ଆଲବର୍ଟ ଆଇନଷ୍ଟାଇନଙ୍କ ମସ୍ତିଷ୍କ ରେ କଣ ଖାସ ଥିଲା ? ଜାଣିରଖନ୍ତୁ ତାଙ୍କ ବିଷୟରେ ଏହି ଆଶ୍ଚର୍ଯ୍ୟକାରୀ କଥା…
ଯେଉଁ ମଣିଷ ଆଜି ପର୍ଯ୍ୟନ୍ତ କୌଣସି ଭୁଲ କରି ନାହିଁ ସେ ମଣିଷ ଆଜି ପର୍ଯ୍ୟନ୍ତ କିଛିବି ନୂଆ କରିବା ପାଇଁ ପ୍ରୟାସ ହିଁ କରିନାହିଁ।ଦୁନିଆର ସବୁଠୁ ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ୧୪ ମାର୍ଚ୍ଚ ୧୮୭୯ ରେ ଜର୍ମାନୀର ଉନ ସହରରେ ଇହୁଦି ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ।ସେ ଗୋଟେ କଥା ଧ୍ୟାନ ଦେଲେ ତାଙ୍କ ମୁଣ୍ଡ ସାଧାରଣ ଛୁଆଙ୍କ ଅପେକ୍ଷା ବଡ଼ ଥିଲା।ଏହା ପରେବି ତାଙ୍କ ବୁଦ୍ଧି ଏତେ ପ୍ରଖର ଥିଲା ତାଙ୍କର ସାମ୍ନା କେହି କରି ପାରନ୍ତି ନାହିଁ।ଆଜିକି ୬୦ ବର୍ଷ ହେଇଗଲାଣି ଆଇନଷ୍ଟାଇନ ଆମକୁ ଛାଡିକି ଚାଲି ଗଲେଣି।
ସାଧାରଣତଃ ଛୁଆ ଗୋଟେ ବା ଦୁଇ ବର୍ଷ ଭିତରେ କଥା କହିବା ଶିଖିଯାନ୍ତି କିନ୍ତୁ ଆଇନଷ୍ଟାଇନ ୪ ବର୍ଷ ବୟସ ପର୍ଯ୍ୟନ୍ତ କଥା ହେଇ ପାରୁନଥିଲେ।ଯେତେବେଳେ ସେ ନିଜ ମାତା ପିତାଙ୍କ ସହିତ ଖାଇବା ଟେବୁଲରେ ବସିଥିଲେ।ସେ କହିଲେ ସୁପ ବହୁତ ଗରମ ଅଛି।ତାପରେ ତାଙ୍କ ମା ଓ ଵାପା ଆଶ୍ଚର୍ଯ୍ୟ ହୋଇଗଲେ।ତାଙ୍କୁ ପଚରା ଗଲାକି ତମେ ଆଜି ପର୍ଯ୍ୟନ୍ତ କାହିଁକି ଚୁପ ଥିଲ ସେ କହିଲେ କାରଣ ଆଜି ପର୍ଯ୍ୟନ୍ତ ସବୁକିଛି ଠିକଠାକ ଥିଲା।
ତାଙ୍କର ଏମିତି କିଛି ଅଭ୍ୟାସ ଅଛି ଯାହାକୁ ଶୁଣି ପ୍ରାୟ ସମସ୍ତେ ଆଶ୍ଚର୍ୟ୍ଯ ହୋଇଯାନ୍ତି।ଯେମିତିକି ଆଲବର୍ଟଙ୍କୁ ଡେଟ ଓ ଫୋନ ନମ୍ବର୍ ମନେରଖିବାରେ ବହୁତ କଷ୍ଟ ହୁଏ।ତାଙ୍କ ବନ୍ଧୁ ଥରେ ତାଙ୍କୁ ନିଜର ନମ୍ବର୍ ମାଗିଲେ ସେ ଟେଲିଫୋନ ବହିରୁ ଖୋଜିକି ଦେଲେ ଓ କହିଲେ ମତେ ଏମିତି ଜିନିଷ ମନ ରଖିବାର କୌଣସି ଆଵଶ୍ୟକତା ନାହିଁ ଯାହାକୁ ଖୋଜିଲେ ବହିରେ ସହଜରେ ମିଳି ଯାଉଛି।ସେ କେବେ ଜୋତା ତଳେ ମୋଜା ପିନ୍ଧନ୍ତି ନାହିଁ କାରଣ ତାଙ୍କ ଆଙ୍ଗୁଠି ଗୁଡିକ ଏତେ ବଡ଼ ଠିଲା ତାଙ୍କ ମୋଜା କଣା ହୋଇଯାଏ।
ଆଲବର୍ଟ କୁହାନ୍ତିକି ମୋ ଭିତରେ କୌଣସି ଶକ୍ତି ନାହିଁ ମୁଁ ଏମିତି ମଣିଷ ଯାହାଭିତରେ ଜିଜ୍ଞାସା ଭରି ରହିଥାଏ।ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେକି ଆଇନଷ୍ଟାଇନ ପିଲା ବେଳୁ ପାଠ ପଢ଼ାରେ ବହୁତ ଦୁର୍ବଳ ଥିଲେ।ତାଙ୍କର କେତେକ କାର୍ଯ୍ୟକଳାପ ପାଇଁ ତାଙ୍କୁ ଶାରୀରିକ ଅକ୍ଷମ ଭାବେ ଘୋଷଣା କରାଯାଇଥିଲା।ତାଙ୍କ ଶିକ୍ଷକ ତାଙ୍କୁ ପସନ୍ଦ କରୁନଥିଲେ କାହିଁକିନା ସେ ବିଜ୍ଞାନ ଓ ଗଣିତ ଛଡା ଅନ୍ୟ ସବୁ ବିଷୟରେ ଫେଲ ହେଉଥିଲେ।ତାଙ୍କୁ ପିଲାବେଳୁ ହିଁ ବହି ଜ୍ଞାନ ଉପରେ କୌଣସି ରୁଚି ନଥିଲା।
ଏହା ପରେବି ସେ ବିଜ୍ଞାନର ଏମିତି କିଛି ତଥ୍ୟ ଦେଇଥିଲେ ଯାହା ଅଭାବରେ ବିଜ୍ଞାନ ଆଜିବି ଅବହେଳାରେ ରହି ଥାନ୍ତା।ଏହି କାରଣ ଅଟେ ତାଙ୍କ ମସ୍ତିଷ୍କ ଚର୍ଚ୍ଚାର ବିଷୟ ବୋଲି ଆମେ ମାନିଥାଉ।୧୮ ଏପ୍ରିଲ ୧୯୫୫ ରେ ଆଇନଷ୍ଟାଈନଙ୍କ ମୃତ୍ୟୁ ପରେ ପାଥଲୋଜି ଡାକ୍ତର ଥୋମାସ ହାର୍ଭେ ତାଙ୍କର ପରିବାରର ସହମତି ବିନା ତାଙ୍କ ମସ୍ତିଷ୍କକୁ କାଢି ନେଇଥିଲେ।ତାପରେ ସେ ସେଠାରୁ ପଳେଇଲେ ଏହି କାର୍ଯ୍ୟକଳାପ ପାଇଁ ଡାକ୍ତର ହାର୍ଭେଙ୍କୁ ଚାକିରିରୁ ବାହାର କରିଦେଇଥିଲେ।
ତାପରେ ଆଇନଷ୍ଟାଇନଙ୍କ ପୁଅର ଅନୁମତି କ୍ରମେ ସେ ରିସର୍ଚ୍ଚ କରିବା ଆରମ୍ଭ କରିଥିଲେ।ସେ ପ୍ରଥମେ ଆଇନଷ୍ଟାଇନଙ୍କ ମସ୍ତିଷ୍କର ଓଜନ ମାପିଥିଲେ ଯାହାଥିଲା ୧୨୩୦ ଗ୍ରାମ ଥିଲା।ଯାହା ସାଧାରଣ ମଣିଷର ମସ୍ତିଷ୍କ ଠାରୁ ବହୁତ ଛୋଟ ଥିଲା।ଗୋଟେ ମଣିଷର ମସ୍ତିଷ୍କର ଓଜନ ୧୪୦୦ ଗ୍ରାମ ଥିଲା।ତାପରେ ସେ ଆଇନଷ୍ଟାଇନ ମସ୍ତିଷ୍କକୁ ୨୪୦ ଭାଗ କଲେ ଓ ତାପରେ ସେ ଦୁନିଆ ସାରା ପରିକ୍ଷକଙ୍କ ପାଖକୁ ପଠାଇଲେ।ତାଙ୍କ ମସ୍ତିଷ୍କରେ ଅଧିକ ସେଲ ଥିଲା ଓ ତାପରେ ତାଙ୍କର ସେରେବ୍ରାଲ କରଟେକ୍ସ ନାମକ ସ୍ଥାନ ଅନ୍ୟ ମାନଙ୍କ ମସ୍ତିଷ୍କ ଠାରୁ ଅଲଗା ଅଟେ।
ଏହି ସେରେବ୍ରାଲ କରଟେକ୍ସ ନାମକ ସ୍ଥାନର ଗଠନ ଏହି ଭଳି ଜଟିଳ ଓ ଜ୍ଞାନି ହେବାର କାରଣ ଅଟେ।ସେ ଯେତେବେଳେ ପୁନର୍ବାର ପରୀକ୍ଷା କରିବାକୁ ଆରମ୍ଭ କଲେ ସେ ଦେଖୀ ଆଶ୍ଚର୍ଯ୍ୟ ହୋଇଗଲେ କି ତାଙ୍କ ମସ୍ତିଷ୍କରେ ରିଙ୍କିଲ ପେରିଓଟେଲ ନାହିଁ ଯାହାଫଳରେ ତାଙ୍କ ମସ୍ତିଷ୍କ ୨୦% ଅଧିକ ବଡ଼ ଥିଲା।ଏହି କାରଣରୁ ଆଇନଷ୍ଟାଇନ ଗଣିତରେ ବହୁତ ଭଲ ହୋଇଥାନ୍ତି ଓ ଜିନିଷର ଆନୁମାନିକ ଧାରଣା ବହୁତ ଭଲ ହୋଇଥାଏ।ତାଙ୍କ ମସ୍ତିଷ୍କରେ ନ୍ୟୁରନର ଡେନସିଟି ୧୭% ଅଧିକ ହୋଇଯାଇଥାଏ।ତେଣୁ ତାଙ୍କର ଦୁରଦର୍ଶିତା ଅଧିକ ଥାଏ।ତାଙ୍କ ମସ୍ତିଷ୍କରେ ବେସିରୁ ବେସି ଭାଙ୍ଗ ଥିଲା।