୍ୟ ଏହାର ଲାଭ ଉଠେଇ ପାରିବେ ଓ ଆପଣ ଏହାର ଫଳ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଓ ଆସୁଥିବା ପାଣିରେ ଜମାବି କୌଣସି ପ୍ରକାରର ଦୁର୍ଗନ୍ଧ ଆସିବ ନାହିଁ।ଏହି ଉପାୟ ଦ୍ୱାରା ଆମର କୌଣସିବି ପାର୍ଶ୍ୱପ୍ରତିକ୍ରିୟା ହେବ ନାହିଁ।ଆପଣ ଚାହିଁଲେ ବହୁତ ସହଜରେ ଟାଙ୍କିକୁ ଧୋଇ ପାରିବେ।

ଆପଣ ନିଜ ଟାଙ୍କିରୁ ସମ୍ପୂର୍ଣ୍ଣ ପାଣି କାଢ଼ିବା ପରେ ବା ଅଳ୍ପ ପାଣି ଥିବା ଅବସ୍ତାରେ ଆପଣ ସେ ମିଶ୍ରଣକୁ ଟାଙ୍କି ଭିତରେ ପକେଇ ଦେବେ ଓ ଅଧଘଣ୍ଟା ପର୍ଯ୍ୟନ୍ତ ସେହି ଭଳି ଟାଙ୍କିକୁ ଛାଡି ଦେବେ।ଯେପରି ଆପଣଙ୍କ ମିଶ୍ରଣ ଭଲ ଭାବରେ କାର୍ଯ୍ୟ କରିବ ଓ ଆମର ଯେଉଁ ଟାଙ୍କି ଭଲ ଭାବରେ ସଫା ହୋଇଯିବ।ତାପରେ ଆପଣ ଗୋଟେ ମୋଟା କପଡା ନେବେ ଓ ଆପଣଙ୍କ ହାତ ଯେଉଁ ପର୍ଯ୍ୟନ୍ତ ପାଉଛି ସେ ପର୍ଯ୍ୟନ୍ତ ଆପଣ ପୋଛି ଦେବେ।

ତାପରେ ଗୋଟେ ଘଣ୍ଟାରୁ ଦୁଇ ଘଣ୍ଟା ଯିବା ପରେ ଆପଣ ନିଜ ଟାଙ୍କି ଭିତରେ ପ୍ରାୟ ୩ ଥର ପାଣିକୁ ଭର୍ତ୍ତିକରି ବାହାର କରିବେ ଯାହାଫଳରେ ସେଠାରେ ଥିବା ବ୍ଲିଚିଂ ପାଉଡର ପାଣି ଓ ମାଟି ମିଶ୍ରିତ ପାଣି ଭଲ ଭାବରେ ନିଷ୍କାସିତ ହୋଇଯିବ ଓ ସଫା ସୁତରା ହୋଇଯିବ ଓ ଘରେ ଯେପରି ସମ୍ପୂର୍ଣ୍ଣ ଭାବରେ ଭଲ ପାଣି ଆସିବାକୁ ଲାଗିବ।ଆପଣ ଏହି ଭଳି ୨-୩ ମାସରେ ଥରେ ନିଜ ପ୍ଲାଷ୍ଟିକ ପାଣି ଟାଙ୍କି ସଫା କରି ପାରିବେ।

Leave a Reply

Your email address will not be published. Required fields are marked *