ଖାଲି ପେଟ ରେ ଏହାର ସେବନ ଦ୍ୱାରା ଆପଣଙ୍କର ଓଜନ ଏପରି ବଢିବ କି ଆପଣ କେବେ ଭାବି ନଥିବେ – ଆଜି ଜାଣିରଖନ୍ତୁ…
ଯଦି ଆପଣ ବି ନିଜର ଓଜନ ବଢ଼େଇବା ପାଇଁ ବହୁତ ଇଛୁକ ଅଛନ୍ତି ଆଉ ଆପଣ କିଛି ବି କରିକି ତାହା କରି ପାରୁ ନାହାନ୍ତି ତ ଆପଣଙ୍କ ପାଇଁ ଆଜି ଏକ ଉପାୟ ଅଛି। ଆପଣ ନିଜର ଓଜନ ବଢ଼େଇବା ପାଇଁ ବହୁତ ପ୍ରକାର ଖାଦ୍ୟ ଖାଉଛନ୍ତି ଆଉ ଜିମ ଯାଉଛନ୍ତି ମାତ୍ର ଆପଣଙ୍କର ଓଜନ ଆଜିଯାଏ ବଢି ପାରୁନାହିଁ। ତ ଆଜିର ଏହି ଉପାୟ ଦ୍ୱାରା ଆପଣଙ୍କର ଓଜନ ବଢିବ। ଏହା ସମ୍ପୂର୍ଣ ଭାବେ ମହତ୍ତ୍ୱପୂର୍ଣ। ଆମର ଓଜନବଢିବା ଅଥବା କମିବା ଆମ ଖାଦ୍ୟ ଉପରେ ନିର୍ଭର କରିଥାଏ। ଦୁନିଆ ରେ କିଛି ଲୋକ ଓଜନବଢିଥିବାରୁ ତାକୁ କମେଇବା ପାଇଁ ଇଛୁକ ଯେତେବେଳେ କି ଆଉ କିଛି ଲୋକ ଓଜନ ବଢ଼େଇବା ପାଇଁ ଚିନ୍ତିତ ଅଛନ୍ତି। ଆପଣ ଏହି ସମସ୍ତ କାମ ଆପଣଙ୍କର ସକାଳ ତଥା ଦିନ ତମାମ ର ଡାଏଟ ଉପରେ ନିର୍ଭର କରି ଥାଏ। ଆପଣ କଣ ଖାଉଛନ୍ତି ତାହା ଉପରେ ଆପଣଙ୍କ ଓଜନ ନିର୍ଭର କରିଥାଏ। ଯଦି ଆପଣ ଖାଦ୍ୟ ରେ ଅଧିକ ପରିମାଣ ରେ ପୋଷଣ ତଥା ପ୍ରୋଟିନ ନେଉଛନ୍ତି ତ ଆପଣଙ୍କ ଓଜନ ବହୁତ ଜଲଦି ବଢିବ ଆଉ ଯଦି ଆପଣ ଖାଦ୍ୟ ରେ ଅଧିକ ପ୍ରୋଟିନ ନେଉ ନାହାନ୍ତି ତ ଆପଣଙ୍କ ଓଜନ ବଢି ନପାରେ।
ଓଜନ ନ ବଢିବାର ଆଉ ଏକ କାରଣ ହେଉଛି ଆମ ପାଚନ ତନ୍ତ୍ର ରେ ଗଡବଡ଼ି। ଅର୍ଥାତ ଆମର ପାଚନତନ୍ତ୍ର ଯଦି ଠିକସେ କାମ ନ କରିଥାଏ ତ ଆମେ ଯାହା ବି ପ୍ରୋଟିନ ଜାତୀୟ ଖାଦ୍ୟ ନେଇଥାଉ ତାହାଦ୍ୱାରା ବି ଆମ ଓଜନବଢି ନଥାଏ। ତେଣୁ ଆପଣ ଯଦି ନିଜର ପାଚନ ତନ୍ତ୍ର କୁ ବଢ଼େଇବା ପାଇଁ ଚାହୁଁଛନ୍ତି ତ ଆପଣ ରାତିରେ ଶୋଇବା ଆଗରୁ ଗୋଟେ ଗ୍ଲାସ କ୍ଷୀର ରେ ଗୋଟେ ଚାମଚ ଅଳେଇଚ ପାଉଡର ମିସେଇକି ପିଅନ୍ତୁ। ଏହା ଆପଣ କିଛି ଦିନ କଲା ପରେ ଆପଣଙ୍କ ପାଚନ ତନ୍ତ୍ର ମଜବୁତ ହେଇଯିବ।
ଏବେ ଆମେ ଜାଣିବା କେଉଁ ଖାଦ୍ୟ ଖାଇଲେ ଆମ ଓଜନ ବଢିବ- ପ୍ରଥମେ ହେଉଛି ଭିଜି ଯାଇଥିବା ଚଣା। ଏହି ଭିଜା ଚଣା ରେ ବହୁତ ପରିମାଣ ରେ ପ୍ରୋଟିନ ଥାଏ। ଏହାର ସେବନ ଦ୍ୱାରା ଆପଣଙ୍କୁ ମାନଚାହା ଓଜନ ମିଳିବ। ଏଥିରେ ବହୁତ ପ୍ରକାରର ଭିଟାମିନ ଥାଏ ଯାହା ଆପଣଂକୁ ନିଜର ଓଜନ ବଢେଇବାର ମୁଖ୍ୟ ଭୂମିକା ଗ୍ରହଣ କରିବ।
ଦ୍ୱିତୀୟରେ ଆପଣଙ୍କୁ ସେବନ କରିବାକୁ ହେବ ସୋୟାବୀନ ର ଦାନା। ଏହା ବି କ୍ୟାଲସିୟମ ତଥା ପ୍ରୋଟିନରେ ଭରପୁର ଥାଏ। ଏହାକୁ ସେବନ କରିବା ଦ୍ୱାରା ଆପଣ ନିଜ ଶରୀରରେ ହେଉଥିବା ପରିବର୍ତ୍ତନକୁ ପରିଲକ୍ଷିତ କରିପାରିବେ।
ତୃତୀୟରେ ଆପଣଙ୍କୁ କ୍ଷୀର ବେବାକୁ ହେବ। ଏହାର ଫାଇଦା ବାବଦରେ ତ ଆପଣ ଜାଣିଛନ୍ତି। ଏଥିରେ ଭରପୁର ମାତ୍ରାରେ ଫାଇଦା ଥାଏ , ଯାହା ଆପଣଙ୍କୁ ଆପଣଙ୍କ ଦୈନନ୍ଦିନ ଜୀବନରେ ବହୁତ ସହାୟକ ହେବ।ଆପଣ ରାତିରେ ସୋୟାବୀନ, ଚଣା ଭିଜେଇକି ରଖନ୍ତୁ ଆଉ ତାକୁ ଆପଣ ସକାଳୁ ଚୋବେଇ ଚୋବେଇକି ଖାଆନ୍ତୁ ଯାହା ଦ୍ୱାରା କି ଆପଣଙ୍କ ପାଇଁ ବହୁତ ଫାଇଦା ହେବ। ଏହାଦ୍ୱାରା ଆପଣଙ୍କର ଦୁର୍ବଳତା ଦୂର କରିକି ମାନଚାହା ଓଜନ ପାଇ ପାରିବେ।