December 22, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା କେଉଁଠାରେ ଭଗବାନ ଶ୍ରୀକୃଷ୍ଣ ନେଲେ ନିଜ ଅନ୍ତିମ ନିଶ୍ୱାସ – ସମସ୍ତେ ଜାଣିରଖନ୍ତୁ ଏହି କଥା..

ନମସ୍କାର ବନ୍ଧୁଗଣ ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଗୁଜୁରାଟର ସୋମନାଥ ମନ୍ଦିର ସବୁ ଶିବ ଭକ୍ତ ମାନଙ୍କ ପାଇଁ ଗୋଟେ ମହତ୍ୱ ପୁର୍ଣ୍ଣ ତୀର୍ଥ ସ୍ଥାନ ଅଟେ।ସୋମନାଥଙ୍କୁ ଭଗବାନ ଶିବଙ୍କ ୧୨ ଟା ଜ୍ୟୋତିର୍ଲିଙ୍ଗ ମାନଙ୍କ ମଧ୍ୟରୁ ସବୁଠୁ ପ୍ରଥମ ଜ୍ୟୋତିର୍ଲିଙ୍ଗ ବୋଲି ମାନିଥାଉ।ତାସହିତ ଏହା ଏମିତି ଜାଗା ଅଟେ ଯେଉଁଠି ନଟରାଜ ଓ ନଟବରଙ୍କ ମିଳନ ହୋଇଥିଲା,ନଟବର ମାନେ ଶ୍ରୀକୃଷ୍ଣ ଉଦ୍ଧବଙ୍କ ସଖା ଅଟନ୍ତି ଓ ଦ୍ଵାରିକାଧିସ ଅଟନ୍ତି।ଅନ୍ୟକ୍ଷେତ୍ର ରାମେଶ୍ୱରରେ ଭଗବାନ ରାମ ଓ ଶିବଙ୍କ ମିଳନ ହୋଇଥିଲା ସେଠି ସୋମନାଥରେ ଭଗବାନ ଶିବଙ୍କ ମିଳନ ହୋଇଥିଲା।

ଜ୍ୟୋତିର୍ଲିଙ୍ଗ ଠାରୁ ୭ କିଲୋମିଟର ଦୂରରେ ଜାଗା ଅଛି ଭାଲୁକାତୀର୍ଥ ମାନ୍ୟତା ଅନୁସାରେ ଭଗବାନ ଶ୍ରୀକୃଷ୍ଣ ସଂସାରିକ ଶରିର ତ୍ୟାଗ କରି ନିଜର ଗୋଲକ ଧାମ ଚାଲି ଯାଇଥିଲେ।କୁହାଯାଏକି ଯେତେବେଳେ ଭଗବାନ କୃଷ୍ଣ ଗମ୍ଭୀର ଚିନ୍ତାରେ ରହୁଥିଲେ ସେତେବେଳେ ସେ ଦ୍ଵାରିକା ଛାଡି ଏ ସୋମନାଥର ଅଜଣା ଜାଗାକୁ ଆସିଯାଉ ଥିଲେ।ଥରେ ଏମିତି ହେଇଥିଲା ଯେତେବେଳେ ଶ୍ରୀ କୃଷ୍ଣ ନିଜ ପରିବାର ପାଇଁ ଚିନ୍ତିତ ଥିଲେ ସେତେବେଳେ ସେ ଦ୍ଵାରିକାରୁ ବାହାରି ଗୋଟେ ବରଗଛ ତଳେ ଗହୀର ଚିନ୍ତାର ମୁଦ୍ରାରେ ଗଦୀପଡିଲେ।

ମହାଭାରତ ଯୁଦ୍ଧ ପରେ ଶ୍ରୀକୃଷ୍ଣ କୌରବ ମାତା ଗାନ୍ଧାରୀଙ୍କ ପାଖକୁ ଭେଟିବାକୁ ଯାଇଥିଲେ ଯୁଦ୍ଧରେ ନିଜ ୧୦୦ ରୁ ୧୦୦ ପୁତ୍ରଙ୍କୁ ହରେଇଥିବା ଗାନ୍ଧାରୀ ବିଳାପ କରି କରି ରାଗରେ ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ପୂର୍ଣ୍ଣ ଯଦୁ ଵଂଶ ନାଶ ହେବାର ଅଭିଶାପ ଦେଇଦେଲେ।ଶ୍ରୀମଦ ଭାଗବତ ମହାପୁରାଣ ଅନୁସାରେ ଥରେ ଯଦୁ ବଂଶୀମାନେ ଦ୍ଵାରିକାକୁ ଆସିଥିବା ଋଷି ମୁନି ମାନଙ୍କ ଅପମାନ କଲେ ଯେଉଁ କାରଣରୁ ଯଦୁକୁଳ ବିନାଶର ଅଭିସାପ ଦେଇଥିଲେ।

ଯେଉଁ କାରଣରୁ ମହାଭାରତ ଯୁଦ୍ଧର ୩୬ ବର୍ଷ ପରେ ସବୁ ଯଦୁ ବଂଶୀ କୂଳରେ ଏକାଠି ହେଲେ ଓ ମଦରେ ସମ୍ପୂର୍ଣ୍ଣ ରୂପେ ଭୋଗୀ ହୋଇ ନିଜ ନିଜ ଭିତରେ ଲଢ଼ିବାକୁ ଲାଗିଲେ।ଋଷି ମୁନି ମାନଙ୍କ ଅଭିସାପ କାରଣରୁ ଭଗବାନ ଶ୍ରୀକୃଷ୍ଣ ନିଜ ଭାଇବନ୍ଧୁ କୁଟୁମ୍ବଙ୍କୁ ଏ ବିନାଶରୁ ରକ୍ଷା କରିପାରି ନଥିଲେ।ଏ କଳହ କାରଣରୁ ଚିନ୍ତିତ ହୋଇ ନିଜେ ଭଗବାନ ଶ୍ରୀକୃଷ୍ଣ ସୋମନାଥ ମନ୍ଦିରର ୭ କିଲୋମିଟର ଦୂରରେ ବେରାଵଳ ଭଳି ଜାଗାରେ ବିଶ୍ରାମ କରିବାକୁ ରହିଥିଲେ।

ସେ ସେଠାରେ ଧ୍ୟାନ ମଗ୍ନ ମୁଦ୍ରାରେ ସୋଇପଡିଲେ ସେହିଠାରୁ କିଛି ଦୂରରେ ଅବସ୍ତିତ ଜରାନାମକ ସିକାରୀକୁ କିଛି ଚିକ ଚିକ କରୁଥିବାର ଦେଖାଗଲା।ତାକୁ ଲାଗିଲା ଏହା କୌଣସି ହରିଣର ଆଖି ଅଟେ ଆଉସେ ତିର ଚଲେଇଦେଲା ଯାହା ଶ୍ରୀକୃଷ୍ଣଙ୍କ ପାଦରେ ଯାଇଁ ବାଜିଲା ଯେତେବେଳେ ଜରା ପାଖରେ ପହଁଚିଲା ସେ ଦେଖି କାନ୍ଦିବାକୁ ଲାଗିଲା ତା ତୀରରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଆଘାତ ପ୍ରାପ୍ତ ହୋଇଥିଲେ।

ତାକୁ ବୁଝେଇ ଭଗବାନ କହିଲେ ତମେ କାହିଁକି ବ୍ୟର୍ଥରେ ବିଳାପ କରୁଛ ଏହାତ ଭାଗ୍ୟ ଅଟେ।ତମେ ପୂର୍ବର୍ଜନ୍ମରେ କିଷ୍କିନ୍ଧାର ରାଜା ବାଳିଥିଲ ମୁଁ ତମକୁ ରାମ ଅବତାରରେ ଲୁଚିକି ମାରିଥିଲି ସେବି ଭାଗ୍ୟ ଥିଲା ଆଜି ଏବି ଭାଗ୍ୟ ଅଟେ।ନିଜେ ତିଆରି କରିଥିବା କର୍ମ ବନ୍ଧନରୁ ମୁଁବି ମୁକ୍ତ ହୋଇପାରିବିନି।ଭାଲକାତୀର୍ଥରେ ଭଗବାନ କୃଷ୍ଣଙ୍କ ଏହି ସ୍ୱରୂପର ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ଆସନ୍ତି।ସେଠାରେ ହୀରଣା,କଟିୟା ଓ ସରସ୍ୱତୀ ତିନୋଟି ନଦୀର ସଙ୍ଗମ ଅଛି,ଯାହାକୁ ତ୍ରିବେନି ଘାଟ ବୋଲି କୁହାଯାଏ।କୁହାଯାଏ କି ଶ୍ରୀକୃଷ୍ଣଙ୍କ ଅନ୍ତିମ ସଂସ୍କାର ଏହି ତ୍ରିବେଣୀ ଘାଟରେ କରାଯାଇଥିଲା,ଯେଉଁଠାରେ ଆଜିବି ତାଙ୍କ ପାଦ ଚିହ୍ନ ଅଛି।ଏହି ତୀର୍ଥକୁ ଗୋଲକଧାମ କୁହାଯାଏ,ଏହି ନଦି ସାହାର୍ଯ୍ୟରେ କୃଷ୍ଣଙ୍କ ବଡ଼ ଭାଇ ବଳରାମ ନିଜ ରୂପ ଶେଷନାଗ ଅବତାରରେ ନିଜ ଧାମକୁ ଫେରିଗଲେ।

Leave a Reply

Your email address will not be published. Required fields are marked *