December 19, 2024

Odia Express

Leading Odia News Portal of Odisha

ବହୁତ ହ୍ୟାଣ୍ଡସମ ଏବଂ ଷ୍ଟାଇଲିଶ ଅଟନ୍ତି ସନୀ ଦେଓଲଙ୍କର ଭିଣୋଇ, ଦେଖିଲେ ଆପଣ ବିଶ୍ୱାସ କରିପାରିବେନି..

ଆପଣମାନେ ସମସ୍ତେ ସନୀ ଦେଓଲଙ୍କୁ ତ ଜାଣିଥିବେ ସେ ବଲିଉଡର ଜଣାଶୁଣା ଅଭିନେତା ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ଦର୍ଶକ ତାଙ୍କୁ ଏବଂ ତାଙ୍କର ଫିଲ୍ମ ସବୁକୁ ବହୁତ ଅଧିକ ପସନ୍ଦ କରନ୍ତି । ଆପଣଙ୍କୁ ଜଣେଇଦେବୁ ଯେ ସନୀ ଦେଓଲ ଙ୍କର ଜନ୍ମ 19ଅକ୍ଟୋବର 1957ରେ ଲୁଧିୟାନାରେ ହୋଇଥିଲା ଏବଂ  ନିଜର ଫିଲ୍ମ ଦୁନିଆର ପ୍ରାରମ୍ଭ 1983ମସିହାରେ ଆସିଥିବା ଫିଲ୍ମ “ବେତାବ”ରୁ କରିଥିଲେ । ଏହି ଫିଲମି ଦୁନିଆରେ ନିଜର ଆଙ୍ଗ୍ରି ୟଙ୍ଗମ୍ୟାନର ଭୂମିକା କାରଣରୁ ପରିଚିତ ଅଟନ୍ତି।ବଲିଉଡ ଅଭିନେତା ସନୀ ଦେଓଲ 90ଦଶକର ଶୀର୍ଷ ଅଭିନେତାଙ୍କ ମଧ୍ୟରେ ସାମିଲ ଥିଲେ। ସନୀ ଦେଓଲ ଗଦର, ଜିତ, ଘାତକ, ଏବଂ ବର୍ଡର ଭଳି ଅନେକ ହିଟ ଫିଲ୍ମରେ କାମ ଅରିଛନ୍ତି।sଆଣି ଦେଓଲ ନିଜର ଫୋଳ୍ମରେ ସବୁବେଳେ ଏକ କ୍ରୋଧୀ ଅଭିନେତାର ଚରିତ୍ର ନିର୍ବାହ କରନ୍ତି ଯାହା ଦର୍ଶକଙ୍କୁ ବହୁତ ଅଧିକ ପସନ୍ଦ ଆସେ। ଯଦିଓ ସନୀ ଦେଓଲ ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଧିକ ସକ୍ରିୟ ନାହାନ୍ତି କିନ୍ତୁ ତାଙ୍କ ଦ୍ଵାରା କରାଯାଇଥିବା ସମସ୍ତ ଚରିତ୍ର ଆଜି ମଧ୍ୟ ତାଙ୍କର ପ୍ରଶଂସକଙ୍କର ହୃଦୟରେ ରହିଛି।

ସନୀ ଦେଓଲଙ୍କର ପରିବାର ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି ଯେପରିକି ଆପଣମାନେ ସମସ୍ତେ ଜାଣନ୍ତି ଯେ ସନୀ ଦେଓଲଙ୍କର ସାବତ ମାଆ ହେମାମାଳିନୀଙ୍କର ଦୁଇଟି ଝିଅ ଅଛନ୍ତି ଇଶା ଦେଓଲ ଏବଂ ଆହାନା ଦେଓଲ ପରନ୍ତୁ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଇଶା ଦେଓଲଙ୍କର ସ୍ଵାମୀ ମାନେ ସନୀ ଦେଓଲଙ୍କର ଭିଣୋଇଙ୍କ ବିଷୟରେ ଜଣେଇବାକୁ ଆସିଛୁ। ସନୀ ଦେଓଲଙ୍କର ଭିଣୋଇ ଦେଖିବାକୁ ବହୁତ ହ୍ୟାଣ୍ଡସମ ଏବଂ ଷ୍ଟାଇଲିଶ ଲାଗନ୍ତି। ସନୀ ଦେଓଲଙ୍କର ଭିଣୋଇଙ୍କର ନାମ ଭରତ ତଖତାନି ଅଟେ ।

ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବୁ ଯେ ଭରତ ତଖତାନି ଜଣେ ଜଣାଶୁଣା ବ୍ୟବସାୟୀ ଅଟନ୍ତି ଏବଂ ଭରତ ତଖତାନି ଙ୍କର ପିତାଙ୍କର ନାମ ବିଜୟ ତଖତାନି ଏବଂ ମାଆଙ୍କର ନାମ ପୂଜା ତଖତାନି ଅଟେ। ଭରତ ଟକଠାଣି ଏବଂ ଇଶା ଦେଓଲ ପରସ୍ପରକୁ ବାଲ୍ୟକାଳରୁ ଜାଣିଥିଲେ ଏବଂ ଏ ଦୁହେଁ ଅନେକ ବର୍ଷରୁ ଡେଟ କରୁଥିଲେ।

ଏହି ଦୁହିଁଙ୍କର ପରସ୍ପର ସହିତ ଅନେକ ଜାଣିବା ପରେ 2012ରେ ବିବାହ କରିନେଇଥିଲେ। ଭରତ ଜଣେଇଛନ୍ତି ଯେ ଯେବେ ଇଶା 13ବର୍ଷର ଥିଲେ ସେବେ ଠାରୁ ତାଙ୍କର କ୍ରଶ ରହିଥିଲା। ଏ ଦୁହେଁ ଛୋଟ ବେଳରୁ ହିଁ ପରସ୍ପରର ଜୀବନସାଥି ହେଇଯାଇଥିଲେ । ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବୁ ଯେ ଭରତ ତଖତାନି ଇଛି ସମୟ ପୂର୍ବରୁ ଏକ ଝିଅର ବାପା ହୋଇଛନ୍ତି ।

ଯଦି ଆମେ ଭରତ ତଖତାନିଙ୍କ କଥା କହିବୁ ତ ସେ ଆଜି ବ୍ୟବଶ୍ୟର ଦୁନିଆରେ ତାଙ୍କର ଜଣାଶୁଣା ନାମ ଅଛି। ଭରତ ତଖତାନି ନିଜର ପରିଶ୍ରମ ଏବଂ ଧ୍ୟାନ ଦ୍ଵାରା ନିଜର ପିତାଙ୍କ ବ୍ୟବସାୟକୁ ବହୁତ ଆଗକୁ ପହଞ୍ଚେଇ ଦେଇଛନ୍ତି ଏବଂ ଯଦି ଆମେ ଭରତ ତଖତାନିଙ୍କର ଲୁକସ ର କଥା କହିବୁ ତ ସେ ଦେଖିବାକୁ ବହୁତ ହ୍ୟାଣ୍ଡସମ ଏବଂ ଷ୍ଟାଇଲିଶ ଲାଗନ୍ତି। ସେ ସବୁବେଳେ ଷ୍ଟାଇଲିଶ ଅବତାରରେ ନଜର ଆସନ୍ତି। ଭରତ ତଖତାନି ଏବଂ ଇଶା ଦେଓଲଙ୍କର ଯୋଡି ପରସ୍ପର ବହୁତ ଭଲ ଲାଗେ ବିଏମ ସେମାନେ ପରସ୍ପର ସହିତ ବହୁତ ଖୁସି ନଜର ଆସନ୍ତି।

Leave a Reply

Your email address will not be published. Required fields are marked *