December 22, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଦୁନିଆର ସବୁଠୁ ୧୦ ଟାଣ କରେନ୍ସି ବିଷୟରେ – ଯାହା ଡ଼ଲାର ଠାରୁ ମଧ୍ୟ ୩ ଗୁଣ ଅଧିକ ଦାମୀ ଅଟେ

ସାଙ୍ଗମାନେ ଆମେ ପ୍ରାୟତଃ ଶୁଣିଛୁକି ଦୁନିଆର ବହୁତ ମହାଙ୍ଗା କରେନ୍ସି ଡ଼ଲାର ଅଟେ।ଆପଣ ଜାଣିନାହାନ୍ତି ଆମେରିକା ଡ଼ଲାର ଉପରେ ଏମିତି ୮ ଟି କରେନ୍ସି ଅଛି ଯାହାର ମୂଲ୍ୟ ଡ଼ଲାର ଠାରୁ ଢେର ଅଧିକ ଅଟେ।ଆଜି ଆମେ ଏଠି ଏମିତିହିଁ ୧୦ ଟି କରେନ୍ସି ବିଷୟରେ କହିବୁ ଯିଏ ଦୁନିଆର ସବୁଠୁ ଶକ୍ତି ସାଳି କରେନ୍ସି ଅଟେ।

ଆସନ୍ତୁ ଜାଣିବା ଦୁନିଆର ଦଶ ନମ୍ବର୍ ସ୍ଥାନରେ ଥିବା ସବୁଠୁ ମଜବୁତ କରେନ୍ସି ବିଷୟରେତ ତାର ନାମ ହେଲା କାନାଡିଆନ ଡ଼ଲାର।ଯେମିତି ଏହାର ନାମରୁ ହିଁ ଜଣା ପଡେ ଏହା କାନାଡ଼ା ଦେଶର କରେନ୍ସି ଅଟେ ଓ ଏହି ଦେଶର ରାଜଧାନୀ ଅଟେ ଓଟାବା।ସେଠାକାର ବହୁତ ଜିନିଷ ପ୍ରସିଦ୍ଧ ଯେମିତି ପାଠପଢ଼ା ଓ ନେପଲ ସିରପ ଆହୁରି ବହୁତ କିଛି ଏହାର ୧ କାନାଡିଆନ ଡ଼ଲାର ୫୫ ଟଙ୍କା ଶହ ସମାନ ହୋଇଥାଏ।

ସେହିଭଳି ନଅ ନମ୍ବରରେ ଆସିବ ୟୁଏସ ଡ଼ଲାର,ଏହି ଦେଶର ପଇସାର ମୂଲ୍ୟ ଅନ୍ୟ ଦେଶ ମାନଙ୍କର ପଇସାର ମୂଲ୍ୟ ମାପିବା ପାଇଁ ବ୍ୟବହାର କରାଯାଏ।ଏହାର ଗୋଟେ ଆମେରିକାନ ଡ଼ଲାର ର ମୂଲ୍ୟ ଭାରତର ୭୬ ଟଙ୍କା ଅଟେ।ସେହିଭଳି ଆଠ ନମ୍ବରରେ ଆସିବ ସୁଇସ ଫ୍ରାଙ୍କ ଏହା ସବୁଠୁ ଧନୀ ଦେଶ ସୁଇଜର୍ଲ୍ୟାଣ୍ଡର ଟଙ୍କା ଅଟେ।ଏ ଦେଶର ରାଜଧାନୀ ବର୍ଣ୍ଣ ସହର,ଏହା ନିଜର ଘଣ୍ଟା ଓ ଚକଲେଟ ପାଇଁ ପ୍ରସିଦ୍ଧ।ଏହାର ଗୋଟେ ସୁଇସ ଫ୍ରାଙ୍କ ର ମୁଲ୍ୟ ଭାରତର ୭୮ ଟଙ୍କା ଅଟେ।

ଦୁନିଆର ସାତ ନମ୍ବରରେ ଥିବା ସବୁଠୁ ଟାଣ କରେନ୍ସି ହେଉଛି ୟୁରୋପିଅନ ୟୁରୋ,ଏହା ଦୁନିଆର ସବୁଠୁ ବଡ଼ ମହାଦ୍ୱୀପ ୟୁରୋପର କରେନ୍ସି ଅଟେ।ଏହି ମହାଦ୍ୱୀପର ସମସ୍ତ ଲୋକ ଗୋଟେ ମୁଦ୍ରାର ପ୍ରଚଳନ କରନ୍ତି।କହିବାକୁ ଗଲେ ଏହାର ୧ ୟୁରୋପିଆନ ୟୁରୋର ମୂଲ୍ୟ ଭାରତର ୮୨ ଟଙ୍କା ହୋଇଥାଏ।ଦୁନିଆର ଛଅ ତମ ମଜବୁତ କରେନ୍ସି ହେଉଛି କେମାନ ଆଇଲାନ୍ସ ଡ଼ଲାର ଏହା କେମାନ ଆଇସଲାଣ୍ଡର ପଇସା ଅଟେ।ଏହା ନିଜର ସମୁଦ୍ର କୁଳ ପାଇଁ ପ୍ରସିଦ୍ଧ ଅଟେ।ଏହାର ଗୋଟେ କେମାନ ଆଇଲାନ୍ସ ଡ଼ଲାର ମୂଲ୍ୟ ଭାରତର ୯୧ ଟଙ୍କା।

ଦୁନିଆର ୫ ନମ୍ବର୍ ସବୁଠୁ ମଜବୁତ କରେନ୍ସି ହେଉଛି ବ୍ରିଟିସ ପାଉଣ୍ଡ ଷ୍ଟାର୍ଲିଙ୍ଗ କହିବାକୁ ଗଲେ ଏହା ୟୁ.ଏସ.ର କେତେକ ଜାଗାରେ ପ୍ରଚଳିତ ହୋଇଥାଏ।ଏହାର ଗୋଟେ ବ୍ରିଟିସ ପାଉଣ୍ଡ ଷ୍ଟାର୍ଲିଙ୍ଗ ଭାରତର ୯୪ ଟଙ୍କା ହୋଇଥାଏ।

ଦୁନିଆର ୪ ନମ୍ବରରେ ଆସିବ ଯୋର୍ଦ୍ଧନ ଦିନାର କହିବାକୁ ଗଲେ ପଶ୍ଚିମ ଏସିଆ ସ୍ଥିତ ଆରବ ଦେଶର ଗୋଟେ ଯୋର୍ଦ୍ଧନ ଦିନାରର ମୂଲ୍ୟ ଭାରତର ୧୦୬ ଟଙ୍କା ହୋଇଥାଏ।ଏ ଦେଶର ବହୁତ ଜାଗା ମରୁଭୂମିରେ ଆଚ୍ଛର୍ଣ୍ଣ ହୋଇଅଛି ଉଠାରେ ଉତ୍ତର ପଶ୍ଚିମରେ ପାଣିର ସ୍ରୋତ ମିଳି ଯାଇଥାଏ।

ଆସନ୍ତୁ ଜାଣିବା ଦୁନିଆର ୩ ନମ୍ବର୍ ସବୁଠୁ ଟାଣ କରେନ୍ସି ହେଉଛି ଓମାନି ରିଆଲ।ଏହା ସବୁଠୁ ଧନୀ ଓ ବିକଶିତ ଅର୍ଥ ବ୍ୟବସ୍ଥା ପୂର୍ଣ୍ଣ ଦେଶ ଓମାନର ରାଷ୍ଟ୍ରୀୟ ମୁଦ୍ରା ଅଟେ।ଏହି ଦେଶ ୭୫,୦୦୦୦୦ ଲୋକ ବିଶିଷ୍ଟ ଦେଶ ଓମାନି ମିଠା ଓ ପାଉଁରୁଟି ପାଇଁ ପ୍ରସିଦ୍ଧ।ଏହାର ଗୋଟେ ଓମାନି ରିଆଲ ଏହା ଭାରତୀୟ ୧୯୦-୨୦୦ ଟଙ୍କା ପାଖା ପାଖି ହୋଇଥାଏ

।ଦୁନିଆର ଦ୍ୱିତୀୟ ସବୁଠୁ ମଜବୁତ କରେନ୍ସି ହେଉଛି ଵହରିନ ଦିନାର,ଏହା ବହରିନ ଦେଶର ରାଷ୍ଟ୍ରୀୟ ମୁଦ୍ରା ଅଟେ।ଏହାର ରାଜଧାନୀ ମନାମା ଅଟେ।ଏହାର ମୁଖ୍ୟ ରୋଜଗାର ଉପାୟ କଳା ସୁନାର ରପ୍ତାନି ହୋଇଥାଏ।ଏହାର ଗୋଟେ ବହରିନ ଦିନାର ଭାରତୀୟ ମୂଲ୍ୟ ୧୯୫-୨୦୫ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ଟାଣ କରେନ୍ସି ହେଉଛି କୁବେତି ଦିନାର,ଏହାର ଟାଣ ପଣ ଏଥି ପାଇଁ ଅଛି କାହିଁକିନା ଏ ଦେଶ ସବୁ ଦୁନିଆରେ ତେଲ ସପ୍ଲାୟ କରିଥାଏ,ଏ ଦେଶ ସବୁଠାରୁ ଧନି ଦେଶ ଭାବେ ଗଣାଯାଏ।ଏହାର ଗୋଟେ କୁୱେତି ଦିନାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୪୦-୨୫୦ ଟଙ୍କା।

Leave a Reply

Your email address will not be published. Required fields are marked *