December 19, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଏମିତି କିଛି ମହଙ୍ଗା ଜିନିଷ ଜାହାକୁ ସୁଶାନ୍ତ ସିଂ ରାଜପୁତ କିଣିଥିଲେ- ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ

ସାଙ୍ଗମାନେ ଆପଣ ମାନେ ନିଶ୍ଚିତ ଜାଣିଥିବେ ସୁଶାନ୍ତ ସିଂ ରାଜପୁତ ଯିଏକି ବଲିଉଡ଼ର ନାମୀ ଦାମୀ କଳାକାର ସେ ଆଉ ଆମ ଗହଣ ରେ ନାହାନ୍ତି।ସେ ମାତ୍ର ୩୪ ବର୍ଷୀୟ ବୟସରେ ବେନ୍ଦ୍ରା ଠାରେ ଥିବା ନିଜ ଘରର କୋଠରୀ ଭିତରେ ନିଜକୁ ଫାସି ଲଗେଇ ଦେଲେ ଓ ଦୁନିଆକୁ ସବୁଦିନ ପାଇଁ ଛାଡି ଦେଲେ।କହିବାକୁ ଗଲେ ସେ ଏପରି କଠିନ ନିର୍ଣ୍ଣୟ କାହିଁକି ମଲେ ସେ ବିଷୟରେ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ କିନ୍ତୁ ତାଙ୍କ ବିୟୋଗରେ ସମ୍ପୂର୍ଣ୍ଣ ଦୁନିଆ ଆଶ୍ଚର୍ୟ୍ଯ ଚକିତ ଅଛି।

ଆଜି ଆମେ ଏଠି ଆପଣଙ୍କୁ କହିବୁକି ସୁଶାନ୍ତ ସିଂ ରାଜପୁତଙ୍କ ଦ୍ୱାରା କିଣା ଯାଇଥିବା ଏମିତି କିଛି ମୂଲ୍ୟବାନ ଜିନିଷ ଯାହା କେବଳ ଜଣେ ପ୍ରତିଷ୍ଠିତ ବ୍ୟକ୍ତିହିଁ କିଣି ପାରିବ।୧.ପ୍ରଥମ ଜିନିଷ ହେଉଛି ବେନ୍ଦ୍ରା ମୁମ୍ବାଇ ଘର,ସାଙ୍ଗମାନେ ସୁଶାନ୍ତ ସିଂ ରାଜପୁତଙ୍କ ପାଖରେ କହିବାକୁ ଗଲେ ପ୍ରାୟ ୧୩ କୋଟି ଟଙ୍କାର ସୌଖିନ ଘର ଥିଲା।ଏହା ସେହି ଘର ଅଟେ ଯାହାକୁ ୧୪ ଜୁନରେ ସେ ଫାସି ଲଗେଇଥିଲେ।ଏ ଘରେ ସେ ଏକଲା ରହୁଥିଲେ ଓ ଏ ଘରକୁ ବହୁତ ବିଳାସମୟ ଓ ମହଙ୍ଗା ମାନୁଥିଲେ।ଏ ଘରର ଭିତର ପଟ ସେ ନିଜେ ବନେଇଥିଲେ ଓ ଏହା ବହୁତ ସୁନ୍ଦର ଥିଲା।

୨.ଚାରିଚକିଆ ଗାଡି,ସୁଶାନ୍ତଙ୍କୁ ବିଳାସ ପୁର୍ଣ୍ଣ ଗାଡି ରଖିବାରେ ବହୁତ ସଉକ ଥିଲା।ୟାଙ୍କ ଗ୍ୟାରେଜରେ ଗୋଟେରୁ ବଢିଆ ଗୋଟେ ବିଳାସମୟ ଗାଡି ଥିଲା।ୟାଙ୍କ ପାଖରେ ଏମିତି ଗାଡିଥିଲା ଯାହାକୁ କେଵଳ ଜଣେ କୋଟି ପତିହିଁ କିଣି ପାରିବ।ତାଙ୍କ ସମ୍ପୂର୍ଣ୍ଣ ଗାଡିର ସଂଗ୍ରହ କହିବାକୁ ଗଲେ ୧୦ କୋଟିରୁ ଅଧିକ ଥିଲା।ତାଙ୍କ ପାଖରେ ସବୁଠାରୁ ମହଙ୍ଗା ଗାଡିଥିଲା ମେସେରେଟି କ୍ୱାଟର ପୋର୍ଟ ଯାହାର ମୁଲ୍ୟ ଥିଲା ୩ କୋଟି ଟଙ୍କା।ଏହା ସୁଶାନ୍ତଙ୍କ ସବୁଠାରୁ ପ୍ରିୟ ଗାଡିଥିଲା।

ତାଙ୍କର ଦ୍ୱିତୀୟ ଗାଡିଥିଲା ରେଞ୍ଜ ରୋବର ଯାହାର ମୂଲ୍ୟ ଥିଲା ୭୦ ଲକ୍ଷ୍ୟ।ତାଙ୍କୁ କେଵଳହିଁ କେବଳ ସ୍ପୋର୍ଟସ କାର ରଖିବାର ସୌକ ଥିଲା।ତୃତୀୟ ଗାଡି ଥିଲା ନିଶାନ ଜିଟିଆର ଯାହାର ମୂଲ୍ୟ ଥିଲା ୩ କୋଟି ଟଙ୍କା।ଏହା ବ୍ୟତୀତ ତାଙ୍କୁ ମହଙ୍ଗା ବାଇକ ରଖିବାବି ପସନ୍ଦ ଥିଲା।ତାଙ୍କ ପାଖରେ ଥିବା ବାଇକ ବିଏମଡବ୍ଲୁ କମ୍ପାନୀର ଥିଲା ଯାହାର ମୂଲ୍ୟ ଥିଲା ୨୫ ଲକ୍ଷ୍ୟ ଟଙ୍କା।

୩.ଘଣ୍ଟା,ସାଙ୍ଗମାନେ ସୁଶାନ୍ତଙ୍କୁ କାର ଭଳି ଘଣ୍ଟା ମାନଙ୍କର ମଧ୍ୟ ବହୁତ ସୌକ ଥିଲା।ଯେଉଁଥିପାଇଁ ତାଙ୍କ ପାଖରେ ଘଣ୍ଟା ମାନଙ୍କର ବହୁତ ବଡ଼ ସଂଗ୍ରହ ଥିଲା।ଆପଣଙ୍କୁ ଖିଦେବୁକି ତାଙ୍କର ଘଣ୍ଟା ସଂଗ୍ରହରେ ପ୍ରାୟ ୧୦ ଲକ୍ଷ ଟଙ୍କାର ରୋଲେକ୍ସ ଘଣ୍ଟା ଥିଲା।ଏହି ଭଳି ଆହୁରି ଦାମୀ ଦାମୀ ଓ ସୌଖିନ ଘଣ୍ଟା ମାନଙ୍କର ସଂଗ୍ରହ ତାଙ୍କ ଭିତରେ ଥିଲା।

୪.ଜୋତା,ସୁଶାନ୍ତଙ୍କ ପାଖରେ ବହୁତ ଦାମୀ ଦାମୀ ଜୋତାର ସଂଗ୍ରହ ଥିଲା।ଆଙ୍କ ପାଖରେ ଥିବା ଜୋତା ସଂଗ୍ରହ ଭିତରୁ ପ୍ରାୟ ୭୦,୦୦୦ ଟଙ୍କାର ବାଲେନସିଆଜା ସବୁଠାରୁ ମହଙ୍ଗା ଥିଲା।ସୁଶାନ୍ତ ସିଂ ରାଜପୁତଙ୍କ ପାଖରେ କହିବାକୁ ଗଲେ ପ୍ରାୟ ୧୦୦ ରୁ ଅଧିକ ଜୋତାର ସଂଗ୍ରହ ଥିଲା ଓ ବେଶିରୁ ବେଶି ନାମୀ ଦାମୀ କମ୍ପାନୀର ଜୋତା ଥିଲା ତାଙ୍କ ପାଖରେ।

୫.ତାପରେ ଆସିବ ତାଙ୍କର ମୋଟ ରୋଜଗାର ଓ ବାର୍ଷିକ ରୋଜଗାର।ସାଙ୍ଗମାନେ ଛିଚୋରେ ଓ ଏମ.ଏସ. ଧୋନୀ ଭଳି ବହୁତ ନାମୀ ଦାମୀ ପିଲ୍ମି କଲାପରେ ଆଜିକାଲି ବଜାରରେ ତାଙ୍କର ଚାହିଦା ବଢି ଚାଲିଥିଲା।ସେଥିପାଇଁ ସେ କୌଣସିବି ଫିଲ୍ମ କରିବା ପାଇଁ ବାକି ବଲିଉଡ଼ ଅଭିନେତା ମାନଙ୍କ ଠାରୁ ଅଧିକ ନେଉଥିଲେ।ସେ ଗୋଟେ ଫିଲ୍ମ କରିଵା ପାଇଁ ୭ କୋଟି ଟଙ୍କା ନେଉଥିଲେ।

ଆଉ ସୁଶାନ୍ତ କୌଣସି ବ୍ରାଣ୍ଡ ଇଣ୍ଡୋରସମେଣ୍ଟ ପାଇଁ ୩ କୋଟି ଟଙ୍କା ଚାର୍ଜ କରୁଥିଲେ।ସେ ନିଜ ଭବିଷ୍ୟତକୁ ସିକ୍ୟୁର କରିବାପାଇଁ ୨୦ କୋଟି ଟଙ୍କା ନିବେଶ କରିଥିଲେ।କହିବାକୁ ଗଲେ ସୁଶାନ୍ତଙ୍କ ନେଟ ୱର୍ଥ ଥିଲା ୭୦ କୋଟି ଟଙ୍କା।ଏହାଥିଲା ସୁଶାନ୍ତଙ୍କ କିଣି ଥିବା କିଛି ମହଙ୍ଗା ଜିନିଷ ଏଥିରୁ ଜଣା ପଡେ ସେ ଗୋଟେ ସୁନ୍ଦର ଶୈଳୀ ଜୀବନ ଯାପନ କରୁଥିଲେ।ତଥାପି ସେ ମୃତ୍ୟୁକୁ ହିଁ ବାଛିଲେ ତାଙ୍କ ମୃତ୍ୟୁ ପଛରେ ଆଜିବି ପରଦା ପଡିଛି ବା ତାଙ୍କର ମୃତ୍ୟୁ ଆଜିବି ରହସ୍ୟ ଘେରରେ ଅଛି।

Leave a Reply

Your email address will not be published. Required fields are marked *