December 20, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ଢଗ ଢମାଳି ପ୍ରଶ୍ନ ଓ ଉତ୍ତର – କେଉଁ ଗାଡି ଚାଲେ ନାହିଁ? କେଉଁ ଜିନିଷ ନ ଚାଖି ମିଠା ବୋଲି କୁହାଯାଏ ? ଶୁଣନ୍ତୁ ଏହାର ମଜାଦାର ଉତ୍ତର…

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ନେଇକି ଆସିଛୁ । ଯାହା ଆପଣଙ୍କ ବୁଦ୍ଧିର ବିକାଶ ହେବାରେ ବହୁତ ସହାୟକ ହେବ। ତେବେ ଡେରି ନ କରି ଆସନ୍ତୁ ଜାଣିବା। ଓଡ଼ିଆ ଢଗ ଢମାଳିରେ ଆପଣଂକୁ ସ୍ୱାଗତ। ବନ୍ଧୁଗଣ ଆମେ ଆଜି ଆପଣଙ୍କ ପାଇଁ କିଛି ଭଲ ପ୍ରଶ୍ନ ନେଇକି ଆସିଛୁ। ଚାଲନ୍ତୁ ଡେରି ନ କରି ଆମର ବିଷୟ ବସ୍ତୁଟିକୁ ଆରମ୍ଭ କରିବା ଏବଂ ଜାଣିବା କିଛି କୌତୁହଳ ପ୍ରଶ୍ନ ଏବଂ ତାହାର ଉତ୍ତର।ତେବେ ଏପରି ନୂଆ ନୂଆ କଥା ସବୁ ଜାଣିବା ପାଇଁ ଆପଣ ଆମର ଏହି ପୋଷ୍ଟ କୁ ନିଶ୍ଚୟ ସେୟାର କରିବେ ଓ ଏହାର ମଜାଦାର ଢଗଢମାଳି କୁ ନିଶ୍ଚୟ ମଜା ନିୟନ୍ତୁ

୧. କେଉଁ କୁଆ ଉଡିପାରେ ନାହିଁ?

ଉତ୍ତର:- ଠେକୁଆ।

୨.କେଉଁ ବଏ ଚାଲେ ନାହିଁ?

ଉତ୍ତର:- ଲାଇଫବଏ। ସାବୁନ ଚାଲେ ନାହିଁ।

୩. କେଉଁ ଦ୍ବୀପ ଜଳେ ନାହିଁ?

ଉତ୍ତର:- ପାରାଦ୍ବୀପ।

୪. କେଉଁ ଗାଡି ଚାଲେ ନାହିଁ?

ଉତ୍ତର:- ଅଗାଡି। ଅଗାଡି ଚାଲିନଥାଏ ଆମେ ଉଡେଇଲେ ସେ ଉଡ଼ିଥାଏ ମାତ୍ର ଚାଲି ନଥାଏ।

୫. କେଉଁ ଚେର ବୃକ୍ଷ ଲତାରେ ନାହିଁ?

ଉତ୍ତର:- ତାଳଚେର। ତାଳଚେର ଏକ ଜାଗାର ନାଁ ଅଟେ। ତାର ଚେର ନଥାଏ।

୬.କେଉଁ ପୁରୀ ଖାଇ ହୁଏ ନା?

ଉତ୍ତର:- ପୁରୀ ଜିଲ୍ଲା। ପୁରୀ ଏକ ଜାଗାର ନାଁ। ଯେଉଁଠି ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ରହିଛି। ତେଣୁ ଆମେ ପୁରୀ ଜିଲ୍ଲାକୁ ଖାଇପାରିବା ନାହିଁ।

୭. କେଉଁ ହାଣ୍ଡିରେ ଭାତ ନାହିଁ?

ଉତ୍ତର:- କଳାହାଣ୍ଡି। ଏହା ଏକ ଜାଗାର ନାଁ ଅଟେ।

୮.କେଉଁ କେଲା ଖାଇ ହୁଏ ନା?

ଉତ୍ତର:- ରାଉରକେଲା। ଏହା ଏକ ଜାଗାର ନାଁ ଅଟେ। ସେଥିପାଇଁ ଏହାକୁ ଖାଇ ହେବ ନାହିଁ।

୯. କେଉଁ ଲାଇଟ ଜଳେ ନାହିଁ?

ଉତ୍ତର:- ସନ ଲାଇଟ। ଏହା ଜଳେ ନାହିଁ, ଏହାର ନିଜର ଆଲୋକୀୟ ଶକ୍ତି ଥାଏ।

୧୧. କେଉଁ ଗୋଲାରେ କାଠ ନାହିଁ?

ଉତ୍ତର:- ରସଗୋଲା। ଏହା ଏକ ଖାଦ୍ୟ ଜିନିଷ ତେଣୁ ଏହି ଠାରେ କାଠ ନାହିଁ।

୧୨. କେଉଁ ଟେବୁଲର ଗୋଡ଼ ନାହିଁ?

ଉତ୍ତର:- ଭେଜିଟେବଲ।

୧୩. ନଦେଖି ସୁନ୍ଦରୀ କିଏ?

ଉତ୍ତର:- ସ୍ଵର୍ଗର ଅପସରା। ଆମେ ଅପ୍ସରୀ କେବେ ଦେଖି ନଥାଉ ହେଲେ ଆମେ ମାନୁ ଯେ ସେମାନେ ସୁନ୍ଦରୀ ହୋଇଥିବେ।

୧୪. ନଧରି ଟାଣୁଆ କିଏ?

ଉତ୍ତର:- ବଜ୍ର। ଆକାଶରୁ ଯେଉଁ ବଜ୍ର ମାରେ ତାହା ବହୁତ ଟାଣୁଆ ଅଟେ ଏବଂ ଆମେ ତାହାକୁ ଧରି ନଥାଉ।

୧୫.ନ ଚାଖି ମିଠା କଣ?

ଉତ୍ତର:- ଅମୃତ। ଦେଖନ୍ତୁ ବନ୍ଧୁଗଣ ଆମେ ଚାଖି ନଥାଉ ହେଲେ ସଦା ସର୍ବଦା ଆମେ ଅମୃତ ବୋଲି ଲାଗିଲା ବୋଲି କହିଥାଉ। ସେଥିପାଇଁ ଏହାର ଉତ୍ତର ହେଲା ଅମୃତ।

Leave a Reply

Your email address will not be published. Required fields are marked *