October 22, 2024

Odia Express

Leading Odia News Portal of Odisha

ରଜନୀକାନ୍ତଙ୍କୁ ଭିକାରି ଭାବି ଝିଅଟି ଦେଇଥିଲା 10 ଟଙ୍କାର ଭିକ, ତାପରେ ଯାହା ହେଲା ତାହା ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ…

ମୁମ୍ବାଇ- ଦକ୍ଷିଣ ଭାରତର ସୁପରଷ୍ଟାର ରଜନୀକାନ୍ତଙ୍କ ବିଷୟରେ ସମସ୍ତଙ୍କୁ ଜଣା ଅଟେ। ସେ ଆଜି ଦେଶର ସବୁଠାରୁ ବଡ ଷ୍ଟାର ଅଟନ୍ତି। ରଜନୀକାନ୍ତଙ୍କର ତୁଳନା ସୁପରମ୍ୟାନ ସହିତ ମଧ୍ୟ କରାଯାଏ ଏବଂ ଏହାଠାରୁ ବଳି ଲୋକମାନଙ୍କ ନିମନ୍ତେ ସେ ଭଗବାନଙ୍କ ଭଳି ଅଟନ୍ତି। ରଜନୀକାନ୍ତ ଭାରତର ସୁପର ହିରୋ ଅଟନ୍ତି ଏବଂ ତାଙ୍କର ପ୍ରଶଂସକଙ୍କର ଅଭାବ ନାହିଁ । ତାଙ୍କର ପ୍ରତ୍ୟେକ ଫିଲ୍ମର ଦର୍ଶକ ମାନଙ୍କୁ ଅତ୍ୟଧିକ ପ୍ରତୀକ୍ଷା ଥାଏ। ନା କେବଳ ଚେନ୍ନାଇରେ ବରଂ ସାରା ଦେଶରେ ତାଙ୍କୁ ଭଗବାନଙ୍କ ଭଳି ପୂଜା କରାଯାଏ। କିନ୍ତୁ, ଆଜି ଆମେ ଆପଣଙ୍କୁ ରଜନୀକାନ୍ତଙ୍କ ସହିତ ଜଡିତ ଏକ ଏପରି କାହାଣୀ କହିବାକୁ ଯାଉଛୁ ଯାହାକୁ ଜାଣିକି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତରେ, ଥରେ ଜଣେ ମହିଳା ରଜନୀକାନ୍ତଙ୍କୁ ଭିକାରି ଭାବି ରଜନୀକାନ୍ତଙ୍କୁ 10ଟଙ୍କା ଭିକ ଦେଇଦେଇଥିଲେ ।

ମହିଳା ଦେଇଥିଲେ ରଜନୀକାନ୍ତଙ୍କୁ 10ଟଙ୍କାର ଭିକ – ସୁପରଷ୍ଟାର ରଜନୀକାନ୍ତଙ୍କ ସହ ଜଡିତ ଏକ ଘଟଣା ବହୁତ ଚର୍ଚାରେ ରହିଥିଲେ। ଏକଥା ତ ଆମେ ସମସ୍ତେ ଜାଣୁ ଯେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ବ୍ୟତିତ ସାରା ଦୁନିଆରେ ରଜନୀକାନ୍ତଙ୍କୁ ଭଗବାନଙ୍କ ଭଳି ପୂଜା କରାଯାଏ । କିନ୍ତୁ, ଆପଣଙ୍କୁ ତାଙ୍କ ସହ ଜଡିତ ଏକ ଘଟଣା ଜାଣିକି ବହୁତ ଆଶ୍ଚର୍ଯ୍ୟ ଲାଗିବ ଯେ ତାଙ୍କୁ ଜେନ ମହିଳା ଭିକାରି ଭାବିନେଲେ ଏବଂ 10ଟଙ୍କା ଭିକ ରୂପେ ଦେଇଦେଲେ। କଣ ଆପଣ ଏହିକଥା ଉପରେ ବିଶ୍ଵାସ କରିବେ ଯେ ସାରା ଦୁନିଆରେ ଭଗବାନଙ୍କ ଭଳି ପୂଜା ପାଉଥିବା ପ୍ରସିଦ୍ଧ ରଜନୀକାନ୍ତଙ୍କୁ କେହି ଭିକର ମଧ୍ୟ ଭାବିପାରେ?

କିନ୍ତୁ, ଏକଥା ସଂପୂର୍ଣ୍ଣ ସତ ଅଟେ ଯେ ପ୍ରାୟ 10ବର୍ଷ ପୂର୍ବେ ରଜନୀକାନ୍ତଙ୍କୁ ଭିକାରି ଭାବି ଜଣେ ମହିଳା 10ଟଙ୍କା ଭିକ ରୂପରେ ଦେଇଥିଲେ। ଏହି ଘଟଣା ସେହି ସମୟର ଅଟେ ଯେବେ 2007ମସିହାରେ ରଜନୀକାନ୍ତ ଫିଲ୍ମ ‘ଶିବାଜି’ ରିଲିଜ ହୋଇଥିଲା। ଏହି ଫିଲ୍ମ ବକ୍ସଅଫିସରେ ବହୁତ ହିଟ ଥିଲା। ଏଥିରେ ଖୁସି ହୋଇ ରଜନୀକାନ୍ତ ନିଜର ସାଥି ମାନଙ୍କ ସହିତ ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବାରକୁ ବେଶ ବଦଳେଇ ମନ୍ଦିର ଯାଇଥିଲେ ।

ରଜନୀକାନ୍ତ ଭିକରେ ପାଇବା ପରେ କରିଥିଲେ ଏହି କାମ – ଜଣେ ମହିଳା ରଜନୀକାନ୍ତଙ୍କୁ ସେହି ସମୟରେ ଭିକାରି ଭାବି ନେଲେ ଯେବେ ସେ ସାଧାରଣ ପୋଷାକ ପିନ୍ଧି ମନ୍ଦିରର ସିଡି ଚଢୁଥିଲେ। ଏହି ମହିଳା ମଧ୍ୟ ତାଙ୍କ ସହିତ ମନ୍ଦିରର ସିଡି ଚଢୁଥିଲା, ଯିଏ ରଜନୀକାନ୍ତଙ୍କୁ ଜଣେ ଦୁର୍ବଳ ବୃଦ୍ଧ ଏବଂ ଭିକାରି ଭାବି 10ଟଙ୍କାର ନୋଟ ଧରେଇ ଦେଇଥିଲା। ମହିଳା ଦ୍ଵାରା ଭିକାରି ଭାବି ମହିଳା ଯେଉଁ 10ଟଙ୍କା ନୋଟ ଧରେଇଦେଇଥିଲା ତାହାକୁ ରଜନୀକାନ୍ତ ମନା ନକରି ଚୁପଚାପ ନିଜ ପାଖରେ ରଖିନେଲେ। ମହିଳା ଦ୍ଵାରା ଦିଆଯାଇଥିବା 10ଟଙ୍କାର ନୋଟ କୁ ନେଇ ରଜନୀକାନ୍ତ ପହଞ୍ଚିଲେ ଏବଂ ନିଜର ପର୍ସରୁ ସମସ୍ତ ଟଙ୍କା ଏବଂ ସେହି 10ଟଙ୍କାର ନୋଟକୁ ବାହାର କରି ଭଗବାନଙ୍କ ଚରଣରେ ରଖିଦେଲେ ।

ଏସବୁ ସେଠାରେ ଠିଆ ହୋଇଥିବା ମହିଳା ମଧ୍ୟ ଦେଖୁଥିଲେ ଏବଂ ସେ ରଜନୀକାନ୍ତଙ୍କୁ ଚିହ୍ନି ଦେଲେ। ସେ ତୁରନ୍ତ ରଜନୀକାନ୍ତଙ୍କ ପାଖକୁ ଗଲେ ଏବଂ ତାଙ୍କୁ କ୍ଷମା ମାଗି ନିଜର ଦେଇଥିବା 10ଟଙ୍କା ମାଗିଲେ। ରଜନୀକାନ୍ତ ମହିଳାଙ୍କୁ କହିଲେ ଯେ ଆପଣଙ୍କ ଦ୍ଵାରା ଦିଆଯାଇଥିବା ଦଶଟଙ୍କା ମୋ ନିମନ୍ତେ ଆଶୀର୍ବାଦ ଅଟେ। ଏହି ଘଟଣା ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚା ରେ ରହିଛି। ଏହି ଘଟଣାକୁ ଜାଣିବା ପରେ ଆପଣ ମଧ୍ୟ ବୁଝିପାରିଥିବେ ଯେ ରଜନୀକାନ୍ତଙ୍କୁ ଭଗବାନଙ୍କ ଭଳି କାହିଁକି ପୂଜା କରାଯାଏ। ମହିଳାଙ୍କ ଦ୍ଵାରା ରଜନୀକାନ୍ତଙ୍କୁ 10ଟଙ୍କା ଭିକ ଦିଆଯିବାର ଏହି ଘଟଣା ବହୁତ ଚର୍ଚାରେ ରହିଲା। ବୋଧହୁଏ ରଜନୀକାନ୍ତଙ୍କ ସ୍ଥାନରେ ଅନ୍ୟ କେହି ହୋଇଥିଲେ ତାହାର ପ୍ରତିକ୍ରିୟା କିଛି ଭିନ୍ନ ହୋଇଥାନ୍ତା ।

Leave a Reply

Your email address will not be published. Required fields are marked *