October 17, 2024

Odia Express

Leading Odia News Portal of Odisha

ଟ୍ରେନର ଇଞ୍ଜିନକୁ ବନ୍ଦ କରାଯାଏ ନାହିଁ କାହିଁକି? ଏହାର ଅସଲ କାରଣ ୯୯ ପ୍ରତିଶତ ଲୋକ ଜାଣି ନଥିବେ…

ଆପଣ ଦେଖିଥିବେ କି ରେଲୱେ ଟ୍ରାକ ରେ ଇଞ୍ଜିନ ବହୁତ ସମୟ ପାଇଁ ଠିଆ ହେଇଥାଏ ମାତ୍ର ସେହି ଇଞ୍ଜିନ କୁ ଜମା ବି ବନ୍ଦ କରାଯାଏ ନାହିଁ। ଆପଣ ଏହା ଦେଖିଥିବେ କି ଇଞ୍ଜିନ ଯେତେ ସମୟ ପାଇଁ ରହିଲେ ବି ତାକୁ ବନ୍ଦ କରାଯାଏ ନାହିଁ। ତ ଏହା ଆପଣଙ୍କୁ ଜାଣିବା ନିହାତି ଦରକାର। ଆଜି ଆମେ ଆପଣଙ୍କ ଏହା କହିବାକୁ ଯାଉଛୁ ଆଉ ତା ସହିତ ଆମେ ଏହା କହିବାକୁ ଯାଉଛୁ କି ଯଦି ରେଲୱେ ଟ୍ରାକ ଉପରେ ବିଜୁଳି ତାର ପଡ଼ିଯାଏ ତ ଆମେ ରେଳ କିପରି ଚଲେଇବା।

ଭାରତୀୟ ରେଳ ଦୁନିଆ ର କିଛି ସବୁଠାରୁ ବଡ଼ ରେଳ ବ୍ୟବସ୍ଥା ଭିତରେ ଗୋଟେ ଅଟେ। ଏଠାରେ ପ୍ରତିଦିନ କୋଟି କୋଟି ଲୋକ ଯାତ୍ରା କରନ୍ତି ଯାହା କି କିଛି ଦେଶ ର ଲୋକସଂଖ୍ୟା ସହ ସମାନ ଅଟେ। ମାତ୍ର ଆଜି ବି ଆମ ଭାରତ ରେ ଅଧା ରୁ ଅଧିକା ଟ୍ରେନ ଡିଜେଲ ଦ୍ୱାରା ଚାଲେ। ଆମେ ଏହା ଜାଣିବା ଦରକାର କି ଭାରତୀୟ ସରକାର ଆଜି ବି ଆମ ଭାରତ ରେ ଅଧିକାଂଶ ବୈଦ୍ୟୁତିକ ଟ୍ରେନ ଆଣିବାର ପ୍ରୟାସ କରୁ ଛନ୍ତି ମାତ୍ର ଆଜି ବି ଭାରତ ର କିଛି ଟ୍ରେନ ଡିଜେଲ ରେ ଚାଲୁଛି।

ତ ଆପଣ ଯେତେବେଳେ ନିଜେ ଯାଆନ୍ତି ଅଥବା ଆପଣଙ୍କର କେହି ସମ୍ପର୍କୀୟ ଙ୍କୁ ଛାଡିବାକୁ ଷ୍ଟେସନ ଯାଆନ୍ତି ତ ଆପଣ ଦେଖିଥିବେ କି ଟ୍ରେନ ନ ଚାଲୁଥିଲେ ବି ଏହାର ଡିଜେଲ ଇଞ୍ଜିନ କେବେ ବନ୍ଦ ହେଇ ନଥାଏ। ପଛେକେ ଟ୍ରେନ ର ବେଗ କମିଯାଉ ଲୋକ ପାଇଲଟ ଏହାର ଇଞ୍ଜିନ କୁ ବନ୍ଦ କରିନଥାଏ। ଆପଣଙ୍କ ମନ ରେ ବହୁତ ଥର ପ୍ରଶ୍ନ ଉଠୁଥିବ କି ଏହା କାହିଁକି ହୁଏ। ତ ଆପଣଙ୍କୁ ଆମେ କହି ରଖୁଛୁ କି ଏହା ପଛରେ ଅନେକ ପ୍ରକାର ର କାରଣ ଅଛି।

ତ ଆପଣଙ୍କୁ ଆମେ କହି ରଖୁଛୁ କି ଡିଜେଲ ଇଞ୍ଜିନ ର କଂପ୍ରେସର ଏହାର ଭିତରେ ଲାଗିଥାଏ ଯାହା କି ବାର ବାର ବନ୍ଦ ହେବା ଦ୍ୱାରା ଖରାପ ହେଇ ପାରେ।ଏହାକୁ ବନ୍ଦ କରିବା ଦ୍ୱାରା ତାହା ଆଉ ଷ୍ଟାର୍ଟ ହେବା କଷ୍ଟ ହେଇଯାଏ। ତେଣୁ ଏହାର ଇଞ୍ଜିନ କୁ ଚାଲୁ କରିବା ସହଜ ହେଇ ନଥାଏ।

ଆଉ ଡିଜେଲ ଇଞ୍ଜିନ ରେ ଏକ ବ୍ୟାଟେରୀ ବି ଲାଗିଥାଏ ଯାହା କି ସେତେବେଳେ ଚାର୍ଜ ହୁଏ ଯେତେବେଳେ କି ଏହାର ଇଞ୍ଜିନ ଚାଲୁଥାଏ। ତେଣୁ ଏହାର ଇଞ୍ଜିନ ବନ୍ଦ କରାଯାଏ ନାହିଁ।

ଏହାର ବ୍ୟାଟେରୀ ର ଚାର୍ଜ ଯଦି କମିଯାଏ ତ ଏହାର ଲୋକମୋଟିଭ ସିଷ୍ଟମ ସମ୍ପୂର୍ଣ ରୂପେ ଖରାପ ହେଇଯାଏ। ଆଉ ହଁ ଯଦି ଟ୍ରେନ ର ଇଞ୍ଜିନ ବନ୍ଦ କରି ଦିଆଯିବ ତ ଏହାକୁ ପୁଣି ଚାଲୁ କରିବା ପାଇଁ ବହୁତ ସମୟ ଲାଗିଯାଏ। ବେଳେବେଳେ କିଛି ଘଣ୍ଟା ବି ଲାଗିଯାଏ। ତେଣୁ ଟ୍ରେନ ର ଇଞ୍ଜିନ କୁ ବନ୍ଦ କରାଯାଏ ନାହିଁ।

Leave a Reply

Your email address will not be published. Required fields are marked *