ଥରକରେ ଦାନ୍ତ ର ପୋକ ଆଉ କଷ୍ଟ ବାହାର କରିବାର ଉନ୍ନତ ଉପାୟ…
ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ମାନେ ନିଜ ଦାନ୍ତ ର କଷ୍ଟ ଯନ୍ତ୍ରଣା ଆଉ ଦାନ୍ତ ର ପୋକ କୁ ବହୁତ କମ ସମୟ ଭିତରେ ହି ବାହାର କରିଦେବେ। ଆଜିକାଲି ଦାନ୍ତ ରେ ପୋକ ଲାଗିବା ଆଉ ଦାନ୍ତ ରେ ଯନ୍ତ୍ରଣା ହେବା ଇତ୍ୟାଦି ରୋଗ ରେ ଛୋଟ ଠାରୁ ଆରମ୍ଭ କରି ବଡ଼ ଯାଏ ସଭିଏଁ ପୀଡିତ। ମାତ୍ର ଯଦି ଆମେ ଆମ ଜେଜେ ବାପା ଅଥବା ଜେଜେ ମା ଙ୍କର ଜୀବନ ଶୈଳୀ କୁ ଲକ୍ଷ କରିବା ତ ସେମାନେ ୫୦ ରୁ ୬୦ ବର୍ଷ ବୟସ ରେ ବି ତାଙ୍କ ଦାନ୍ତ ରେ ଗୁଆ ଭାଙ୍ଗି ଦେଉଥିଲେ। ଏହା ବାସ ଏଇଥିପାଇଁ ହେଉଥିଲା କାରଣ ତାଙ୍କ ପାଖରେ କିଛି ଏମିତି ଉପାୟ ଥିଲା ଯାହା କି ସେମାନଙ୍କର ଦାନ୍ତ ମଜବୁତ ରଖିବାରେ ଅତ୍ୟନ୍ତ ସହାୟକ ହେଉ ଥିଲା। ତ ଚାଲନ୍ତୁ ଜାଣିବା ଆମେ ସେହିପରି ଏକ ଉପାୟ ବାବଦରେ।
ଏହି ଉପାୟ କୁ କରିବା ପାଇଁ ଆପଣ ସର୍ବପ୍ରଥମେ ଏକ କାଚ ର ପାତ୍ର ଆଣନ୍ତୁ। ସେଥିରେ ଆପଣ ତିନି ରୁ ୪ଟି ଫୁଲ ଥିବା ଲବଙ୍ଗ ନିଅନ୍ତୁ। ଆଉ ତା ପାଖରେ ଆପଣ ଆଉ ଏକ ପାତ୍ର ଆଣନ୍ତୁ ଆଉ ସେଥିରେ ସୋରିଷ ତେଲ ନିଅନ୍ତୁ। ତା ପରେ ଆପଣ ଏକ ପ୍ୟାକେଟ ଵାଲା ଫିଟିକିରି ନିଅନ୍ତୁ ଆଉ ଯାହା କି ବହୁତ ସଫା ସୁତୁରା ରହିଥାଏ। ସେହି ଫିଟିକିରି କୁ ଆପଣ ଖଣ୍ଡେ ଭାଙ୍ଗି ଦିଅନ୍ତୁ ଆଉ ତାକୁ ଭଲ ଭାବେ ପେଷି ଦେଇ ଗୁଣ୍ଡ କରି ଦିଅନ୍ତୁ। ଏବେ ଆସନ୍ତୁ ଜାଣିବା କି ତାକୁ ବ୍ୟବହାର କିପରି କରିବେ।
ଆପଣଙ୍କ ଦାନ୍ତ ରେ ଯଦି ଯନ୍ତ୍ରଣା ଅଛି ତ ଆପଣ ସେହି ଲବଙ୍ଗ କୁ ନିଅନ୍ତୁ ଆଉ ତାକୁ ଗୋଟେ ଧାତୁ ପାତ୍ର ରେ ଭଲ ଭାବେ ଗୁଣ୍ଡ କରନ୍ତୁ। ତା ପରେ ଆପଣ ଏହି ଗୁଣ୍ଡ ରୁ ଗୋଟେ ଟିପି ଗୁଣ୍ଡ ନେଇ ଆପଣଙ୍କ ଦାନ୍ତ ରେ ଯେଉଁଠି ଦରଜ ହେଉଛି ସେଠାରେ ରଖି ଦିଅନ୍ତୁ। ତାକୁ ଆପଣ ପାଞ୍ଚ ମିନିଟ ଯାଏ ସେଠାରେ ରଖନ୍ତୁ ଆଉ ବାହାରୁଥିବା ଲାଳ କୁ ବି ଆପଣ ଫିଙ୍ଗାନ୍ତୁ ନାହିଁ। ପାଞ୍ଚ ମିନିଟ ପରେ ଆପଣ ତାକୁ ଫିଙ୍ଗି ଦିଅନ୍ତୁ ଆଉ ଦେଖିବେ କି ଆପଣଙ୍କୁ ଆରାମ ମିଳିବ।
ଯଦି ଆପଣଙ୍କ ଦାନ୍ତ ରେ ପୋକ ହେଉଛି ତ ଆପଣ ଏକ ପାତ୍ର ରେ ସୋରିଷ ତେଲ ଆଉ ଫିଟିକିରି ଗୁଣ୍ଡ କୁ ମିଶାନ୍ତୁ। କିଛି ସମୟ ପରେ ଏହି ପେଷ୍ଟ କୁ ଆପଣ ଏକ ସଫା ବ୍ରସ ରେ ନେଇ ପୋକ ହେଉଥିବା ସ୍ଥାନ ରେ ଲଗାନ୍ତୁ ଆଉ ଭଲ ଭାବେ ଘଷି ଦିଅନ୍ତୁ। ତା ପରେ କିଛି ସମୟ ପରେ ଆପଣ ତାକୁ ଧୋଇ ଦିଅନ୍ତୁ। ଦେଖିବେ କିଛି ଦିନ ପରେ ଆପଣଙ୍କର ପୋକ କୁଆଡେ ଚାଲିଯିବ।