December 23, 2024

Odia Express

Leading Odia News Portal of Odisha

ଆଜିର ଚତୁର ପ୍ରଶ୍ନ – ବାପ ପୁଅ ଦୁଇ ଜଣ ମଣ୍ଡା ୬ ଟି କେମିତି ଖାଇବେ ଦୁଇ ଦୁଇ ଟି ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..

ନମସ୍କାର ବନ୍ଧୁଗଣ | ଆପଣଙ୍କୁ ଓଡ଼ିଆ ଏକ୍ସପ୍ରେସ କୁ ସ୍ୱାଗତ | ଆଜି ଆମେ ପୁଣି ସେଇ ପରି ନୂଆ ନୂଆ ମଜାଦାର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ଶୁଣିଲେ ଆପଣ ମଧ୍ୟ ଭାବିବେ ସାତରେ କେତେ ମଜାଦାର ପ୍ରଶ୍ନ | ଏପରି ମଜାଦାର ପ୍ରଶ୍ନ ଓ ଉତ୍ତର ଆମେ ଆପଣଙ୍କ ଭଲ ପାଇବା ପାଇଁ ସବୁ ଦିନ ନେଇକି ଆସୁଛୁ ଓ ଆପଣଙ୍କୁ ବହୁତ ପସନ୍ଦ ମଧ୍ୟ ଆସୁଛି ସେଥି ପାଇଁ ଆପଣଙ୍କୁ ଧନ୍ୟବାଦ | ତେବେ ମଜାରେ ମଜାରେ ନୂଆ କଥା ଶିଖେଇବା ଆମର ଲଖ୍ୟ |ତେବେ ଏପରି କିଛି ପ୍ରଶ୍ନ ଓ ଉତ୍ତର ନେଇକି ଆଜି ଆମେ ଆପଣଙ୍କ ପାଖକୁ ଆସିଛୁ ଚାଲନ୍ତୁ ଜାଣିବା ସେ ବିଷୟରେ |ଏହି ପ୍ରଶ୍ନ ଆପଣଙ୍କ ଜ୍ଞାନରେ ବୃଦ୍ଧି ପାଇଁ ବହୁତ ସହାୟକ ହେବ। ତେବେ ଚାଲନ୍ତୁ ଜାଣିବା।

୧. ବାପ ପୁଅ ଦୁଇଜଣ ମଣ୍ଡା ୬ଟି କେମିତି ଖାଇବେ ଦୁଇ ଦୁଇ ଟି?
ଉତ୍ତର:- ବାପ ଜଣେ ଓ ପୁଅ ଦୁଇ ଜଣ= ୩ ଜଣ। ସମସ୍ତେ ଦୁଇ ଦୁଇଟି ଖାଇବେ।

୨. କାହାକୁ ତୁମେ ହାତ ଗୋଡ଼ ନ ଲଗେଇ ମଧ୍ୟ ଧରିପାରିବ?
ଉତ୍ତର:- ନିଶ୍ୱାସ ପ୍ରଶ୍ୱାସ କୁ।

୩. କଣ ସବୁବେଳେ ବଢେ ହେଲେ କେବେ କମେ ନାହିଁ?
ଉତ୍ତର:- ବୟସ।

୪. ମୁଁ ବିଶ୍ୱର ଏ କୋଣରୁ ସେ କୋଣ ଯାଏ ହେଲେ ଗୋଟିଏ କୋଣରେ ବସିଥାଏ , ତେବେ କୁହ ମୁଁ କିଏ?
ଉତ୍ତର:- ଡାକ ଟିକଟ ।

୫.ଯିଏ ଏହାକୁ ତିଆରି କରେ ସେ ତା ନିଜ ପାଇଁ କରେନି , ଯିଏ ଏହାକୁ କିଣେ ସେ ତା ନିଜ ପାଇଁ କିଣେନି , ଏ ଯାହାର କାମରେ ଲାଗେ ତା ଜୀବନର ପ୍ରଥମ ଓ ଶେଷ ଥର।
ତେବେ….
ଉତ୍ତର:- କଫିନ ।

୬. ୨୦ଟି ପାରା ଗୋଟିଏ ଗଛରେ ବସିଥିଲେ ଗୋଟେ ଶିକାରୀ , ଗୋଟେ ପାରାକୁ ଗୁଳି କାରି ମାରିଦେଲା, ଆଉ ସେ ଗଛରେ କେତୋଟି ପାରା ରହିଲେ?
ଉତ୍ତର:- ଗୁଳି ଭୟରେ ବାକି ତକ ପାରା ଉଡିଗଲେ।

୭. ଯଦି ଗୋଟିଏ ଇଲେକ୍ଟ୍ରି ଟ୍ରେନ ପୂର୍ବ ଦିଗକୁ ଯାଉଛି ତେବେ ତାର ଧୂଆଁ କେଉଁ ଦିଗକୁ ଉଡୁଥିବ?
ଉତ୍ତର:- ଇଲେକ୍ଟ୍ରି ଟ୍ରେନରେ ଧୂଆଁ ନାହିଁ ।

୮.କେଉଁ ଜିନିଷ ତୁମେ ଆଣିଲା ବେଳକୁ କଳା, ବ୍ୟବହାର କଲେ ନାଲି ଓ କାମ ସରିଗଲେ ଧଳା ହୋଇଯାଏ?
ଉତ୍ତର:- କୋଇଲା।

୯. କେତେଥର ଆମେ ୧୦୦ରୁ ୧୦ ଫେଡ଼ିପାରିବା।
ଉତ୍ତର:- ଥରେ। ( ୧୦୦ ରୁ ୧୦ ମାତ୍ର ଥରେ ହିଁ ଫେଡ଼ିହେବ, ଦ୍ଵିତୀୟ ଥର ଫେଡ଼ିଲେ ଆପଣ ୯୦ ରୁ ଫେଡ଼ିବାକୁ ହେବ)।

Leave a Reply

Your email address will not be published. Required fields are marked *