December 24, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ପ୍ରଶ୍ନ – ମାମୁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ – ଏହା କଣ ? ଦେଖିବା କେତେ ଲୋକ ସଠିକ ଉତ୍ତର ଦେଉଛନ୍ତି….

ଆଜିର ଏହି ପ୍ରହେଳିକା ଛୋଟ ଛୋଟ ପିଲାଙ୍କ ବିକାଶରେ ବହୁତ ସହାୟକ ହେବ। ଯାହାକି ଆମେ ପିଲା ଦିନେ ଅନେକ ଶୁଣିଛୁ | ଓ ଅନେକ ଲୋକ ମଧ୍ୟ ଏପରି ସାଧାରଣ ପ୍ରଶ୍ନ ର ଉତ୍ତର ନିଶ୍ଚୟ ଜାଣିଥିବେ | ତେବେ ଆଜି ଆମେ ଏଭଳି ଅନେକ ଗୁଡିଏ ମଜାଦାର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଆପଣଙ୍କ ପାଇଁ | ଯାହା ପଢିଲେ ନିଶ୍ଚୟ ଆପଣଙ୍କ ମନରେ କୌତୁହଳ ସୃଷ୍ଟି ହେଇଯିବ | ତେବେ ଆପଣ ସଠିକ ଉତ୍ତର ଜାଣିଲେ ନିଶ୍ଚୟ ଉତ୍ତର କମେନ୍ଟ କରିବେ | ତେବେ ଅଧିକା ଡେରି ନକରି ଚାଲନ୍ତୁ ଆରମ୍ଭ କରିବା ଆମର କିଛି ପ୍ରହେଳିକା ବିଷୟରେ।

୧.ଗୋଟିଏ ଗୁମ୍ପାରେ ବତିଶି ଚୋର ଦିନରେ କରନ୍ତି କାମ , ରାତି ହେଲେ ସିଏ ଆରାମ କରନ୍ତି ,କୁହ ତେବେ ତାଙ୍କ ନାମ?

ଉତ୍ତର:- ଦାନ୍ତ।

୨. ଏବେ ଆସନ୍ତୁ ଜାଣିବା ପରବର୍ତୀ ପ୍ରଶ୍ନ – ମାମୁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ।

ଉତ୍ତର:- ତାରା।

୩. ଏବେ ଆସନ୍ତୁ ଜାଣିବା ପରବର୍ତୀ ପ୍ରଶ୍ନ – ବାପାଙ୍କର ଭଉଣୀ ସିଏ ଜେଜେ ଙ୍କର ଝିଅ ବୋଉର ସେ ନଣନ୍ଦ ହେବ କିଏ ସିଏ କୁହ?

ଉତ୍ତର:- ପିଉସୀ ନାନୀ।

୪. ଏବେ ଆସନ୍ତୁ ଜାଣିବା ପରବର୍ତୀ ପ୍ରଶ୍ନ – ବାଛୁରୀର ହକ ମାରି ମହାଦେବ ପିଏ ମଣିଷ ପିଇଲେ ଭାରି ଶକ୍ତିଶାଳୀ ହୁଏ କହିଲ ଭାବିକି ଦରବ ଇଏ?

ଉତ୍ତର:- କ୍ଷୀର।

୫. ଏବେ ଆସନ୍ତୁ ଜାଣିବା ପରବର୍ତୀ ପ୍ରଶ୍ନ – ବାହାରେ ସବୁଜ ଭିତରେ ଲାଲ ଲତାରେ ଫଳେ ସେ ଫଳଟି ଗୋଲ କଟାହେଲେ ହୁଏ ଖାଇ ସିଏ ଯାହାକୁ ଯେତେ ଲୋ ଶୀତଦିନେ ଦିଶେ ନାହିଁ।

ଉତ୍ତର:- ତରଭୁଜ।

୬. ଏବେ ଆସନ୍ତୁ ଜାଣିବା ପରବର୍ତୀ ପ୍ରଶ୍ନ – ମୋତେ କଟାଯାଏ ମୋତେ ଛେଚା ଯାଏ ମୋତେ ଭାରି ବାଧେ ହେଲେ ମୋତେ କାଟୁଥିବା ଲୋକ ଲୁହଝାରି କାନ୍ଦେ।

ଉତ୍ତର:-ପିଆଜ।

୭. ଏବେ ଆସନ୍ତୁ ଜାଣିବା ପରବର୍ତୀ ପ୍ରଶ୍ନ – ସବୁଜ ବେଣ୍ଟକୁ ନାଲିଆ ଛୁରୀ କଷ୍ଟ ଦିଏ ସିଏ ଜହର ପରି ପାଣି ପାଣି ବୋଲି ଚିଲାଏ ମଣିଷ ସତେକି ଜୀବନ ଯାଏ ବାହାରି।

ଉତ୍ତର:- ନାଲି ଲଙ୍କା।

୮.ଏବେ ଆସନ୍ତୁ ଜାଣିବା ପରବର୍ତୀ ପ୍ରଶ୍ନ – ଖରା ଦେଖିକି ମୁଁ ଆସିଥାଏ ଛାଇ ଦେଖିକି ଲୁଚିଯାଏ ପବନ ଛୁଇଁଲେ ମୋତେ ମୁଁ ଲାଜେ ଲାଜେ ମରିଯାଏ।

ଉତ୍ତର:- ଝାଳ।

୯.ଏବେ ଆସନ୍ତୁ ଜାଣିବା ପରବର୍ତୀ ପ୍ରଶ୍ନ – ତାଟିଆ ଭିତରେ ତାଟିଆ ଅଛି ତାଟିଆ ଭିତରେ ଅମୃତ ମା ପେଟର ଝିଅଟି ଗୋରୀ କହ ଇଏ କି ଗଣିତ?

ଉତ୍ତର:- ନଡ଼ିଆ।

୧୦. ଏବେ ଆସନ୍ତୁ ଜାଣିବା ପରବର୍ତୀ ପ୍ରଶ୍ନ – ନାକରେ ଯଦି ଥରେ ମୁଁ ଛଡିଯିବି କାନ ଧରିକି ତୋତେ ମୁଁ ପଢେଇବି।

ଉତ୍ତର:- ଚଷମା।

Leave a Reply

Your email address will not be published. Required fields are marked *