October 19, 2024

Odia Express

Leading Odia News Portal of Odisha

ପିଆଜ ଖାଉଥିଲେ ଜାଣି ନିଅନ୍ତୁ ଏହି କଥା – ଲାଭ ଜାଣିଲେ ଆପଣ ନାଚି ଉଠିବେ…

ପିଆଜ ଗୋଟିଏ ଭଲ ପରିବା ଅଟେ। ଏହାକୁ ଆମ ଭାରତରେ ମସଲା ଏବଂ ତରକାରୀ ରେ ବ୍ୟବହାର କରାଯାଏ। ପିଆଜ ର ସ୍ୱାଦ ଟିକେ ରାଗ ଅଟେ। ଏହାକୁ କାଟିବା ଦ୍ୱାରା ଏଥିରେ ଥିବା ଗ୍ୟାସୋଲିନ୍ ଯୋଗୁଁ ଆଖି ପୋଡ଼ି ଥାଏ। ଏବଂ ଆଖିରେ ଲୁହ ଆସିଥାଏ। ତେବେ ଏହାର ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି। ଯେଉଁ ଔଷଧୀୟ ଗୁଣ ଗୁଡିକ ଆମ ଭିତରୁ ଅନେକ ଙ୍କୁ ଜଣା ନାହିଁ। ତେବେ ଆଜି ଆମେ ଆପଣଙ୍କୁ କହିବୁ ପିଆଜ ବିଷୟରେ ଏମିତି କିଛି ତଥ୍ୟ ଯାହା ଆପଣ ପୂର୍ବରୁ ଜାଣିନଥିବେ। ତେବେ ଆସନ୍ତୁ ଜାଣିବା

ପିଆଜ ରେ ଅଧିକ ସଲଫର ଥାଏ। ଏହାକୁ ଅଧିକ ଖାଇବା ଦ୍ୱାରା ଆମ ରକ୍ତ ବିଶୋଧନ ହୋଇଥାଏ। ଅନେକ ପ୍ରକାରର ଚର୍ମ ରୋଗ ମଧ୍ୟ ହୁଏ ନାହିଁ। ଦେହରେ ଜଳିଆନ୍ସ କୁ ମହଜୁଦ ରଖେ ପିଆଜ। ପାଣି ପିଇଲେ ଯେପରି ଆମ ଶରୀର ଡ଼ି ହାଇଡ୍ରେସନ ରୁ ବଞ୍ଚିଥାଏ ସେହି ପରି ପିଆଜ ମଧ୍ୟ ଆମକୁ ଗରମ ଦିନେ ଡ଼ି ହାଇଡ୍ରେସନ ରୁ ବଞ୍ଚାଇ ଥାଏ।

ପେଟ ସମସ୍ୟା ରୁ ମୁକ୍ତି ମିଳେ ସକାଳୁ ଉଠି ଯଦି ଦୁଇ ଚାମଚ ପିଆଜ ରସ ଉଷୁମ ପାଣି ସହ ମିଶାଇ ପିଆ ଯାଏ ତେବେ କୋଷ୍ଠକାଠିନ୍ୟ ଦୂର ହୁଏ। ଏବଂ ଆଖି ର ଶକ୍ତି ମଧ୍ୟ ବଢ଼େ। ପିଆଜ ରସ କୁ ମହୁ ସହ ଦୁଇ ଚାମଚ ମିଶାଇ ଖାଇଲେ କାଶ କଫ ଥଣ୍ଡା ଭଳି ରୋଗ ସମୂଳ ରୁ ନାଶ ହୁଏ। ପିଆଜ ଶରୀର ର ଉଷ୍ମତା ବଢ଼ାଇ ଥାଏ। ପିଲା ମାନଙ୍କୁ ଥଣ୍ଡା ରୁ ଦୁରେଇବା ପାଇଁ ସକାଳୁ ଖାଲି ପେଟ ରେ ଏକ ଚାମଚ ପିଆଜ ରସ ଦିଅନ୍ତୁ। ଶ୍ୱାସ ଥଣ୍ଡା କଫ ଭଳି ସମସ୍ୟା ଦୂର ହେବ।

ପିଆଜ ରସ ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ ଦୂର ହୁଏ। ଅନେକ ତେଲ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଫ୍ୟାଟ ଆମ ସିରା ନଳୀରେ ଜମା ହୁଏ ଫଳରେ ହାର୍ଟ ଅଟାକ ର ଆଶଙ୍କା ଥାଏ। କଞ୍ଚା ପିଆଜ ଖାଇବା ଦ୍ୱାରା ଏହି ରୋଗ ମଧ୍ୟ ଦୂର ହୁଏ। କଞ୍ଚା ପିଆଜ ଖାଇବା ଦ୍ୱାରା ମଧୁମେହ ମଧ୍ୟ ଦୂର ହୁଏ। ମଧୁ ମେହ ର ମାତ୍ର ଶରୀର ରୁ କମ ହୁଏ। ଯଦି ଆପଣଙ୍କ ଡାଇବେଟିସ ଅଛି ତେବେ ପ୍ରତିଦିନ କଞ୍ଚା ପିଆଜ ଗୋଟିଏ ଲେଖାଏଁ ସକାଳୁ ଖାଅନ୍ତୁ। ପିଆଜ ଖାଇବା ଦ୍ୱାରା କ୍ୟାନ୍ସର ଭଲି ରୋଗ ମଧ୍ୟ ଦୂର ହୁଏ।

ଆପଣ ଜାଣିନଥିବେ ପିଆଜ ରେ ସଲଫର ଥାଏ ଯାହା କି କ୍ୟାନ୍ସର ର ଜୀବାଣୁ କୁ ମାରିବାରେ ସହାୟକ ହୁଏ। କଞ୍ଚା ପିଆଜ ରେ ସଲଫର ଥାଏ। ଏହାକୁ ଖାଇବା ଦ୍ୱାରା ବ୍ରେସ୍ଟ କ୍ୟାନସର, ପ୍ରୋଟେଷ୍ଟ କ୍ୟାନ୍ସର,ଲିଭର କ୍ୟାନ୍ସର,ବ୍ରେନ କ୍ୟାନ୍ସର,ବ୍ଲଡ଼ କ୍ୟାନ୍ସର ଆଦି ହେବାର ସମ୍ଭାବନା କମିଯାଇଥାଏ। ତେବେ ଏଗୁଡିକ ଥିଲା ପିଆଜ ଖାଇବା ର ଲାଭଦାୟକ ତଥ୍ୟ।

Leave a Reply

Your email address will not be published. Required fields are marked *