ଆସନ୍ତୁ ଜାଣିବା ଗହମ ଖାଇବା ଦ୍ୱାରା କଣ ଲାଭ ହୋଇଥାଏ ଓ ଚାଉଳ ଖାଇବା ଦ୍ୱାରା କଣ ଲାଭ ହୋଇଥାଏ – ସମସ୍ତେ ଏହି କଥା ଜାଣିରଖିବା ଉଚିତ…
ଗୋଟେ ଏମିତି କଥା ଯାହା ଉପରେ ଆପଣ ଧ୍ୟାନ ଦେଇନଥିବେ କିନ୍ତୁ ଆପଣ କେତେବେଳେତ ଶୁଣିଥିବେ ଆପଣଙ୍କୁ କୁହନ୍ତି ସମସ୍ତେ ରୁଟି ଖାଅ।ଚାଉଳକୁ କମ ଖାଅ କାରଣ କୁହନ୍ତିକି ଚାଉଳ ବେସି ଖାଇଲେ ଦେହ ବହୁତ ଖରାପ ହେବ ଓ ଆପଣ ମୋଟା ହୋଇଯିବେ ଓ ଅଳସୁଆ ହୋଇଯିବେ।କଣ ଏକଥା ସତ ଅଟେ କହିବାକୁ ଗଲେ ଚିନ,ଜାପାନ,ଭାରତରେ ଥିବା ଲୋକ ବହୁତ ଚାଉଳ ଖାନ୍ତି।ଜାପାନି ଓ ଚିନ ରେ ରହୁଥିବା ଲୋକ ଅଧିକ ଚାଉଳ ଖାଇକିବି ବହୁତ ତନ୍ଦରୁସ୍ତ ହୋଇଥାନ୍ତି ଓ ଫୁର୍ତୀଲା ହୋଇଥାନ୍ତି।
କାହିଁକି ଭାରତରେ ରହୁଥିବା ଲୋକ କାହିଁକି କୁହନ୍ତି ଏମିତି ଚାଉଳ ଖାଇବା ଦ୍ୱାରା ଏମିତି ମୋଟା ହୋଇଥାନ୍ତି।ଜଣେ ସାଧାରଣ ଜ୍ଞାନ ରଖୁଥିବା ଲୋକ କହିବକି ଚାଉଳ ଖାଇବା ଦ୍ୱାରା ଆମ ରକ୍ତ ସୁଗାର ବଢିଥାଏ ଓ ତାପରେ ଆପକୁ ଉଚ୍ଚ ରକ୍ତଚାପ ହେବାର ସମ୍ବାବନା ଥାଏ।ଏହା ଥାଏ ଆମ ଓ ବୈଜ୍ଞାନିକ ଭିତରେ,ଗୋଟେ ବୈଜ୍ଞାନିକ ଏ କଥାର ସମ୍ପୂର୍ଣ୍ଣ ମୂଳ ପର୍ଯ୍ୟନ୍ତ ଯାଇଥାଏ।ବୈଜ୍ଞାନିକ ମାନେ ପ୍ରମାଣିତ କରିଛନ୍ତିକି ଜାପାନି ଲୋକମାନେ ଚାଉଳ ଓ ବିଭିନ୍ନ ପ୍ରକାର ପରିବା ଓ ମାଛ ଆଦିକୁ ମିଶେଇ ଖାନ୍ତି।
ଯାହାଦ୍ୱାର ସେମାନଙ୍କୁ ଭଲ ନିଦ ହୋଇଥାଏ ଓ ତାପରେ ତାଙ୍କର ଭଲ ନିଦ ସେମାନଙ୍କ ଉନ୍ନତିର ମୁଳ କାରଣ ଅଟେ।ଆମ ରକ୍ତରେ ଗୋଟେ ପ୍ରୋଟିନ ମିଳିଥାଏ ଯାହାକୁ ଇଓଟାକ୍ସିନ-୧ ବୋଲି କୁହାଯାଏ।ଏ ପ୍ରୋଟିନ ଆମ ଶରୀରରେ ରୋଗପ୍ରତିରୋଧ ଶକ୍ତି ବଢେଇ ବାରେ ସାହାର୍ଯ୍ୟ କରେ କିନ୍ତୁ ଏ ପ୍ରୋଟିନ ଆମ ନର୍ଭସ ସିଷ୍ଟମକୁ ନଷ୍ଟ କରିଦେଥାଏ।ଏ ପ୍ରୋଟିନ ଯେଉଁ ମାନଙ୍କ ରକ୍ତରେ ବେସିଥାଏ ତାଙ୍କର ନ୍ୟୁରନ ଗତିରେ ଧିମା ହୋଇଯାଇଥାଏ।
ଏହାଦ୍ୱାରା ଲୋକ ପାଗଳ ହେବାର କାରଣ ହୋଇଥାଏ।ପରୀକ୍ଷାକାରୀ ମାନେ ପାଇଛନ୍ତିକି ସେ ଚାଉଳକୁ ବିଭିନ୍ନ ପନିପରିବା ଶହ ଖାଇବା ଦ୍ୱାରା ସେ ପ୍ରୋଟିନକୁ ବଢ଼ିବାରେ ଅଟକାଇଥାଏ।ତାପରେ ନ୍ୟୁରନ ବଢେ ଓ ତାପରେ ଆପଣଙ୍କ ମସ୍ତିସ୍କ ଭଲ ଭାବରେ କାର୍ଯ୍ୟ କରିଥାଏ।ଏହି କାରଣରୁ ହିଁ ଜାପାନିଜ ଲୋକମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି।ଏ ପ୍ରୋଟିନ ଶିଘ୍ର ବୁଢାପଣ କୁ ଆଣିଥାଏ କିନ୍ତୁ ଚାଉଳକୁ ଖାଇବା ଦ୍ୱାରା ଏମିତି କିଛି ଅସୁବିଧା ହୋଇନଥାଏ।
ସବୁ ପ୍ରିଖ୍ୟାକାରୀ ମାନେ କହିଛନ୍ତିକି ଚାଉଳକୁ ବିଭିନ୍ନ ବିଭିନ୍ନ ପନିପରିବା ଓ ସୋୟା ପଦାର୍ଥ ମିଶେଇ ଖାଇବା ଦ୍ୱାରା ଆମ ଶରୀରରେ ଏହାର ପ୍ରଭାବ ବହୁତ ଭଲ ହୋଇଥାଏ।ଏହାର ଓଲଟା ଗହମବି ଆମ ଖାଦ୍ୟର ଗୋଟେ ଓଲଟା ପଦାର୍ଥ ଅଟେ।ଏଥିରେ ଗ୍ଲୁଟନର ମାତ୍ରା ଅଧିକ ଥାଏ ଓ ଆମ ବ୍ରେନ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଥାଏ।ଗହମ ସହ ଯେକୌଣସି ଅନ୍ନ ଓ ପନିପରିବା ଆମେ ଖାଇଥାଉ ଏହା ତାର ପ୍ରଭାବକୁ କମେଇ ଦେଇଥାଏ।
୧୦୦ ଗ୍ରାମ ଗହମରେ ୧୨-୧୫ ଗ୍ରାମ ପ୍ରୋଟିନ ଥାଏ,ଯାହା ମାଂସପେଷି ଗଠନରେ ବହୁତ କାର୍ଯ୍ୟକାରୀ ହୋଇଥାଏ।ଗହମରେ ଚାଉଳ ମାତ୍ରରେ ଅଧିକ ଜୀଙ୍କ ଓ ଅଧିକ ପ୍ରୋଟିନ ଥାଏ।ସବୁଠାରୁ ବଡ଼ କଥା ଗହମରେ ଚାଉଳ ଅପେକ୍ଷା ଅଧିକ ଫାଇବର ଥାଏ।ଯାହା କେତେବେକେବି ଆମ ପେଟରେ କୋଷ୍ଟକାଠିନ୍ୟ ହେବାକୁ ଦିଏ ନାହିଁ।ସେଥିପାଇଁ ଗହମ ଖାଉଥିବା ଦେଶ ପଞ୍ଜାବ ଓ ହରିଆଣା ଭଳି ଦେଶ ମାନଙ୍କରେ ଲୋକଙ୍କ ଶରୀର ବହୁତ ଟାଣ ହୋଇଥାଏ।ଚାଉଳ ଖାଇବା ଦ୍ୱାରା ବୁଦ୍ଧି ବଢେ ଓ ଗହମ ଖାଇବା ଦ୍ୱାରା ବଳ ହୁଏ।