ପାଠପଢ଼ାରେ ମନ ଲଗାଇବା ପାଇଁ ୪ ଟି ଭଲ ଉପାୟ – ଆଜି ହିଁ ନିଜେ ପଢନ୍ତୁ ଓ ନିଜ ପିଲା ମନକୁ ଏହି ଉପାୟ କୁହନ୍ତୁ…
ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ପରୀକ୍ଷା ସମୟରେ ଆପଣମାନେ ପଢିବାକୁ ଚାହିଁଥାନ୍ତି କିନ୍ତୁ ଆପଣଙ୍କର ମନ ପଢ଼ାରେ ଲାଗିନଥାଏ ।ପଢ଼ାରେ ମନ ଲଗାଇବା ପାଇଁ ଦୁଇଟି ଉପାୟ ଅଛି ପ୍ରଥମ ଲମ୍ବା ଉପାୟ ଓ ସରଳ ଉପାୟ।କିନ୍ତୁ ପରୀକ୍ଷା ସମୟରେ ଆପଣଙ୍କ ପାଖରେ କମ ସମୟ ଥାଏ ଆପଣ କମ ସମୟରେ ନିଜ ପାଠରେ ମନ ଲଗାଇବାକୁ ଚାହାନ୍ତି ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ କମ ସମୟରେ ନିଜ ପାଠରେ ଭଲ ମନ ଲାଗାଇ ପଢି ଭଲ ରେଜଲ୍ଟ କରିବେ।ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।
ଆପଣମାନେ ପ୍ରଥମେ ଦେଖନ୍ତୁ ଆପଣ ଯେଉଁ ସ୍ଥାନରେ ପାଠ ପଢୁଛନ୍ତି ସେହି ସ୍ଥାନରେ ଯେପରି କୌଣସି କୋଳାହଳ ନଥିବା ପରିବେଶ ପୁରା ଶାନ୍ତ ଥିବ।ଯେପରି କୌଣସି ଜିନିଷ ଆପଣଙ୍କୁ ଦିଷ୍ଟର୍ପ ନ କରିବା ଏହା ମୁଖ୍ୟ ଅଟେ ମନ ଲଗାଇବା ପାଇଁ।ଏବେ ଜାଣିବା ଉପାୟ ବିଷୟରେ-
୧ ଉପାୟ-ପ୍ରଥମେ ଆଖୀ ବନ୍ଦ କରି ନିଜ ମନକୁ କୁହ ଏହି ଠାରେ ରହ କୁଆଡେ ଯାଆନା।ପ୍ରଥମେ ଏହା ହୋଇନଥାଏ କିନ୍ତୁ ୨-୩ ଥର କରିବା ଦ୍ବାରା ଆପଣଙ୍କ ମନ ଆପଣଙ୍କ କଥା ମାନିବାକୁ ଲାଗିବ।ଆପଣ ଯାହା କହିବେ ମନ ସେଠି ଲାଗିବ
୨ ଉପାୟ-ସାଙ୍ଗମାନେ ଆପଣଙ୍କୁ ଏଥିପାଇଁ ପାଠରେ ମନ ଲାଗିନଥାଏ କାରଣ ପଢିବା ଦ୍ଵାରା ମାନସିକ ଯନ୍ତ୍ରଣା ହୋଇଥାଏ ଏହା ଠାରୁ ବଂଚିବା ପାଇଁ ଆପଣ ପାଠଠାରୁ ଦୁରେଇ ଥାନ୍ତି।ଯାହା ଫଳରେ ଆପଣଙ୍କୁ ପାଠ କଷ୍ଟ ଲାଗିଥାଏ।ସେଥିପାଇଁ ପଢିବା ସମୟରେ ଏହା ଭାବ ଏହା ବହୁତ ସହଜ ଏହାକୁ ତ ମୁ ମାତ୍ର ୧୫-୨୦ ମିନିଟରେ ମନେ ରଖିଦେବୀ।ଯେତେ କଷ୍ଟ ବିଷୟ ହେଲେବି ତାକୁ ସହଜ ଭାବନ୍ତୁ କାରଣ କୌଣସି କାମ ସହଜ ବା କଷ୍ଟ ହୋଇନଥାଏ ଏହା ଆମର ମାନିବା ଉପରେ ନିର୍ଭର କରେ ଯଦି ଏହାକୁ ଆମେ ସହଜ ଭାବିବା ଏହା ଆମ ପାଇଁ ସହଜ ହୋଇଯିବ ଯଦି ଏହାକୁ ଆମେ କଷ୍ଟ ଭାବିବା ଏହା ଆମ ପାଇଁ କଷ୍ଟ ହୋଇଯିବ ଯଦି ମାନିବାର ଅଛିତ ଯେବେ ସହଜ ହିଁ ମାନନ୍ତୁ।
୩ ଉପାୟ-ଏହି ଉପାୟ ଦୁଇ ଭାଗରେ ବିଭକ୍ତ ପ୍ରଥମ ଆପଣ ଯାହା ପଢ଼ିବେ ତାକୁ ଭାଗ କରି ଦିଅନ୍ତୁ।ଉଦାହରଣ ଯଦି ଆପଣ ୧୫୦ ମାର୍କ ପ୍ରଶ୍ନ ପଢୁଛନ୍ତି ଏହାକୁ ୫୦ ମାର୍କ ତିନୋଟି ରେ ବିଭକ୍ତ କରି ଦିଅନ୍ତୁ।ଯେବେ ପଢ଼ା ଆରମ୍ଭ କରିବେ ପ୍ରଥମ ୫୦ ମାର୍କ ସାରି କିଛି ସମୟ କୌଣସି ଅନ୍ୟ କାମ କରନ୍ତୁ।ପୁଣି ୫୦ ପଢନ୍ତୁ ଓ କିଛି ସମୟ ଆରାମ କରନ୍ତୁ ଏପରି ଆପଣଙ୍କୁ ପାଠ ସହଜ ଲାଗିବ।
୪ ଉପାୟ-ମାନି ନିଅନ୍ତୁ ଏହା କୌଣସି ଇକୁଏସନ ବା କେମେଷ୍ଟ୍ରିର କୌଣସି ଏଲିମେଣ୍ଟ ସିରିଜ ଅଟେ।ବା କୌଣସି ପ୍ରଶ୍ନ ଯାହା ଆପଣଙ୍କୁ ଅନେକ ଥର ପଢିବା ପରେ ବି ମନେ ରହୁନି।ଏହାକୁ ମନେ ରଖିବା ପାଇଁ ଏହାକୁ ଏକ ଷ୍ଟୋରି ଭଳି କରିଦିଅନ୍ତୁ।ଉଦାହରଣ ଯେ କୌଣସି ବିଷୟ ଆପଣ ମନେ ରଖି ପାରୁ ନାହାନ୍ତି ତାକୁ କୌଣସି ଅନ୍ୟ ଆକାରରେ ଗପ ଭଳି କରି ମନେ ରଖିପାରିବେ।ଏପରି କରି ଆପଣ ବହୁତ ସହଜରେ ସବୁ ମନେ ରଖି ପାରିବେ ଓ ଆପଣଙ୍କୁ ପଢିବାରେ ବହୁତ ମଜା ଲାଗିବ।
ସାଙ୍ଗମାନେ ଏହା ଥିଲା କିଛି ଉପାୟ ଯାହା ପରୀକ୍ଷା ସମୟରେ ଆପଣଙ୍କୁ ବହୁୟ ଆବଶ୍ୟକ ହୋଇଥାଏ।ଏହାକୁ ଆପଣାଇ ଆପଣ ନିଜ ପରୀକ୍ଷାରେ ଭଲ ରେଜଲ୍ଟ କରି ପାରିବେ।ଯଦି ଏହା ଆପଣଙ୍କୁ ଭଲ ଲାଗିଛି ଏହାକୁ ଲାଇକ ,ସେୟାର କରନ୍ତୁ ଓ ନିଜ ମତ କମେଣ୍ଟରେ ଲେଖିପାରିବେ ଧନ୍ୟବାଦ।