December 23, 2024

Odia Express

Leading Odia News Portal of Odisha

ଆଚାର୍ଯ୍ୟ ଚାଣକ୍ୟଙ୍କ ଗୁଣବାନ ନୀତି – ଏପରି ଲୋକଙ୍କ ସାଙ୍ଗ ହେବ ଆଜି ଠୁ ଛାଡି ଦିୟନ୍ତୁ ନଚେତ ଆପଣ…

ନମସ୍କାର ସାଙ୍ଗମାନେ ଆଜି ଆମେ ଜାଣିବା ଚାଣକ୍ୟଙ୍କ ବିଷୟରେ ସେ କହୁଥିଲେ କି ମୂର୍ଖ ଛାତ୍ରଙ୍କ ପଢେ଼ଇବା,ଖଳ ପ୍ରକୃତିର ସ୍ତ୍ରୀର ପାଳନ ପୋଷଣ ରେ,ଦୁଖୀ ମାନଙ୍କ ସହ ସମ୍ଵନ୍ଧ ରଖିବାରେ ବୁଦ୍ଧିମାନ ବ୍ୟକ୍ତିବି ଦୁଖୀ ହୋଇଥାଏ ଏହାର ମାନେ ଏଇଆ ଅଟେକି କେବେ ମୂର୍ଖ ଶିଷ୍ୟକୁ ଉପଦେଶ ଦେବା ଉଚିତ ନୁହେଁ,ଅଶୁଦ୍ଧ ଆଚରଣ କରୁଥିବା ସ୍ତ୍ରୀ ର ସାଥି ତଥା ଦୁଷ୍ଟ ମନୁଷ୍ୟ ଙ୍କ ସହିତ ମିଳାମିଶା କରିବା ଦ୍ୱାରା ବ୍ୟକ୍ତିକୁ ଦୁଃଖ ହିଁ ଉଠାଇବାକୁ ପଡିଥାଏ।

ଖଳ ପ୍ରକୃତିର ସ୍ତ୍ରୀ,ଛଳନା କରୁଥିବା ସାଙ୍ଗ, ଓଲଟା ଜବାବ ଦେଉଥିବା ଚାକର,ସେହିପରି ଯେଉଁ ଘରେ ସାପ ରହୁଥିବ ସେ ଘରେ ବାସ କରୁଥିବା ଘର ମାଲିକର ମୃତ୍ୟୁ ଉପରେ ସନ୍ଦେହ କରିବେ ନାହିଁ ସେ ନିଶ୍ଚିନ୍ତ ମୃତ୍ୟୁକୁ ପ୍ରାପ୍ତ ହୋଇଥାନ୍ତି।ବିପତିରେ କାମ ଆସୁଥିବା ଧନର ରକ୍ଷା ସ୍ତ୍ରୀ ଠାରୁ କରିବା ଓ ନିଜର ରକ୍ଷା ଏ ଦୁଇଜଣଙ୍କ ଠାରୁ କରିବା।ଯେଉଁ ଦେଶରେ ଅପଣଙ୍କ ସନ୍ନମାନ ନାହିଁ,ଜୀବିକାର ସାଧନ ନାହିଁ,ବନ୍ଧୁ ବାନ୍ଧବ ତଥା ପରିବାର ନାହିଁ,ବିଦ୍ୟା ପ୍ରାପ୍ତ କରିବାର ସାଧନ ନାହିଁ,ଯେଉଁଠାରେ ରାଜା,ବୈଦ୍ୟ,ଧନିଲୋକ,ନଦୀ ଓ ବ୍ରାହ୍ମଣ ତାପରେ ଯେଉଁଠାରେ ଲଜ୍ଜ୍ୟା,ଚତୁରତା,ତ୍ୟାଗର ଭାବନା ଜୀବିକା,ଭୟ ଆଦି ଜିନିଷ ନଥାଏ ସେଠାରେ ବାସ କରିବେ ନାହିଁ ସେଠାକାର ଲୋକଙ୍କ କେବେ ସାଥି ହେବେ ନାହିଁ।ଚାକରଙ୍କୁ ବାହାରକୁ ପଠେଇବା ସମୟରେ,ଭାଇ ବନ୍ଧୁଙ୍କୁ ବିପଦ ବେଳେ,ସ୍ତ୍ରୀ କୁ ନିଜଧନ ନଷ୍ଟ ସମୟରେ ପରୀକ୍ଷା କରିବା ଉଚିତ।

ଦୁଃଖ,କଷ୍ଟ,ବିପଦ,ରୋଗ,ଶତ୍ରୁ ମାନଙ୍କ ଠାରୁ ଆକ୍ରମଣ ସମୟରେ,ରାଜଦରବାର ରେ ସମ୍ମସାନ ଭୂମିରେ ସାଥିରେ ରହିଥାଏ ସେହିଁ ପ୍ରକୃତ ଭାଇ ଅଟେ।ଯିଏ ନିଶ୍ଚିତ କର୍ମ କୁ ଛାଡି ଅନିଶ୍ଚିତ କାର୍ଯ୍ୟ କୁ ବାଛେ ତାର ନିଶ୍ଚିତ ସହ ଅନିଶ୍ଚିତ କାର୍ଯ୍ୟ ବି ନଷ୍ଟ ହୋଇ ଯାଇଥାଏ।ଗୋଟେ ମୂର୍ଖ ବ୍ୟକ୍ତିକୁ ଭଲ କୂଳରେ ଜନ୍ମ ହୋଇଥିବା ଅସୁନ୍ଦର ଝିଅକୁ ବାହା ହେବାଉଚିତ କିନ୍ତୁ ନୀଚ୍ଚ କୁଳର ସୁନ୍ଦରୀକୁ ବାହା ହବା ଉଚିତ ନୁହେଁ କାରଣ ବିବାହ ଦୁଇଟି ସମାନ କୂଳରେ ସମ୍ପନ୍ନ ହୋଇଥାଏ।

ଲମ୍ବା ନଖଥିବା ପ୍ରାଣୀ,ନଦୀଗୁଡିକ,ବଡ଼ ବଡ଼ ଶିଙ୍ଗ ଥିବା ପଶୁ ସ୍ତ୍ରୀ ଲୋକ,ଶସ୍ତ୍ରଧାରୀ ଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ।ଭୋଜନ କରିବା ଯୋଗ୍ୟ ପଦାର୍ଥ ଓ ତାକୁ କରିବା ପାଇଁ ଶକ୍ତି ଥିବା ଦରକାର ସୁନ୍ଦର ସ୍ତ୍ରୀ ଓ ରଥୀର ଶକ୍ତି,ଐସ୍ୱର୍ଯ୍ୟ ଓ ଦାନଶକ୍ତି,ଆଜ୍ଞାକାରୀ ପୁତ୍ର,କଥାମାନୁଥିବା ସ୍ତ୍ରୀ,ଯିଏ ଅଳ୍ପଧନରେ ସନ୍ତୁଷ୍ଟ ରହେ ତାର ସ୍ୱର୍ଗ ଏଠି ରହିଛି ଆଉ ଏ ସବୁ ବହୁତ କଠିନ ପରିଶ୍ରମ ଦ୍ୱାରା ହାସଲ ହୋଇଥାଏ।

ଯିଏ ଅପଣଙ୍କ ବିପଦରେ ସାଥି ନହୁଏ ଆପଣଙ୍କ ଆଗରେ ଭଲ କଥା କହି ପଛରେ ବିଶ୍ୱାସଘାତ କରେ ଆପଣଙ୍କ ସବୁ ଗୁପ୍ତ କଥା କୁ ସମସ୍ତଙ୍କ ଆଗରେ ପ୍ରକାଶ କରେ,ଆପଣଙ୍କ ଉପରେ ରାଗିଗଲେ ଆପଣଙ୍କ କ୍ଷତି କରେ ସେମିତି ସାଙ୍ଗକୁ ମହୁର୍ତ ମଧ୍ୟରେ ତ୍ୟାଗ କରିବା ଉଚିତ।ସବୁଠୁ ବେସି କଷ୍ଟ କାହା ଆଶ୍ରିତ ହୋଇରହିବା।ବୁଦ୍ଧିମାନ ଲୋକ ନିଜ ସାନ୍ତାନକୁ ସୁଶୀଳ କରିବା ଉଚିତ କାରଣ ନୀତି ଜାଣିଥିବା ବ୍ୟକ୍ତି ଯଦି ସୁଶୀଳ ହୋଇଯିବେ ତାହେଲେ ସେ କୂଳରେ ପୂଜିତ ହୋଇଥାନ୍ତି ଓ କୁଳର ସମ୍ମାନ ବଢାନ୍ତି।ଯେଉଁ ବାପମା ନିଜ ଛୁଆକୁ ପାଠ ପଢ଼ାଇ ନଥାନ୍ତି ସେମାନେ ଶତ୍ରୁ ସହ ସମାନ ଅଟନ୍ତି ଏ ମୂର୍ଖ ବ୍ୟକ୍ତି କୌଣସି ସଭାରେ ଶୋଭ ପାନ୍ତି ନାହିଁ।

ଅଧିକ ସ୍ନେହ ଶ୍ରଦ୍ଧାରେ ପୁତ୍ର ଓ ଶିଷ୍ୟ ଗୁଣ ହିନ ହୋଇଯାନ୍ତି ଗାଳି ଶୁଣି ଗୁନବାନ ହୁଅନ୍ତି।ନିଜ ଆଚରଣ ନିଜ କୁଳର ଶୋଭା ବଢ଼ାଇ ଥାଏ।ନିଜର ଆଦର ସତ୍କାର ନିଜ ପ୍ରେମ ଭାବକୁ କହିଥାଏ।ଖରାପ ସାଙ୍ଗମାନେ ଓ ସାପ ଭିତରେ ବଞ୍ଚିବାକୁ ହେଲେ ସାପ କୁ ବାଛ କାରଣ ସାପ ଥରେ କାମୁଡ଼ି କିନ୍ତୁ ଖରାପ ସାଙ୍ଗ ବାରବାର କାମୁଡ଼େ।ମୂର୍ଖଲୋକଙ୍କ ଠାରୁ ଦୂରରେ ରହିବା ଉଚିତ କାରଣ ସେମାନେ ତାଙ୍କ କଥାରେ ଅପନଙ୍କୁ ବାର ବାର ଆହତ କରିଥାନ୍ତି।ଯେମିତି ସୁନ୍ଦର ଓ ବଳସାଳି ଵ୍ୟକ୍ତି କୁ ବିଦ୍ୟା,କୋଇଲି କୁ ତା ସ୍ୱର ବିନା କେହି ଚିନ୍ହିବେନି ଯେମିତି ପଳାସ ଫୁଲ ତା ବିନା ସୁଗନ୍ଧରେ ତାକୁ କେହି ଚିନ୍ହନ୍ତିନି।

ଅତି ଟା ସବୁଠି ଖରାପ ଯେମିତି ଅତି ସୁନ୍ଦରୀ ପାଇଁ ସୀତା ହରଣ,ଅତି ଦାନ ପାଇଁ ବଳି ବଧ ସେମିତି ଅତୀ ଟାକୁ ତ୍ୟାଗ କରିବା ଉଚିତ।ନିଜ ପୁତ୍ର କୁ ସବୁବେଳେ ସଠିକ ମାର୍ଗ ଦେଖେଇବା ଉଚିତ ଶହେ ଖରାପ ପୁଅ ଅପେକ୍ଷ୍ୟା ଗୋଟେ ଭଲ ପୁଅ କୁଳ ରକ୍ଷା କରେ।ଯେଉଁଠି ମୁର୍ଖଙ୍କ ସମ୍ମାନ ହୁଏ ନାହିଁ,ଯେଉଁଠି ଅନ୍ନ ସଞ୍ଚିତ କରାଯାଏ,ଯେଉଁଠି ପତିପତ୍ନୀ ମଧ୍ୟରେ ଝଗଡା ହୁଏ ନାହିଁ ସେଠି କରଜର ସବୁବେଳେ ଅଭାବ ରହିଥାଏ।

Leave a Reply

Your email address will not be published. Required fields are marked *