December 23, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଆମେ ଆମ ଶରୀରର ଓଜନ କିପରି ବଢ଼େଇ ପାରିବା କେବଳ ଗୋଟେ ସପ୍ତାହରେ..

କଣ ଆପଣ ବହୁତ ପତଳା ଅଟନ୍ତି,କଣ ଆପଣ ଏଠି ବହୁତ ପ୍ରକାରର ଉପାୟ ବ୍ୟବହାର କରିସାରିଲେଣି କିନ୍ତୁ ଆପଣଙ୍କ ଓଜନ ବଧୁ ନାହିଁ।ଆସନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି କହିବୁ ଯାହା ଦ୍ୱାରା ଆପଣଙ୍କ ଓଜନ ବଢିବ ଓ ଆଉ କୌଣସି ଉପାୟ ବ୍ୟବହାର କରିବାକୁ ପଡିବ ନାହିଁ।ସବୁଠାରେ କୁହାନ୍ତିକି ବହୁତ ଖାଦ୍ୟ ଖାଆନ୍ତୁ ଯାହାଫଳରେ ଆପଣଙ୍କ ଓଜନ ବଢିବ କିନ୍ତୁ ସେ ପତଳା ଲୋକକୁ ସେତେ ମାତ୍ରରେ ଭୋକତ ଲାଗେନି ତାହେଲେ ଆସନ୍ତୁ ଜାଣିବା କଣ କରିବା।ଗୋଟେ ପରିକ୍ଷାରୁ ଜଣା ପଡିଛି ଆପଣ ଯେତେ ଡେରି ପର୍ଯ୍ୟନ୍ତ ଖାଦ୍ୟ ଖାଇଥାନ୍ତି ଆପଣଙ୍କ ମସ୍ତିସ୍କ ଧୀରେ ଧୀରେ ଆପଣଙ୍କ ଭୋକକୁ ମାରି ଦେଇଥାଏ।ଆପଣ କଣ କରିବେନା ଆପଣ ଯାହାବି ଖାଉଛନ୍ତି ତାର ବେଗକୁ ଆପଣଙ୍କୁ ବଢେଇ ଦେବାର ଅଛି।ଯେମିତି ଆପଣ ୨୦ ମିନିଟରେ ସମ୍ପୂର୍ଣ୍ଣ ଖାଦ୍ୟ ଖାନ୍ତି କିନ୍ତୁ ଆପଣଙ୍କୁ ୧୫ ମିନିଟରେ ଖାଇବାର ଅଛି।ଆମ ଶରୀର ଅନୁସାରେ ଆମକୁ ଖାଦ୍ୟ ୧୦-୧୧ ମିନଟରେ ଖାଇବାର ଅଛି।

ଗୋଟେ କାମ କରିବେ ଆପଣ କେବଳ ଅଳ୍ପ ବେଗ କମେଇବେ ବେସି କମେଇବା ଦ୍ୱାରା ଆପଣଙ୍କୁ ବଦହଜମି ହୋଇପାରେ।ବହୁତ ଲୋକ ଭାଵନ୍ତିକି ପ୍ରୋଟିନ ଖାଇବା ଦ୍ୱାରା ଆମ ଶରିରରେ ମୋଟା ହେବାର କ୍ଷମତାରେ ବୃଦ୍ଧି ପାଇବ କିନ୍ତୁ ନା ଆମକୁ ମୋଟାପଣ ବଢ଼େଇବା ପାଇଁ ଆମକୁ ଫ୍ୟାଟ ଓ କାର୍ବୋହାଇଡ୍ରେଟର ଦରକାର ପଡିଥାଏ।ତାହେଲେ ଆପଣ ଏମିତି ଖାଦ୍ୟ ବାଛନ୍ତୁ ଯେଉଁଥିରେ ବେସି ଫ୍ୟାଟ ଥିବ ଓ ବେସି କାର୍ବୋହାଇଡ୍ରେଟ ଥିବ।ଯଦି ଆପଣ ବଡି ବା ମାଂପେଷି ବିଦେଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ କେବଳ ପ୍ରୋଟିନ ନବାର ଅଛି।

ଯଦି ଆପଣ କେବଳ ମୋଟା ହେବାକୁ ଚାହୁଁଛନ୍ତି ତାହେଲେ ଆପଣ ଦୁଇଟି ଜାଙ୍କ ନେଇ ପାରିବେ।ପ୍ରଥମେ ଆପଣଙ୍କୁ କଦଳୀ ହୋଇଗଲା ପେସ୍ତା ବାଦାମ ହେଇଗଲା ଏ ସବୁ ଖାଇବାକୁ ପଡିବ।ଆପଙ୍କୁ ବେଶିରୁ ବେସି କାଜୁ,କିସମିଶ,ପେସ୍ତାବାଦାମ,ଅଖରୋଟ ଭଳି ଖାଦ୍ୟ ଖାଇବାର ଅଛି।ଯଦି ଆମେ ଏ ସବୁ ଖାଇଥାଉ ତାହେଲେ ଆମକୁ ଓଜନ ବଢେ଼ଇବାରେ ସାହାର୍ଯ୍ୟ କରିଥାଏ।

ଯଦି ଆପଣଙ୍କୁ ଓଜନ ବଢେଇବାର ଅଛି ଆପଣଙ୍କୁ ଅଳ୍ପ ଅଳ୍ପ କସରତ ଓ ବ୍ୟାୟାମ କରିବାକୁ ପଡିବ ନ ହେଲେ ଆପଣଙ୍କ ଓଜନ ବଢିବ ନାହିଁ।ଆପଣଙ୍କୁ କୌଣସିବି ଯିମର ମେମ୍ବର ହେବା ଦରକାର ନାହିଁ,ଆପଣଙ୍କୁ ବାସ ଘରେ ୨ ମିନିଟ ସବୁଦିନ କସରତ କରିବାର ଅଛି।ଯାହାଭିତରୁ ପ୍ରଥମେ ଆସିବ ଦଣ୍ଡ ମାରିବାର ଅଛି,ଦ୍ୱିତୀୟ କସରତ ହେଉଛି ପୁଲଅପ।ଯଦି ଆପଣ ଏ ଦୁଇଟି କସରତ କରୁଛନ୍ତିତ ଆପଣଙ୍କ ଶରୀରରେ ନିଶ୍ଚିନ୍ତ ଓଜନ ବଢେଇବାର କାର୍ଯ୍ୟ କରିଥାଏ।

ଆପଣଙ୍କ ଭିତରେ ସମସ୍ତେ ଦୁଇଟି ଜାଙ୍କ କରି ପାରୁନଥିବେ ଆପଣ ଚିନ୍ତିତ ନହୋଇ ପ୍ରଥମେ ଧୀରେ ଧୀରେ ଗୋଟେରୁ ଆରମ୍ଭ କରନ୍ତୁ।ତାପରେ ଆପଣଙ୍କୁ କହିବାକୁ ଚାହୁଁଛୁକି ବେସି ନାହିଁ ଅଳ୍ପ ଦୌଡା ଦୌଡ଼ି କରନ୍ତୁ ଯାହା ଆପଣଙ୍କ ପାଇଁ ବହୁତ ଅଧିକ ଦରକାର ହେଉଛି।ଏହା ଦ୍ୱାରା ଆମ ଶରିରରେ ଏଚ.ଜି.ଏଚ ହରମୋନ ର ମାତ୍ରା ବଢିଥାଏ ଯାହା ଆମ ଉଚ୍ଚତା ବଢେ଼ଇବାରେ ସାହାର୍ଯ୍ୟ କରିଥାଏ।ଆମ ଶରିରର ଆକାରକୁ ମୋଟା କରିଥାଏ ବା ବଡ଼ କରିଥାଏ।

ଯଦି ଆପଣ ଏ ସବୁ କସରତ ନ କରିବେ ତାହେଲେ ଆପଣଙ୍କ ଓଜନ ବଢ଼ିବାରେ ବହୁତ ଅସୁବିଧା ଆସି ପାରେ।ଏହାପରେ ଆପଣଙ୍କୁ ବେସିରୁ ବେସି ଶୋଇବାର ଅଛି।ଆପଣ ଦିନସାରା ଯେତେ ଖାଇବା ଖାଇଛନ୍ତି ଏହାକୁ ଆପଣଙ୍କ ଶରୀରରେ ଲାଗିବା ପାଇଁ ସମୟ ଦରକାର ସେଥିପାଇଁ ଆପଣଙ୍କୁ ଅଧିକରୁ ଅଧିକ ଶୋଇବାର ଅଛି।ତାପରେ ଆମେ ଆପଣଙ୍କୁ ଖୀରଖିବୁକି ଆପଣଙ୍କୁ ଭରପୁର ମାତ୍ରରେ ପାଣି ପିବାର ଅଛି।

ଯଦି ଆପଣ ପାଣି ଅଧିକ ନ ପିବେ ଆପଣଙ୍କ ଶରୀରରେ ହଜମ ପ୍ରକ୍ରିଆରେ ବହୁତ ଅସୁବିଧା ଆସିବାର ଅଛି।ଆମ ଶରୀର ଓ ସେଲ ଆଦିକୁ ବଢିବା ପାଇଁ ବହୁତ ମାତ୍ରରେ ପାଣିର ଦରକାର ପଡିଥାଏ ଯଦି ଆପଣ ଅଧିକ ପାଣି ପିଉଛନ୍ତି ଆପଣଙ୍କ ହଜମ ପ୍ରକ୍ରିଆ ଭଲ ରହିବ।ଯାହାବି ଆପଣ ଖାଆନ୍ତୁ ଆପଣଙ୍କୁ ପାଣି ନିଶ୍ଚିନ୍ତ ପିବାର ଅଛି ଯାହାଫଳରେ ଆପଣଙ୍କ ଶରୀରର ଓଜନ ବଢ଼ିବାରେ ସାହାର୍ଯ୍ୟ କରିବ।ଏସବୁ କଥାର ସଠିକ ଧ୍ୟାନ ରଖିବେ ଆପଣ ଦେଖିବେ କିଛି ସପ୍ତାହରେ ଆପଣଙ୍କ ଓଜନ ନିଶ୍ଚିନ୍ତ ବଢିବ।

Leave a Reply

Your email address will not be published. Required fields are marked *