September 16, 2024

Odia Express

Leading Odia News Portal of Odisha

ମୁଁହର ବ୍ରଣ ଏବଂ କଳା ଦାଗ ସବୁଦିନ ପାଇଁ ଦୂର କରନ୍ତୁ – ଘରେ କରନ୍ତୁ ଏହି ସାଧାରଣ ଉପାୟ …

ବନ୍ଧୁଗଣ ମୁଁ ଆପଣଂକୁ ଏକ ସହଜ ଉପାୟ କହିବି ଯାହାକୁ ବ୍ୟବହାର କରି ଆପଣ ନିଜ ବ୍ରଣ କୁ ମାତ୍ର ତିନି ଦିନରେ ହଟେଇ ପାରିବେ ଏବଂ ଏହା ବ୍ରଣ ର ଦାଗ କୁ ମଧ୍ୟ ହଟେଇଦେବ।ଆମେ ନିଜ ବ୍ରଣ କୁ ଲୁଚାଇବା ପାଇଁ ଅଧିକ ମେକ ଅପ ନେଇଥାଉ ହେଲେ ଏହା ଆପଣ କରନ୍ତୁ ନାହିଁ ଏହା ଆମ ଚର୍ମ ପାଇଁ ଜମାରୁ ଭଲ ନୁହେଁ। ଆପଣ ମେକ ଅପ ଦ୍ଵାରା କିମ୍ବା ହାତ ଦ୍ୱାରା ତାକୁ ଫୁଟାନ୍ତୁ ନାହିଁ । ତେବେ ଆଜିର ବିଷୟ ଟିକୁ ଚାଲନ୍ତୁ ଆରମ୍ଭ କରିବା ଏବଂ ଜାଣିବା ସେହି ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ।ଏହି ଜିନିଷ ଟି କେବଳ ଗୋଟେ ଦୁଇଟା ଜିନିଷ ସାହାଯ୍ୟ ରେ ବନିଯିବ। ଏହା ଦ୍ଵାରା ଆପଣଂକୁ ଅଧିକ ସମୟ ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ କିମ୍ବା ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ।

ଏଥିପାଇଁ ଆପଣଂକୁ ଦରକାର ନିମ ପତ୍ର ଏହାକୁ ଆମେ ଆମର ଚେହେରାରେ ଦୁଇ ପ୍ରକାରରେ ଲାଗେଇବା। ପ୍ରଥମ ଉପାୟ ଦ୍ୱାରା ଆପଣଙ୍କ ଚେହେରା ରେ ଥିବା ବ୍ରଣ ଏବଂ ତାର ଚିହ୍ନ କୁ ଦୂର କରିବ ଏବଂ ଦ୍ଵିତୀୟ ଉପାୟଟି ଆପଣଙ୍କ ପିଂପଲ କି ଦୂର କରିବ।

ଆପଣ ୧୦ ରୁ ୧୨ ସତେଜ ନିମ ପତ୍ର ନିଅନ୍ତୁ। ପତ୍ର କୁ ଭଲ ଭାବେ ସଫା କରିକି ନେବେ ଏବଂ ତାହାକୁ ଏମିତି କୁଟିବେ। ଯଦି ଆପଣ କୁଟି ପାରୁ ନାହାନ୍ତି ତାହାଲେ ଆପଣ ଗ୍ରାଇଣ୍ଡିଙ୍ଗ ବି କରି ପାରିବେ। ତାହା ପରେ ଏହାକୁ ଏକ ପାତ୍ର ରେ ବାହାର କରି ଦିଅନ୍ତୁ। ତାହା ପରେ ଆମେ ଏଥିରେ ଗୋଲାପ ଜଳ ମିଶେଇ ଦିଅନ୍ତୁ ମନେ ରଖନ୍ତୁ ୧ କି ୨ ଚାମଚ ହିଁ ମିସେଇବେ ଯଦି ନାହିଁ ତେବେ ସାଧାରଣ ପାଣି ମଧ୍ୟ ନେଇ ପାରିବେ।

ତାହା ପରେ ଏକ ପେଷ୍ଟ ନିଅନ୍ତୁ। ଆପଣ ଯେଉଁ ପେଷ୍ଟ ନେବେ ଧ୍ୟାନ ରଖିବେ ସେଥିରେ କିଛି ବି ରଙ୍ଗ ଯେମିତି ମିଶା ଯାଇ ନଥିବ। ତାହା ପରେ ଦରକାର କର୍ପୂର। କର୍ପୂର କୁ ଗୁଣ୍ଡ କରି ତା ଉପରେ ଅଳ୍ପ ପେଷ୍ଟ ନିଅନ୍ତୁ ଏବଂ ପରେ ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ। ତାହା ପରେ ଯେଉଁଠି ପିଂପଲ ହେଇଛି ସେହି ଜାଗରେ ଲଗାନ୍ତୁ। ଏହାକୁ ତିନି ଦିନ ହେଲା ମୁଁ ବ୍ୟବହାର କରୁଛି। ଏହା ଲଗେଇ ସରିଲା ପରେ ଛାଣି କରି ସେହି ନିମ କୁ ଲଗେଇବା।

Leave a Reply

Your email address will not be published. Required fields are marked *