October 22, 2024

Odia Express

Leading Odia News Portal of Odisha

କେବେ ରାସ୍ତାରେ ସାଣ୍ତୱିଚ୍ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ, ପରେ ହେଇଥିଲେ ବଲିଉଡ୍ ର ସବୁଠୁ ବଡ ହିରୋ…

ବଲିଉଡ୍ ରେ ସବୁ ଦିନ କଳାକାରଙ୍କ ଆଗମନ ହୋଇଥାଏ , କିନ୍ତୁ ଆରମ୍ଭରୁ ବଲିଉଡ୍ ରେ ଜଣେ ରୁ ବଳିକରି ଜଣେ କଳାକାର ଆସିଲେ କିନ୍ତୁ ଦିଲ୍ଲୀପ କୁମାରଙ୍କ ପରି ହୋଇପାରିଲେ ନାହିଁ ହଁ ଆଜ୍ଞା ଦିଲ୍ଲୀପ କୁମାର ବଲିଉଡ୍ ର ଜଣେ ମହାନ୍ ଅଭିନେତା ଯିଏକି ବଲିଉଡ୍ ରେ ଏମିତି ଫିଲ୍ମ ଦେଇଛନ୍ତି ଯାହା ଦେଶ ନୁହେଁ ବରଂ ବିଦେଶରେ ଲୋକପ୍ରିୟତା ପାଇଛି , ଦିଲ୍ଲୀପ କୁମାରଙ୍କ ଅସଲି ନାଁ ୟୁସୁଫ୍ ଖାନ୍ ଅଟେ , ବଲିଉଡ୍ ରେ ତାଙ୍କର ଅଭିନୟ ଅନ୍ଦାଜକୁ ନେଇ ତାଙ୍କର ନାଁ ଦିଆଯାଇଥିଲା ଦିଲ୍ଲୀପ କୁମାର ଆଜି ଆମେ ଆପଣଙ୍କୁ କହିବୁ ଦିଲ୍ଲୀପ କୁମାରଙ୍କ ବିଷୟରେ ଯିଏ ମହାନ୍ ଅଭିନେତା ହେବା ପୂର୍ବରୁ ସାଣ୍ତୱିଚ୍ ବିକ୍ରି କରୁଥିଲେ,  ୧୯୨୨ର ୧୧ ଡିସେମ୍ବରକୁ ଜନ୍ମ ନେଇଥିବା ଦିଲ୍ଲୀପ କୁମାରଙ୍କ ଜନ୍ମ ପେଶାୱର ଏକ ଗରୀବ ପରିବାରରେ ହୋଇଥିଲା

ସେ ବହୁତ କଠିନ ଜୀବନ ବଞ୍ଚିବାପରେ ସେ ଏହି ସଫଳତା ପାଇଥିଲେ,  ଦିଲ୍ଲୀପ କୁମାର ଏକ ଗରିବ ପରିବାର ଜନ୍ମ ନେଇଥିଲେ,  ତାଙ୍କ ବାପା ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଫଳ ବିକ୍ରି କରୁଥିଲେ,  ପେଶାୱରରେ ପରିବାର ଗୁଜୁରାଣ ଚାଲିପାରୁନଥିଲା,  ଯାହାର କାରଣରୁ ମୁମ୍ବାଈ ଆସିକରି ସେ ରହିଗଲେ , ଓ ସେଠାରେ ଦିଲ୍ଲୀପ କୁମାର ନିଜ ବାପାଙ୍କ ସହ ଫଳ ବିକ୍ରି କରିବା ଆରମ୍ଭ କରିଥିଲେ,  ଦିଲ୍ଲୀପ କୁମାର ନିଜ ବାପାଙ୍କ ସହ ମତଭେଦ ହେବାପରେ ସେ ପୁଣେ ଆସିଯାଈଥିଲେ,  ଓ ସେଠାରେ ସେ ସାଣ୍ତୱିଚ୍ ବିକ୍ରି କରିବା ଆରମ୍ଭ କରିଦେଲେ ।

ଏଠାରେ ସାଣ୍ତୱିଚ୍ ବିକ୍ରି କରିବାପରେ ବି ତାଙ୍କର ଗୁଜୁରାଣ ମେଣ୍ଟି ପାରୁନଥିଲା, ସେ ପୁଣି ମୁମ୍ବାଇ ଚାଲି ଆସିଲେ,  ଓ ପରିବାରର ସ୍ଥିତି ଆଗ ଅପେକ୍ଷା ଆହୁରି ଖରାପ ହୋଇଯାଇଥିଲା, ସେ ନିଜ ପରିବାରର ଏପରି ପରିସ୍ଥିତି ଦେଖିକରି ଦୁଃଖି ହେଲେ , ଓ ଚାକିରି ପାଇଁ ବାହାରି ପଡିଲେ,  ଚାକିରିର ଖୋଜାରେ ବୁଲିବୁଲି ସେ ମୁମ୍ବାଇ ଟକିଜ୍ ର ମାଲିକାଣୀ ଦେବିକା ରାଣିଙ୍କ ସହ ସାକ୍ଷାତ ହେଲା , ଦେବିକା ରାଣୀ ତାଙ୍କ ଚେହେରାକୁ ବହୁତ ପସନ୍ଦ କଲେ , ଓ ତାଙ୍କୁ ଉପଦେଶ ଦେଲେ କି ସେ ବଲିଉଡ୍ ଫିଲ୍ମରେ କାମ କରିବା ଉଚିତ୍ , ଦିଲ୍ଲୀପ କୁମାର ଦିନ ରାତି ପରିଶ୍ରମ କରି ଫିଲ୍ମ ଜଗତରେ ପ୍ରବେଶ କଲେ ସେ ଜ୍ୱାର୍ ଭାଟ୍ଟା ରେ କାମ କରିବାକୁ ସୁଯୋଗ ପାଇଲେ , କିନ୍ତୁ ଦୁଃର୍ଭାଗ୍ୟବଶତଃ ଏହି ଫିଲ୍ମ ବଡ ପର୍ଦାରେ କିଛି ଖାସ୍ କମାଲ୍ କରିପାରିଲା ନାହିଁ ।

ସେମିତି ତାଙ୍କ ପ୍ରଥମ ଫିଲ୍ମ କିଛି ଖାସ୍ କମାଲ୍ କରିପାରିଲା ନାହିଁ , କିନ୍ତୁ ସେ ନିଜ ଜୀବନରେ ହତାଶ୍ ନ ହୋଇ ଆଗକୁ ପ୍ରୟାସ ଜାରି ରଖିଲେ , ସେ କଡା ପରିଶ୍ରମ ବଳରେ ଫିଲ୍ମ ଅନ୍ଦାଜରେ ଦର୍ଶକଙ୍କ ପ୍ରଶଂସାର ପାତ୍ର ହେଲେ , ବଲିଉଡ୍ କ୍ୟାରିୟରରେ କୋହିନୂର, ଦେବଦାସ୍, ଦିଦାର୍ , ମୁଗଲ୍ –ଏ –ଆଜମ୍ ପରି ଫିଲ୍ମରେ ଲିଡ୍ ରୋଲ୍ କରି ବଲିଉଡ୍ ରେ ମହାନ୍ ଅଭିନେତା ଭାବେ ଜଣା ଗଲେ । ନିଜ ଜୀବନରେ ସେ କେଉଁ ଅଭିନେତାରୁ କମ୍ ହୋଇନଥିଲେ , ସେ ୪୪ ବର୍ଷ ବୟସରେ ୨୨ ବର୍ଷୀୟ ସାୟରା ବାନୋଙ୍କୁ ବିବାହ କରିଥିଲେ, ୧୯୬୬ ରେ ସେ ଦୁହେଁ ବିବାହ କରିନେଇଥିଲେ,

ଏହାପରେ ବଲିଉଡ୍ ରେ ବହୁତ ଚର୍ଚ୍ଚା ହେବାକୁ ଲାଗିଲା  ତାଙ୍କ ଅଭିନୟ ପାଇଁ ତାଙ୍କୁ ବହୁତ ଆୱାର୍ଡ ବି ମିଳିସାରିଛି , ସେ ବଲିଉଡ୍ କ୍ୟାରିୟର ଛଡା ରାଜନୀତିରେ ବି ଭଲ ପ୍ରଶଂସା ପାଇଛନ୍ତି , ସେ ରାଜ୍ୟସଭା ସଦସ୍ୟ ବି ହୋଇସାରିଛନ୍ତି , ଏବେ ତାଙ୍କ ଦର୍ଶନ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି , ଏମିତି ଅଭିନେତା କେବେ ଆଗକୁ ଆସିବେ ନା କେହି ହୋଇ ପାରିବେ ।

Leave a Reply

Your email address will not be published. Required fields are marked *