December 24, 2024

Odia Express

Leading Odia News Portal of Odisha

ମାଡି ଆସୁଛି ବାତ୍ୟା ‘ଆମ୍ଫାନ୍‌’ – ୧୮ ରୁ ପ୍ରବଳ ବର୍ଷା ସମ୍ଭାବନା – ଏହି ଜିଲ୍ଲା କୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ…

ମାଡି ଆସୁଛି ବାତ୍ୟା | ଧୀରେ ଧୀରେ ବାତ୍ୟା ଓଡିଶା ଆଡକୁ ମାଡି ଆସୁଥିବାର ଜଣ ପଡିଛି | ପ୍ରଥମେ ଲଘୁଚାପ ପରେ ଏବେ ଅବପାତର ରୂପ ନେଉଛି |ଆଗାମୀ ୨୪ ଘଂଟାରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କର ଯାଉଛି | ତେବେ ଓଡ଼ିଶାରେ ସେତେ ଟା ପ୍ରଭାବ ପଡିବ ବୋଲି ଜଣା ପଡୁନାହିଁ | ଏହା ଓଡ଼ିଶାରେ କାମ କାୟା ବିସ୍ତାର କଲେ ମଧ୍ୟ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |ବାତ୍ୟାକୁ ନେଇ ବର୍ତମାନ ଛନକା ପଶିଚି |ଏହି ବାତ୍ୟା ର ନାମ ‘ଆମ୍ଫାନ୍‌’ ନାମରେ ନାମିତ କରାଯାଇଛି

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସୃଷ୍ଟ ଲଘୁଚାପ ସୃଷ୍ଟି ହେଉଛି |୧୬ ତାରିଖ ସନ୍ଧ୍ୟା ବେଳକୁ ବାତ୍ୟା ରୂପ ନେବା | ସେତେବେଳେ ଏହା ଉତର ପଶ୍ଚିମ ରେ ଗତି କରିବା ଓ ପରେ ଉତ୍ତର ପୂର୍ବରେ ଗତି କରିବ | ଏହା ପ୍ରଭାବ ରେ ୧୮ ରୁ ବର୍ଷା ଉପକୂଳ ଅଂଚଳ ରେ ମାଧ୍ୟମ ଧାରଣା ବର୍ଷା ହେବ ବର୍ଷା ହେଇପାରେ | ଗଂଜାମ, ଗଜପତି, ପୁରୀ କେନ୍ଦ୍ରାପଡା ଜଗତସିଂହପୁର ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହି ଜିଲ୍ଲାକୁ ଆଲୋ ଓ୍ଵାର୍ଣ୍ଣିଂ ଦିୟା ଯାଇଛି | ୧୯ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି | ଏହି ସମୟରେ ପବନ ବେଗ ୬୭ ରୁ ୭୫ ବେଗ ରେ ପବନ ବହିପାରେ

ଆଣ୍ଡାମାନ ରେ ଏହା ଗତି କରୁଛି | ସେଠି ପାଇଁ ଏହାର ଚିତ୍ର ସ୍ପଷ୍ଟ ହେଇନାହିଁ | ତେବେ ଏହା ୧୭ ତାରିଖ ପରେ ଏହାର ଗତିପଥ ସ୍ପଷ୍ଟ ଜଣାଯିବ | ଯଦି ଏହା ଉତ୍ତର ପୂର୍ବରେ ଗତିକରିବା ତେବେ ଓଡ଼ିଶାର ଗଜପତିରୁ ମୟୂରଭଂଜ ଯାଏ ପ୍ରାୟ ୧୨ଟି ଜିଲ୍ଲାକୁ ସତର୍କ ରହିବ ପାଇଁ କୁହାଯାଇଥିବା ବେଳେ ଉପକୂଳ ଜିଲାମାନଂକୁ ଅଧିକ ସତର୍କ ରହି ବାତ୍ୟା ପରିସ୍ଥିତି ସାମ୍ନା ପାଇଁ ପ୍ରସ୍ତୁତ ରହିବ ପାଇଁ କୁହା ଯାଇଛି | ଆମ୍ଫାନ୍‌’ ର ସଠିକ ଦିଗ ଜାଣିବା ପାଇଁ ୧୭ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡିବ | ସମୁଦ୍ରକୁ ଯାଇଥିବା ଲୋକଙ୍କୁ ଜଲ୍ଦି ଫେରିବା ପାଇଁ ପାଣିପାଗ ବିଭାଗ କହିଛି | କାରଣ ଏ ସମୟରେ ସମୁଦ୍ର ଅଶାନ୍ତ ରହିବ

ତେବେ ବର୍ତମାନ କରୋନା ମହାମାରୀ ରେ ସହ ବିଶ୍ୱ ଲଢ଼ିଥିବା ସମୟରେ ଓଡିଶା ମଧ୍ୟ ଏ ଲଢେଇ ରେ ଜୋର ରେ ସାମିଲ ଅଛି | ବର୍ତମାନ ସମୟ ରେ ଏହା ସାଂଗକୁ ବାତ୍ୟା ନିଶ୍ଚୟ ଲୋକଙ୍କ ମନରେ ଖୁବ ଭୟ ଆଣି ଦେଇଛି | ତେବେ ସବୁ ବର୍ଷ ଓଡିଶା ପ୍ରକୁତିକ ବିପର୍ଯୟ କୁ ଭଲ ଭାବେ ସମ୍ମୁଖୀନ ହେଇ ପ୍ରସ୍ତୁତ ହେଇ ଏହାର ମୁକାଣିଲା କରେ | ତେବେ ଏ ଥର ମଧ୍ୟ ସରକାର ଏଥିରେ ସଫଳ ହେବେ ବୋଲି ଆଶା କର ଯାଉଛି | ତେବେ ଏହି ବାତ୍ୟାର ପ୍ରତେକ ଅପଡେଟ ଜାଣିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ | ଓ ଭଗବାନ ଙ୍କୁ ଡାକନ୍ତୁ ଏ ସମୟରେ ଆମକୁ ସାହସ ଦିୟନ୍ତୁ

Leave a Reply

Your email address will not be published. Required fields are marked *