ଯଦି ଟ୍ରେନରେ ଟିଟି ଧରିନେବେ ବିନା ଟିକେଟରେ ତ ବ୍ୟସ୍ତ ହେବା ବଦଳରେ କରନ୍ତୁ ଏହି କାମ, ତାପରେ ଆପଣଙ୍କୁ ମିଳିବ ଏହି….
ମୋଦୀ ସରକାର ଦେଶର ଅବସ୍ଥା ପରିବର୍ତ୍ତନ ନିମନ୍ତେ ଅନେକ ଏପରି ନିଷ୍ପତ୍ତି ନେଇଛନ୍ତି, ଯାହା ଜନତାଙ୍କୁ ଆରମ୍ଭରେ ଅଳ୍ପ ବହୁତ କଷ୍ଟ ଉଠେଇବାକୁ ପଡିଛି । କିନ୍ତୁ ଯଦି ତାଙ୍କର ନିଷ୍ପତ୍ତିକୁ ଦୀର୍ଘ ସମୟ ପରଣ୍ୟନ୍ତ ରଖି ଚିନ୍ତା କରିବେ ତ ଏହା ଦେଶର ପୁରାତନ ଛବିକୁ ବଦଳେଇ ଦେବ । ଭାରତ ପ୍ରଥମ ଅପେକ୍ଷା ବିକାଶ ପଥରେ ଦ୍ରୁତ ବେଗରେ ଚାଲୁଅଛି । ସରକାରଙ୍କର ଏହି ପରିବର୍ତ୍ତନରେ ରେଳ ମନ୍ତ୍ରାଳୟର ମଧ୍ୟ ନିଜର ମହତ୍ଵପୂର୍ଣ୍ଣ ଯୋଗଦାନ ରହିଛି । ଯେବେଠାରୁ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ହୋଇଛନ୍ତି, ସେ ଟ୍ରେନର ସଂଚାଳନ ଏବଂ ଏହାର ସମୟକୁ ନେଇ ସଜାଗ ରହିଛନ୍ତି ।
ଦୁର୍ବଳ ବର୍ଗର ଲୋକଙ୍କୁ ହୋଇଛି ଅଧିକ ଅସୁବିଧା – କେବଳ ଏହା ନୁହେଁ ରେଳ ସେବାକୁ ଦେଶ ନିମନ୍ତେ ଆୟର ଜରିଆ କରିବାରେ ପ୍ରଭୁ କୌଣସି କଥା ଛାଡି ନାହାନ୍ତି । ଏହାଦ୍ବାରା ଦେଶର ଆୟରେ ବୃଦ୍ଧି ହେଉଛି । ଟ୍ରେନରେ ଟିକେଟର ଚୋରି ସବୁବେଳେ ଦେଖିବାକୁ ମିଳୁଛି । ଟ୍ରେନରେ ଟିକେଟ ନାମରେ ଅବୈଧ ଅସୁଲି ଅଧିକ କରାଯାଉଛି। ଏମିତିରେ ଅଧିକତର ଦୁର୍ବଳ ବର୍ଗର ଲୋକମାନେ ହଇରାଣ ହେଉଛନ୍ତି । ଏପରି ନୁହେଁ ଯେ ଏମାନେ ଜାଣିଶୁଣି ଟିକେଟ ନେଉନାହାନ୍ତି । ଅନେକ ସମୟରେ ଶୀଘ୍ରତା କାରଣରୁ ସେମାନେ ଟ୍ରେନ ଛାଡିବା ଭୟରେ ଟିକେଟ କିଣିପାରୁନାହାନ୍ତି । ଆପଣ ରେଳ ମନ୍ତ୍ରାଳୟ ଏପରି ଲୋକଙ୍କ ନିମନ୍ତେ ବିଶେଷ ପଦକ୍ଷେପ ନେଇଛନ୍ତି ।
ମାତ୍ର ଦଶଟଙ୍କା ଅଧିକ ଦେଇ ନେଇପାରିବେ ଟିକେଟ – ଟିକେଟ ନମିଳେ ତ ଏବେ ଜୋରିମାନା ଦେବାର ଭୟ ମଧ୍ୟ ନାହିଁ । କେବଳ ଏହା ନୁହେଁ ୱେଟିଙ୍ଗ ଟିକେଟ ବାଲାଙ୍କୁ ମଧ୍ୟ ରେଳ ମନ୍ତ୍ରାଳୟ ସୁବିଧା ଦେଇଛି। ଶୀଘ୍ରତାରେ ଟିକେଟ ନେଇନଥିବା ଲୋକମାନେ ସବୁବେଳେ ଭୟ କରୁଥିଲେ ଯେ ଟିଟିଇ ଧରିପକେଇଲେ ବଡ ଜୋରିମାନା ଦେବାକୁ ହେବ । ଯଦି ଆପଣ ମଧ୍ୟ ଏହି ସମସ୍ୟାର ଶିକାର ହୋଇସାରିଛନ୍ତି ତ ଭୟ କରନ୍ତୁ ନାହିଁ ଆଗକୁ ଆପଣଙ୍କ ସହିତ ଏପରି କିଛି ହେବ ନାହିଁ । ଯେଉଁ ଲୋକମାନେ ଶୀଘ୍ରତା କାରଣରୁ ଟିକେଟ କିଣି ପାରିନାହାନ୍ତି , ରେଲୱେ ସେମାନଙ୍କ ନିମନ୍ତେ ଉପହାର ନେଇ ଆସିଛି । ହଁ ଆଜ୍ଞା ଯଦି ଆପଣଙ୍କ ପାଖରେ ଟିକେଟ ନାହିଁ ଏବଂ ଆପଣ ଟ୍ରେନ ରେ ଅଛନ୍ତି ତ ମାତ୍ର 10ଟଙ୍କା ଅଧିକ ଦେଇ ଟିକେଟ ପାଇପାରିବେ ।
ଟିଟିଇଙ୍କୁ ଦିଆଯିବ ହ୍ୟାଣ୍ଡ ଟିକେଟ ମେସିନ – ଏପରି ଟିକେଟ ଦେବା ପାଇଁ ଟିଟିଇଙ୍କୁ ହ୍ୟାଣ୍ଡ ମେସିନ ଦିଆଯିବ, ଯାହାଦ୍ୱାରା ସେ କେଉଁଠାରେ ମଧ୍ୟ ଟିକେଟ ବନେଇପାରିବେ । ଏହି ସୁବିଧାର ଲାଭ ନେବାପାଇଁ ଆପଣଙ୍କୁ ଟ୍ରେନରେ ପ୍ରବେଶ କରିବା ମାତ୍ରେ ସର୍ବପ୍ରଥମେ ଏହାର ସୂଚନା ଟିଟିଇଙ୍କୁ ଦେବାକୁ ହେବ ଯେ ଆପଣ ଶୀଘ୍ରତା କାରଣରୁ ଟ୍ରେନ ଛାଡିବା ଭୟରେ ଟିକେଟ କିଣି ପାରିନାହାନ୍ତି । ଏହା ପାରେ ଟିଟିଇ ଯାତ୍ରୀଙ୍କ ନାମ ପୂରଣ କରିକି ସେଠାରେ ଟିକେଟ ବନେଇଦେବେ । ଏହି କଥାର ଧ୍ୟାନ ରଖିବେ ଯେ ଯଦି ଆପଣ ଟିକେଟ ଚେକିଙ୍ଗ ସମୟରେ ଧରା ପଡିବେ ତ ଆପଣଙ୍କୁ ଏହି ସୁବିଧାର ଲାଭ ମିଳିବ ନାହିଁ ।ehଇ ଉବିଧ ଗରିବ ରଥ, ରାଜଧାନୀ, ସୁପରଫାଷ୍ଟ ଏବଂ ମେଲରେ ଏପ୍ରିଲ ମାସରୁ ହିଁ ଆରମ୍ଭ କରିଦିଆଯାଇଛି ।
ଚଳନ୍ତା ଟ୍ରେନରେ ମିଳିଯିବ ଖାଲି ସିଟର ସୂଚନା – ଅନେକ ସମୟରେ ଏହା ଦେଖିବାକୁ ମିଳିଥାଏ ଯେ ଆପଣଙ୍କ ଟିକେଟ ୱେଟିଙ୍ଗରେ ଅଛି ଏବଂ ଯଦି ଯାତ୍ରା ସମୟରେ ଆପଣଙ୍କ ଟିକେଟ କନଫର୍ମ ମଧ୍ୟ ହୋଇଯାଏ ତ ଆପଣଙ୍କୁ ଜଣା ପଡେ ନାହିଁ। ଏମିତିରେ ଆପଣଙ୍କ ସିଟ ଟିଟିଇ ଅନ୍ୟ କାହାକୁ ଦେଇଦେଇଥାନ୍ତି । ଏମିତିରେ ଲୋକଙ୍କୁ ସୁବିଧା ଦେବା ପାଇଁ ରେଳ ମନ୍ତ୍ରାଳୟ ଯୋଜନା ତିଆରି କରୁଛନ୍ତି । ଆପଣଙ୍କୁ ଚଳନ୍ତା ଟ୍ରେନରେ ହିଁ ଖାଲି ହୋଇଥିବା ସିଟ ବିଷୟରେ ସୂଚନା ମିଳିଯିବ । ଏହି ମେସିନ ରେଲୱେର ପାସେଞ୍ଜର ରିଜର୍ଭେସନ ସିଷ୍ଟମରେ ଅନଲାଇନ ସହ ଜଡିତ ରହିବ । ୱେଟିଙ୍ଗ କ୍ଲିଅର ହେବା ପାରେ ଖାଲି ବର୍ଥର ସୂଚନା ହ୍ୟାଣ୍ଡହେଲ୍ଡ ମେସିନରେ ଉପଲବ୍ଧ ରହିବ ।