October 22, 2024

Odia Express

Leading Odia News Portal of Odisha

ଘରେ ଏପରି ପ୍ରାକୁତିକ ଉପାୟରେ mosquito liquid ବନେଇବା – ମାତ୍ର ଗୋଟିଏ ଥର ଲଗେଇବା ପରେ ମଶା ଆପଣଙ୍କ ଘର ମାଡ଼ିବେ ନାହିଁ…

ଆଜି ମୁଁ ଆପଣକୁ ମଜାଦାର କଥା କହିବାକୁ ଯାଉଛି କି କେମିତି ଆପଣ ଘରୋଇ ଉପାୟରେ ଆପଣଙ୍କ ଘରୁ ମଶା ଘଉଡେଇ ପାରିବେ ଯେଉଁଥିରେ କି ଗୋଟିଏ ବି ମସା ଆପଣଙ୍କ ଘରେ ରହିବେ ନାହିଁ । ଆପଣ ମାନେ ଆପଣଙ୍କ ଘରେ କେବେ ନା କେବେ ନିଶ୍ଚିନ୍ତ ଭାବେ mosquito liquid ବ୍ୟବହାର କରିଥିବେ ମୁଁ ଏବେ ଆପଣକୁ ଏବେ ଏକ ସୁନ୍ଦର ଉପାୟ ବତେଇବାକୁ ଯାଉଛି ଯୋଉଥିରେ କି ଆପଣ mosquito liquid କିମ୍ବା mosquito tablet ବନେଇ ପାରିବେ ଯାହାକି ଆପଣଙ୍କୁ ବହୁତ ଶସ୍ତା ହେବ ଏହାକୁ ବ୍ୟବହାର କରି ଆପଣ ସହଜରେ ଘରୁ ମଶା ଘଉଡେଇ ପାରିବେ ।ଆମେ ଏବେ ଏହାର liquid ବନେଇବା, ତ ଚାଲନ୍ତୁ ଆରମ୍ଭ କରିବା

ସର୍ବ ପ୍ରଥମେ ଆପଣ କିଛି ପାକଳ ଲିମ୍ବ ପତ୍ର ନିଅନ୍ତୁ ଯଦି ଆପଣଙ୍କୁ ଲିମ୍ବ ଫୁଲ ମିଳୁଛି ତ ବହୁତ ଭଲ କଥା ନଚେତ ଆପଣ ଲିମ୍ବ ପତ୍ର ମଧ୍ୟ ବ୍ୟବହାର କରି ପାରିବେ, ଏବେ ଏହି ପତ୍ର କୁ ଗ୍ରାଇଣ୍ଡିଙ୍ଗ କିମ୍ବା ଭଲ ଭାବେ ପତଳା କରି ବାଟି ଦିଅନ୍ତୁ । ସାଙ୍ଗ ମାନେ ବଜାରରେ କେତେ ପ୍ରକାରର ଜିନିଷ ମିଳୁଛି ଯେମିତି କି mosquito spray, coil, liquid ମିଳୁଛି କିନ୍ତୁ ଏହି ପ୍ରାକୁତିକ ଉପଚାରର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ହେଲେ ଆମେ ବଜାର ରୁ ଆଣୁଥିବା ମଶା ଘଉଡେଇବା ଜିନିଷ ରେ ବହୁତ ମାତ୍ର ରେ cemical ମିଶୁଚି ଯାହାକି ଧୂଆଁ ଆକାରରେ ଆମ ନିଶ୍ୱାସ ପ୍ରଶ୍ୱାସ ରେ ମିଶି ଆମ ଶରୀର କୁ ରୋଗାକ୍ରାନ୍ତ କରାଇ ଥାଏ କିନ୍ତୁ ଏହି ଘରୋଇ ଉପଚାର ର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ।

ଏବେ ବଟା ହୋଇଥିବା ଲିମ୍ବ ପତ୍ରକୁ ଭଲ ଭାବେ ଛାଣି ଦିଅନ୍ତୁ ଏବଂ ତାକୁ ଭଲ ଭାବେ ଫୁଟାନ୍ତୁ ଫୁଟିଲା ବେଳେ ଏହାକୁ ମଝିରେ ମଝିରେ ଗୋଳାଇ ଦେଉଥିବେ ଭଲ ଭାବେ ଫୁଟିବା ପରେ ଏହାକୁ ଥଣ୍ଡା କରି ଦିଅନ୍ତୁ, ଏଥିରେ ଦୁଇ ତିନୋଟି କର୍ପୁର ଗୁଣ୍ଡ କରି ପକାଇ ଦିଅନ୍ତୁ ଏବଂ ତାକୁ ଭଲ ଭାବେ ମିଶେଇ ଦିଅନ୍ତୁ ସେହି ମିଶ୍ରଣ କୁ mosquito liquid ଡବାରେ ଭର୍ତି କରନ୍ତୁ, ପୂର୍ବରୁ ତ ଆପଣ mosquito machine ବ୍ୟବହାର କରିଥିବେ ସେହି ଡବା କୁ ଏହି machine ସହିତ fit କରିଦିଅନ୍ତୁ ଏବଂ ପୂର୍ବ ଭଳି ସେହି ମେସିନ କୁ ଇଲେକ୍ଟ୍ରିକ ବୋଡ଼ ରେ ଲଗାଇ ଦିଅନ୍ତୁ।

ଏହାକୁ ବ୍ୟବହାର କଲା ପରେ ଆପଣଙ୍କ ଘରେ ଆଉ ମସା ହେବେ ନାହିଁ କାରଣ ଏଥିରେ ମିଶା ଯାଇ ଥିବା କର୍ପୂର ଏବଂ ନିମ୍ବ ରସ ର ଦୁର୍ଗନ୍ଧ ମସା ସହ୍ୟ କରି ପାରିବେ ନାହି ଯାହା ଫଳରେ କି ମସା ଆପଣଙ୍କ ଘର ମାଡିବେ ନାହିଁ। ଯେତେବେଳେ ଆପଣ ଅନୁଭବ କରିବେ କି ଏଥିରୁ କର୍ପୁର ଗନ୍ଧ କମି ଗଲାଣି ଆଉ କିଛି କର୍ପୁର ସହ ନିମ୍ବ ରସ ମିଶାଇ ଏହାକୁ ପୁନର୍ବାର ବ୍ୟବହାର କରି ପାରିବେ ।

Leave a Reply

Your email address will not be published. Required fields are marked *