December 24, 2024

Odia Express

Leading Odia News Portal of Odisha

ସରକାର ଅଧିକ ନୋଟ ଛାପନ୍ତି ନାହିଁ କାହିଁକି – ଅଧିକ ନୋଟ ଛାପିଲେ କଣ ହେବ ଜାଣି ରଖନ୍ତୁ…

ବନ୍ଧୁଗଣ ଆପଣ ମାନଙ୍କ ମନରେ ନିଶ୍ଚିତ ଭାବେ ଏହି ପ୍ରଶ୍ନ ଆସୁଥିବ ଯେ ଯଦି ଭାରତ ସରକାରଙ୍କ ପାଖରେ ନୋଟ ଛାପିବାର ମେସିନ ଅଛି ତେବେ ସେ ନୋଟ ଛାପି ସମସ୍ତ ଙ୍କୁ ଧନୀ କଣ ପାଇଁ କରୁ ନାହାନ୍ତି। ଏହି ପ୍ରଶ୍ନ ସବୁ ଲୋକଙ୍କ ମନରେ ନିଶ୍ଚିତ ଭାବେ ଆସୁଥିବ। ଏମିତି ହେଲେ ସବୁ ଗରିବୀ ହଟି ଯିବ ଏବଂ ସମସ୍ତେ ଧନୀ ହୋଇଯିବେ। ଏମିତି ରେ ନା କେହି ଗରିବୀ ରହିବେ ନା କେହି ଭୋକ ରେ ରହି ଜୀବନ ବଂଚିବେ। ହେଲା ସରକାର ଏହା କଣ ପାଇଁ କରୁ ନାହାନ୍ତି ,ବନ୍ଧୁଗଣ ଆପଣ ମାନଙ୍କ ମନରେ ନିଶ୍ଚିତ ଭାବେ ଏମିତି ପ୍ରଶ୍ନ ଆସିଥିବ ତେବେ ଆସନ୍ତୁ ଜାଣିବା ସେ ବିଷୟରେ କିଛି ତଥ୍ୟ।

ଏହାର ଉତ୍ତର ଜାଣିବା ପୂର୍ବରୁ ଆମକୁ କିଛି ଫ୍ୟାକ୍ଟ ଜାଣିବା ଆବଶ୍ୟକ ଅଟେ। କିଛି ବି ଦେଶରେ ତିଆରି ହେଉଥିବା ଜିନିଷ ପଦାର୍ଥ ସେହି ଦେଶର ବର୍ତ୍ତମାନ କରେଂସି ସହିତ ବରାବର ହୋଇଥାଏ। ଚାଲନ୍ତୁ ବନ୍ଧୁଗଣ ଏହାକୁ ଏକ ଉଦାହରଣ ରୂପରେ ଜାଣିବା। ଯଦି ସରକାର ସବୁ ପଇସା ଛାପିଦେଇ ସମସ୍ତ ଙ୍କୁ ବାଣ୍ଟିଦେଲେ ଆଉ ସମସ୍ତ ଙ୍କ ପାଖରେ ବହୁତ ପଇସା ହୋଇଗଲା। ଏବେ ଆପଣ ବଜାରରେ ପେଷ୍ଟ ପାଇଁ ଗଲେ ତେବେ ସେହି ପେଷ୍ଟ ର ନାମ ୫୦ ଥିଲା ଏବେ ସେ ୫୦ ରେ କଣ ପାଇଁ ଦେବ? ଏବେ ସମସ୍ତ ଙ୍କ ପାଖରେ ଲକ୍ଷ କୋଟି ଟଙ୍କା ହୋଇଗଲାଣି ତେବେ ସେ ଏହାକୁ ଆହୁରି କେତେ ଗୁଣ ବଢ଼େଇ ବିକ୍ରି କରିବ ଏହା ଫଳରେ ସବୁ ଜିନିଷର ଦାମ ବଢିବ ଏବଂ ଦେଶର ମହଙ୍ଗା ଜିନିଷ ସବୁ ଆକାଶ ଛୁଆଁ ହେବ।

ତେବେ ଏମିତି ଦୁଇଟି ଦେଶ କରିଛନ୍ତି। ପ୍ରଥମେ ଜର୍ମାନୀ ଏବଂ ଦ୍ୱିତୀୟ ରେ ଜିମ୍ବାୱେ ଅଟେ। ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀର ଅର୍ଥ ବ୍ୟବସ୍ତା ନଷ୍ଟ ହୋଇଯାଇଥିଲା। ସେ ନେଇଥିବା କରଜ କେତେ ଦେଶ କୁ ଦେବା ପାଇଁ ସମର୍ଥ ହେଲା ନାହିଁ ସେତେବେଳେ ସେ ଭାବିଲେ ଆମେ ବହୁତ ପଇସା ଛାପି ଆମ ଅର୍ଥ ବ୍ୟବସ୍ଥା କୁ ସୁଧାରି ଦେବା। ସେ ଏହା ହିଁ କଲା ଏବଂ ବହୁତ ପଇସା ଛାପି ଦେଲା ଏବଂ ତାର ପରିଣାମ ସେ ଭୋଗିଲା। କିଛି ସମୟ ପୂର୍ବରୁ ଜିମ୍ବାୱେ ଏହା ହିଁ କରିଥିଲା । ଏହା ଫଳରେ ତାର ପଇସାର ମୂଲ୍ୟ କମିଗଲା ଏବଂ ଜିନିଷ ପତ୍ର ର ଦାମ ବଢିଗଲା। ଏମିତି ହେଲା ଯେ ରୁଟି ଏବଂ ଅଣ୍ଡା କିଣିବା ପାଇଁ ବ୍ୟାଗ ଭର୍ତ୍ତି କରି ପଇସା ଦରକାର ହେଲା।

ବନ୍ଧୁଗଣ ଏବେ ଆପଣ ବୁଝି ସାରିଥିବେ ଯେ ଯେତେ ନୋଟ ଛାପିବେ ସେତେ ଜିନିଷର ଦାମ ବଢ଼ିବ। ସ୍ଟକ ମାର୍କେଟ ବି ତଳକୁ ଖସିଗଲା। ସାଙ୍ଗମାନେ ଆପଣଂକୁ କହିଦେଉଛୁ କି ନୋଟ ଛାପିବା ସେହି ଦେଶର ସରକାର, ବ୍ୟାଙ୍କ ,GDP ଉପରେ ନିର୍ଭର କରେ। ଆମ ଭାରତ କଥା କହିବା ତ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଥାଏ ଯେ କେତେ ନୋଟ ଛପାଯିବ।

ତେବେ ଏହାକୁ ଅଧିକ ରୁ ଅଧିକ ଭାବେ ସେୟାର କରନ୍ତୁ ଏବଂ ନିଜର ମତାମତ ଦିଅନ୍ତୁ।

Leave a Reply

Your email address will not be published. Required fields are marked *