October 22, 2024

Odia Express

Leading Odia News Portal of Odisha

ବର୍ତମାନ ର ବଡ ଖବର – ସୁବ୍ରତ ବାଗଚି କରୋନା ମୁକାବିଲା ପାଇଁ ଦାନ କଲେ ୨ କୋଟି ୫୦ ଲକ୍ଷ ଟଙ୍କା – ଦେଖନ୍ତୁ ଓଡିଶା ପାଇଁ କଣ କହିଲେ….

ବର୍ତମାନ ସାରା ଦେଶ କରୋନା ସହିତ ଲଢ଼ୁଛି |ଏଥିରେ ଓଡିଶା ମଧ୍ୟ ନିଜର ଲଢେଇ ଜାରି ରଖିଛି | ତେବେ ଏହି ଲଢେଇ ଧୀରେ ଧୀରେ ବଡ ହେବାକୁ ଲାଗିଛି | ତେବେ ଏହି କରୋନା ଭିତରେ ଓଡ଼ିଶାର ଲୋକ ସବୁ ଜଣକୁ ଜାଣିଲେ ଲୋକଙ୍କୁ ନିଜର ଆଦର୍ଶ ମାନିଥିଲେ | ସେ ହେଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ସୁବ୍ରତ ବାଗଚି | ମାତ୍ର କିଛି ଦିନରେ ସାରା ଓଡ଼ିଶାର ଲୋକଙ୍କ ମନ ଜିତିଥିଲେ ଆମ ସୁବ୍ରତ ବାଗଚି | ତାଙ୍କ କଥା କହିବାର ଶୈଳୀ ପାଇଁ ସାରା ଓଡ଼ିଶାର ଲୋକ ତାଙ୍କୁ ଅତି ନିଜର ଭାବିନେଇଛନ୍ତି |ତେବେ ଅନେକ ତାଙ୍କୁ ଏ କରୋନା ଲଢେଇର ସାରଥୀ ବୋଲି ମଧ୍ୟ କହିଥିଲେ

ତେବେ ସୁବ୍ରତ ବାଗଚି ଙ୍କ ଲାଇଭ ଦେଖିବା ପାଇଁ ସାରା ଓଡ଼ିଶାର ଲୋକ ତାଙ୍କୁ ଅପେକ୍ଷା କରି ବସୁଥିଲେ | ତେବେ ଗତ କିଛି ଦିନ ହେବ ସେ ଦେଖା ଯାଉନଥିଲେ | ଫଳରେ ସାରା ଓଡ଼ିଶାର ଲୋକ ତାଙ୍କୁ ଖୋଜୁଥିଲେ | ହଟାତ ଗାୟବ ହେଇଜିବା ପଛରେ ସେ ରାତାରାତି ଲୋକ ପ୍ରିୟ ହେବ ତାଙ୍କୁ ମାହାଙ୍ଗା ପଡିଲା ବୋଲି ମଧ୍ୟ ସାଧାରଣ ରେ ଚର୍ଚା ହେଲା | କିଛି ଲୋକ ତାଙ୍କ ଲୋକପ୍ରିୟତା କୁ ସହ୍ୟ କରି ପାରିଲେ ନାହିଁ ବୋଲି ମଧ୍ୟ ଆଲୋଚନା ହେଲା | ତେବେ ଏ ସବୁର କିଛି ଦିନ ପରେ ପୁଣି ଥରେ ସୁବ୍ରତ ବାଗଚି ଚର୍ଚା ରେ ଆସିଛନ୍ତି ଓ ତାଙ୍କ ନିଜର ବଡ ପଣିଆ ର ଉଦାହରଣ ଦେଇଛନ୍ତି

ତେବେ ଏ କରୋନା ମୁକାବିଲା ରେ ଓଡ଼ିଶାର ମାତ୍ର ହାତ ଗଣତି କିଛି ଲୋକ ଦାନ କରିଥିଲେ କରୋନା ମୁକାବିଲା ପାଇଁ | ତେବେ ବର୍ତମାନ ସମୟରେ ସୁବ୍ରତ ବାଗଚି ୨ କୋଟି ୫୦ ଲକ୍ଷ ଟଙ୍କା କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଦାନ କରିଛନ୍ତି | ତେବେ ଏହି ଘଟଣା ପରେ ତାଙ୍କ ପାଇଁ ସାରା ଓଡ଼ିଶାର ଲୋକଙ୍କ ମନରେ ଆହୁରି ପ୍ରେମ ବଢ଼ିସାରିଛି |ତାଙ୍କର ଏହି ଦାନ ନିଶ୍ଚୟ ଓଡିଶା ପରି ଏକ ଗରିବ ରାଜ୍ୟର ବଡ ସହାୟତା ହେଇଚି |ତାଙ୍କ ପାଇଁ ଆମ ମନ ଆହୁରି ଗର୍ବିତ ହେଇଚି

ତେବେ ଯେଉଁ ସମୟରେ ମାତ୍ର ହାତ ଗଣତି କିଛି ବଡ ଲୋକ ଦାନ କରିଥିଲେ ଓ ତାହା ବହୁତ କାମ ଥିଲା କିନ୍ତୁ ସୁବ୍ରତ ବାଗଚି ଏକାଥରେ ୨କୋଟି ୫୦ ଲକ୍ଷ ଦେବା ନିଶ୍ଚୟ ଏକ ବଡ ହୃଦୟର ପରିଚୟ ଦେଇଛନ୍ତି | ତେବେ ପ୍ରାୟ ସବୁ ନେତା ମନ୍ତ୍ରୀ ନିଜ ନିଜର ସରକାରୀ ପାଣ୍ଠି ରୁ ଦାନ ଦେଉଥିବା ବେଳେ ସୁବ୍ରତ ବାଗଚି ନିଜର ଆୟ ରୁ ଦେଇଛନ୍ତି |ତେବେ ତାଙ୍କର ଏହି ମହାନତା ନିଶ୍ଚୟ ଓଡିଶା ଲୋକଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କରିବ |

ତେବେ କିଛି ଦିନ ଆଗରୁ ଜୋର ଚର୍ଚ୍ଚ ହେଉଥିଲା କି ଏ ହେଉଛନ୍ତି ଆଗାମୀ ଦିନର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଗ୍ୟ ପ୍ରାଥୀ |ତେବେ ଏହା ପରେ ବର୍ତମାନ ତାଙ୍କର ଏହି ବଡ ପଣିଆ ପରେ ଦେଖିବା ପାଇଁ ବାକି ରହିଲା ଯେ ଆଗାମୀ ଦିନରେ ତାଙ୍କୁ ଲୋକମାନେ କେଉଁ ରୂପରେ ଦେଖିବା ପାଇଁ ଚାଁହୁଛନ୍ତି|ତେବେ ଆପଣଙ୍କ ମତରେ ଆଗାମୀ ଦିନରେ ଓଡ଼ିଶାର ରାଜନୀତି ମଙ୍ଗ ଧରିବା ପାଇଁ ସୁବ୍ରତ ବାଗଚି ଉପଯୁକ୍ତ ପ୍ରାଥୀ କି |ନିଶ୍ଚୟ ଆପଣଙ୍କ ମତାମତ ଦେବେ ଓ ସୁବ୍ରତ ବାଗଚି ଙ୍କ ପାଇଁ ନିଶ୍ଚୟ ସେୟାର କରିବେ

Leave a Reply

Your email address will not be published. Required fields are marked *