ଚୁଟି ଝଡୁଥିଲେ ଏ ମିଶ୍ରଣକୁ ମାତ୍ର ୩ ଦିନ ଲଗାନ୍ତୁ ସଂଗେ ସଂଗେ ଝଡିବା ବନ୍ଦ ହେବ ଓ ନୂଆ ଚୁଟି ଉଠିବା ଆରମ୍ଭ କରିବ …
ନମସ୍କାର ବନ୍ଧୁଗଣ ଆଜି ଆମେ ଏଠି ଜାଣିବା ଚୁଟିର ଝଡ଼ିବା ଅଟକେଇବା ଠାରୁ ଆରମ୍ଭ କରି ନୂଆ ଚୁଟି ଉଠିବା ପର୍ଯ୍ୟନ୍ତ କେବଳ ତିନି ଦିନ ଲଗେଇକି ଦେଖନ୍ତୁ।ଆଜ୍ଞା ଆସନ୍ତୁ ସାଧାରଣତଃ ଚୁଟି ଝଡ଼ିବାଟା ଆମ ହାତରେ ନଥାଏ କିନ୍ତୁ ହରମୋନ ଚେଞ୍ଜ,ଦୂଷିତ ବାତା ବରଣ,ଜୀବନ ଶୈଳୀରେ ପରିବର୍ତ୍ତନ ଆଦି କାରଣ ପାଇଁ ପ୍ରତିଦିନ ଚୁଟି ଝଡ଼ିବା ଉପୁଡିବା ସାଧାରଣକଥା ହୋଇଥାଏ।ଯଦି ଆମେ ପ୍ରଥମରୁ କୌଣସି ଉପାୟରେ ଏହାକୁ ଅଟକେଇ ପାରିବା ଆଗକୁ ଯାଇଁ ଆମଚୁଟି ଆଦୋୖ ଝଡିନଥାଏ।ଆମେ ଯଦି ପ୍ରଥମରୁ ଏହାକୁ ନଅଟକେଇ ପାରୁ ତାହେଲେ ଏହା ଆଗକୁ ଯାଇଁ ଅଧିକ ଝଡିଥାଏ ଓ ମୁଣ୍ଡରେ ଗଞ୍ଜା ପଣ ଆସିବା ଆରମ୍ଭ ହୋଇଥାଏ।ମୁଣ୍ଡରେ ଯଦି ଚୁଟିହିଁ ରହିବ ନାହିଁତ ଆମର ହାବିଭାଵ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥାଏ ଓ ଆଗକୁ ଯାଇ ବାହାଘର,ଚାକିରୀ ସବୁ କ୍ଷେତ୍ରରେ ଆମେ ଅବ ହଳିତ ହୋଇଥାଉ ଓ ସ୍ଵଭାଵ ସହିତ ଆମର ଆତ୍ମବିଶ୍ୱାସ ଏତେ ଗଳି ପଡେ ଆମେ କହି ପାରିବା ନାହିଁ ନା ବାହାରକୁ ଯାଉ ନା କାହା ଶହ ଦେଖା କରୁ।
ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଆଣିଛୁ ଯାହା ଆପଣଙ୍କ ଚୁଟି ଝଡ଼ିବା ଗଞ୍ଜା ପଣ ଆଦି କମେଇ ଥାଏ ନୂଆ ଚୁଟି ଉଠିବାରେ ସାହାର୍ଯ୍ୟ କରେ।ଆସନ୍ତୁ ଜାଣିବା ଏହାକୁ ଆମେ କିପରି ତିଆରି କରିବା ଏହାକୁ ତିଆରି କରିବା ପାଇଁ ଆମେ ନେବା ଅଳସୀର ମଞ୍ଜିକୁ ଚୁଟିର ପତଳା ହେବା ଆମକୁ ସିଧାସଳଖ ଏହା କହେକି ଆମ ଚୁଟି ଆଗକୁ ଯାଇଁ ବହୁତ ଝଡି ପାରେ।ଏ ଉପାୟ ଆମ ଚୁଟି ଝଡିବା ଅଟକେଇବା ଶହ ଆମ ଆମ ପତଳା ଚୁଟିକୁ ମୋଟା କରିଥାଏ ଓ ଗହଳିଆ କରିଥାଏ।
ଏ ମଞ୍ଜିରେ ଜରୁରୀ ଭିଟାମିନ ପ୍ରୋଟିନ,ଫାଇବର ଓ ଓମେଗା-୩ ଫ୍ୟାଟି ଏସିଡ,କ୍ୟାଲସିୟମ,ମ୍ୟାଗ୍ନେସିୟମ,ଆଇରନ ଭଳି ବହୁତ ମିନେରାଳସ ଆଦି ମିଳିଥାଏ ଯାହା ସିଧା ଆମ ଚୁଟି ଉପରେ କାର୍ଯ୍ୟକାରୀ ହୋଇଥାଏ।ଆପଣଙ୍କୁ ଏହା ସହଜରେ ଡାଲି ଚାଉଳ ଦୋକାନରେ ମିଳିଯିବ,ଗ୍ୟାସକୁ ହାଲକା ଜଳେଇ ସେ ଅଳସୀକୁ ୨-୩ ମିନିଟ ପର୍ଯ୍ୟନ୍ତ ଭାଜିବା କାହିଁକି ନା ସେ ଅଳସୀର ଥିବା ପାଣି ବହାରିଯିବ।
ତାପରେ ଗ୍ରାଇଣ୍ଡର ସାହାଯ୍ୟରେ ପୁରା ଚୁର୍ଣ୍ଣ କରିବା।ତାସହିତ ଆମେ ନବା ଅଁଳା ପାଉଡର ଯେତେବେଳେ ଚୁଟି ଝଡ଼ିବା କିବା ଉପୁଡିବା କୁ ଲାଗେ ଆପଣ ଦେଖିବେକି ସେ ସମୟରେ ଭିଟାମିନ ଅଭାବରୁ ଚୁଟି ଖଇରିଆ କିମ୍ବା ଧଳା ହୋଇଯାଏ।ଆପଣ ଗୋଟେ ସଫା ଗିନାରେ ତିନି ଚାମୁଚ ଅଳସୀର ଗୁଣ୍ଡ ନେବା ଓ ତାପରେ ଅଁଳା ପାଉଡର ମିସେଇବା ମାନେ ଆମେ ଯେତେ ଅଳସୀ ପାଉଡର ନେଲେ ତାର ଅଧା ଅଁଳା ପାଉଡର ନବା ମାନେ ୧.୫ ଚାମୁଚ ବା ଗୋଟେ ଆଉ ତା ଅଧା ଚାମୁଚ।
ଏବେ ଆମେ ଭଲ ଭାବରେ ଚାମୁଚ ସାହାଯ୍ୟରେ ସେ ଦୁଇଟିକୁ ଭଲ ଭାବରେ ମିସେଇବା।ଏହାର ଏକ ପେଷ୍ଟ ବନେଇବା ସେଥିପାଇଁ ନେବା ସୋରିଷ ତେଲ,ବଜାରରେ ମିଳୁଥିବା ସବୁ ତେଲ ଅପେକ୍ଷା ସୋରିଷ ତେଲହିଁ ଲାଭଦାଇ ଅଟେ।ଆମେ ସେ ସବୁ ପାଉଡ଼ରରେର ୬-୭ ଚାମୁଚ ସୋରିଶ ତେଲ ମିସେଇବା ଓ ତାକୁ ଭଲ ଭାବରେ ଗୋଳେଇବା ଆପଣ ଧ୍ୟାନ ଦେବେକି ସେ ପେଷ୍ଟଟା ନା ବେସି ମୋଟା ନା ବେସି ପତଳା ହେବା ଉଚିତ।
ଆସନ୍ତୁ ଜାଣିବା ଏହାକୁ କିପରି ଲଗେଇବେ ତାଆଗରୁ ଆପଣ ଦୁଇଟି କଥାର ନିଶ୍ଚିତ ଧ୍ୟାନ ଦେବା ଆବଶ୍ୟକ ଏ ମିଶ୍ରଣ ନା ବେସି ମୋଟା ନା ବେସି ପତଳା ହେବା ଆବଶ୍ୟକ ଆପଣ ଯେତେବେଳେ ବି ନିଜ ଛୁଟିରେ ଲଗେଇବେ ଆପଣଙ୍କ ଚୁଟି ସମ୍ପୂର୍ଣ୍ଣ ଭାବେ ଶୁଖିଲା ହୋଇଥିବା ଆବଶ୍ୟକ ଓ ନା ଅଲଗା କୌଣସି ତେଲ ଲାଗିଥିବ।ଆକୁ ଲଗେଇବା ପାଇଁ ଆପଣ ତୁଳା ର ବ୍ୟବହାର କରିବା।ଏ ଉପାୟର ପ୍ରୟୋଗ ଆପଣଙ୍କୁ ଗୋଟେ ସପ୍ତାହରେ ୩ଥର କରିବେ ଓ ଅଧଘଣ୍ଟା ପର୍ଯ୍ୟନ୍ତ ଲଗେଇ ଛାଡ଼ିଦେବେ।ତାପରେ ଦେଖନ୍ତୁ ଏହାର ଫାଇଦା କିପରି ହେଉଛି।