October 18, 2024

Odia Express

Leading Odia News Portal of Odisha

ପେଟ୍ରୋଲର ଚୋରି କିପରି ହୁଏ – ଜାଣନ୍ତୁ ଏହି ଆର୍ଟିକିଲ ସାହାଯ୍ୟରେ ଓ ନିଜ ପେଟ୍ରୋଲ ଚୋରି ରୁ ବଞ୍ଚନ୍ତୁ…

ଆପଣମାନେ ଦୈନନ୍ଦିନ ଜୀବନ ରେ ପେଟ୍ରୋଲ ର ବ୍ୟବହାର ତ ନିଶ୍ଚୟ କରୁଥିବେ। ମାତ୍ର କଣ ଆପଣ ଜାଣିଛନ୍ତି କି ଏହାର ଚୋରି ବି ହେଇଥାଏ। ଏହାର ଚୋରି କରିବା ପାଇଁ ବେସି କିଛି ଚାଲାକିର ଆବଶ୍ୟକତା ନାହିଁ। ମାତ୍ର ସାମାନ୍ୟ କିଛି ଚାଲାକି ରୁ ହି ପେଟ୍ରୋଲ ପମ୍ପ ଵାଲା ଲକ୍ଷ ଲକ୍ଷ ଟଙ୍କା ର ଲାଭ କରିପାରେ। ଆପଣ ଜାଣନ୍ତି କି ଭାରତରେ ପେଟ୍ରୋଲ ର ଉତ୍ପାଦନ ହେଇନଥାଏ। ଭାରତ ପେଟ୍ରୋଲ ବାହାର ଦେଶରୁ କିଣିଥାଏ ଆଉ ଏହା ହି କାରଣ କି ଭାରତ ରେ ପେଟ୍ରୋଲ ଏକ ମହଙ୍ଗା ଇନ୍ଧନ ଅଟେ। ଆଜି ଆମେ ଆପଣଙ୍କ ପାଖରେ ପେଟ୍ରୋଲ ଚୋରି ବାବଦରେ କହିବାକୁ ଯାଉଛୁ ଆଉ ଆପଣଙ୍କୁ ଏହା କହିବାକୁ ଯାଉଛୁ କି ପେଟ୍ରୋଲ କିପରି ଚୋରି ହେଇଥାଏ। ତ ଆସନ୍ତୁ ଜାଣିବା।

ଆପଣ ଯେତେବେଳେ ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ପକେଇବା ପାଇଁ ଯାଆନ୍ତି ତ ଆପଣଙ୍କର ପୁରା ଧ୍ୟାନ ସେହି ପେଟ୍ରୋଲ ର ମିଟର ଉପରେ ପଡେ ଯେଉଁଥିରେ କି ରିଡିଙ୍ଗ ଉପରେ ଆପଣଙ୍କର ନଜର ଯାଏ। ଏହି ଭିତରେ ଯଦି ଜଣେ କର୍ମଚାରୀ ଟାଙ୍କି ଭିତର କୁ ଯାଉଥିବା ପାଇପ କୁ ଧୀରେ ବି ବନ୍ଦ କରିଦିଏ ତ ଆପଣଙ୍କ ଉପରେ ପ୍ରାୟ ୫୦ ରୁ ୧୦୦ ଟଙ୍କା ର କ୍ଷତି ହେଇଯାଏ। ଯଦି ଆପଣ ୫୦୦ ଟଙ୍କା ର ପେଟ୍ରୋଲ ପକାନ୍ତି ତ ଆପଣଙ୍କୁ ପ୍ରାୟ ୫0 ଟଙ୍କା ର କ୍ଷତି ହୁଏ।

କିଛି ଦିନ ଆଗରୁ ଉତ୍ତର ପ୍ରଦେଶ ରେ ଚିପ କୁ ନେଇ ପେଟ୍ରୋଲ ଚୋରି ଘଟଣା ଧରା ପଡିଥିଲା। ସେମାନେ ଇଂଜିନିଅର ମାନଙ୍କ ସାହାଯ୍ୟ ରେ ଏପରି ଏକ ଚିପ ବନେଇ ଥିଲେ କି ତାହା ଭିତରେ ପେଟ୍ରୋଲ ର ମାତ୍ରା କୁ କମ କରିଦେବ ଆଉ ପଇସା କିନ୍ତୁ ଭରପୁର ଦେବାକୁ ହେବ।


ଏବେ ଆସନ୍ତୁ ଜାଣିବା କି ପେଟ୍ରୋଲ ଚୋରି ରୁ କିପରି ବଂଚିବେ।- ଆପଣ ପୁରୁଣା ମେସିନ ବଦଳରେ ଡିଜିଟାଲ ମେସିନ ଲାଗିଥିବା ଜାଗା ରେ ପେଟ୍ରୋଲ ଭରନ୍ତୁ। କାରଣ ଡିଜିଟାଲ ମେସିନ ରେ ପେଟ୍ରୋଲ ଚୋରି ର ମାତ୍ରା ଅଧିକ ହେଇପାରେ।

ଆପଣ ଏକ ସଠିକ ନମ୍ବର ଯେପରି କି ୧୦୦, ୨୦୦, ୧୦୦୦ ଏପରି ପଇସା ରେ ପେଟ୍ରୋଲ ଭରନ୍ତୁ ନାହିଁ। କାରଣ ଏହି ନମ୍ବର ମାନଙ୍କ ପାଇଁ ପ୍ରଥମ ରୁ ହି କିଛି ସେଟିଂ ହେଇକି ଥାଏ। ତେଣୁ ଆପଣ ୧୦୫, ୧୧୦ ଏପରି ଟଙ୍କା ରେ ପେଟ୍ରୋଲ ଭରନ୍ତୁ।

ଆପଣ ଯଦି ଚାରି ଚକିଆ ଯାନ ରେ ଅଛନ୍ତି ତ ଆପଣ ଗାଡି ଭିତରେ ବସିକି ରୁହନ୍ତୁ ନାହିଁ। ଆପଣ ତଳକୁ ଓଲହେଇ ପେଟ୍ରୋଲ ଜାଗା କୁ ଦେଖନ୍ତୁ। ଗାଡ଼ିରେ ବସି ରହିବା ଦ୍ୱାରା କର୍ମଚାରୀ ଏହାର ଫାଇଦା ଉଠେଇ ପାରେ।
ତେଣୁ ଏହା ଥିଲା କିଛି ଉପାୟ ଆଉ ତାର ସମାଧାନ।

Leave a Reply

Your email address will not be published. Required fields are marked *