December 23, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା କଥା କଥାରେ କାନ୍ଦୁଥିବା ଝିଅ କେମିତି ହୋଇଥାନ୍ତି – ଏବେ ନିଶ୍ଚୟ ଜାଣିରଖନ୍ତୁ…

ନମସ୍କାର ବନ୍ଧୁଗଣ ଆଜି ଆମେ ଏଠି ଜାଣିବାକି ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କଥା କଥାରେ କାନ୍ଦୁଥିବା ମହିଳା ବା ଝିଅ ମାନେ କେମିତିଆ ହୋଇଥାନ୍ତି ଓ ତାଙ୍କ ଚରିତ୍ର କିପରି ହୋଇଥାଏ।ଏମିତି ଆମେ ଆପଣଙ୍କୁ ୫ଟି କଥା କହିବୁ ଯାହାକୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଏ ବିଷୟରେ ବିସ୍ତାରରେ କଥା ହେବା।ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତିକି ଆପଣ ଦେଖିଥିବେକି ସବୁବେଳେ ଝିଅମାନେ ଟିକେ ଟିକେ କଥାରେ କାନ୍ଦିବାକୁ ଆରମ୍ଭ କରିଦିଅନ୍ତି କିନ୍ତୁ ଆପଣ ଝିଅ ମାନଙ୍କୁ କମ ଭାବିବାର ଭୁଲ କରନ୍ତୁ ନାହିଁ। କାହିଁକିନା ସାଙ୍ଗମାନେ ଏହି ଝିଅମାନଙ୍କ ଭିତରେ ଏମିତି ବହୁତ କିଛି ଗୁଣ ଲୁଚିକି ଥାଏ ଯାହା ବିଷୟରେ ଆପଣମାନେ ଭାବିବି ପାରିବେନି।ଅଧିକାଂଶ ବ୍ୟକ୍ତି ଏମିତିଆ ଝିଅମାନଙ୍କୁ ବହୁତ କମ ବୋଲି ଭାବି ଥାଆନ୍ତି ବା ଦୁର୍ବଳ ବୋଲି ଭାବିଥାନ୍ତି କିନ୍ତୁ ଏମାନେ ବହୁତ ଗୁଣରେ ଭରି ରହିଥାନ୍ତି ବା ସମ୍ପର୍ଣ୍ଣ ରହିଥାନ୍ତି।

ଆପଣଙ୍କୁ କହିଦେବୁକି ସ୍ୱଭାବରେ ଦୁଃଖୀ ଭାବର ଝିଅମାନଙ୍କ ଭିତରେ ବହୁତ ଅମୁଲ୍ୟ ଗୁଣ ରହିଥାଏ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତିକି :
ପ୍ରଥମ ଗୁଣ ଅନୁସାରେ ଯେଉଁ ଝିଅ ମାନେ ଟିକେ ଟିକେ କଥାରେ କାନ୍ଦନ୍ତି ସେମାନଙ୍କୁ କିଛି ଫରକ ପଡେନାହିଁ କି କିଏ ସେମାନଙ୍କ ବିଷୟରେ କଣ ଭାବୁଛି ସେମାନଙ୍କୁ ଏ କଥାର କିଛି ଚିନ୍ତା ନଥାଏ ଯେଉଁ କାରଣରୁ ଏଭଳି ଝିଅ ବହୁତ ଶକ୍ତିଶାଳୀ ହୋଇଥାନ୍ତି।ଏହି କାରଣରୁ ଏମିତି ଭାବବିହୋଳ ଝିଅ ବହୁତ ଶକ୍ତିଶାଳୀ ହୋଇଥାନ୍ତି ।

ଏହାପରେ ଦ୍ୱିତୀୟ କଥା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତିକି ଏମିତିଆ ଝିଅ ସବୁବେଳେ ବେମାର ଠାରୁ ଦୂରରେ ରୁହନ୍ତି ଆପଣଙ୍କୁ କହିଦେବୁକି ଯେଉଁମାନେ କଥା କଥାରେ କାନ୍ଦିବା ଦ୍ୱାରା ମନ ହାଲୁକା ହୋଇଯାଇଥାଏ ଓ ମୁଣ୍ଡର ସବୁ ଚିନ୍ତା ଓ ଦୁଃଖ ବାହାରକୁ ବାହାରି ଆସିଥାଏ।ସେଥିପାଇଁ ଆପଣବି ଯଦି ଚିନ୍ତାରେ ଅଛନ୍ତି ଆପଣ ଏହି ଉପାୟ ଆପଣେଇ ପାରିବେ।

ତୃତୀୟ କଥା ଅନୁସାରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯେଉଁ ଝିଅ ମାନଙ୍କର କଥାରେ କଥାରେ କାନ୍ଦିବାର ଅଭ୍ୟାସ ଥାଏ ସେ ନିଜ ପରିବାର ସଦସ୍ୟ ନିଜ ଜୀବନ ସାଥି ମାନଙ୍କୁ ବହୁତ ଭଲ ପାଆନ୍ତି ଓ ଏହି ଝିଅମାନେ ନିଜ ଜୀବନ ସାଥୀଠାରୁ ଦୂରକୁ ଯିବାରେ ଭୟ ଭିତ ହୋଇଥାନ୍ତି ଓ ସେ ନିଜ ସାଥୀ ସହ ଜୀବନ ସାରା ମିଶିକି ଥାଆନ୍ତି।

ଏହାପରେ ଆଚାର୍ଯ୍ୟ ଚାଣକ୍ୟ ନିଜ ଚତୁର୍ଥ କଥାରେ କହିଛନ୍ତି କି ଯେଉଁ ଝିଅ ଅଧିକ ଭାବବିହଳ ହୋଇଥାନ୍ତି ସେ ଜଣେ ଭଲ ମଣିଷ ହେବା ସହିତ ବହୁତ ଭଲ ସାଙ୍ଗବି ହୋଇଥାନ୍ତି।ଏ ଝିଅ ଯାହା ସହିତ ବନ୍ଧୁତା ସ୍ଥାପନ କରିଥାନ୍ତି ତାଙ୍କ ସହ ବନ୍ଧୁତାକୁ ଭଲ ଭାବରେ ନିଭେଇ ଥାଆନ୍ତି ଓ ସବୁ ପ୍ରକାର ଅସୁବିଧା ସମୟରେ ନିଜ ସାଙ୍ଗର ସାହାଯ୍ୟ କରିଥାନ୍ତି ଏମାନଙ୍କ ଭିତରେ ଏଇଟା ବହୁତ ଭଲ ଗୁଣ ହୋଇଥାଏ।

ପଞ୍ଚମ କଥାରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତିକି ଏ ଝିଅମାନେ ଅନ୍ୟର ମନ କଥା ଭଲ ଭାବରେ ବୁଝିଥାନ୍ତି ଏମାନେ ଅନ୍ୟ ମାନଙ୍କ ଭାବନାକୁ ଖେସେଇ ନଥାନ୍ତି ଓ ସେମାନଙ୍କ ଭାବନାକୁ ସନ୍ନମାନ କରନ୍ତି ଓ ତାଙ୍କ ଭାବନାର ଯତ୍ନ ନିଅନ୍ତି।ଏମାନେ କାହାର କ୍ଷତି ବିଷୟରେ ଭାବିବି ପାରନ୍ତିନି ଓ ଏମାନେ କେବେ କାହାର ସୁଯୋଗ ଉଠାନ୍ତି ନାହିଁ ଓ ଏମାନେ କହାଠାରୁ ସାହାଯ୍ୟ ଲୋଡ଼ନ୍ତି ନାହିଁ। ଏମାନେ ନିଜ ଜୀବନ ସାଥୀର ହାତ କେବେବି ଛାଡ଼ନ୍ତିନି। ଯଦି ସେମାନଙ୍କ ସାଥି ଉପରେ କୌଣସି ପ୍ରକାର ଅଧିକ ବିପଦ ଆସୁଛିତ ଏମାନେ ତା ଶହ ଲଢ଼ିବାକୁ ସାହାଯ୍ୟ କରିବେ ଓ ଏମାନେ କେବେ ଆପଣଙ୍କୁ ଛାଡି ଯିବେନି।

Leave a Reply

Your email address will not be published. Required fields are marked *