December 24, 2024

Odia Express

Leading Odia News Portal of Odisha

ଆଜି ଜାଣନ୍ତୁ ସମୟ ଏବଂ ସେହି ସ୍ଥାନ, ଯେଉଁଠାରେ ହେବ ଭଗବାନ ବିଷ୍ଣୁଙ୍କର କଳ୍କି ଅବତାର – ଦେଖନ୍ତୁ ପୂର୍ବରୁ କଣ ଲେଖା ହେଇଛି..

ହିନ୍ଦୁ ଧର୍ମଗ୍ରନ୍ଥ ମାନଙ୍କର ଅନୁସାରେ ଯେବେ ଯେବେ ପୃଥିବୀ ଉପରେ ପାପ ଭାର ବଢେ, ତେବେ ତେବେ ଭଗବାନ ବିଷ୍ଣୁ କୌଣସି ନା କୌଣସି ଋଅପରେ ପୃଥିବୀ ଉପରେ ପାପୀ ମାନଙ୍କର ବିନାଶ ନିମନ୍ତେ ପ୍ରକଟ ହୁଅନ୍ତି। ବାମନ ଅବତାର, ନୃସିଂହ ଅବତାର, ମତ୍ସ୍ୟ ଅବତାର, ରାମବତର, କୃଷ୍ଣ ଅବତାର ଏସବୁ ଏହି କଥାର ପ୍ରମାଣ ଅଟେ । ଶାସ୍ତ୍ରରେ ବିଷ୍ଣୁଙ୍କର ଦଶ ଅବତାର ର ଉଲ୍ଲେଖ କରାଯାଇଛି। ଏମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ନଅ ଅବତାର ନେଇସାରିଛନ୍ତି। କିନ୍ତୁ କଳିଯୁଗରେ ଭଗବାନ ବିଷ୍ଣୁଙ୍କର ଅନ୍ତିମ ଅବତାର ହେବା ଏବେ ବାକି ଅଛି। ଏପରି ମାନ୍ୟତା ରହିଛି ଯେ ଯେବେ କଳିଯୁଗ ନିଜର ଚରମ ସୀମାରେ ଥିବ ସେତେବେଳେ ବିଷ୍ଣୁ କଳ୍କି ଅବତରଣ ନେଇ କଳିଯୁଗର ଅନ୍ତ କରିବେ। ଏହାପରେ ପୁଣି ଧର୍ମର ସ୍ଥାପନ କରିବେ । କଳ୍କି ଅବତାର ଆଜି ମଧ୍ୟ ଲୋକଙ୍କ ନିମନ୍ତେ ଏକ ରହସ୍ୟ ଅଟେ। ପ୍ରତ୍ୟେକ ଜାଣିବାକୁ ଇଚ୍ଛୁକ ଯେ ଭଗବାନ ବିଷ୍ଣୁ ନିଜର କଳ୍କି ଅବତାର କେବେ ନେବେ, କେଉଁଠାରେ ନେବେ, ତାଙ୍କର ରୂପ କିପରି ହେବ, ତାଙ୍କର ସେଠାରେ କିଏ ହେବ। ଏଭଳି ଅନେକ ପ୍ରଶ୍ନର ଉତ୍ତର ଶ୍ରୀମଦଭାଗବତ ଗୀତାରେ ଉଲ୍ଲେଖ ରହିଛି ।

କଳ୍କି ଅବତାରର ବର୍ଣ୍ଣନ – ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେବେ ଯେବେ ଧର୍ମର ହାନି ହେବ ଅଧର୍ମ ତଥା ପାପର ଭାର ବୃଦ୍ଧିପାଏ । ତେବେ ତେବେ ଧର୍ମର ସ୍ଥାପନା ନିମନ୍ତେ ମୁଁ ଅବତାର ଗ୍ରହଣ କରେ। ଶ୍ରେମଦଭାଗବତ ପୂରାଣର ଦ୍ଵାଦଶ ସ୍କନ୍ଦ ଲେଖାଯାଇଛି ଯେ ଭଗବାନଙ୍କର କଳ୍କି ଅବତାର କଳିଯୁଗର ଅନ୍ତ ଏବଂ ସତ୍ୟଯୁଗର ସନ୍ଧି କାଳରେ ହେବ। ଶାସ୍ତ୍ରର ମାନିବା ତ ପ୍ରଭୁ ଶ୍ରୀରାମ ଏବଂ ଶ୍ରୀକୃଷ୍ଣଙ୍କର ଅବତାର ମଧ୍ୟ ନିଜ ନିଜ ଯୁଗର ଅନ୍ତିମ ସମୟରେ ହୋଇଥିଲା। ଏଥିପାଇଁ ଯେବେ କଳିଯୁଗର ଅନ୍ତ ନିକଟ ଆସିଯିବ ତେବେ ଭଗବାନ କଳ୍କି ଜନ୍ମ ନେବେ ।

କଳ୍କି ଅବତାର କେବେ ଏବଂ କେଉଁଠାରେ ହେବ – ଆମର ଧର୍ମଗ୍ରନ୍ଥ ମାନଙ୍କରେ କଳ୍କି ଅବତାର ସହ ସମ୍ବନ୍ଧିତ ଏକ ଶ୍ଳୋକର ଉଲ୍ଲେଖ କରାଯାଇଛି। ଏହା ଏହା ଦର୍ଶାଉଛି ଯେ କଳିଯୁଗରେ ଭଗବାନଙ୍କର କଳ୍କି ଅବତାର କେବେ ଏବଂ କେଉଁଠାରେ ହେବ ଏବଂ ଟାକର ପିତା କିଏ ହେବେ?

ସମ୍ଭଲ ଗ୍ରାମ ମୁଖ୍ୟସ୍ୟ ବ୍ରାହ୍ମଣସ୍ୟମହାତ୍ମାନଃ ଭବନୋବିଷ୍ଣୁୟଶସଃ କଳ୍କି ପ୍ରାଦୁର୍ଭାବିଷ୍ୟତି

ଅର୍ଥାତ ସମ୍ଭଲ ଗ୍ରାମରେ ବିଷ୍ଣୁୟଶ ନାମକ ଶ୍ରେଷ୍ଠ ବ୍ରାହ୍ମଣଙ୍କର ପୁତ୍ର ରୂପରେ ଭଗବାନ କଳ୍କିଙ୍କର ଜନ୍ମ ହେବ। ସେ ଦେବଦତ୍ତ ନାମକ ଘୋଡା ଉପରେ ସବାର ହୋଇ ନିଜର ତରବାରୀ ଦ୍ଵାରା ଦୁଷ୍ଟଙ୍କର ସଂହାର କରିବେ। ତେବେ ସତ୍ୟଯୁଗ ପ୍ରାରମ୍ଭ ହେବ। ଭଗବାନ ବିଷ୍ଣୁଙ୍କର କଳ୍କି ଅବତାର ନିଷ୍କଳଙ୍କ ଅବତାର ନାମରେ ମଧ୍ୟ ପରିଚିତ ହେବ। ଏହି ଅବତାର ରେ ତାଙ୍କର ମାତାଙ୍କର ନାମ ସୁମତି ହେବ। ଏହା ବ୍ୟତିତ ତାଙ୍କର ତିନି ବଡଭାଇ ମଧ୍ୟ ହେବେ। ଯିଏ ସୁମନ୍ତ କବି ଏବଂ ପ୍ରାଜ୍ଞ ନାମରେ ପରିଚିତ ହେବେ । ଯାଜ୍ଞବଳ୍କ ତାଙ୍କର ପୁରୋହିତ ଏବଂ ଭଗବାନ ପରଶୁରାମ ଗୁରୁ ହେବେ।

ପତ୍ନୀ ଏବଂ ପୁତ୍ର – ଭଗବାନ ଶ୍ରୀ କଳ୍କିଙ୍କର ଦୁଇ ପତ୍ନୀ ହେବେ- ଲକ୍ଷ୍ମୀ ରୂପୀ ପଦ୍ମା ଏବଂ ବୈଷ୍ଣବୀ ରୂପୀ ରମା । ତାଙ୍କର ପୁତ୍ରହେବେ ଜୟ, ବିଜୟ, ମେଘମାଳ ତଥା ବଳାହକ । ପୁରାଣରେ କୁହାଯାଇଛି ଯେ କଳିଯୁଗର ଶେଷରେ ଭଗବାନ ଏହି ଅବାତର ଘରନ କରିବେ ଏବଂ ଅଧର୍ମୀଙ୍କର ବିନାଶ କରି ପୁନ ଧର୍ମର ସ୍ଥାପନା କରିବେ। ଏବେ କଳିଯୁଗର କିଛି ସମୟ ବିତିଚି। ଏଥିପାଇଁ ଏବେ ଏହି ଅବତାର ହେବାକୁ ବହୁତ ସମୟ ବାକି ଅଛି। ଏବେ ତ ଆମେ ଏବଂ ଆପଣ କେବଳ ପ୍ରତୀକ୍ଷା କରିପାରିବା ଯେ କେବେ କଳ୍କି ଭଗବାନ ଏହି ଧରାର ଉଦ୍ଧାର ନିମନ୍ତେ ଜନ୍ମ ନେବେ ।

Leave a Reply

Your email address will not be published. Required fields are marked *