October 20, 2024

Odia Express

Leading Odia News Portal of Odisha

ଆସନ୍ତୁ ବନ୍ଧୁଗଣ ଜାଣିବା କି କିପରି ଆପଣ ନିଜ ପୁରୁଣା ବାଲ୍ଟି,ମଗ,ଚେୟାର ଓ ଅନ୍ୟ ପ୍ଲାଷ୍ଟିକ ଜିନିଷକୁ କିଭଳି ସଫା କରି ନୂଆ ଭଳି କରି ପାରିବେ ?ନିଶ୍ଚୟ ଜାଣି ରଖନ୍ତୁ…

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁକି କିପରି ଆପଣ ନିଜ ଘରେ ବ୍ୟବହାର କରୁଥିବା ପୁରୁଣା ମସିଆ ବାଲ୍ଟିକୁ କିଭଳି ସଫା କରି ନୂଆ ଭଳି କରି ପାରିବେ ଆଜି ଆମେ ସେ ବିଷୟରେ ଜାଣିବା।ଆମକୁ ଜଣାହିଁ ପଡିନଥାଏ କିଭଳି ଆମ ଗାଧୁଆ ଘରେ ବ୍ୟବହାର କରାଯାଉଥିବା ବାଲ୍ଟି କିପରି ମସିଆ ହୋଇଯାଇଥାଏ।ଆମେ ତାକୁ ସଫା କରିବାକୁ ଚାହୁଁ କିନ୍ତୁ ଏହାର ସଠିକ ଉପାୟ ଜାଣିନଥାଉ।ଆସନ୍ତୁ ଜାଣିବା ବାଲ୍ଟିକୁ ସଫା କରିବା ପାଇଁ ଆମକୁ କଣ କଣ ସାମଗ୍ରୀ ଦରକାର।

ଆମକୁ ପ୍ରଥମେ ଦରକାର ସାନି ଫ୍ରେସ ଯାହା ଆମର ପାଇଖାନା ସଫାରେ ବ୍ୟବହାର କରାଯାଏ,ତାପରେ ନେବା ସ୍କ୍ରଚ ବ୍ରାଇଟ ଯେଉଁଥିରେ ବାସନ କୁସନ ସଫା କରାଯାଏ ଓ ତାପରେ ଦରକାର ଗୋଟେ ସ୍ପଞ୍ଜ ଆଉ ଦୁଇଟି ଗ୍ଲୋଭସ।ସର୍ବ ପ୍ରଥମେ ଆମେ ହାତରେ ଗ୍ଲଭସକୁ ଭଲ ଭାବରେ ପିନ୍ଧି ନେବା।ବାଲ୍ଟିକୁ ଭଲ ଭାବରେ ସଫା ପାଣିରେ ଧୋଇ ନେବା।ତାପରେ ସାନି ଫ୍ରେସକୁ ଭଲ ଭାବରେ ବାଲ୍ଟିର ଭିତରେ ଓ ବାହାର ପଟରେ ଭଲ ଭାବରେ ଲଗେଇ ଦେବେ।

ତାପରେ ଆମେ ନେଇଥିବା ସ୍କଚ ବ୍ରାଇଟକୁ ଭଲ ଭାବରେ ଓଦା କରିନେବା,ତାପରେ ସେ ସ୍କଚ ବ୍ରାଇଟ ସାହାର୍ଯ୍ୟରେ ଭଲ ଭାବରେ ସଫା କରିନେବା।ଆପଣ କିଛି ସମୟ ଭଲ ଭାବରେ ସଫା କଲା ପରେ ଦେଖିବେ ସେଥିରୁ ମଇଳା ବାହାରିବାର ଲାଗିବ।ଆପଣ ସେମିତି ଭଲ ଭାବରେ ବାଲ୍ଟିର ଚାରି ପାଖରୁ ଭଲ ଭାବରେ ସଫା କରିନେବେ।ତାପରେ ବାଲ୍ଟିର ହ୍ୟାଣ୍ଡେଲକୁ ମଧ୍ୟ ଭଲ ଭାବରେ ଘସି ସେଥିରୁ ମଇଳା କାଢି ନେବେ।

ତାପରେ ଭଲ ଭାବରେ ସ୍କଚ ବ୍ରାଇଟ ସାହାର୍ଯ୍ୟ ରେ ଘଷି ସାରିବା ପରେ ଆପଣ ସେ ବାଲ୍ଟିକୁ ସିଧାସଳଖ ନଧୋଇ ଆପଣ କଣ କରିବେ ନା ସେ ସ୍ପଞ୍ଜ ସାହାର୍ଯ୍ୟରେ ଭଲ ଭାବରେ ତାର ଚାରି ପାଖରେ ବୁଲେଇ ଆଣିବେ ଓ ଯେମିତି ସ୍କଚ ବ୍ରାଇଟରେ ସଫା କରୁଥିଲେ ଆପଣ ସେମିତି ସ୍ପଞ୍ଜ ସାହାର୍ଯ୍ୟରେ ଚାରି ପାଖରେ ବୁଲେଇ ଆଣିବେ।ଆପଣ ଦେଖିବେ ସେଥିରେ ଯେଉଁ ମଇଳା ଥିବ ସବୁ ବାହାରି ଜୀଵ।ଆପଣ ଚାହିଁଲେ ନିଜ ବାଲ୍ଟି ସହିତ ମଗ ଓ ଆଉ ଯେତେକ ପ୍ଲାଷ୍ଟିକ ଜିନିଷ ସବୁ ସଫା କରି ପାରିବେ।

ଆପଣ ଯଦି ଏପର୍ଯ୍ୟନ୍ତ ଏ ଉପାୟ ପ୍ରୟୋଗରେ ଆଣି ନାହାନ୍ତି ଆପଣ ଶିଘ୍ର ଏହାର ପ୍ରୟୋଗ କରି ଏହାର ପରିଣାମ ଦେଖନ୍ତୁ ଯାହାକି ଆପଣଙ୍କୁ ନିଶ୍ଚିନ୍ତ ରୂପରେ ଆଶ୍ଚର୍ୟ୍ଯ ଚକିତ କରିଦେବ।ତାପରେ ଆମେ ବାଲ୍ଟିକୁ ଭଲ ଭାବରେ ସଫା ପାଣିରେ ଧୋଇଦେବା।ଆମେ ତାପରେ ନିଜ ହାତରୁ ଗ୍ଲୋଭସ ଓଲ୍ହେଇ ଦେବା।ତାପରେ ଆମେ ନେବା ସର୍ଫ୍,ସେଥିରୁ ବେଶି ନାହିଁ ଗୋଟେ ବଡ଼ ଚାମୁଚ ସର୍ଫ୍ ନିଜ ବାଲ୍ଟି ଭିତରେ ପକେଇବା।ତାପରେ ଆମେ ଗୋଟେ ନୂଆ ସ୍ପଞ୍ଜ ନେବା,ଆପଣ ଧ୍ୟାନ ରଖିବେ ଆପଣ ସେ ପୁରୁଣା ସ୍ପଞ୍ଜ ନେବେ ନାହିଁ।

ଆପଣ ସେ ସ୍ପଞ୍ଜ ସାହାର୍ଯ୍ୟରେ ଭିତରେ ଓ ବାହାରେ ଭଲ ଭାବରେ ସେ ବାଲ୍ଟିକୁ ସଫା କରିନେବା।ଆପଣ ଧ୍ୟାନ ରଖିବେ ଆପଣ ଯେଉଁ ଯେଉଁ ପ୍ଲାଷ୍ଟିକ ଜିନିଷରେ ସାନି ଫ୍ରେସ ବ୍ୟବହାର କରିଛନ୍ତି ସେ ଜିନିଷରେ ଆପଣ ଶେଷକୁ ଭଲ ଭାବରେ ସର୍ଫ୍ ସାହାର୍ଯ୍ୟରେ ସଫା କରିନେବେ।ଆପଣ ଭଲ ଭାବରେ ସେ ସ୍ପଞ୍ଜରେ ସଫା କରି ସାରିବା ପରେ ଆପଣ ଦେଖିବେକି ଆପଣଙ୍କ ବାଲ୍ଟି ସମ୍ପୂର୍ଣ୍ଣ ଭାବରେ ନୂଆ ଭଳି ଚିକ ଚିକ କରୁଛି ଓ ଏହା ଦ୍ୱାରା ଆପଣଙ୍କ ବାଲ୍ଟିରେ କୌଣସି ପ୍ରକାର ଦାଗ ପଡେ ନାହିଁ ନାହିଁ ବେରଙ୍ଗ ହୋଇଥାଏ।

ଆପଣ ସ୍ପଞ୍ଜ ସାହାର୍ଯ୍ୟ ସର୍ଫକୁ ଘସି ସାରିବା ପରେ ଆପଣ ଭଲ ଭାବରେ ସଫା ପାଣିରେ ସେ ବାଲ୍ଟିକୁ ଭଲ ଭାବରେ ଭିତର ଓ ବାହାର ପଟରୁ ଧୋଇନେବେ।ତାପରେ ଆପଣ ଯାହା ଦେଖିବେ ନିଜ ଆଖିରେ ବିଶ୍ୱାସ କରି ପାରିବେ ନାହିଁ।ଆପଣଙ୍କ ପୁରୁଣା ଓ ଅସନା ବାଲ୍ଟି ସମ୍ପୂର୍ଣ୍ଣ ନୂଆ ଭଳି ଚିକ ଚିକ କରିଵାକୁ ଲାଗିବ ଆପଣ ଯାହାକୁ ଦେଖି ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟ ଚକିତ ହେବେ।ଆପଣ ବାଲ୍ଟିକୁ ସଫା କରି ସାରିବା ପରେ ନିଜ ହାତକୁ ଭଲ ଭାବରେ ଧଇନେବେ ସେଥିରେ ନଡ଼ିଆ ତେଲ କିମ୍ବା ମଶ୍ଚରାଇଜର ଲଗେଇବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *